Jump to content

ଶୃତି ଚୌଧୁରୀ

ଉଇକିପିଡ଼ିଆ‌ରୁ
ଶୃତି ଚୌଧୁରୀ
Cabinet Minister, Government of Haryana
Assumed office
17 October 2024
ରାଜ୍ୟପାଳBandaru Dattatreya
Chief MinisterNayab Singh Saini
Ministry and Departments
  • Women & Child Development
  • Irrigation & Water Resources
Member of the Haryana Legislative Assembly
Assumed office
8 October 2024
ପୂର୍ବ ଅଧିକାରୀKiran Choudhry
ପର ଅଧିକାରୀIncumbent
ନିର୍ବାଚନ ମଣ୍ଡଳୀTosham Assembly constituency
Member of Parliament, Lok Sabha
କାର୍ଯ୍ୟକାଳ
2009 – 2014
ପୂର୍ବ ଅଧିକାରୀKuldeep Bishnoi
ପର ଅଧିକାରୀDharambir Singh Chaudhary
ନିର୍ବାଚନ ମଣ୍ଡଳୀBhiwani-Mahendragarh (Lok Sabha constituency)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-10-03) ୩ ଅକ୍ଟୋବର ୧୯୭୫ (ବୟସ ୫୦)
New Delhi, India
ରାଜନୀତିକ ଦଳBharatiya Janata Party (2024–present) []
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Indian National Congress (2005–2024)
ଜୀବନ ସାଥୀArunabh Choudhry
ବୋଉKiran Choudhry
ବାପାSurender Singh
ଘରBhiwani
2 June, 2009 ସୁଦ୍ଧା

ଶୃତି ଚୌଧୁରୀ (ଜନ୍ମ: ୩ ଅକ୍ଟୋବର ୧୯୭୫) ହରିୟାଣାର ଜଣେ ଭାରତୀୟ ରାଜନେତ୍ରୀ । ଭାରତୀୟ ଜନତା ଦଳର ଏହି ନେତ୍ରୀ[] ତୋଶାମ ବିଧାନସଭା ମଣ୍ଡଳୀରୁ ବିଧାୟକ (MLA) ଭାବେ ନିର୍ବାଚିତ ହେବା ପରେ ୨୦୨୪ ଅକ୍ଟୋବର ଠାରୁ ସେ ହରିୟାଣା ସରକାରରେ ଏକ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

ଚୌଧୁରୀ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀ ଲାଲଙ୍କ ନାତୁଣୀ। ୨୦୦୫ ରୁ ୨୦୨୪ ପର୍ଯ୍ୟନ୍ତ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟା ଥିଲେ ଏବଂ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ସଂସଦରେ ଭିୱାନୀ-ମହେନ୍ଦ୍ରଗଡ଼ ଲୋକସଭା ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲେ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶୃତି ଚୌଧୁରୀଙ୍କ ଜନ୍ମ ୩ ଅକ୍ଟୋବର ୧୯୭୫ରେ ନୂଆଦିଲ୍ଲୀରେ ହୋଇଥିଲା।[] ତାଙ୍କ ପିତାମାତା ସୁରେନ୍ଦ୍ର ସିଂହ ଓ କିରଣ ଚୌଧୁରୀ, ଯେଉଁମାନେ ହରିୟାଣା ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କ ପିତୃପକ୍ଷ ଠାକୁରଦା ବଂଶୀ ଲାଲ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କ ପରିବାର ହରିୟାଣାର ପ୍ରମୁଖ ରାଜନୈତିକ ପରିବାରମାନଙ୍କ ମଧ୍ୟରୁ ଗଣ୍ୟ ଅଟନ୍ତି । ତାଙ୍କ ପରିବାର ଜାଟ ସମ୍ପ୍ରଦାୟ ସହ ସମ୍ପୃକ୍ତ।

ଚୌଧୁରୀଙ୍କ ପ୍ରାଥମିକ ଶିକ୍ଷା Convent of Jesus & Mary School ଓ Delhi Public School, ଆର୍ରେ କେ ପୁରମ ହୋଇଥିଲା। ପରେ ସେ ଇଂଲଣ୍ଡର ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ବି.ଏ. ଏବଂ ଆଗ୍ରାର ଡଃ ବି ଆର୍‌ ଆମ୍ବେଦକର ବିଶ୍ଵବିଦ୍ୟାଳୟରୁ ଏଲ୍.ଏଲ୍.ବି. ଡିଗ୍ରୀ ଅର୍ଜନ କରିଥିଲେ। ୭ ମାର୍ଚ୍ଚ ୨୦୦୩ରେ ସେ ଅଧିବକ୍ତା ଅରୁଣାଭ ଚୌଧୁରୀଙ୍କ ସହ ବିବାହ କରିଥିଲେ।

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରାରମ୍ଭରେ ଏକ ଅଧିବକ୍ତା ଭାବେ ପ୍ରାକ୍ଟିସ୍ କରୁଥିବା ଚୌଧୁରୀ ୨୦୦୫ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସ ଦଳ ତାଙ୍କୁ ୨୦୦୯ ମସିହାର ସାଧାରଣ ନିର୍ବାଚନରେ ଭିୱାନୀ-ମହେନ୍ଦ୍ରଗଡ଼ ଲୋକସଭା ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସ୍ଥାନୀୟ ଅଞ୍ଚଳରେ ତାଙ୍କ ପରିବାର ପ୍ରତି ଥିବା ସୁଭଚିନ୍ତାର ପରିଣାମରୂପେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅଜୟ ସିଂ ଚୌତାଲାଙ୍କୁ ୫୫,୦୯୭ ଭୋଟର ଅନ୍ତରରେ ପରାସ୍ତ କରିଥିଲେ। ତାଙ୍କ ଠାକୁରଦା ପୂର୍ବରୁ ଏହି ଆସନରୁ ତିନିଥର ଏବଂ ତାଙ୍କ ପିତା ଦୁଇଥର ଜିତିଥିଲେ।

୨୦୦୯-୨୦୧୪ ମଧ୍ୟରେ ସଂସଦ ସଦସ୍ୟା ଭାବେ ଚୌଧୁରୀ କୃଷି ଏବଂ ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଲୋକସଭା କମିଟିରେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ପୁନଃ ଲୋକସଭା ନିର୍ବାଚନ ଜିତି ପାରିନଥିଲେ।

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଭିୱାନୀ-ମହେନ୍ଦ୍ରଗଡ଼ ଆସନରୁ ଶୃତି ଚୌଧୁରୀଙ୍କ ପରିବର୍ତ୍ତେ ରାଓ ଦାନ ସିଂହ ପ୍ରାର୍ଥୀ କରିଥିଲା। ଜୁନ ୨୦୨୪ରେ ସେ ଏବଂ ତାଙ୍କ ମାତା କିରଣ ଚୌଧୁରୀ, ପାର୍ଟି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଙ୍ଘ ହୁଦ୍ଦାଙ୍କ ସହ ବୃଦ୍ଧିଶୀଳ ମତଭେଦ ହେତୁ କଂଗ୍ରେସ ଛାଡ଼ିଥିଲେ। ପରବର୍ତ୍ତୀକାଳରେ ୧୯ ଜୁନ ୨୦୨୪ରେ ସେମାନେ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସୈନି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସହିତ କିଛି ରାଜ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଭାରତୀୟ ଜନତା ଦଳରେ ଯୋଗ ଦେଇଥିଲେ।

  1. "Ahead Of Poll, BJP Now Has Members From Haryana's 3 Big Political Families". NDTV.
  2. "Setback for Congress in Haryana: MLA Kiran Choudhry, her daughter join BJP - BusinessToday". Business Today (in ଇଂରାଜୀ). 2024-06-19. Retrieved 2026-02-19.
  3. Times, Hindustan. "Heir conditioned - Hindustan Times". http://www.hindustantimes.com/. Archived from the original on 2014-05-03. Retrieved 2026-03-01. {{cite web}}: External link in |website= (help)
  4. "Detailed Profile - Smt. Shruti Choudhry - Members of Parliament (Lok Sabha) - Who's Who - Government: National Portal of India". www.archive.india.gov.in (in ହିନ୍ଦୀ). Retrieved 2026-03-01.