ଶରପୁଙ୍ଖା

ଉଇକିପିଡ଼ିଆ‌ରୁ

ଶରପୁଙ୍ଖା
ବୈଜ୍ଞାନିକ ନାମ: Tephrosia purpurea
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ଗୋଷ୍ଠୀ: Millettieae
ପ୍ରଜାତି: Tephrosia
ଜାତି: T. purpurea
ବାଇନୋମିଆଲ ନାମ
Tephrosia purpurea

ଶରପୁଙ୍ଖା ଏକ ଉପକାରୀ ଔଷଧୀୟ ଗଛ । ଏହାର କୁଳ ଶିମ୍ବି ଓ ଉପ କୂଳ ଅପରାଜିତା ।

ଅଲଗା ଅଲଗା ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ ଶରଫୁଙ୍କା, ଶରପୁଙ୍ଖା
ସଂସ୍କୃତ ଶରପୁଙ୍ଖା, ପ୍ଳୀହାଶତୃ, ନୀଳବୃକ୍ଷାକୃତି
ହିନ୍ଦୀ ସରଫୋଙ୍କା
ଲାଟିନ Tephrosia purpurea (ଟେଫ୍ରୋସିଆ ପର୍ପୁରିୟା)
ଇଂରାଜୀ ପର୍ପଲ ଟେଫ୍ରୋସିଆ, ୱାଇଲଡ ଇଣ୍ଡିଗୋ
ବଙ୍ଗଳା ବନନୀଳ
ମରାଠୀ ଉହ୍ନାଳୀ
ଗୁଜରାଟୀ ଶରପଙ୍ଖୋ
ପଞ୍ଜାବୀ ସର୍ପଙ୍ଖ
ତାମିଲ କୋଲିଙ୍ଗି
ତେଲୁଗୁ ବେଂପିଲ
କନ୍ନଡ଼ ଏଗ୍ୟଲୀ
ମାଲାୟାଲାମ କାଟାମିରି
ଉର୍ଦ୍ଦୁ ଶରଫୁକା

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା[ସମ୍ପାଦନା]

ଏହାର ବହୁବର୍ଷାୟୁ, ବହୁଶାଖାୟୁକ୍ତ, ଊର୍ଦ୍ଧ୍ୱ-ଉତ୍ଥିତ ୧-୩ ଫୁଟ ବିଶିଷ୍ଟ କ୍ଷ୍ୟୁପ ହୁଏ l ପତ୍ର-୩-୬ଇଞ୍ଚ ଲମ୍ବ ବିଷମପକ୍ଷବତ l ପତ୍ରକ-୧୯-୨୧ସଂଖ୍ୟାରେ ଅଭି-ଭାଲାକାର, ଗୋଳାଗ୍ର, ରୋମଶାଗ୍ର, ୩/୪ -୧ଇଞ୍ଚ ଲମ୍ବା, ଉପର ଚିକ୍କଣ ଏବଂ ତଳ ରୋମଶ l ପୁଷ୍ପମଞ୍ଜରୀ -୩-୬ଇଞ୍ଚ ଲମ୍ବ ପତ୍ରାଭିମୁଖ, ୩-୪ ପବ ଯୁକ୍ତ ଯେଉଁଥିରେ ୧/୪ ଇଞ୍ଚ ଲମ୍ବ ବାଇଗଣି ରଙ୍ଗର ପୁଷ୍ପ ହୋଇଥାଏ l ବାହ୍ୟକୋଷ-୧/୮-୧/୬ ଇଞ୍ଚ ଲମ୍ବା,ରୋମଶ ଦନ୍ତୁରିତ ଯୁକ୍ତ ; ଅନ୍ତଃକୋଷ -୧/୪-୩/୮ ଇଞ୍ଚ ଲମ୍ବା lକୁକ୍ଷିବୃନ୍ତ ଅନୁପ୍ରସ୍ଥ ଚେପ୍ଟା l ଫଳିକା-୧-୨ ଇଞ୍ଚ ଲମ୍ବା, ୧/୩ ଇଞ୍ଚ ଚୌଡା ଇଷତ ବକ୍ର, ଯେଉଁଥିରେ ୬-୧୦ ହରିତାଭ ପାଉଁଶିଆ ରଙ୍ଗର ବୀଜ ଥାଏ l ପୁଷ୍ପ ବର୍ଷା ଋତୁରେ ତଥା ଫଳ ଶିତ ଋତୁରେ ଫଳେ l ଜାତି –ଏହାର ଏକ ପ୍ରଜାତି (T.procumbens Buch-Ham. ) ଏବଂ ଅନ୍ୟ ଏକ ପ୍ରଜାତି T.candida DCରେ ଶ୍ୱେତ ପୁଷ୍ପ ଆସିଥାଏ l T.spinosa Pers ଦକ୍ଷିଣ ଭାରତରେ ଦେଖିବାକୁ ମିଳେ ଯାହା ରାଜନିଘଣ୍ଟୁରେ କଣ୍ଟପୁଙ୍ଖା ବୋଲି ବର୍ଣ୍ଣନା କରାଯାଇଛି l T.villosa Pers କ୍ଷ୍ୟୁପ ରୋମାବୃତ୍ତ ତଥା ଇଷତ ଗୋଲାପୀ କିମ୍ବା ନୀଳ ବର୍ଣ୍ଣର ପୁଷ୍ପ ହୋଇଥାଏ l

ଉତ୍ପତ୍ତି ସ୍ଥାନ[ସମ୍ପାଦନା]

ଏହା ଭାରତର ସମସ୍ତ ସ୍ଥାନରେ ଏବଂ ହିମାଲୟର ୪ ହଜାର ଫୁଟ (ସମୁଦ୍ର ପତନ ସ୍ତର) ଉଚ୍ଚତା ଯାଏଁ ହୋଇଥାଏ l

Tephrosia purpurea (ଶରଫୁଙ୍କା) ଫଳାରେ ଭରା ଗଛ
ଶରଫୁଙ୍କାର ଫଳ

ରାସାୟନିକ ସଂଗଠନ (ଉଦ୍ଭିଦ ରାସାୟନିକ ଯୌଗିକ ତତ୍ତ୍ୱ ରଚନା )[ସମ୍ପାଦନା]

ଲ୍ୟୁପୀୟଲ, ରୁଟିନ, ଡେଲଫିଡିନ କ୍ଲୋରଇଡ, କାଫେଇକ ଏସିଡ, ପାଲମିଟିକ ଏସିଡ, ପଲ୍ମିଟୋଲେଇକ ଏସିଡ, ଟେପୁରିନଡାଇଅଲ, ଲିନୋଲେଇକ ଏସିଡ, ଓଲେଇକ ଏସିଡ, ଭାଲାଇନ, ଥ୍ରେଓନାଇନ, ଲାଇସିନ, ଆଇସୋଲୁସେଇନ, କରଞ୍ଜିନ, ଫେନlଇଲlଲାଇନ, ଟେଫ୍ରୋନ ଏତଦ ବ୍ୟତୀତ ଦୁଇଟି ବିରଳ ପ୍ରିନାଇଲେଟେଡ ଫ୍ଲାଭୋନୋଇଡ ଟେଫ୍ରୋପର୍ପ୍ୟୁଳୀନ-ଏ ଏବଂ ଆଇସୋଗ୍ଲାବ୍ରୋଟେଫ୍ରିନର ଉପସ୍ଥିତି ଥାଏ l

ଚିକିତ୍ସା ବିଜ୍ଞାନ ଗବେଷଣା ପ୍ରମାଣିତ ତଥ୍ୟ[ସମ୍ପାଦନା]

ମଧୁମେହ ବିରୋଧୀ ଏବଂ ଜାରଣବିରୋଧି ତତ୍ତ୍ୱ-ଏହାର ଫଳ ବିଜରୁ ଆହରିତ ସୁରା (Ethyl alcohol)ଦ୍ରବଣଶୀଳ ଜୈବିକ ତତ୍ତ୍ୱରେ ମଧୁମେହ ଓ ଶରୀର କୋଷ, ଉତକ କ୍ଷୟକାରୀ ପ୍ରକ୍ରିୟାକୁ ଆରୋଗ୍ୟ କରିବାର ସାମର୍ଥ୍ୟ ରହିଛି ବୋଲି ପ୍ରମାଣ ମିଳିଛି l ଅର୍ବୁଦ ବିରୋଧୀ ତତ୍ତ୍ୱ - ବିଜ୍ଞାନଗାର ମୂଷିକମାନଙ୍କ ଦେହରେ ପରୀକ୍ଷିତ ଶରପୁଙ୍ଖା ଆହାରିତ ଯୌଗିକ ଅର୍ବୁଦ ସମୂହ ଏବଂ ଅର୍ବୁଦ ପ୍ରସାରୀ କୋଷଗୁଡିକୁ ସମ୍ପୁର୍ଣ୍ଣ ଭାବେ ରୋକିବାରେ ସମର୍ଥ ଅଟେ lଭବିଷ୍ୟତରେ ଏହି ବୃକ୍ଷରୁ ଅର୍ବୁଦ ଆରୋଗ୍ୟକରି ଔଷଧ ତିଆରି କରିବାକୁ ବୈଜ୍ଞାନିକମାନେ ସଫଳତା ପାଇବେ ବୋଲି ଦୃଢ଼ ଆଶାବାଦୀ l

ଜୀବାଣୁ ବିରୋଧୀ ତତ୍ତ୍ୱ[ସମ୍ପାଦନା]

ଶରପୁଙ୍ଖାର ପଞ୍ଚାଙ୍ଗର କିମ୍ବା ପତ୍ର ଓ ଚେରର ସୁରା ଦ୍ରବନଶୀଳ ଅହରିତ ଯୌଗିକରେ ଆମାଶୟ ଝାଡା, ଚକ୍ଷୁ, ଚର୍ମ, ଆମାଶୟ ବ୍ରଣ, ମୂତ୍ରନଳୀ ଇତ୍ୟାଦି ସଂକ୍ରମଣ ପାଇଁ ଉଦ୍ଧିଷ୍ଟ ଜୀବାଣୁ ଗୁଡିକୁ ରୋକିବାରେ ସମ୍ପୁର୍ଣ୍ଣ ସକ୍ଷମ ହୋଇଥାଏ l ଏହା ଏକ ଅଣୁଜିବ ବିଜ୍ଞାନଗାର ଗବେଷଣାରୁ ଜଣାଯାଇଛି l ଏହା ମଧ୍ୟ କର୍ଣ୍ଣ, ଶ୍ୱାସନଳୀ ସଂକ୍ରମଣ, ବୃହଦାନ୍ତ୍ର ପ୍ରଦାହ ଆରୋଗ୍ଯ କରିବାରେ ସକ୍ଷମ ହୋଇ ପାରେ l ଏହା ଶିଉଡୋମୋନାଶ, ଷ୍ଟlଫlଇଲୋକୋକସ, କୋଲିଫର୍ମ ଇତ୍ୟାଦି ଜୀବାଣୁ ବର୍ଗର ପ୍ରାଦୁର୍ଭାବ ରୋକିବାରେ ସମ୍ପୁର୍ଣ୍ଣ ଭାବେ ସଫଳ ବୋଲି ପରୀକ୍ଷାରୁ ଜଣା ଯାଇଛି l

ଉଦର କୃମି ସଂକ୍ରମଣ- ଏହାର ଫଳ ବିଜରୁ ଅହରିତ ଜଳ (water) ଓ ସୁରା(Ethyl alcohol) ଅହରିତ ଯୌଗିକରେ ଯଥେଷ୍ଟ ପରିମାଣରେ ଉଦରକୃମି ସଂହାରକ ସାମର୍ଥ୍ୟ ଅଛି l

ଶରୀର ଅନ୍ତଃ ରୋଗ ପ୍ରତିରୋଧି କ୍ଷମତା (Immunomodulatory efficacy)- ଏହାର ଊର୍ଦ୍ଧ୍ୱ ଶାଖା ପ୍ରଶାଖାରେ ଶରୀର ରୋଗ ପ୍ରତୋରୋଧକାରୀ କ୍ଷମତା ଥାଏ l ଏହା ମାନବ ଶରୀରର ଶ୍ୱେତ ରକ୍ତ କଣିକା ଏବଂଅନ୍ୟାନ୍ୟ ପ୍ରତିରୋଧି ବ୍ୟବସ୍ଥା ଗୁଡିକୁ ତ୍ୱରାନ୍ୱିତ କରାଇ ବାହ୍ୟ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ l

ଆୟୁର୍ବେଦ ମତରେ ଶରପୁଙ୍ଖା[ସମ୍ପାଦନା]

ଦ୍ରବ୍ୟଗୁଣ[ସମ୍ପାଦନା]

ଗୁଣ ଲଘୁ, ରୁକ୍ଷ, ତୀକ୍ଷ୍ଣ
ରସ ତିକ୍ତ
ବୀର୍ଯ୍ୟ ଉଷ୍ଣ
ବିପାକ କଟୁ
ପ୍ରଭାବ ପ୍ଳୀହଘ୍ନ

ଅlଭ୍ୟନ୍ତର ପ୍ରୟୋଗ[ସମ୍ପାଦନା]

ଅଗ୍ନିମାନ୍ଦ୍ୟ, ବିବନ୍ଧ, ଶୂଳ, ଗୁଳ୍ମ, ଯକୃଦ୍ୱିକାର(Hepatic disorders), ପ୍ଳିହାବୃଦ୍ଧି(Splenomegaly), ଅର୍ଶ ଏବଂ କୃମିରେ ଏହାର ସଫଳ ଉପଯୋଗ କରାଯାଇଥାଏ l ରକ୍ତ ବିକାର ଏବଂ ଶୋଥ(edema), ଶ୍ୱାସ , କାଶ ଇତ୍ୟାଦିରେ ଶରପୁଙ୍ଖା ଚୂର୍ଣ୍ଣ ପ୍ରୟୋଗ କରାଯାଏ l ମୂଢ ଗର୍ଭ, କଷ୍ଟାର୍ତ୍ତବ ଇତ୍ୟାଦି ସ୍ତ୍ରୀ ରୋଗରେ ଉପଯୋଗୀ l ମୂଷିକବିଷ ତଥା ଧାତୁଜ ବିଷରେ ଏହାର ବୀଜ ଚୂର୍ଣ୍ଣ ପ୍ରୟୋଗ କରାଯାଏ l

ପ୍ରଯୋଜ୍ୟ ଅଙ୍ଗ[ସମ୍ପାଦନା]

  • ମୂଳ
  • ପଞ୍ଚାଙ୍ଗ କ୍ଷାର

ଆଧାର[ସମ୍ପାଦନା]

  1. AyurvedaConsultants.com
  2. Rare prenylated flavonoids from Tephrosia purpurea Mohamed-Elamir F. Hegazy a, Mohamed H. Abd El-Razek b, Fumihiro Nagashima c, Yoshinori Asakawa c, Paul W. Paré d,
    1. Chemistry of Medicinal Plant Department, National Research Centre, Dokki, Giza 12622, Egypt
    2. Natural Products Chemistry Department, National Research Centre, Dokki, Giza 12622, Egypt
    3. Faculty of Pharmaceutical Sciences, Tokushima Bunri University, Yamashiro-Cho, Tokushima 770-8514, Japan
    4. Department of Chemistry and Biochemistry, Texas Tech University, Lubbock, Texas 79409-1061, USA2009, Elsevier Ltd journal of phytochemistry -2009
    5. P. Pavana, S.Sethupathy* and S. Manoharan Department of Biochemistry, Faculty of Science
  3. Rajah Muthiah Medical College and Hospital, Annamalai University, Annamalainagar, Tamilnadu. ANTIHYPERGLYCEMIC AND ANTILIPIDPEROXIDATIVE EFFECTS OF TEPHROSIA PURPUREA SEED EXTRACT IN STREPTOZOTOCIN INDUCED DIABETIC RATS Indian Journal of Clinical Biochemistry, 2007 / 22 (1) 77-83
  4. Saleem M, Ahmed Su, Alam A, Sultana S.-Department of Medical Elementology and Toxicology, Faculty of Science, Jamia Hamdard (Hamdard University), New Delhi 110062, India Tephrosia purpurea alleviates phorbol ester-induced tumor promotion response in murine skin. Pharmacol Res. 2001 Feb;43(2):135-44.
  5. B.N.L.D. Rangama1, C.L. Abayasekara1* and G.J. Panagoda2 Antibiotic Activity of Tephrosia purpurea (Fabaceae) and Mimusops elengi (Sapotaceae) against Some Clinical Bacterial Isolates 1Department of Botany, Faculty of Science, 2Department of Microbiology, Faculty of Dental Sciences, University of PeradeniyaProceedings of the Peradeniya University Research Sessions, Sri Lanka, Vol.12, Part I, 30thNovember 2007
  6. Miss.Surve Suvidha S.*., Miss. Patil Anuja “EVALUATION OF PHARMACOGNOSTICAL, PHYTOCHEMICAL AND PHARMACOLOGICAL ACTIVITY OF TEPHROSIA PURPUREA LINN”. International Journal of Pharma Research and Development-April -2009 / Volume - 1 / Article No - 5 / Research Article
  7. Immunomodulatory effect of aerial part of Tephrosia purpurea (Linn) Jain Vinay1*, Jat R.C.1, Dubey Subodh2, Bhardwaj Sudhir1, and Jain Suman1
    1. ShriRam College of Pharmacy, Banmore, Morena (M.P.)
    2. IPS College of Pharmacy, Shivpuri link road Gwalior Received on: 24-09-2009; Revised on: 27-10-2009; Accepted on:25-12-2009 Journal of Pharmacy Research 2010, 3(1),156-158
  8. Dravyagunavijnana vol-2 Proff. Priyavrata Sharma Banaras Hindu University