Jump to content

ଶୋଲେ (୧୯୭୫ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଶୋଲେ
ନିର୍ଦ୍ଦେଶକରମେଶ ସିପ୍ପୀ
ପ୍ରଯୋଜକଜି ପି ସିପ୍ପୀ
ସଂଳାପସଲୀମ-ଜାଭେଦ
ସଙ୍ଗୀତଆର୍ ଡି ବର୍ମନ
ଚିତ୍ରଗ୍ରହଣଦ୍ଵାରକା ଦିଭେଚା
ସମ୍ପାଦକଏମ୍‌ ଏସ୍ ସିନ୍ଧେ
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୧୯୭୫
କଥାଚିତ୍ରର ସମୟ
୧୯୮ ମିନିଟ
ଦେଶଭାରତ
ଭାଷାହିନ୍ଦୀ

ଶୋଲେ (ଅନୁବାଦ: Sholay) ୧୯୭୫ର ଏକ ଭାରତୀୟ ହିନ୍ଦୀ ରୋମାଞ୍ଚକର ଚଳଚ୍ଚିତ୍ର ଅଟେ । ସଲିମ-ଜାଭେଦ ଦ୍ୱାରା ଲିଖିତ ଏହି ଫିଲ୍ମଟି ଗୋପାଲ ଦାସ ସିପ୍ପିଙ୍କ ନିର୍ମାଣ ଏବଂ ତାଙ୍କ ପୁଅ ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି । ଏହି କାହାଣୀ ଜୟ (ଅମିତାଭ ବଚ୍ଚନ) ଏବଂ ୱୀରୁ (ଧର୍ମେନ୍ଦ୍ର) ନାମକ ଦୁଇ ଅପରାଧୀଙ୍କ ଉପରେ କେନ୍ଦ୍ରିତ ଅଟେ, ଯେଉଁମାନଙ୍କୁ ଡାକୁ ଗବର୍‌ ସିଂହ (ଅମଜଦ ଖାନ) ସହ ନିଜର ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାକୁ ପୂର୍ବତନ ପୋଲିସ ଅଧିକାରୀ ଠାକୁର ବଲଦେଵ ସିଂହ (ସଂଜୀବ କୁମାର) ଦ୍ୱାରା ଗାଁକୁ ଅଣାଯାଏ । ଜୟା ବଚ୍ଚନ (ଭାଦୁରି) ଏବଂ ହେମା ମାଳିନୀ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇଛନ୍ତି ।

ଶୋଲେ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଫିଲ୍ମଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ମାନ୍ୟତା ଅଛି । ବ୍ରିଟିଶ ଫିଲ୍ମ ଇନ୍‌ସ୍ଟିଟ୍ୟୁଟ୍‌ ଦ୍ୱାରା ୨୦୦୨ ମସିହାର "ସର୍ବଶ୍ରେଷ୍ଠ ୧୦ ଭାରତୀୟ ଫିଲ୍ମ" ତାଲିକାରେ ଏହି ଫିଲ୍ମ ପ୍ରଥମ ସ୍ଥାନ ଅଧିକାର କରିଥିଲା ।[] ୨୦୦୫ ମସିହାର ୫୦ତମ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ, ଏହି ଫିଲ୍ମଟି "ପିଛଲା ୫୦ ବର୍ଷର ସର୍ବୋତ୍ତମ ଫିଲ୍ମ" ପୁରସ୍କାର ଜିତିଥିଲା ।

ଏହି ଫିଲ୍ମଟି ରାମନଗର, କର୍ଣ୍ଣାଟକର ଚଟ୍ଟାନିଆ ଅଞ୍ଚଳରେ ଅଢେଇ ବର୍ଷ ଧରି ଚିତ୍ରାୟନ ହୋଇଥିଲା । ଏହା ସହିତ ମହାରାଷ୍ଟ୍ରର ଉରଣ-ପନୈବେଲ୍‌ ଅଞ୍ଚଳରେ ମଧ୍ୟ କେତେକ ଦୃଶ୍ୟ ଗ୍ରହଣ କରାଯାଇଥିଲା । ଭାରତୀୟ ଚଳଚ୍ଚିତ୍ର ପ୍ରମାଣନ ପରିଷଦ (CBFC) ଦ୍ୱାରା କିଛି ହିଂସାପୂର୍ଣ୍ଣ ଦୃଶ୍ୟ କାଟି ଦେବାପରେ, ଏହି ଫିଲ୍ମଟି ୧୫ ଅଗଷ୍ଟ ୧୯୭୫ରେ ୧୯୮ମିନିଟ୍‌ ଦୀର୍ଘତା ସହିତ ମୁକ୍ତି ପାଇଥିଲା । ଏହି ଫିଲ୍ମର ୨୦୪ ମିନିଟ୍‌ର ମୂଳ ସଂସ୍କରଣ ୧୯୯୦ରେ ହୋମ୍ ମିଡିଆରେ ଉପଲବ୍ଧ ହୋଇଥିଲା । ମୁକ୍ତି ପରେ, ପ୍ରାରମ୍ଭରେ ଏହି ଫିଲ୍ମଟି ଦର୍ଶକମାନଙ୍କର ନକାରାତ୍ମକ ପ୍ରତିକ୍ରିୟା ଏବଂ ଦୁର୍ବଳ ବ୍ୟାପାରିକ ପ୍ରତିଫଳ ଦେଖିଥିଲା, କିନ୍ତୁ ଦେଖାଦେଖି ଏବଂ ସୁନ୍ଦର ପ୍ରଚାର ଫଳରେ କିଛି ଦିନ ପରେ ଏହି ଫିଲ୍ମଟି ବୃହତ୍‌ ସଫଳତା ପାଇଲା । ଶୋଲେ ଭାରତର ଏକ ସର୍ବାଧିକ ଲାଭଜନକ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ ।

ଏହି ଫିଲ୍ମ ମୁମ୍ବାଇର ମିନର୍ଭା ଥିଏଟରରେ ପାଞ୍ଚ ବର୍ଷରୁ ଅଧିକ ସମୟ ଚାଲିଥିଲା, ଏବଂ ଅନେକ ସିନେମା ହଲ୍‌ରେ ଦୀର୍ଘ ସମୟ ଚାଲି ରେକର୍ଡ ଗଢ଼ିଥିଲା ।[] ମୁଦ୍ରାସ୍ଫୀତି ସହିତ ଅନୁପାତ କରି ଗଣନା କଲେ, ଏହି ଫିଲ୍ମ ଭାରତୀୟ ସିନେମାର ସର୍ବାଧିକ ଆୟ କରୁଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ।[]

ଶୋଲେ ଏକ ଡକୈତ-ପଶ୍ଚିମୀ (Western) ଫିଲ୍ମ, ଯେଉଁଥିରେ ପଶ୍ଚିମୀ ଶୈଳୀ ଏବଂ ଭାରତୀୟ ଡକୈତ ଚଳଚ୍ଚିତ୍ର ପରମ୍ପରାର ମିଶ୍ରଣ ଅଛି । ଏହି ଫିଲ୍ମ ଅନେକ ସମସାମୟିକ ବିଷୟବସ୍ତୁ ଉପରେ ଅଧାରିତ, ଯେମିତି ହିଂସାର ନକାରାତ୍ମକ ପ୍ରଭାବ, ସାମନ୍ତବାଦୀ ଭାବନାର ପରିବର୍ତ୍ତନ, ସମାଜିକ ବ୍ୟବସ୍ଥାକୁ ସଜଡ଼ିବା ଦାୟୀତ୍ଵରେ ରହିଥିବା କିଛି ବ୍ୟକ୍ତିବିଶେଷ ସହିତ ଦଳ ବନାଇ ଅପରାଧକୁ ଘଟାଇବା ଦଳର ବଳ କଷକଷି ଇତ୍ୟାଦି । ରାହୁଲ ଦେବ ବର୍ମାନଙ୍କ ଦ୍ଵାରା ନିର୍ମିତ ଏହି ଫିଲ୍ମର ସଂଗୀତ ଏବଂ ଅଲଗାରେ ନିର୍ମିତ କଥା ଓ ଏବଂ ସଂବାଦର ରେକର୍ଡିଂ ବହୁତ ପ୍ରସିଦ୍ଧି ଲାଭ କରିଥିଲା । ଜାନୁଆରୀ ୨୦୧୪ରେ ଏହି ଫିଲ୍ମ 3D ଚଳଚ୍ଚିତ୍ର ରୂପେ ପୁନର୍ବାର ସିନେମା ହଲ୍‌ରେ ମୁକ୍ତି ପାଇଥିଲା ।[]

ଚଳଚ୍ଚିତ୍ରର କାହାଣୀ

[ସମ୍ପାଦନା]

ରାମଗଡ଼ ନାମକ ଏକ ଛୋଟ ଗାଁରେ ସେବାନିବୃତ୍ତ ପୁଲିସ ଅଧିକାରୀ ଠାକୁର ବଳଦେଵ ସିଂହ (ସଞ୍ଜୀବ କୁମାର) ଦୁଇ ଚୋରଙ୍କୁ ଡାକି ନିଅନ୍ତି, ଯେଉଁମାନଙ୍କୁ ସେ ଅତୀତରେ ଗିରଫ କରିଥିଲେ । ଠାକୁର ନିଶ୍ଚିତ ଥିଲେ ଯେ, ସେମାନେ— ଜୟ (ଅମିତାଭ ବଚ୍ଚନ) ଏବଂ ବୀରୁ (ଧର୍ମେନ୍ଦ୍ର)— କୁଖ୍ୟାତ ଡକାୟତ ଗବ୍ବର ସିଂହ (ଅମଜଦ ଖାନ)କୁ ଧରିବାରେ ତାଙ୍କୁ ସାହାଯ୍ୟ କରିପାରିବେ । ଗବ୍ବର ସିଂହଙ୍କୁ ମୃତ କିମ୍ବା ଜୀବନ୍ତ ଧରି ପୁଲିସଙ୍କୁ ଦେବା ପାଇଁ ପଚଶ ହଜାର ଟଙ୍କା ପୁରସ୍କାର ଥିଲା, ଏବଂ ଏହାସହିତ ଠାକୁର ଏହା ମଧ୍ୟ ଘୋଷଣା କଲେ ଯେ, ଗବ୍ବରକୁ ଜୀବନ୍ତ ଧରି ନିଜ ପାଖକୁ ଆଣିଲେ ସେମାନେ ଅତିରିକ୍ତ କୋଡ଼ିଏ ହଜାର ଟଙ୍କା ପାଇବେ।

ଗବ୍ବରଙ୍କ ତିନି ସାଥୀ ଗାଁ ବାସୀଙ୍କୁ ଧମକ ଦେଇ ଶସ୍ୟ ନେବାକୁ ଆସନ୍ତି, କିନ୍ତୁ ଜୟ ଏବଂ ବୀରୁଙ୍କ ଠାରୁ ହାରି ଖାଲିହାତ ଫେରି ଯିବାକୁ ବାଧ୍ୟ ହୋଇଥାନ୍ତି । ଗବ୍ବର, ତାଙ୍କ ସାଥୀମାନେ ଦୁଇ ଜଣଙ୍କଠାରୁ ହାରିଯାଇ ଭୀଷଣ ରାଗିଯାଇଥାନ୍ତି । ଏହାପରେ, ସେମାନେ ହୋଲି ଦିନ ଗାଁ ଉପରେ ଆକ୍ରମଣ କରିଥାନ୍ତି ଏବଂ ଲମ୍ବା ଯୁଦ୍ଧର ପରେ ଅକସ୍ମାତ ଜୟ ଏବଂ ବୀରୁଙ୍କୁ ବନ୍ଧକ ଭାବେ ବାନ୍ଧି ଦେଇଥାନ୍ତି । ଲାଗୁଥିଲା, ଠାକୁର ଏହି ସମୟରେ ସେମାନଙ୍କୁ ସାହାଯ୍ୟ କରିପାରିଥାନ୍ତେ, କିନ୍ତୁ ସେ କରି ନାହାନ୍ତି। ଜୟ ଏବଂ ବୀରୁ କୌଶଳକ୍ରମେ ଏହି ଖଣ୍ଡଯୁଦ୍ଧରୁ ଖସି ପଳାଇ ଯାଇଥାନ୍ତି ଏବଂ ଠାକୁରଙ୍କ ଏହି ଅନ୍ୟାୟ ଦେଖି ଗାଁଛାଡ଼ି ଯିବାକୁ ମନେ ମନେ ଠିକ୍‌ କରିଥାନ୍ତି । ଏହି ସମୟରେ ଠାକୁର ସେମାନଙ୍କୁ କହନ୍ତି ଯେ, କିପରି ପୂର୍ବରୁ ସେ ଗବ୍ବରକୁ ଗିରଫ କରିଥିଲେ କିନ୍ତୁ ସେ ଜେଲରୁ ପଳାଇଯାଇଥିଲା ଏବଂ ପ୍ରତିଶୋଧ ନେବାକୁ ଠାକୁରଙ୍କ ପୁରା ପରିବାରକୁ ମାରି ଦେଇଥିଲା ଏବଂ ଠାକୁରଙ୍କ ଦୁଇ ହାତ କାଟି ଦେଇଥିଲା । ଏହି କଥା ଲୁଚାଇବା ପାଇଁ ଠାକୁର ସଦା ସର୍ବଦା ଖଣ୍ଡିଏ ଶାଲ ଘୋଢି ହୋଇ ରହୁଥିଲେ, ଯଦ୍ଵାରା ଜୟ କିମ୍ବା ବୀରୁ ଏହା ଜାଣିପାରି ନ ଥିଲେ । ଏକଥା ଜାଣିବା ପରେ ଜୟ ଏବଂ ବୀରୁ ତାଙ୍କର ମନୋଭାବ ପରିବର୍ତ୍ତନ କରି ଗବ୍ବରକୁ ଟକ୍କର ଦେବା ପାଇଁ ମନେ ମନେ ଶପଥ ନିଅନ୍ତି ।

ରାମଗଡ଼ରେ ରହିବା ସମୟରେ, ଜୟ ଏବଂ ବୀରୁ ଗାଁବାସୀଙ୍କୁ ଭଲ ପାଇବାକୁ ଲାଗିଥାନ୍ତି । ଜୟ, ଠାକୁରଙ୍କ ବିଧବା ବୋହୁ ରାଧା (ଜୟା ଭାଦୁରୀ)କୁ ଭଲପାଇଥାନ୍ତି, ଏବଂ ବୀରୁ ଗାଁର ଟାଙ୍ଗା ଚାଳକ ବସନ୍ତୀ (ହେମା ମାଲିନୀ)କୁ ଭଲପାଇଥାନ୍ତି । ଏହି ମଧ୍ୟରେ, ଜୟ-ବୀରୁ ଏବଂ ଗବ୍ବରଙ୍କ ମଧ୍ୟରେ ଛୋଟ-ଛୋଟ ଯୁଦ୍ଧ ହୋଇ ଚାଲିଥାଏ, ଏବଂ ଏକ ଦିନ ଗବ୍ବରଙ୍କ ଲୋକେ ବସନ୍ତୀ ଏବଂ ବୀରୁଙ୍କୁ ଧରି ନେଇଥାନ୍ତି । ଜୟ ସେମାନଙ୍କୁ ଉଦ୍ଧାର କରିବାକୁ ଯାଉଥାନ୍ତି, ଏବଂ ଏହି ଯୁଦ୍ଧରେ, ଜୟ ବନ୍ଧୁକ ଗୁଳିରେ ମରିଯାଉଥାନ୍ତି ।

ଜୟଙ୍କ ମୃତ୍ୟୁରେ ଆକ୍ରୋଶିତ ବୀରୁ ଏକା ଗବ୍ବରଙ୍କୁ ଧରିବାକୁ ଯାଉଥାନ୍ତି ଏବଂ ତାଙ୍କୁ ପକାଇ ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ହାତାହାତି ହୋଇଥାଏ, ଯେଉଁଥିରେ ବୀରୁ ଗବ୍ବରକୁ ମାରିବାକୁ ଯାଉଥିଲା, କିନ୍ତୁ ଠାକୁର ଆସି ଜୟଙ୍କୁ ଶପଥ ଦେଇଥାନ୍ତି ଯେ ଗବ୍ବରକୁ କେବଳ ଜୀବନ୍ତ ଧରି ପୁଲିସଙ୍କୁ ଦେବା ପାଇଁ । ବୀରୁ ଗବ୍ବରକୁ ଠାକୁରଙ୍କ ହାତରେ ଦେଇ ଦେଉଥାନ୍ତି, ଯେଉଁଥିରେ ଠାକୁର ତାଙ୍କ ଲୁହାକଣ୍ଟାଖଚିତ ଯୋତାରେ ବାରମ୍ବାର ଆଘାତ କରି, କ୍ଷତବିକ୍ଷତ କରିବା ପରେ ତାଙ୍କୁ ପୁଲିସଙ୍କ ହାତରେ ସମର୍ପଣ କରି ଦେଇଥାନ୍ତି । ବୀରୁ ଏକା ଗାଁ ଛାଡ଼ି ରେଲଷ୍ଟେସନକୁ ଯାଉଥାନ୍ତି, ଯେଉଁଠି ବସନ୍ତୀ ତାଙ୍କ ଅପେକ୍ଷା କରୁଥିଲେ । ରାଧା ପୁନର୍ବାର ଏକା ରହିଯାଉଥାନ୍ତି ।

ମୁଖ୍ୟ ଭୁମିକାରେ

[ସମ୍ପାଦନା]
  • ଅମିତାଭ ବଚ୍ଚନ - ଜୟ[]
  • ଧର୍ମେନ୍ଦ୍ର - ବୀରୁ
  • ସଂଜୀବ କୁମାର - ଠାକୁର ବଲଦେବ ସିଂ
  • ହେମା ମାଳିନୀ - ବସନ୍ତୀ
  • ଜୟା ଭାଦୁରୀ - ରାଧା
  • ଅମଜଦ ଖାନ - ଗବ୍ବର‌ ସିଂ
  • ଏ କେ ହଙ୍ଗଲ - ରହୀମ୍‌ ଚାଚା
  • ସଚ୍ଚିନ- ଅହମଦ୍‌
  • ସତ୍ୟେନ୍‌ କପୂ - ରାମଲାଲ୍‌
  • ଇଫ୍ତେଖାର - ରାଧାର ବାପା
  • ଲୀଳା ମିଶ୍ର - ମାଉସି
  • ବିକାଶ ଆନନ୍ଦ - ଜୟ ଏବଂ ବୀରୁକୁ ଆଣିବାକୁ ନିଯୁକ୍ତ ଜେଲର୍‌
  • ପି ଜୟରାଜ - ପୁଲିସ୍‌ କମିଶନର୍‌
  • ଅସରାନୀ - ଜେଲର୍‌
  • ରାଜ କିଶୋର - କଏଦୀ
  • ମ୍ୟାକ ମୋହନ - ସାମ୍ଭା
  • ବିଜୁ ଖୋଟେ - କାଲିୟା
  • କେଷ୍ଟୋ ମୁଖର୍ଜୀ - ହରିରାମ
  • ହବୀବ୍‌- ହୀରା
  • ଶରଦ୍‌ କୁମାର - ନିନ୍ନି(ଠାକୁର ବଲଦେବ ସିଂର ଛୋଟ ପୁଅ)
  • ମାଷ୍ଟର ଅଳଂକାର - ଦୀପକ୍‌
  • ଗୀତା ସିଦ୍ଧାର୍ଥ - ଦୀପକର ମାତା
  • ଓମ୍‌ ଶିବପୁରୀ - ଇନିସ୍ପେକ୍ଟର
  • ଜଗଦୀପ- ଅତିଥି କଳାକାର
  • ହେଲେନ୍‌- ଅତିଥି କଳାକାର (ନର୍ତ୍ତକୀ)
  • ଜଲାଲ ଆଘା -ଅତିଥି କଳାକାର (ଗାୟକ)

ପୁରସ୍କାର

[ସମ୍ପାଦନା]

ଶୋଲେକୁ ନଅଗୋଟି ଫିଲ୍ମଫେୟାର ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିଲା, କିନ୍ତୁ ଏକମାତ୍ର ବିଜେତା ଏମ୍.ଏସ୍. ଶିନ୍ଦେ ଥିଲେ, ଯିଏ ଶ୍ରେଷ୍ଠ ସମ୍ପାଦନା ପାଇଁ ଏହି ପୁରସ୍କାର ଜିତିଥିଲେ ।

ଏହି ଫିଲ୍ମଟି ୧୯୭୬ର ବେଙ୍ଗାଲ୍ ଫିଲ୍ମ ଜର୍ନାଲିଷ୍ଟ ଆସୋସିଏସନ୍ ପୁରସ୍କାର (ହିନ୍ଦୀ ବିଭାଗ) ରେ ମଧ୍ୟ ତିନୋଟି ପୁରସ୍କାର ଜିତିଥିଲା:

  • ଅମଜଦ୍ ଖାନ୍ "ଶ୍ରେଷ୍ଠ ସହାୟକ ଅଭିନେତା" ପାଇଁ
  • ଦ୍ୱାରକା ଦିବେଚା "ଶ୍ରେଷ୍ଠ ଛାୟାଂକନ (ରଙ୍ଗିନ)" ପାଇଁ
  • ରାମ୍ ଏଡେକର୍ "ଶ୍ରେଷ୍ଠ କଳା ନିର୍ଦ୍ଦେଶକ" ପାଇଁ ପୁରସ୍କାର ଜିତିଥିଲେ।

ଶୋଲେକୁ ୨୦୦୫ମସିହାରେ ପଞ୍ଚାଶତମ ଫିଲ୍ମଫେୟାର ପୁରସ୍କାର ଅନୁଷ୍ଠାନରେ "ପଚାଶ ବର୍ଷର ଶ୍ରେଷ୍ଠ ଫିଲ୍ମ" ବିଶେଷ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା ।[]

  1. "From Dangal to Sanju! Top 10 films that crossed the Rs 200 crore mark fastest". Business Today (in ଇଂରାଜୀ). 2018-07-06. Retrieved 2025-03-14.
  2. "Boxofficeindia.com". web.archive.org. 2013-10-14. Archived from the original on 2013-10-14. Retrieved 2025-03-14.
  3. "Sholay emerges as Bollywood's most successful re-run product even after 20 years". India Today (in ଇଂରାଜୀ). 1995-09-15. Retrieved 2025-03-14.
  4. "'Sholay 3D' finally up for release in the first week of 2014". Mid-day (in ଇଂରାଜୀ). 2013-11-06. Retrieved 2025-03-14.
  5. Sholay (1975) - IMDb, retrieved 2025-03-14
  6. "Filmfare Awards Winners From 1953 to 2018". archive.ph. 2018-02-27. Archived from the original on 2018-02-27. Retrieved 2025-03-15.{{cite web}}: CS1 maint: bot: original URL status unknown (link)