ଶଶାଙ୍କ ଶେଖର ସାମଲ
ଶଶାଙ୍କ ଶେଖର ସାମଲ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୫ ଜୁନ ୧୯୫୬ |
| ମୃତ୍ୟୁ | ପଦମପୁର, ବରଗଡ଼ |
| ଭାଷା | ଓଡ଼ିଆ |
| ଜାତୀୟତା | |
| ସାହିତ୍ୟ କୃତି | ଗନ୍ଧମାର୍ଦ୍ଦନ ପର୍ବତର ପ୍ରତ୍ନତାତ୍ତ୍ବିକ ବୈଭବ |
| ଜୀବନସାଥୀ | ସୁନନ୍ଦା ସାମଲ |
| ପିତାମାତା | ବିଭୀଷଣ ସାମଲ, ଉଷାରାଣୀ ଦେବୀ |
ଶଶାଙ୍କ ଶେଖର ସାମଲ (ଜନ୍ମ: ୫ ଜୁନ ୧୯୫୬) ଏକାଧାରରେ ଜଣେ କବି, ଗବେଷକ ଓ ପାଠ୍ୟପୁସ୍ତକ ପ୍ରଣେତା । ଗନ୍ଧମାର୍ଦ୍ଦନ ପର୍ବତର ପ୍ରତ୍ନତାତ୍ତ୍ବିକ ବୈଭବ ଓ ରାଧାନଗର ଗଡ଼ ଓ ଧର୍ମଶାଳାର ପ୍ରତ୍ନତାତ୍ତ୍ବିକ ବୈଭବ ପାଇଁ ସେ ବିଶେଷ ଜଣାଶୁଣା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶଶାଙ୍କ ଶେଖର ବରଗଡ଼ ଜିଲ୍ଲାର ପଦମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜ୍ୟୋତିବିହାର, ବୁର୍ଲାରୁ ଇତିହାସରେ ସ୍ନାତକୋତ୍ତର, ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାରରୁ ଯଥାକ୍ରମେ MA (୧୯୮୦), M. Phil (୧୯୮୮) ଓ Ph.D. (୨୦୦୫) ଡିଗ୍ରୀ ଲାଭ କରିଥିଲେ । ଏହା ବ୍ୟତୀତ ସେ ସମ୍ବଲପୁର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ (୧୯୮୭) ସହିତ ୱାର୍ଦ୍ଧାରୁ ହିନ୍ଦୀରେ କୋବିଦ (୧୯୭୨) ଡିଗ୍ରୀ ମଧ୍ୟ ଲାଭ କରିଥିଲେ । ତତ୍ପରେ ସେ ୧୯୯୦ରେ OES ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଲେ । ଶେଷରେ ସେ ତା ୩୦।୦୬।୨୦୧୬ରେ ଇତିହାସର ରିଡ଼ର ଭାବେ ଅବସର ନେଇଥିଲେ । ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କରି ସେ ଶତାଧିକ କବିତା, ପ୍ରବନ୍ଧ, ଐତିହାସିକ ଆଲୋଚନା ସହିତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅନେକ ପାଠ୍ୟପୁସ୍ତକ ପ୍ରଣୟନ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଗବେଷଣା
[ସମ୍ପାଦନା]- Antiquities of Gandhamardan Mountain in Orissa ୨୦୦୬
- ଗନ୍ଧମାର୍ଦ୍ଦନ ପର୍ବତର ପ୍ରତ୍ନତାତ୍ତ୍ବିକ ବୈଭବ ୨୦୧୫
- ରାଧାନଗର ଗଡ଼ ଓ ଧର୍ମଶାଳାର ପ୍ରତ୍ନତାତ୍ତ୍ବିକ ବୈଭବ ୨୦୧୮[୧]
କବିତା
[ସମ୍ପାଦନା]- ସ୍ବାଗତିକା ୨୦୧୪
- ସମୀକ୍ଷା ୨୦୧୫
- ମଶାଣିର ଭୋକ ୨୦୧୭
- ପ୍ରୀତିର ଆଶାବରୀ ୨୦୧୭
- ଏକାମ୍ରେ ରାସ ୨୦୨୨
- ଏକାମ୍ରେ ବର୍ଣ୍ଣବିଭା ୨୦୨୨
- ବିଶ୍ବଶାନ୍ତି ୨୦୧୫
- ମଧୁକ୍ଷରା ମାଁ ୧ମ ୨୦୨୧, ୨ୟ ୨୦୨୧
ଅନ୍ୟାନ୍ୟ
[ସମ୍ପାଦନା]- ଆଧୁନିକ ବିଶ୍ବ ଇତିହାସ
- ଆନ୍ତର୍ଜାତିକ ଘଟଣାବଳୀ
- ମଧ୍ୟଯୁଗୀୟ ବିଶ୍ବ ଇତିହାସର ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ ପଦ୍ଧତି ୨୦୧୭
- ପ୍ରାଚୀନ ବିଶ୍ବ ଇତିହାସର ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ ପଦ୍ଧତି ୨୦୧୬
- ଭାରତ ଇତିହାସ ୧ମ (ପ୍ରାକ୍-ଐତିହାସିକ ଯୁଗରୁ ବୈଦିକ ଯୁଗ ପର୍ଯ୍ୟନ୍ତ) ୨୦୨୪
- ଭାରତ ଇତିହାସ ୨ୟ (ଖ୍ରୀ:ପୂ: ୬୦୦ରୁ ଖ୍ରୀ:ଅ: ୬୦୦ ପର୍ଯ୍ୟନ୍ତ) ୨୦୧୭
- ଭାରତ ଇତିହାସ ୩ୟ (ଖ୍ରୀ:ଅ: ୭୫୦ରୁ ୧୨୦୬ ପର୍ଯ୍ୟନ୍ତ) ୨୦୧୭
- ଭାରତ ଇତିହାସ ୪ର୍ଥ (ଖ୍ରୀ:ଅ: ୧୨୦୬ରୁ ୧୫୨୬ ପର୍ଯ୍ୟନ୍ତ) ୨୦୧୮
- ଭାରତ ଇତିହାସ ୫ମ (ଖ୍ରୀ:ଅ: ୧୫୨୬ରୁ ୧୭୨୬ ପର୍ଯ୍ୟନ୍ତ) ୨୦୧୮
- ଭାରତ ଇତିହାସ ୬ଷ୍ଠ (ଖ୍ରୀ:ଅ: ୧୬୦୫ରୁ ୧୭୫୦ ପର୍ଯ୍ୟନ୍ତ) ୨୦୧୮
- ଭାରତ ଇତିହାସ ୭ମ (ଖ୍ରୀ:ଅ: ୧୭୫୦ରୁ ୧୮୫୭ ପର୍ଯ୍ୟନ୍ତ) ୨୦୧୮
- ଭାରତ ଇତିହାସ ୮ମ (ଖ୍ରୀ:ଅ: ୧୮୫୭ରୁ ୧୯୫୦ପର୍ଯ୍ୟନ୍ତ) ୨୦୧୯
- ଆଧିନିକ ପାଶ୍ଚାତ୍ୟ ଦେଶ ସମୂହର ଅଭ୍ୟୁଦୟ ୧ମ ୨୦୧୭, ୨ୟ ୨୦୧୮[୨]
- ଐତିହାସିକ ତତ୍ତ୍ବ ଓ କାର୍ଯ୍ୟ ପ୍ରଣାଳୀ ୨୦୧୮
- ଆଧୁନିକ ଇଉରୋପ୍ ଇତିହାସ ୧ମ (ଖ୍ରୀ:ଅ: ୧୭୮୦ରୁ ୧୮୮୦ ପର୍ଯ୍ୟନ୍ତ) ୨୦୧୯
- ଆଧୁନିକ ଇଉରୋପ୍ ଇତିହାସ ୨ୟ (ଖ୍ରୀ:ଅ:୧୮୮୦ରୁ ୧୯୩୯ ପର୍ଯ୍ୟନ୍ତ) ୨୦୧୯
- ଭାରତ ଇତିହାସ (ଦ୍ବତୀୟ ପତ୍ର) ୨୦୧୯
- ପୃଥିବୀ ଇତିହାସ (ପ୍ରଥମ ପତ୍ର) ୨୦୧୮
ଏହା ବ୍ୟତୀତ ସେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ପାଇଁ ୨୦ ଖଣ୍ଡ ଇତିହାସ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ ସାମଲ, ଶଶାଙ୍କ ଶେଖର (୨୦୧୮). ରାଧାନଗର ଗଡ ଓ ଧର୍ମଶାଳାର ପ୍ରତ୍ନତାତ୍ତ୍ୱିକ ବୈଭବ (୧ମ ed.). ଭୁବନେଶ୍ୱର: କାବ୍ୟଲୋକ. ISBN 978-93-85316-02-9.
- ↑ https://www.sugamyapustakalaya.org.in/searchAction.action;jsessionid=0EA686357E96F90FC32E71936300A07B?authorId=12626&authorName=Sasanka+Sekhar+Samal