ଶୋଭନା ନାରାୟଣ

ଉଇକିପିଡ଼ିଆ‌ରୁ
(ଶୋଭନ ନାରାୟଣରୁ ଲେଉଟି ଆସିଛି)
ଶୋଭନା ନାରାୟଣ
ଜନ୍ମ୨ ସେପ୍ଟେମ୍ବର ୧୯୫୦
ବୃତ୍ତିନର୍ତ୍ତକୀ
ସକ୍ରିୟ ବର୍ଷ୧୯୭୦- ବର୍ତ୍ତମାନ ପର୍ଯ୍ୟନ୍ତ
ବୈବାହିକ-ସାଥୀହରବର୍ଟ ଟ୍ରାକ୍ସଲ
ସନ୍ତାନଏର‌ୱିନ ଟ୍ରାକ୍ସଲ
Dancesକଥକ (Kathak)

ଶୋଭନା ନାରାୟଣ (ଇଂରାଜୀ ଭାଷାରେ Shovana Narayan) ଜଣେ ବିଖ୍ୟାତ ଓ ଚିହ୍ନା କଥକ ନର୍ତ୍ତକୀ ଥିଲେ । ସେ ସମାନ୍ତରାଳ ଭାବରେ ଦୁଇଟି ପେଷାରେ କାମ କରୁଥିଲେ, କଥକ କଳାକାର ଓ ଭାରତୀୟ ଅଡିଟ ଓ ଏକାଉଣ୍ଟସ ସର୍ଭିସରେ (Indian Audit and Accounts Service) କର୍ମରତ ଥିଲେ । ସେ ଭାରତ ଓ ସାରା ପୃଥିବୀରେ କଳା ପ୍ରଦର୍ଶନ କରୁଥିଲେ ଓ ସେଥି ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । [୧] ବିରଜୁ ମହାରାଜ (Birju Maharaj ତାଙ୍କର ନୃତ୍ୟ ଗୁରୁ ଥିଲେ ।[୨]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ଭାରତର ଦିଲ୍ଲୀରେ ଥବା ମିରାଣ୍ଡା ହାଉସରେ ନାରାୟଣ ଶିକ୍ଷା ଲାଭ କରି ସ୍ନାତକ ହେବା ପରେ ସନ ୧୯୭୨ରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସନ ୨୦୦୧ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ଏମଫିଲ ଓ ସନ ୨୦୦୮ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଡିଫେନ୍ସ ଓ ସ୍ଟ୍ରଟେଜିକ ସ୍ଟଡି ବିଷୟରେ ଏମଫିଲ ଡିଗ୍ରୀ ହାସଲ କରିଥିଲେ । ଭାରତୀୟ ଅଡିଟ ଓ ଏକାଉଣ୍ଟ ଅଫିସରେ (Indian Audits & Accounts Service) ସେ କିଛି କାଳ କାରିଅର ଅଫିସର ଭାବରେ କାମ କରିଥିଲେ[୩] ଓ ସନ ୨୦୧୦ରେ ଅବସର ଗ୍ରହଣ କରିଥିଲେ । ଭାରତରେ ଥିବା ଅଷ୍ଟ୍ରେଲିଆର ଭୂତପୂର୍ବ ରାଷ୍ଟ୍ରଦୂତ ଡ: ହରବର୍ଟ ଟ୍ରାକ୍ସଲ ସ‌ହିତ ବିବାହ କରିଥିଲେ । [୪]

ନୃତ୍ୟ ବୃତ୍ତିରେ ସଫଳତା[ସମ୍ପାଦନା]

ପ୍ରଚଳିତ କାଳରେ ଭାରତର ଖ୍ୟାତନାମା ଓ ଅଦ୍ୱିତୀୟ କଥକ ନୃତ୍ୟ ଶିଳ୍ପି ଓ ନୃତ୍ୟ ନିର୍ଦ୍ଦେଶିକାଙ୍କ ମଧ୍ୟରୁ ଜଣେ ଭାବରେ ଶୋଭନା ନାରାୟଣଙ୍କ ନାମ ଲିପିବଦ୍ଧ ଅଛି । କଳାରେ ଗଭୀରତା, ପରିପକ୍ୱତା ଓ ଆଭିଜାତ୍ୟ ପ୍ରଦର୍ଶନ କରିବାରେ ସେ ଏକ ପ୍ରଜ୍ୱଳିତ ଧାରା ସୃଷ୍ଟି କରିଯାଇଛନ୍ତି । ସାରା ପୃଥିବୀରେ ହେଉଥିବା ସମ୍ମାନନୀୟ ଜାତୀୟ ଓ ଆନ୍ତର୍ଜାତୀୟ ଉତ୍ସବମାନଙ୍କରେ ସେ ତାଙ୍କ କଳାର ଦର୍ଶକମାନଙ୍କୁ ସମ୍ମୋହିତ କରିପାରୁଥିଲେ । ଅନେକ ଦେଶର ସରକାରୀ ମୁଖିଆମାନଙ୍କ ଆଗରେ ସେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି ଓ ତାଙ୍କର ଶିଷ୍ୟମାନେ ମଧ୍ୟ ଅଗ୍ରଣୀ କଳାକାର ହେବାର ଗୌରବ ହାସଲ କରିଛନ୍ତି ।

ନୃତ୍ୟ ଓ ନୃତ୍ୟ ନର୍ଦ୍ଦେଶିକା ଭାବରେ ଶୋଭନା ଅଗ୍ରଣୀ ଅଟନ୍ତି ଓ ବାଲ୍ଲେ ପ୍ରସ୍ତୁତ କରିଥବା ସ‌ହ‌ଯୋଗୀ ପଶ୍ଚିମ ଦେଶମାନଙ୍କର କଳାର ନାମ କ୍ଲାସିକାଲ ବାଲେ 'ସ୍ପାନିସ ଫ୍ଲାମେଙ୍କୋ', ଟ୍ୟାପ ନୃତ୍ୟ, ବୌଦ୍ଧ ଧର୍ମାବଲମ୍ବୀ ସାଧୁଙ୍କର ବୌଦ୍ଧ ମନ୍ତ୍ର ଓ ପଶ୍ଚିମ ଦେଶମାନଙ୍କର କ୍ଲାସିକାଲ ନୃତ୍ୟ ଉଲ୍ଲେଖନୀୟ । ସନ ୧୯୯୪ରେ ପଶ୍ଚିମ ଶାସ୍ତ୍ରୀୟ ନୃତ୍ୟ-କଥକ-ସ୍ପାନିସ ଫ୍ଲେମିଙ୍ଗୋ ନୃତ୍ୟମାନଙ୍କର ସମ୍ମିଳିତ 'ଦି ଡନ ଆଫ୍ଟର' ଟ୍ରାଇଲୋଜିର ସେ ସର୍ବ ପ୍ରଥମ ସ୍ରଷ୍ଟା ନିର୍ଦ୍ଦେଶିକା-ପ୍ର‌ଯୋଜିକା-ନର୍ତ୍ତକୀ ଥିଲେ । ସନ ୨୦୦୩ରେ ଦିଲ୍ଲୀରେ ଅନୁଷ୍ଠିତ ଆଇଲିମ୍ପିକ ଉତ୍ସବର ଆରମ୍ଭ ଓ ଶେଷ ଉତ୍ସବର ସେ ନିର୍ଦ୍ଦେଶିକା ଥିଲେ । ସନ ୨୦୧୦ରେ ଅନୁଷ୍ଠିତ କମନ‌ୱେଲଥ ଖେଳର ଆରମ୍ଭ ଓ ଶେଷ ଉତ୍ସବର ମଧ୍ୟ ସେ ସଂଗଠକ ଥିଲେ ।
ରଚନାତ୍ମକ ପ୍ର‌ଯୋଜିକା ଓ ନିର୍ଦ୍ଦେଶିକା ଥିବା ଉତ୍ସବମାନଙ୍କର ନାମ:

  • ସନ ୧୯୯୭ରେ ଜାତୀୟ ସ୍ଟାଡିଅମରେ ଅନୁଷ୍ଠିତ ଭାରତୀୟ ସ୍ୱାଧୀନତା ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ।
  • ବେଗମ ମହଲରେ ପ୍ରଥମ ସ୍ୱାଧୀତନା ସଂଗ୍ରାମ ଉପରେ ଆଧାରିତ ବାଲ୍ଲେ ।

ଜଣେ ସଂଗଠକ ଭାବରେ ଶୋଭନା ବାର୍ଷିକ ଆୟୋଜନ କରୁଥିବା ଉତ୍ସବମାନଙ୍କର ନାମ:-

  • ଭାରତର ହାବିଟାଟ କେନ୍ଦ୍ରରେ ଯୁବ ପଥପ୍ରଦର୍ଶକମାନଙ୍କ ନିମନ୍ତେ ପ୍ରାୟ ୧୦ ବର୍ଷ ଧରି ଶାସ୍ତ୍ରୀୟ କଳା 'ଲଳିତାର୍ପଣ ଉତ୍ସବ' ଉତ୍ସବ ପ୍ରସ୍ତୁତ କରୁଛନ୍ତି ।
  • କୋଡ଼ିଏ ବର୍ଷ ଧରି ଶାସ୍ତ୍ରୀୟ କଳାକାରଙ୍କ ନିମନ୍ତେ ଆଶାବତୀ ଉତ୍ସବ ।
  • କଥକ ନୃତ୍ୟର ଛାତ୍ରମାନଙ୍କ ନିମନ୍ତେ ବାର୍ଷିକ ଦିବସ 'ତାଳ ଓ ଆନନ୍ଦ'/ 'ରିଦମ ଆଣ୍ଡ ଜୟ' ।

ଏକ ଅଭିପ୍ରାୟ ନିମନ୍ତେ ସେ ନୃତ୍ୟ ପ୍ରଦର୍ଶନ ମଧ୍ୟ କରୁଥିଲେ । ଲୋକମାନଙ୍କର ସମସ୍ୟା ବିଷୟରେ ଶୋଭନା ଅତି ସଚେତନ ଓ ତାହାର ସମାଧାନ ନିମନ୍ତେ ପ୍ରତିବଦ୍ଧ ଅଛନ୍ତି । କାରଗିଲ ଯୁଦ୍ଧ, ସୁନାମୀ ଓ ବିହାର ବନ୍ୟା ପ୍ରପିଡ଼ିତ ଲୋକମାନଙ୍କ ସାହାଯ୍ୟ ନିମନ୍ତେ ପ୍ରଦର୍ଶନ କରୁଥିଲେ । ମହିଳା ଓ ଦିବ୍ୟାଙ୍ଗ ଭିନ୍ନକ୍ଷମ ଲୋକମାନଙ୍କ ସମସ୍ୟା ସମାଧାନରେ ସେ ପ୍ରବୀଣ ଅଟନ୍ତି । ବିଭିନ୍ନ ସମସ୍ୟା ଉପରେ ଆଧାରିତ ବାଲ୍ଲେ ମଧ୍ୟ ସୃଷ୍ଟି କରିଛନ୍ତି ।

ଆଧାର[ସମ୍ପାଦନା]

  1. "Famous Kathak Dancers". Bhavalaya. Archived from the original on 23 ଅପ୍ରେଲ 2012. Retrieved 25 ଜାନୁଆରୀ 2012.
  2. "Shovana Narayan Biography | Childhood, Family, Contribution to Kathak Dance, Facts". www.culturalindia.net (in ଇଂରାଜୀ). Retrieved 2019-05-07.
  3. "Shovana Narayan". Miranda House's website. Retrieved 25 January 2012.
  4. Chatterjee, Rupa (2007). Raising a Daughter. p. 127.