ଶିବ ପୁରାଣ

ଶିବ ପୁରାଣ ସମସ୍ତ ପୁରାଣମାନଙ୍କ ମଧ୍ୟରେ ସବୁଠୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଏବଂ ସବୁଠୁ ବେଶି ପଢ଼ାଯାଉଥିବା ପୁରାଣମାନଙ୍କ ମଧ୍ୟରୁ ଗୋଟିଏ । ଏଥିରେ ଭଗବାନ୍ ଶିବଙ୍କ ବିଭିନ୍ନ ରୂପ, ଅବତାର, ଜ୍ୟୋତିର୍ଲିଙ୍ଗ, ଭକ୍ତମାନଙ୍କ ବିବରଣୀ ଓ ଭକ୍ତିର ଖୁବ ବିସ୍ତୃତ ବର୍ଣ୍ଣନା ଆଛି । ଏଥିରେ ଶିବଙ୍କ କଲ୍ୟାଣକାରୀ ସ୍ୱରୂପର ତାତ୍ତ୍ୱିକ ଚର୍ଚ୍ଚା, ରହସ୍ୟ, ମହିମା ଓ ଉପାସନାର ବିସ୍ତୃତ ଚିତ୍ର ମିଳେ । ଶିବ ପୁରାଣରେ ଶିବଙ୍କୁ ପଞ୍ଚଦେବମାନଙ୍କ ମଧ୍ୟରେ ପ୍ରଧାନ, ଅନାଦି, ସିଦ୍ଧ ଏବଂ ପରମେଶ୍ୱର ଭାବେ ସ୍ୱୀକାର କରାଯାଇଛି । ଶିବମହିମା, ଶିବ ଲୀଳାକଥା ସହ ଏଠାରେ ପୂଜାପଦ୍ଧତି, ବିଭିନ୍ନ ଜ୍ଞାନଦାୟୀ ଆଖ୍ୟାନ ଓ ଶିକ୍ଷାପ୍ରଦ ଗଳ୍ପମାନଙ୍କର ମନୋହର ସଂଯୋଜନ ରହିଛି । ଏହି ପୁରାଣରେ ଭଗବାନ୍ ଶିବଙ୍କ ଭବ୍ୟ ଏବଂ ଶ୍ରେଷ୍ଠତମ ବ୍ୟକ୍ତିତ୍ୱର ଗୁଣଗାନ କରାଯାଇଛି,ଏବଂ କୁହାୟାଇଛି; ଶିବ, ଯିଏ ସ୍ୱୟଂଭୂ, ଶାଶ୍ୱତ, ସର୍ବୋଚ୍ଚ ସତ୍ତା, ବିଶ୍ବଚେତନା ଓ ସମସ୍ତ ନିର୍ମାଣର ଆଧାର ଅଟନ୍ତି ।
ଶିବ ପୁରାଣର ସମ୍ପର୍କ ଶୈବ ମତ ସମ୍ପର୍କିତ ଅଟେ ।[୧] ଏଠାରେ ପ୍ରଧାନତଃ ଶିବଭକ୍ତି ଓ ଶିବମହିମାର ପ୍ରଚାର ଓ ପ୍ରସାର କରାଯାଇଛି । ପ୍ରାୟ ସମସ୍ତ ପୁରାଣରେ ଶିବଙ୍କୁ ତ୍ୟାଗ, ତପସ୍ୟା, ଭଲପାଇବା ଓ କରୁଣାର ପ୍ରତୀକ ଭାବେ କୁହାଯାଇଛି । କୁହାଯାଇଛି ଯେ ଶିବ ସହଜରେ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କ ମନୋକାମନା ପୂରଣ କରନ୍ତି । କିନ୍ତୁ “ଶିବ ପୁରାଣ”ରେ ଶିବଙ୍କ ଜୀବନଚରିତ୍ର, ତାଙ୍କ ଜୀବନଶୈଳୀ, ବିବାହ ଏବଂ ପୁଅମାନଙ୍କ ଉତ୍ପତ୍ତି ବିଷୟରେ ବିଶେଷ ଆଲୋକପାତ ହୋଇଛି ।[୨]
କଥା ଓ ବିସ୍ତାର
[ସମ୍ପାଦନା]ଏହି ପୁରାଣରେ ୨୪,୦୦୦ ଶ୍ଲୋକ ଥିବା ସହ ଏହା ୬ଟି ସଂହିତାରେ ବିଭକ୍ତ[୩]—
- ବିଦ୍ୟେଶ୍ୱର ସଂହିତା
- ରୁଦ୍ର ସଂହିତା
- କୋଟିରୁଦ୍ର ସଂହିତା
- କୈଳାସ ସଂହିତା
- ବାୟୁ ସଂହିତା
ଚୋଳ ବଂଶ କାଳୀନ ନଟରାଜ ଶିବ ଶଙ୍କରଙ୍କ ମୂର୍ତ୍ତି ଇତ୍ୟାଦି ଉଦାହରଣ ଦେଇ, “ଶିବ ପୁରାଣ”କୁ ଏକ ମହତ୍ତ୍ୱପୂର୍ଣ୍ଣ ଓ ସୁପ୍ରସିଦ୍ଧ ପୁରାଣ ଭାବେ ବର୍ଣ୍ଣନା କରାଯାଇଛି। ଏଠାରେ ପରମବ୍ରହ୍ମ ପରମେଶ୍ୱରଙ୍କ “ଶିବ” — ଅର୍ଥାତ୍ କଲ୍ୟାଣକାରୀ ସ୍ୱରୂପର ତାତ୍ତ୍ୱିକ ଖୋଳାଚିତ୍ର, ରହସ୍ୟ, ମହିମା ଓ ଉପାସନାର ବିସ୍ତୃତ ବ୍ୟାଖ୍ୟାନ ମିଳେ । ଭଗବାନ୍ ଶିବ କେବଳ ପୌରାଣିକ ଦେବତା ନୁହେଁ; ସେ ପଞ୍ଚଦେବଙ୍କ ମଧ୍ୟରେ ପ୍ରଧାନ, ଅନାଦି, ସିଦ୍ଧ ପରମେଶ୍ୱର; ନିଗମ-ଆଗମ ଏବଂ ସମସ୍ତ ଶାସ୍ତ୍ରରେ ମହାଦେବ ଭାବେ ସ୍ତୁତିରେ ବର୍ଣ୍ଣିତ । ବେଦମାନେ ଏହି ପରମତତ୍ତ୍ୱକୁ ଅବ୍ୟକ୍ତ, ଅଜନ୍ମା, ସବୁଠାରୁ କାରଣ, ସୃଷ୍ଟି, ପାଳନ ଓ ସଂହାରକ ଭାବେ ବର୍ଣ୍ଣନା କରିଛନ୍ତି । ଶ୍ରୁତିମାନେ ସଦା ଶିବଙ୍କୁ ସ୍ୱୟଂଭୂ, ଶାନ୍ତ, ସୃଷ୍ଟିଠାରୁ ପରେ, ପରାତ୍ପର ଓ ପରମତତ୍ତ୍ୱ ଭାବେ ସ୍ତୁତି କରିଛନ୍ତି ।
“ଶିବ”ର ଅର୍ଥ ହେଉଛି — କଲ୍ୟାଣସ୍ୱରୂପ ଓ କଲ୍ୟାଣଦାତା । ପରମବ୍ରହ୍ମଙ୍କ ଏହି କଲ୍ୟାଣମୟ ସ୍ୱରୂପର ଉପାସନା ଉଚ୍ଚକୋଟିର ସିଦ୍ଧ, ସାଧକ ଓ ସାଧାରଣ ଆସ୍ତିକ ଲୋକଙ୍କ ପାଇଁ ପରମ ମଙ୍ଗଳକାରକ, ସର୍ବସିଦ୍ଧିଦାୟୀ ଓ ସର୍ବଶ୍ରେୟସ୍କର। ଶାସ୍ତ୍ରମାନେ କହିଛନ୍ତି — ଦେବ, ଦାନବ, ଋଷି, ମହାର୍ଷି, ଯୋଗୀ, ମୁନି, ସିଦ୍ଧ, ଗନ୍ଧର୍ବ ତଥା ବ୍ରହ୍ମା-ବିଷ୍ଣୁ ପର୍ଯ୍ୟନ୍ତ ସମସ୍ତେ ଏହି ମହାଦେବଙ୍କ ଉପାସନା କରନ୍ତି ।
ଏହି ପୁରାଣ ଅନୁସାରେ ଏହା ଏକ ପରମ ଉତ୍ତମ ଶାସ୍ତ୍ର । ଏହାକୁ ଭଗବାନ୍ ଶିବଙ୍କ ବାଙ୍ମୟ ସ୍ୱରୂପ ଭାବେ ଧ୍ୟାନ କରିବା ଉଚିତ । ଏହାର ପାଠ ଓ ଶ୍ରବଣ ସମସ୍ତ ସାଧନମାନଙ୍କୁ ସଫଳ କରେ । ଶିବଭକ୍ତି ପାଇ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚିଥିବା ମନୁଷ୍ୟ ଶୀଘ୍ର ଶିବପଦ ପ୍ରାପ୍ତ କରେ । ତେଣୁ ମନୁଷ୍ୟମାନେ ପ୍ରୟାସପୂର୍ବକ ଏହି ପୁରାଣକୁ ପଢ଼ିବାକୁ ଇଚ୍ଛା କରନ୍ତି ଓ ଏହାକୁ ଅଭିଷ୍ଟ ସାଧନ ଭାବେ ମନନ୍ତି । ପ୍ରେମପୂର୍ବକ ଏହାର ଶ୍ରବଣ ସମସ୍ତମନୋକାମନା ପୂରଣ କରେ। ଏହି ପୁରାଣକୁ ଶୁଣିବାମାତ୍ରେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୁଏ ଓ ଜୀବନରେ ଉତ୍କୃଷ୍ଟ ଭୋଗ ଭୋଗି ଶେଷରେ ଶିବଲୋକକୁ ପ୍ରାପ୍ତ କରେ ।
ଏହି ଶିବ ପୁରାଣ ଗ୍ରନ୍ଥରେ ୨୪,000 ଶ୍ଲୋକ ଅଛି । ହିନ୍ଦୁ ପରମ୍ପରାରେ ଏହି ବିଶ୍ଵାସ ରହିଛି ଯେ ସାତ ସଂହିତାରେ ବିଭକ୍ତ ଏହି ଦିବ୍ୟ ଶିବ ପୁରାଣ ପରମବ୍ରହ୍ମ ପରମାତ୍ମା ସମାନ ମହିମାମୟ ଓ ସର୍ବୋତ୍ତମ ଗତି ପ୍ରଦାନ କରିଥାଏ ।
ଆଧାର
[ସମ୍ପାଦନା]- ↑ Dalal 2014, p. 381.
- ↑ Karanveer (2022-06-20). "संपूर्ण शिव पुराण कथा गीता प्रेस गोरखपुर | Shiv Puran PDF In Hindi - SabSastaa" (in ଆମେରିକୀୟ ଇଂରାଜୀ). Retrieved 2025-11-30.
- ↑ Rocher 1986, pp. 222–228.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |