ଶିବ ପ୍ରସାଦ ତ୍ରିପାଠୀ
ଦେଖଣା
ଶିବ ପ୍ରସାଦ ତ୍ରିପାଠୀ ଜଣେ ବରିଷ୍ଠ ସାମ୍ବାଦିକ, ପତ୍ରିକା ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।
ସେ ୧୯୫୨ ମସିହା ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁର ଜିଲ୍ଲାର ଲର୍ବଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିବ ପ୍ରସାଦଙ୍କ ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ରୁଚି ରହିଥିଲା । ସେ ହୀରାଖଣ୍ଡ, ପ୍ରଜାତନ୍ତ୍ର ଭଳି ଅନେକ ପତ୍ରିକାରେ ସାମ୍ବାଦିକତା କରିବା ସହ 'ବର୍ତ୍ତମାନ' ନାମକ ଏକ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।[୧] ସେ ମଙ୍ଗୁଳୁଚରଣ ରଚନାବଳୀ ଏବଂ ରାମଚନ୍ଦ୍ର ରଥ ଗ୍ରନ୍ଥାବଳିର ସଂକଳକ ଅଟନ୍ତି ।[୨] ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦାୟିତ୍ବ ନିର୍ବାହ କରିବା ସହ ଶିବ ପ୍ରସାଦ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ପ୍ରତିଷ୍ଠାତା ସଦସ୍ୟ ବି ଥିଲେ ।[୩]
୭୦ ବର୍ଷ ବୟସରେ ୨୩ ଫେବୃୟାରୀ ୨୦୨୨ ଦିନ ସମ୍ବଲପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।[୩]
ସାହିତ୍ୟକୃତି
[ସମ୍ପାଦନା]- ସମ୍ବାଦପତ୍ରର ବିକାଶ ଓ ସାମ୍ବାଦିକତା
- କାଳଜୟୀ ମହତାବ
- ମେହେର ସାହିତ୍ୟ ସଂପଦ
- କରୁଣାମୟୀ ସମଲେଶ୍ଵରୀ
- ସମ୍ବଲପୁରରେ ଓଡ଼ିଆ ଭାଷାର ଉଚ୍ଛେଦ ଓ ପୁନଃ ପ୍ରଚଳନ
- ଭାଷାପ୍ରେମୀ ଶ୍ରୀପତି ମିଶ୍ର
ସମ୍ମାନ
[ସମ୍ପାଦନା]- ଗୁରୁ ପ୍ରଣାମ ସମ୍ମାନ (ଦୟାନନ୍ଦ ସର୍ଭିସ ମିଶନ, ଭୁବନେଶ୍ଵର ପକ୍ଷରୁ)
- ରାଜକିଶୋର ଦାଶ ସମ୍ମାନ (କଟକରୁ)
- ସତୀର୍ଥ ସମ୍ମାନ(କେନ୍ଦ୍ରାପଡାରୁ)
ଆଧାର
[ସମ୍ପାଦନା]- ↑ ତ୍ରିପାଠୀ, ଶିବ ପ୍ରସାଦ. "ଓଡ଼ିଶାରେ ସମାଦପତ୍ର ପ୍ରକାଶନର ଧାରା" (PDF). web.archive.org. Archived from the original (PDF) on 25 April 2019. Retrieved 12 April 2025.
- ↑ "ଶିବ ପ୍ରସାଦ ତ୍ରିପାଠୀଙ୍କ ଇହଲୀଳା ସମ୍ବରଣ" (PDF). odishasahityaakademi.org. Retrieved 12 April 2025.
- ↑ ୩.୦ ୩.୧ Digital, Sambad (2022-02-23). "ଶିବ ପ୍ରସାଦ ତ୍ରିପାଠୀଙ୍କ ପରଲୋକ". Sambad. Retrieved 2025-04-12.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |