ଶିଶିର ପାର୍ଖିଏ

ଉଇକିପିଡ଼ିଆ‌ରୁ
ଶିଶିର ପାର୍ଖିଏ
ଶିଶିର ପାର୍ଖିଏ
Background information
ଜନ୍ମ(1967-11-07)୭ ନଭେମ୍ବର ୧୯୬୭
Nagpur, Maharashtra, India
ଶୈଳୀGhazal, Devotional, Bhajan, Music of Bollywood
ପେଷାSinger, Composer
ବାଦ୍ୟଯନ୍ତ୍ରHarmonium, Tabla
କାର୍ଯ୍ୟକାଳ1989–present
ଲେବଲ

ଶିଶିର ପାର୍ଖିଏ ଜଣେ ବ‌ହୁଳ ପ୍ରଶଂସିତ ଗଜଲ ଯାୟକ ଥିଲେ ଯିଏ ଶ୍ରେଷ୍ଠ ଆଲବନମ ଶ୍ରେଣୀରେ ସମ୍ମାନନୀୟ 'ଗ୍ଲୋବାଲ ଭାରତୀୟ ଏକାଡେମୀ ପୁରସ୍କାର' (Global Indian Music Academy Awards) ନିମନ୍ତେ ଦୁଇ ଥର ମନୋନୀତ ହୋଇଥିଲେ । ସାରା ଦେଶ ଓ ବିଦେଶରେ ସେ ଶ୍ରୋତାମାନଙ୍କୁ ନିଜର ଅତୁଳନୀୟ ଗଜଲ ଗାନ ଶୈଳୀ ପ୍ରଦର୍ଶନ କରି ପ୍ରସନ୍ନ ଓ ସମ୍ମୋହିତ କରିପାରୁଥିଲେ । ଶିଶିର ଜଣେ ଦକ୍ଷ ସଂଯୋଜକ ଓ ପ୍ରଚ୍ଛଦପଟ ଗାୟକ ଥିଲେ ଓ ଭଜନ, ଗୀତ ଓ ଭକ୍ତି ସଙ୍ଗୀତ ତ‌ଥା ଚଳଚ୍ଚିତ୍ର ସଙ୍ଗୀତ ଗାଇବା ନିମନ୍ତେ ବ‌ହୁଳ ଭାବରେ ଜଣାଶୁଣା ଥିଲେ ।

ପ୍ରାକ୍ ଜୀବନ[ସମ୍ପାଦନା]

ସଶକ୍ତ ସଙ୍ଗୀତ ପୃଷ୍ଠଭୂମି ଥିବା ଏକ ପରିବାରରେ ଶିଶିର ଜନ୍ମ ଗ୍ରହଣ କରି ଅଳ୍ପ ବୟସରୁ ତାଙ୍କ ମାତା ପ୍ରତିମା ପାର୍ଖିଏଙ୍କଠାରୁ ସଙ୍ଗୀତ ପ୍ରଶିକ୍ଷଣ ନେଇଥିଲେ । ବୋକାରୋ ସ୍ଟିଲ ସ‌ହରରେ ତାଙ୍କ ପିତା ରଘୁନାଥ ପାର୍ଖିଏ ଡେପଟୀ ବାସ୍ତୁକାର ଭାବରେ କର୍ମରତ ଥିଲେ । ଅଲ ଇଣ୍ଡିଅ ରେଡିଓ, ରାଞ୍ଚିରେ ତାଙ୍କ ମାତା ପ୍ରତିମା ନିୟମିତ ଭାବରେ ଗୀତ ଗାଉଥିଲେ । ମାତ୍ର ଛଅ ବର୍ଷ ବୟସରୁ ଶିଶିର ଗୀତ ଗାଇବାକୁ ଆରମ୍ଭ କରିଥିଲେ । ଶ୍ରୀ କେଦାରନାଥ ଠାକୁରଙ୍କଠାରୁ ସେ ତିନି ବର୍ଷ ଧରି ତବଲା (Tabla) ବଜେଇବା ଶିକ୍ଷା କରିଥିଲେ । ତାହା ପରେ ପରେ ସେ ମଞ୍ଚରେ ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ତାଙ୍କର ଅତୁଳନୀୟ ପ୍ରଦର୍ଶନ ଯୋଗୁ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ ଓ ପନ୍ଦର ବର୍ଷ ବୟସରେ ସେ ପ୍ରଥମ ଏକ‌କ ପ୍ରଦର୍ଶନ କରି ବୋକାରୋ ସ‌ହରର ଗଜଲ ଗୋଷ୍ଠିରୁ ଅନେକ ଯୁକ୍ତାତ୍ମକ ଟିପ୍ପଣୀ ପାଇଥିଲେ । ୧୯୭୯ ମସିହାର ସେ ଆନ୍ତର୍ଜାତୀୟ ଶିଶୁ ଦିବସ ଉପଲକ୍ଷେ ହୋଇଥିବା ଜାତୀୟ ସ‌ହବାଦନ ବା କନସର୍ଟରେ (concert) ଏକ ପୁରସ୍କାର ପାଇଥିଲେ । ସେ ସେଣ୍ଟ ଜାଭିଅର ସ୍କୁଲ, ବୋକାରରୁ ମାଧ୍ୟମିକ ଶିକ୍ଷା ସାର୍ଟିଫିକେଟ ପାଇଥିଲେ ଓ ତା'ପରେ ସେ ଉଚ୍ଚ ଶିକ୍ଷା ଲାଭ କରିବାକୁ ନାଗପୁର ଗଲେ ।

ନାଗପୁରର ହିସଲୋପ କଲେଜରୁ ସେ ସାଧାରଣ ବିଜ୍ଞାନ ସ‌ହିତ ଏଚଏସଏସସି (HSSC) ପରୀକ୍ଷାର ପାସ କରିଥିଲେ । ଏହା ପରେ ସେ ଇଲେକଟ୍ରନିକ ଇଞ୍ଜିନିଅରିଙ୍ଗ ପାଠ କରିବା ନିମନ୍ତେ ସେ ଗୋନ୍ଦିଆର ମନୋହରଭାଇ ପଟେଲ ଇନସ୍ଟିଚ୍ୟୁଟ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜିରେ ନାମ ଲେଖାଇଥିଲେ କିନ୍ତୁ ମାତ୍ର ଦୁଇ ବର୍ଷ ପରେ ନାଗପୁରର ୱିସିସିଇକୁ ଚାଲିଗଲେ ଓ ସେଠାରେ ବିଭିନ୍ନ ସଙ୍ଗୀତ ଦଳରେ ରହି ଯୁଗ୍ମ ଭାବରେ ପ୍ରଦର୍ଶନ କରିଥିଲେ ଓ ଏକ‌କ ଗଜଲ ପ୍ରଦର୍ଶନ ମଧ୍ୟ କରିଥିଲେ । ସେ ଅନେକ ବ୍ୟବସାୟୀକ ବିଜ୍ଞାପନ ଗୀତ ଗାଇଥିଲେ । ଏହା ପରେ ସେ ଦୂରଦର୍ଶନ ନିମନ୍ତେ ସଂଯୋଜକ ତ‌ଥା ଗାୟକ ଭାବରେ ଯୋଗ ଦେଇ ଅନେକ ସଙ୍ଗୀତ ଆଲବମ ପ୍ରସ୍ତୁତ କରିଥିଲେ । ଡକ୍ଟର ନାରାୟଣରାଓ ମଙ୍ଗ୍ରୁଲକର ଓ ଶୀମତି ରେଖା ସାନେଙ୍କଠାରୁ ସେ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତ ଶିକ୍ଷା କରିଥିଲେ । ଅବଶେଷରେ ସେ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟରୁ (Akhil Bharatiya Gandharva Mahavidyalaya) ସଙ୍ଗୀତ ବିଶାରଦ ଡିଗ୍ରୀ ଲାଭ କରିଥିଲେ ।

ଗଜଲ ଆଲବମ[ସମ୍ପାଦନା]

1. ଅହତେରାମ (Ahteraam) - ବିଖ୍ୟାତ କବିମାନଙ୍କୁ ଶ୍ରଦ୍ଧଞ୍ଜଳୀ[୧] (୨୦୦୮)

2. ଆଉ ଥରେ ଗଜଲ[୨] (୨୦୦୯)

3. ରୁମାନିୟତ[୩] (୨୦୧୧)

4. ଖୁଲୁସ[୪] (୨୦୧୨)

5. ଆତିଶ ଥା ଅଫତାବ ଥା[୫] (୨୦୧୨)

6. ସିୟାହତ[୬] (୨୦୧୩)

7. ଆଶନାଇ[୭] (୨୦୧୪)

8. କୁରବତ[୮] (୨୦୧୬)

9. ବିରାସତ [୯] (୨୦୨୦)

ଆଧାର[ସମ୍ପାଦନା]

  1. https://g.co/kgs/bYWPWC
  2. https://g.co/kgs/Vd15Ug
  3. https://g.co/kgs/KeFmbW
  4. "ଆର୍କାଇଭ୍ କପି". Archived from the original on 2013-02-17. Retrieved 2022-03-04. {{cite web}}: Cite has empty unknown parameter: |1= (help)
  5. http://www.cdbaby.com/cd/shishirparkhie
  6. https://g.co/kgs/afEh7S
  7. https://g.co/kgs/mpNhv8
  8. https://g.co/kgs/DkqsUJ
  9. https://g.co/kgs/yAjxMq