ଶୁଭ୍ରାଂଶୁ କୁମାର ମହାନ୍ତି
ଦେଖଣା
ଶୁଭ୍ରାଂଶୁ କୁମାର ମହାନ୍ତି (ଜନ୍ମ:୩-୨-୧୯୩୩) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଜଷ୍ଟିସ୍ ଶୁଭ୍ରାଂଶୁ କୁମାର ମହାନ୍ତି ୩ ଫେବୃୟାରୀ ୧୯୩୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୪-୧୦-୧୯୬୦ରେ ଅତିରିକ୍ତ ମୁନସିଫ୍ ଭାବରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇଥିଲେ । ସେହି କ୍ରମରେ ସେ ସବୋର୍ଡିନେଟ୍ ଜଜ୍, ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ୍, ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍, ଓଡ଼ିଶା ସରକାରଙ୍କ ଆଇନ ବିଭାଗର ଯୁଗ୍ମ ସଚିବ ଓ ସରକାରୀ ଆଇନ ରିମେମ୍ବ୍ରାନ୍ସର, ଜିଲ୍ଲା ଏବଂ ଦୌରା ଜଜ୍, ଓଡ଼ିଶା ଏବଂ ରାଜ୍ୟ ଶିକ୍ଷା ନ୍ୟାୟାଧିକରଣର ଅଧ୍ୟକ୍ଷ ଭାବରେ ୨୪-୧୦-୬୦ଠାରୁ ୧୦-୯-୮୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୦-୯-୧୯୮୯ଠାରୁ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ସଚିବ ଭାବରେ କାମ କରିଥିଲେ ।
ସେ ୨୧-୯-୧୯୯୦ଠାରୁ ୨-୨-୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |