ଶର୍ମିଳା ବିଶ୍ୱାସ

ଉଇକିପିଡ଼ିଆ‌ରୁ
(ଶର୍ମିଳା ବିଶ୍ଵାସରୁ ଲେଉଟି ଆସିଛି)
ଶର୍ମିଳା ବିଶ୍ୱାସ
Born
Occupationଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ
Dancesଓଡ଼ିଶୀ
Websitesharmilabiswas.com/home.html

ଶର୍ମିଳା ବିଶ୍ୱାସ ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ଓଡ଼ିଶୀର ନୃତ୍ୟ ଗୁରୁ । ସେ ହେଉଛନ୍ତି ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା । ୧୯୯୫ରେ କଲିକତାରେ ସେ ଓଡ଼ିଶୀ ଭିଜନ ଓ ଆନ୍ଦୋଳୋନ କେନ୍ଦ୍ରର ସ୍ଥାପନା କରିଥିଲେ ଯେଉଁଠାରେ ସେ କଳାତ୍ମକ ନିର୍ଦ୍ଦେଶକ ଅଛନ୍ତି । ୨୦୧୨ରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]

କଲିକତାଠାରେ ଜନ୍ମ ଗ୍ରହଣ କରିଥିବା ଶର୍ମିଳା ମାତ୍ର ୮ ବର୍ଷ ବୟସରେ ନୃତ୍ୟ ଶିକ୍ଷା କରିଥିଲେ । ୧୬ ବର୍ଷରେ ସେ ମୁରଲୀଧରଣ ମାଝି ଓ ପରେ ପରେ ସେ କେଲୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିଖିଥିଲେ ।[୧] ପରେ ସେ କଳାନିଧି ନାରାୟଣଙ୍କଠାରୁ ଅଭିନୟ ଶିଖିଥିଲେ । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶର୍ମିଳା ୧୯୮୭ରେ ସ୍ୱପ୍ନ କୁମାର ବିଶ୍ୱାସଙ୍କୁ ବିବାହ କାରିଥିଲେ । ଦମ୍ପତି କଲିକତାରେ ରହୁଥିଲେ ଓ ଶୌମିକ ବିଶ୍ୱାସ ସେମାନଙ୍କର ଏକ ମାତ୍ର ସନ୍ତାନ ।

କ୍ୟାରିୟର[ସମ୍ପାଦନା]

ଶର୍ମିଳା ଏଲିଫଣ୍ଟୋ,ଖଜୁରାହୋ ନୃତ୍ୟ ମହୋସ୍ଚବ ଓ କୋଣାର୍କ ମହୋସ୍ଛବ ଓ ବ୍ରିଟେନ , ଆମେରିକା ,ରୁଷ, ଜର୍ମାନୀ , ବାଂଲାଦେଶରେ କଳା ମହୋସ୍ଚବରେ ଭାଗନେଇଥିଲେ ।[୧] ସେ ଶାସ୍ତ୍ରୀୟ ଓ ଓଡ଼ିଶୀ ନୃତ୍ୟ କରୁଥିଲେ ଓ ଶିକ୍ଷାଦାନ ମଧ୍ୟ ଦେଉଥିଲେ ।[୨][୩][୪] ସେ ଓଡ଼ିଶାର ମନ୍ଦିର ନୃତ୍ୟଶିଳ୍ପୀଙ୍କଦ୍ୱାରା ପ୍ରଦର୍ଶିତ ମହୁରି ନୃତ୍ୟ ଭଳି ପୁରାତନ ନୃତ୍ୟ ଉପରେ ଅନେକ ଗବେଷଣା କରିଥିଲେ ।[୨] ୧୯୯୫ରେ ସେ ଓଡ଼ିଶୀ ଭିଜନ ଓ ଆନ୍ଦୋଳନ (ଓଭିଏମ) ସ୍ଥାପନା କରିଥିଲେ ଓ ସେଠାରେ ସେ ପ୍ରତିଷ୍ଠାତା ଥିଲେ ଓ ନୂତନ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ ।[୨] ୨୦୦୯ରେ ସେ ପୂର୍ବ ଭାରତ ଓ ଉତ୍ତର ଭାରତର ପାରମ୍ପରିକ ନୃତ୍ୟ ଶିଳ୍ପୀଙ୍କ ପାଇଁ ପୂର୍ବ ଧାରା ଏକ ବାର୍ଷିକ ଉତ୍ସବର ଆୟୋଜନ କରିଥିଲେ ।[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ନିଜର ନୃତ୍ୟ ଉତ୍ପାଦନ ପାଇଁ ସମ୍ପୂର୍ଣ୍ଣ ପୁରୀ ଦେବଦାସୀ ମାନଙ୍କ ଆଧାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ଭାରତ ସରକାରଙ୍କଠାରୁ ସେ ବେଷ୍ଟ କୋରିୟଗ୍ରାଫୀ ଆୱାର୍ଡ [୧] * ୧୯୯୮ରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ପଶ୍ଚିମବଙ୍ଗ ସରକାରଙ୍କଠାରୁ ଉଦୟ ଶଙ୍କର ଆୱାର୍ଡ [୨]
  • ୨୦୧୦ରେ ମହୁରି ଆୱାର୍ଡ଼ [୬]
  • ୨୦୧୨ରେ ସଙ୍ଗୀତ ନାଟକ ଏକାଡେମି ଆୱାର୍ଡ [୭][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Rhythms of life". The Telegraph. April 23, 2005. Retrieved May 28, 2013.
  2. ୨.୦ ୨.୧ ୨.୨ ୨.୩ ୨.୪ "Katha Kavya Abhinaya". Sangeet Natak Akademi. 2011. Retrieved May 28, 2013.
  3. Gowri Ramnarayan (January 28, 2010). "Treat to the eye and ear". The Hindu. Retrieved May 28, 2013.
  4. "A blend of lasya and tandava: Innovative dance recital by Sharmila Biswas marked the Dhauli Mohotsav". The Hindu. Apr 14, 2006. Retrieved May 28, 2013.
  5. "East is most". The Hindu. October 29, 2009. Retrieved May 28, 2013.
  6. "Sharmila Biswas conferred Mahari Award". The Hindu. Retrieved 2 June 2013.
  7. "Sangeet Natak Akademi Fellowships and Akademi Awards 2012" (PDF). Press Information Bureau, Govt of India. Retrieved May 28, 2012.
  8. "SNA: List of Akademi Awardees". Sangeet Natak Akademi Official website.