ଶୁଦ୍ଧୋଦନ
| ଶୁଦ୍ଧୋଦନ | |
|---|---|
| Ruler of the Shakyas | |
| ପୂର୍ବାଧିକାରୀ | Sihahanu |
| ଉତ୍ତରାଧିକାରୀ | Mahanama |
| ଜୀବନସାଥୀ | Maya Mahāprajāpatī Gautamī |
| ସନ୍ତାନସନ୍ତତିଗଣ | |
| |
| ବାପା | Sihahanu |
| ମାଆ | Kaccanā |
| ଜନ୍ମ | Kapilavastu, Shakya (The ancient city of Kapilavastu in present-day Nepal[୧]) |
| ମୃତ୍ୟ | Kapilavastu, Shakya (The ancient city of Kapilavastu in present-day Nepal[୨]) |
ଶୁଦ୍ଧୋଦନ (ସଂସ୍କୃତ: शुद्धोदन; ପାଳି: Suddhodana), (ଯାହାର ଅର୍ଥ “ଯିଏ ପବିତ୍ର ଧାନ ଚାଷ କରେ” [୩]) ଥିଲେ ସିଦ୍ଧାର୍ଥ ଗୌତମଙ୍କ (ବୁଦ୍ଧଙ୍କ) ପିତା ।[୪] ଶୁଦ୍ଧୋଦନ ଥିଲେ ଶାକ୍ୟ ବଂଶର ଏକ ନେତା । ଶାକ୍ୟ ବଂଶଜ ମାନେ ଏକ ଗଣତନ୍ତ୍ରାତ୍ମକ ରାଜ୍ୟରେ ରହୁଥିଲେ, ଯାହାର ରାଜଧାନୀ ଥିଲା କପିଳବସ୍ତୁ । ପରେ ରଚିତ ବୁଦ୍ଧଜୀବନ ଗାଥା ଗୁଡିକରେ ଶୁଦ୍ଧୋଦନଙ୍କୁ ସାଧାରଣତଃ “ରାଜା” ଭାବେ ବର୍ଣ୍ଣନା କରାଯାଇଛି,କିନ୍ତୁ ଏହାର ପ୍ରମାଣ ସୁନିଶ୍ଚିତ ନୁହେଁ ଓ ଆଧୁନିକ ଗବେଷକମାନଙ୍କ ମତରେ ଏହି ତଥ୍ୟ ସନ୍ଦେହମୁକ୍ତ ନୁହେଁ ।
ପରିବାର
[ସମ୍ପାଦନା]ରାଜା ଶୁଦ୍ଧୋଦନଙ୍କ ପୂର୍ବପୁରୁଷ ଥିଲେ ମହା ସମ୍ମତ (ଯେଉଁମାନଙ୍କୁ କଳ୍ପର ପ୍ରଥମ ରାଜା ବୋଲି କୁହାଯାଏ) । ଶୁଦ୍ଧୋଦନଙ୍କ ପିତା ଥିଲେ ସିହହନୁ ଓ ମାତା କଚ୍ଚନା । ତାଙ୍କ ପ୍ରଧାନ ସ୍ତ୍ରୀ ବା ରାଣୀ ଥିଲେ ମହାମାୟା, ଯାହାଙ୍କ ସହିତ ତାଙ୍କର ପୁତ୍ର ସିଦ୍ଧାର୍ଥ ଗୌତମ (ପରେ ଯିଏ ଶାକ୍ୟମୁନି — “ଶାକ୍ୟମାନଙ୍କ ଋଷି” ଭାବେ ପରିଚିତ ହେଲେ) ଜନ୍ମିଥିଲେ । ସିଦ୍ଧାର୍ଥଙ୍କ ଜନ୍ମ ପରେ ମହାମାୟାଙ୍କ ଦେହାନ୍ତ ହୋଇଥିଲା । ତା’ପରେ ଶୁଦ୍ଧୋଦନ ମହାମାୟାଙ୍କ ଭଉଣୀ ମହାପଜାପତୀ ଗୋତମୀଙ୍କୁ ବିବାହ କରି ମୁଖ୍ୟ ରାଣୀ ଭାବେ ସ୍ଥାନ ଦେଲେ । ତାଙ୍କ ସହିତ ଶୁଦ୍ଧୋଦନଙ୍କ ଦୁଇଜଣ ସନ୍ତାନ ହେଲେ; ପୁତ୍ର ନନ୍ଦ ଓ କନ୍ୟା ସୁନ୍ଦରୀ ନନ୍ଦା । ଏହି ଦୁହେଁ ପରେ ବୌଦ୍ଧ ସଂଘରେ ଦିକ୍ଷା ନେଇ ସନ୍ନ୍ୟାସୀ ହୋଇଥିଲେ । ୧୬ ବର୍ଷ ବୟସରେ ସିଦ୍ଧାର୍ଥ ତାଙ୍କ ଜଣେ ଜଣେ ମାଉସୀ ଝିଅ ଯଶୋଧରାଙ୍କ ସହ ବିବାହ କଲେ । ଯଶୋଧରା ଥିଲେ ମହାମାୟା ଓ ମହାପଜାପତୀଙ୍କ ଭଉଣୀର ଝିଅ । କିଛି ତଥ୍ୟ ଅନୁସାରେ ଯଶୋଧରାଙ୍କ ପିତା ଥିଲେ ସୁପ୍ପବୁଦ୍ଧ , କିନ୍ତୁ ଅନ୍ୟ କିଛି ଆଖ୍ୟାନ ଅନୁସାରେ ସେ ଥିଲେ ଦଣ୍ଡପାଣି ।[୫]
ସବୁଠାରୁ ପ୍ରାଚୀନ ବୌଦ୍ଧ ଗ୍ରନ୍ଥଗୁଡିକରେ ଶୁଦ୍ଧୋଦନ ଓ ତାଙ୍କ ପରିବାରକୁ ରାଜବଂଶୀ ଭାବେ ବର୍ଣ୍ଣନା କରାଯାଇନାହିଁ । ପରେ ଲିଖିତ ଗ୍ରନ୍ଥମାନେ ସମ୍ଭବତଃ ପାଳି ଶବ୍ଦ ରାଜା (rājā)ର ସଠିକ ଅନୁବାଦରେ ଅସୁବିଧା ହୋଇଥିଲା । ପାଳି ଭାଷାରେ ଏହି ଶବ୍ଦର ଅର୍ଥ “ରାଜା”, “କୁମାର”, “ଶାସକ” କିମ୍ବା “ପ୍ରଶାସକ” ସବୁ ହୋଇପାରେ । ଅନେକ ଗବେଷକ ମନେ କରନ୍ତି ଯେ ବୁଦ୍ଧଙ୍କ ଜୀବନ, ଶିକ୍ଷା ଓ ସମୟ ସମ୍ପର୍କରେ କିଛି କାହାଣୀ ପରେ ଯୋଡ଼ା ଯାଇଥିବା ସମ୍ଭାବନା ରହିଛି ।[୬][୭]
ସିଦ୍ଧାର୍ଥଙ୍କ ଜନ୍ମ
[ସମ୍ପାଦନା]ସିଦ୍ଧାର୍ଥ ଗୌତମଙ୍କ ଜନ୍ମ ଲୁମ୍ବିନୀରେ ହୋଇଥିଲା ଓ ସେ କପିଳବସ୍ତୁରେ ଶାକ୍ୟ ରାଜ୍ୟରେ ଲାଳିତ ପାଳିତ ହୋଇଥିଲେ । ପାରମ୍ପରିକ କଥାଅନୁସାରେ, ଶୁଦ୍ଧୋଦନ ତାଙ୍କ ପୁତ୍ର ସିଦ୍ଧାର୍ଥକୁ ଶ୍ରମଣ (ସନ୍ନ୍ୟାସୀ) ହେବାରୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କଲେ । ସେ ତାଙ୍କୁ ରାଜ ମହଲରୁ ବାହାରିବାକୁ ନିଷେଧ କରିଥିଲେ ଓ ସମସ୍ତ ଭୋଗବିଲାସ ଓ ସ୍ତ୍ରୀ-ସଙ୍ଗତି ସହ ଘେରି ରଖିଥିଲେ । କିନ୍ତୁ ୨୯ ବର୍ଷ ବୟସରେ, ଚାରିଟି ଦର୍ଶନ (ଜରା, ବ୍ୟାଧି, ମୃତ୍ୟୁ ଓ ସନ୍ନ୍ୟାସୀ) ଦେଖିବା ପରେ, ସିଦ୍ଧାର୍ଥ ମଣିଷ ଜୀବନର ଦୁଃଖ ଦୁର୍ଦ୍ଦଶାର ଉତ୍ତର ଖୋଜିବା ପାଇଁ ପତ୍ନୀ ଯଶୋଧରା ଓ ଶିଶୁପୁତ୍ର ରାହୁଳଙ୍କୁ ପଛରେ ରଖି ଘର ଛାଡ଼ିଲେ ।
ଏହି ଘଟଣାକୁ ପାରମ୍ପରିକ ଭାବରେ “ମହାଭିନିଷ୍କ୍ରମଣ” (Mahābhiniṣkramaṇa) ବୋଲି କୁହାଯାଏ ।
ପରବର୍ତ୍ତୀ ଜୀବନ
[ସମ୍ପାଦନା]ସିଦ୍ଧାର୍ଥଙ୍କ ପ୍ରସ୍ଥାନରେ ଶୁଦ୍ଧୋଦନ ଅତ୍ୟନ୍ତ ବିଷାଦଗ୍ରସ୍ତ ହେଲେ ଓ ତାଙ୍କୁ ଖୋଜିବା ପାଇଁ ବହୁ ପ୍ରୟାସ କଲେ । ସାତ ବର୍ଷ ପରେ, ସିଦ୍ଧାର୍ଥଙ୍କ ବୋଧିଲାଭ ସମ୍ବାଦ ଶୁଣି, ଶୁଦ୍ଧୋଦନ ନ’ଜଣ ଦୂତକୁ ପଠାଇଲେ ଯେ, ବୁଦ୍ଧଙ୍କୁ ଫେରାଇ ଆଣିବାକୁ । କିନ୍ତୁ ବୁଦ୍ଧ ସେମାନଙ୍କୁ ଧର୍ମ ଶିଖାଇଲେ ଓ ସେମାନେ ସଂଘରେ ଦିକ୍ଷା ନେଲେ । ତା’ପରେ ଶୁଦ୍ଧୋଦନ ସିଦ୍ଧାର୍ଥଙ୍କ ମିତ୍ର କାଳୁଦାୟୀ ଙ୍କୁ ଏହି ଉଦ୍ଦେଶ୍ୟରେ ପଠାଇଲେ । କାଳୁଦାୟୀ ମଧ୍ୟ ସନ୍ନ୍ୟାସୀ ହେଲେ, କିନ୍ତୁ ବୁଦ୍ଧଙ୍କୁ ତାଙ୍କ ଘରକୁ ଫେରିବା ପାଇଁ ଆମନ୍ତ୍ରଣ କଲେ । ବୁଦ୍ଧ ତାଙ୍କ ପିତାଙ୍କ ଆମନ୍ତ୍ରଣ ଗ୍ରହଣ କରି କପିଳବସ୍ତୁକୁ ଫେରିଲେ ଓ ଶୁଦ୍ଧୋଦନଙ୍କୁ ଧର୍ମ ଉପଦେଶ ଦେଇ ଫେରିଗଲେ ।
ଚାରି ବର୍ଷ ପରେ, ଯେତେବେଳେ ବୁଦ୍ଧ ଶୁଣିଲେ ଯେ ତାଙ୍କ ପିତା ମୃତ୍ୟୁଶଯ୍ୟାରେ ଅଛନ୍ତି, ସେ ପୁନଃ ଘରକୁ ଫେରିଲେ ଓ ଶୁଦ୍ଧୋଦନଙ୍କୁ ଅନ୍ତିମ ଧର୍ମ ଉପଦେଶ ଦେଲେ ।ଶେଷରେ, ଶୁଦ୍ଧୋଦନ ନିର୍ବାଣ ପ୍ରାପ୍ତ କଲେ ବା ପରଲୋକ ଗମନ କଲେ ।
ଆଧାର
[ସମ୍ପାଦନା]- ↑ Tuladhar, Swoyambhu D. (November 2002), "The Ancient City of Kapilvastu - Revisited" (PDF), Ancient Nepal (151): 1–7, archived from the original (PDF) on 2016-01-09, retrieved 2025-11-01
- ↑ Tuladhar, Swoyambhu D. (November 2002), "The Ancient City of Kapilvastu - Revisited" (PDF), Ancient Nepal (151): 1–7, archived from the original (PDF) on 2016-01-09, retrieved 2025-11-01
- ↑ Schumann, H.W. (2016). Historical Buddha: The Times, Life and Teachings of the Founder of Buddhism. Motilal Banarsidass. p. 6. ISBN 978-8120818170.
- ↑ In the Pāli Canon, there are only two discourses that explicitly reference Suddhodana: DN 14, Mahāpadāna Sutta, and in the versified prologue of Sn 3.11, Nālaka Sutta. In each of these discourses, Suddhodana is represented simply as the Buddha's father and as a Sakyan ruler. For a translation of the latter discourse, see Thanissaro, 1998.
- ↑ Schumann, H.W. (2016). Historical Buddha: The Times, Life and Teachings of the Founder of Buddhism. Motilal Banarsidass. p. 24. ISBN 978-8120818170.
- ↑ Gombrich, 1988, pp. 18-19, 50-51
- ↑ Tropper, Kurt (2013). Tibetan Inscriptions. BRILL Academic. pp. 60–61, with footnotes 134–136. ISBN 978-90-04-25241-7.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |