Jump to content

ଶୁଭଶ୍ରୀ ବାରିକ

ଉଇକିପିଡ଼ିଆ‌ରୁ
ଶୁଭଶ୍ରୀ ବାରିକ
shree
୨୦୨୫ ମସିହାରେ ଶୁଭଶ୍ରୀ
ଜନ୍ମ
ଶୁଭଶ୍ରୀ ବାରିକ

(2003-05-07) ୭ ମଇ ୨୦୦୩ (ବୟସ ୨୨)
ଶିକ୍ଷା+୩ ବାଣିଜ୍ୟ, ରମାଦେବୀ ମହିଳା ମହାବିଦ୍ୟାଳୟ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୨୧- ଏବେଯାଏଁ
ପିତାମାତାନୃସିଂହ ବାରିକ (ପିତା) କବିତା ବାରିକ (ମାତା)
ୱେବସାଇଟhttps://www.instagram.com/shree.07__

ଶୁଭଶ୍ରୀ ବାରିକ ବା ଶ୍ରୀ ( ଇଂରାଜୀ- Subhashree Barik ) ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମୁଖ୍ୟତଃ ଓଡ଼ିଆରେ କାମ କରନ୍ତି। ସେ ୩୦ ରୁ ଅଧିକ ଭିଡିଓ ଗୀତ[] ଏବଂ ୨ ଟି ଧାରାବାହିକରେ ଅଭିନୟ କରିଛନ୍ତି। ତାଙ୍କର ପ୍ରଥମ ଓଡ଼ିଆ ଧାରାବାହିକ ଥିଲା ତରଙ୍ଗ ଟିଭିରେ ତିତଲୀ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶ୍ରୀ ୨୦୦୩ ମସିହାର ମଇ ମାସ ୭ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଶୁଭଶ୍ରୀଙ୍କ ଭାଷାରେ - " ମୁଁ ଅଷ୍ଟମ ନବମ ଶ୍ରେଣୀରୁ ପଢ଼ା ସହିତ ଓଡ଼ିଶୀ ନୃତ୍ୟ ଶିଖୁଥୁଲି । ଅନେକ ମଞ୍ଚରେ ନୃତ୍ୟ ପରିବେଷଣ କରିଛି। ପଢ଼ା ପାଇଁ ନୃତ୍ୟରୁ ଦୂରେଇ ଯାଇଥିଲି। ପରବର୍ତ୍ତୀ ସମୟରେ ଆସିଲା ଟିକ୍‌ଟକ୍ | ସେଥୁରେ ଭିଡିଓ ବନାଇଲି। ଟିକ୍‌ଟକ୍ ବ୍ୟାନ୍ ହେବା ପରେ ଇନ୍‌ଷ୍ଟାଗ୍ରାମରେ ରିଲ୍ମ କଲି। ଉକ୍ତ ପ୍ଲାଟଫର୍ମରେ ମୋତେ ମ୍ୟୁଜିକ୍ ଭିଡିଓ କରିବାକୁ ସୁଯୋଗ ମିଳିଲା। ପ୍ରଥମେ ସମ୍ବଲପୁର ମ୍ୟୁଜିକ୍ ଭିଡିଓ ‘ତୋର ପାୟଲିଆ’କୁ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ଶ୍ରୀ ପ୍ରଥମେ ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓ ‘ତୋର ପାୟଲିଆ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଶ୍ରୀଙ୍କ ଭାଷାରେ - ମୁଁ ଯେତେ ବି ମ୍ୟୁଜିକ୍ ଭିଡିଓ କରିଛି ପ୍ରାୟତଃ ଭାଇରାଲ ହୋଇଛି | ଲୋକଙ୍କ ଭଲପାଇବା ମିଳିଛି। ତେବେ ନେଗେଟିଭ୍ ଚରିତ୍ର କରିବାକୁ ଇଚ୍ଛା ଥିଲା । ଏଥିପାଇଁ ତରଙ୍ଗ ଚ୍ୟାନେଲ୍‌ରେ ଅଡିସନ୍ ଦେଇଥୁଲି | ସ୍ନାତକରେ ଅଧ୍ୟୟନ ସମୟରେ ‘ତିତ୍‌ଲି’ ଧାରାବାହିକରେ କାମ କରିବାକୁ ସୁଯୋଗ ମିଳିଲା । ଏବେ ‘ମୋ ସିନ୍ଦୂରର ଅଧିକାର’ରେ ‘ମୁକ୍ତି’ ଚରିତ୍ରରେ ଅଭିନୟ କରୁଛି। ଫୁରସତରେ ମ୍ୟୁଜିକ୍ ଭିଡିଓ ବି କରୁଛି "।[]

ତିତଲି - ଉଡିବରା ସ୍ୱପ୍ନ ନେଇ ଜଣେ ଅସାଧାରଣ ମହିଳାଙ୍କ ଅସାଧାରଣ ଯାତ୍ରାକୁ ଚିତ୍ରଣ କରେ - ଜଣେ ଗରିବ କିନ୍ତୁ ବୁଦ୍ଧିମାନ ଏବଂ ବୁଦ୍ଧିମାନ ଝିଅ, ତିତଲି, ଯିଏ ଜଣେ IAS ଅଧିକାରୀ ହେବାକୁ ଏବଂ ତାଙ୍କର କୋମଳ ଡେଣା ସାହାଯ୍ୟରେ ଆକାଶକୁ ଉଡ଼ିବାକୁ ଚାହାଁନ୍ତି। କିନ୍ତୁ, ଜୀବନ ତାଙ୍କୁ ଆଶ୍ଚର୍ଯ୍ୟ କରିଦିଏ ଯେତେବେଳେ ସେ ଅର୍ଜୁନଙ୍କୁ ଭେଟନ୍ତି, ଜଣେ ନୀତିବାଦୀ ଏବଂ ଶୃଙ୍ଖଳିତ IAS ଅଧିକାରୀ ଯାହାଙ୍କ ଦୁନିଆ କେବଳ ତାଙ୍କ କାମ ଉପରେ ଘୂରି ବୁଲୁଛି। ଯେତେବେଳେ ଭାଗ୍ୟ ସେମାନଙ୍କ ଜୀବନକୁ ଏକ ଗଣ୍ଠିରେ ବାନ୍ଧିଦିଏ, ତିତଲି ଏବଂ ଅର୍ଜୁନ ଏପରି ଏକ ଯାତ୍ରା ଆରମ୍ଭ କରନ୍ତି ଯାହା ପୂର୍ବରୁ କେବେ ଦେଖାଯାଇନଥିଲା।ଏହାର ପ୍ରସାରଣ ୨୯ ମଇ ୨୦୨୩ରୁ ତରଙ୍ଗ ଟିଭିରେ ଆରମ୍ଭ ହୋଇଥିଲା । []

ଅଭିନୀତ କଥାଚିତ୍ର

[ସମ୍ପାଦନା]

ଟିଭି ସିରିଏଲ

[ସମ୍ପାଦନା]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ସିରିଏଲ ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୨୩-୨୦୨୪ ତିତ୍‌ଲି ତିତ୍‌ଲି []
୨୦୨୪-ବର୍ତ୍ତମାନ ମୋ ସିନ୍ଦୂରର ଅଧିକାର ହେମନ୍ତ କୁମାର ଦାସ ମୁକ୍ତି
ବର୍ଷ ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶକ ସଙ୍ଗୀତ ଗାୟକ/ଗାୟିକା
୨୦୨୧ ତୋର ପାୟଲିଆ ଗଜେନ୍ଦ୍ର ଜି କେ ରାଜା ବାଘ ନୀଲ ସାଗର ସ୍ୱାଗତିକା
ମୁଁ ତୋ ପାଇଁ ark ସ୍ବାଧିନ ସ୍ୱରୂପ ସ୍ବାଧିନ ସ୍ୱରୂପ
୨୦୨୧ ଗୁଲାପି ରାନୀ କରନ କୁମାର କମଲେଶ ଚକ୍ରବର୍ତ୍ତୀ ଅଙ୍କିତ ରାଜ ସଂଧ୍ୟାରାଣୀ ପଟ୍ଟଯୋଶୀ
୨୦୨୨ ମୋର୍ ଲଭ ଗୁଡ଼ିଆ ଉଜ୍ଜଲ ଯୋଶୀ ପ୍ରକାଶ ଦୁରିଆ ହୁମାନ ସାଗର ଅର୍ଚନା ପାଢ଼ୀ
ଚମ୍ପାରେ ଦିବ୍ୟଜ୍ୟୋତି ଉଦୟସିଂହ ପ୍ରୀତିରଞ୍ଜନ ପ୍ରଧାନ ପପୁ ପମ ପମ
  1. https://open.spotify.com/playlist/4qcDefgece8VOinmk0yKBA?si=WeaBOW_lRb-KI0MBSBZOyw&nd=1&utm_medium=organic&product=open&%24full_url=https%3A%2F%2Fopen.spotify.com%2Fplaylist%2F4qcDefgece8VOinmk0yKBA%3Fsi%3DWeaBOW_lRb-KI0MBSBZOyw&feature=organic&_branch_match_id=1501885517012652631&_branch_referrer=H4sIAAAAAAAAA72N0QqCMBiFn2bepaUREUhoEUSEUFDQjcz1T4e%2F2%2Fo3CW969izoFYJzcTgfH6fx3rpVFDlrvJJDyK0NUek2Wlsy91741FjQAYvnskcse8K0%2BSgsyVi8G%2FPB4c8Wphsni3xA5fxY5w%2BxBVmDgOWlULprp8Mhz1iyc4ol2yvwvLiWeKomh%2F30mJ%2FzWzE8v2ccseKi%2Fcshixf6PtJZIIH7niA1VHOtRPAikECkdF1WZJ4OKN00ZDp4A25QFBM3AQAA
  2. https://www.sakalaepaper.com/clip/644339
  3. https://www.sakalaepaper.com/clip/644339
  4. https://www.afaqs.com/companies/tarang-tv-is-launching-unique-extraordinary-and-disruptive-stories-starting-on-may-29
  5. https://odishatv.in/news/entertainment/tarang-brings-two-new-mega-series-titli-and-tori-pain-to-pain-on-raja-check-telecast-timings-205198