୨୦୨୧ ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ବିତ୍ପାତ
ଦେଖଣା
(ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ଦୁର୍ବିପାକରୁ ଲେଉଟି ଆସିଛି)
ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ବିତ୍ପାତ, ୨୦୨୧ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାସ୍ଥିତ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଉପରେ ପର୍ଯ୍ୟବସିତ ।[୧][୨]
ନିଆଁ ବ୍ୟାପିବାର କାରଣ
[ସମ୍ପାଦନା]ଶିମିଳପାଳ ଜଙ୍ଗଲରେ ବିଭିନ୍ନ କାରଣ ବଶତଃ ନିଆଁ ଲାଗିଥାଏ:[୩]
- ପ୍ରାକୃତିକ
- ବିଜୁଳି/ଚଡ଼କ ପଡି଼ବାଦ୍ୱାରା
- ଖରାଦିନରେ ଶୁଖିଲା ପତ୍ର/ଡାଳ ଘଷିହୋଇ
- ମନୁଷ୍ୟକୃତ
- ମହୂଲ ଫୁଲ ତଳୁ ଗୋଟାଇବାପାଇଁ ସ୍ଥାନୀୟ ଅଧିବାସୀ ଶାଳ ଗଛର ଶୁଖିଲା ପତ୍ରରେ ନିଅଁ ଲଗାଇ ସଫା କରିଦିଅନ୍ତି ।
- ବଣୁଆ ଜନ୍ତୁ ଶିକାର ପାଇଁ ଶିକାରୀମାନେ ବନ୍ୟଜନ୍ତୁ ରହୁଥିବା ଗୋଟିଏ ପାର୍ଶ୍ବରେ ନିଆଁ ଲଗେଇଦେଇଥାନ୍ତି ।
ଏହି ନିଆଁ ଉଭୟ ମନୁଷ୍ୟକୃତ ଏବଂ ଶୁଖିଲା ପାଣିପାଗଯୋଗୁଁ ଖୁବ ତୀବ୍ରଗତିରେ ବ୍ୟାପୁଥିବାର ଅନୁମାନ କରାଯାଉଥିଲା ।[୪]
ନିଆଁର ପ୍ରକୋପ
[ସମ୍ପାଦନା]ଶିମିଳିପାଳ ଜାତୀୟ ଉଦ୍ୟାନ ୨,୭୫୦ ବର୍ଗକିଲୋମିଟର କ୍ଷେତ୍ରରେ ଅବସ୍ଥିତ । ୩ ମାର୍ଚ୍ଚ ୨୦୨୧ ସୁଦ୍ଧା ମୋଟ ୨୧ଟି ଜଙ୍ଗଲ ଶ୍ରେଣୀରୁ ୮ଟିରେ ନିଆଁ ବ୍ୟାପିଯାଇଥିଲା ।[୫][୬]
ଅଗ୍ନି ପ୍ରଶମନ
[ସମ୍ପାଦନା]ସାଧାରଣତଃ ନିଆଁ ଲିଭାଇବାପାଇଁ ନିମ୍ନଲିଖିତ ପଦକ୍ଷେପମାନ ନିଆଯାଇଥାଏ:[୪]
- ଏହିପ୍ରକାର ନିଆଁ ସାଧାରଣତଃ ପ୍ରାକୃତିକ ବର୍ଷା ହେଲେ ଆପେ ଆପେ ଲିଭିଯାଇଥାଏ ।
- ନିଆଁ ଲାଗିବାର ସମୟକୁ ଆଗୁଆ ଆକଳନ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୂର୍ବ ପ୍ରସ୍ତୁତି ହୋଇଥାଏ ।
- ଗୋବର କିମ୍ବା ଜୈବଗ୍ୟାସ ଥିବା ସ୍ଥାନକୁ ଆଗୁଆ ସଫା କରାଯାଇ
- ବଣ୍ୟଜନ୍ତୁ ଶିକାରୀମାନଙ୍କୁ କରାୟତ୍ତ କରି କିମ୍ବା
- ନିଆଁ ରୋକିବାକୁ ଅଗ୍ନି ରେଖା (ଫାୟାର ଲାଇନ) କରାଯାଇ ନିଆଁକୁ ବ୍ୟାପିବାକୁ ଦିଆଯାଇନଥାଏ । ଯାହାକି ଜଙ୍ଗଲକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ପକାଯାଇଥାଏ ।
୨୦୨୧ ମସିହାରେ ୧୨୦୦ରୁ ଅଧିକ ପୃଷ୍ଠଭୂମି କର୍ମଚାରୀ, ୨୨୫ ଅଗ୍ନି ପର୍ଯ୍ୟବେକ୍ଷଣକାରୀ ଏବଂ ୨୪୦ଜଣ ଅଗ୍ନି ନିର୍ବାପନକାରୀ କାମ କରିଥିଲେ ।[୧]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ Barik, Satyasundar (2021-03-03). "Massive fire threatens to cause colossal damage to Similipal Biosphere". The Hindu (in Indian English). ISSN 0971-751X. Retrieved 2021-03-08.
- ↑ https://www.newindianexpress.com/states/odisha/2021/mar/08/fire-fighting-forest-dept-seeks-community-help-2273754.html
- ↑ https://www.outlookindia.com/website/story/india-news-a-raging-forest-fire-that-no-one-talks-about/376412
- ↑ ୪.୦ ୪.୧ https://indianexpress.com/article/explained/simplipal-forest-fire-explained-7213375/
- ↑ https://www.indiatoday.in/india/story/wildfire-rages-on-in-odisha-s-similipal-tiger-reserve-cm-orders-action-1775363-2021-03-04
- ↑ https://www.hindustantimes.com/india-news/nasa-satellites-show-fires-still-raging-over-similipal-rest-of-odisha-101614927032452.html