ଶୈଳରାଣୀ ମିଶ୍ର

ଉଇକିପିଡ଼ିଆ‌ରୁ
ଶୈଳରାଣୀ ମିଶ୍ର
Born୧୯୩୨
Known forସମ୍ପାଦିକା
Spouseଦୁର୍ଗାମାଧବ ମିଶ୍ର

ଶୈଳରାଣୀ ମିଶ୍ର(ଜନ୍ମ : ୧୯୩୨) ଜଣେ ଓଡ଼ିଆ ସାହିତ୍ୟିକା ଓ ସମ୍ପାଦିକା ।[୧] ସେ "ସମାରୋହ" ପତ୍ରିକାର ସମ୍ପାଦନା କରିଥାନ୍ତି ।[୨]

ପାରିବାରିକ ଜୀବନ[ସମ୍ପାଦନା]

ଶୈଳରାଣୀ ୧୯୩୨ ମସିହାରେ ପୁରୀ ଜିଲ୍ଲା ନରଣପୁର ଗ୍ରାମର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ସରକାରୀ ଚାକିରିଆ ଥିଲେ । ସେମାନେ ଗୋଟିଏ ଭାଇ ଓ ତିନି ଭଉଣୀ । ତାଙ୍କର ବିବାହ ୧୯୫୦ ମସିହାରେ ନୟାଗଡ଼ ଅଞ୍ଚଳର ଦୁର୍ଗାମାଧବ ମିଶ୍ରଙ୍କ ସହିତ ହୋଇଥିଲା । ସେତେବେଳେ ସେ ୧୭ ବର୍ଷ ବୟସର ହୋଇଥିଲେ ଏବଂ ସପ୍ତମ ପଢ଼ା ସଂପୂର୍ଣ୍ଣ କରି ନ ଥିଲେ । ବଡ଼ ପୁଅ ଜନ୍ମ ହେବା ପରେ ସେ ୧୯୬୯ ମସିହାରେ ମାଟ୍ରିକ୍ ପାସ୍ କରିଥିଲେ । ତାପରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ବିଏ ପାସ୍ କରିଥିଲେ । ସେ ଗଳ୍ପ, ଅନୁବାଦ ଗଳ୍ପ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା ଓ ନାଟକ କ୍ଷେତ୍ରରେ ମଧ୍ୟ ନିଜର ସୃଜନ ସ୍ୱାକ୍ଷର ସୃଷ୍ଟି କରିଛନ୍ତି । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ପ୍ରଜାତନ୍ତ୍ରରେ ଶୈଳରାଣୀଙ୍କର ଗଳ୍ପ "ଶୈଳ ଭାଜି ପଡ଼େ" ପ୍ରକାଶ ପାଇଥିଲା । ସେହି ଗଳ୍ପରେ ଆମ ସମାଜରେ ପ୍ରଚଳିତ କୁଶିକ୍ଷା, ଅନ୍ଧବିଶ୍ୱାସ, ନ୍ୟୁନ ମନୋଭାବ ଓ ପାତରଅନ୍ତର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଯାହା ଅନେକ ଗୁରୁଜନ ଶ୍ରେଣୀର ବ୍ୟକ୍ତିଙ୍କଠାରେ ଭ୍ରୂକୁଞ୍ଚନର କାରଣ ହୋଇଥିଲା । ତାଙ୍କ ସାହସକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ଲେଖା ମାଧ୍ୟମରେ ସୁସ୍ଥ ସାମାଜିକତା ଓ ସଂସ୍କାରକୁ ଅଗ୍ରାଧିକାର ଦେବା ପାଇଁ ଚାହିଁଥିଲେ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ହେଲା :

ଗଳ୍ପ:[ସମ୍ପାଦନା]

  • ଯୁଥଭ୍ରଷ୍ଟ
  • ବିବର୍ତ୍ତିତ
  • ପୃଥିବୀ ଓ ଚକ୍ରବ୍ୟୂହ

ଅନୁବାଦ ଗଳ୍ପ[ସମ୍ପାଦନା]

  • ସୁବର୍ଣ୍ଣଲତା
  • ଗଳିକନ୍ଦିର ଖେଳ
  • ଉପଦେଶ ସାର
  • ଯୋଗବଶିଷ୍ଠର କାହାଣୀ

ଭ୍ରମଣ କାହାଣୀ[ସମ୍ପାଦନା]

  • ଅମୃତ ଅନ୍ୱେଷଣ 

ଶିଶୁ ସାହିତ୍ୟ[ସମ୍ପାଦନା]

  • ଆଠ ସାତ ପନ୍ଦର

ସମ୍ପାଦନା[ସମ୍ପାଦନା]

ଦିବ୍ୟଜୀବନ ସଂଘର ପଲ୍ଲବ ଓ ଦିବ୍ୟସନ୍ଦେଶର ସଂପାଦନା କରିଛନ୍ତି । ସମାରୋହ ସାହିତ୍ୟ ପତ୍ରିକାର ମଧ୍ୟ ସଂପାଦନା  କରିଛନ୍ତି ।

ପୁରସ୍କାର[ସମ୍ପାଦନା]

  • ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମିଦ୍ୱାରା ସମ୍ବର୍ଦ୍ଧିତ[୩]
  • ୨୦୧୩ ମସିହାରେ ସେ ଓଡ଼ିଶା ଲେଖିକା ସଂସଦ ସମ୍ମାନ
  • ଫଲ୍ଗୁଧାରା ସମ୍ମାନ
  • ଚିରସମର୍ଥା ସମ୍ମାନ
  • କାଦମ୍ବିନୀ ସଂପାଦିକା ସମ୍ମାନ[୪]

ଦିବ୍ୟଜୀବନ ସଂଘ ଆନୁକୁଲ୍ୟରେ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବାଠାରୁ ଆରମ୍ଭ କରି ଔଷଧ ବଣ୍ଟନ ଓ ବୃଦ୍ଧାଶ୍ରମ ଯାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହିଛି, ଏ ସବୁଥିରେ ଶୈଳରାଣୀ ଅଂଶଗ୍ରହଣ କରନ୍ତି । [୫]

ଆଧାର[ସମ୍ପାଦନା]

  1. Jagannath Mohanty; Sudhansu Mohanty (2006). In Quest of Quality Education and Literature: An Autobiography. Deep & Deep Publications. pp. 211–. ISBN 978-81-7629-764-6.
  2. http://www.thehindu.com/todays-paper/tp-national/tp-otherstates/Rich-tributes-paid-to-Samaroharsquos-founder/article16329372.ece
  3. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 February 2021.
  4. http://www.odiasahitya.com/odia-literature-news/jatiya-starara-lekhaka-sammilani-anushthita/
  5. ଯୁଗଶ୍ରୀ ଯୁଗନାରୀ- ଏପ୍ରିଲ୍- ୨୦୧୩