ଶରତ କୁମାର ଦାଶ
ଶରତ କୁମାର ଦାଶ | |
|---|---|
| ଜନ୍ମ | ବୀରନରସିଂହପୁର ଶାସନ, ମାଛଗାଁ, ଜଗତସିଂହପୁର |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ଅସାମାପିକା |
| ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[୧] |
ଶରତ କୁମାର ଦାଶ ଜଣେ ଓଡ଼ିଆ-ଭାଷୀ କବି । ସେ ଅସାମାପିକା ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶରତ ଜଗତସିଂହପୁର ଜିଲ୍ଲାର ମାଛଗାଁ ଅନ୍ତର୍ଗତ ବୀରନରସିଂହପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନୁ ତାଙ୍କର ସାହିତ୍ୟରେ ରୁଚି ଥିଲା । ଗଳ୍ପ ଲେଖାରୁ ସେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବା ସମୟରେ ଛାତ୍ରାବାସ ପତ୍ରିକା 'ବାଣୀ ବିଥିକାର ସମ୍ପାଦକ ଥିଲେ । ନିଜସ୍ୱ ଉଦ୍ୟମରେ ସେ ଏକ ତ୍ରୈମାସିକ ପତ୍ରିକା 'ଉନ୍ମେଷ'ର ସମ୍ପାଦନା କରିଥିଲେ କିଛିକାଳ । ସେ ଜଣେ ମେଧାବୀ ଛାତକ୍ଷର ଥିଲେ । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସମଗ୍ର ଓଡ଼ିଶା ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ମଧ୍ୟ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରବର୍ତ୍ତୀ ସମୟରେ ସେ ରାଜନୀତି ବଜ୍ଞାନ ଅଧ୍ୟାପନାରୁ ଭାରତୀୟ ରାଜସ୍ୱ ସେବାରେ ଯୋଗଦାନ କରିଥିଲେ । ପରେ ସେ ଭୁବନେଶ୍ୱର ଆୟକର ବିଭାଗରେ କମିଶନର ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ।
ରଚନାବଳୀ
[ସମ୍ପାଦନା]ଗୀତି କବିତା
[ସମ୍ପାଦନା]- ଅସମାପିକା
- ସୀମାହୀନ
- ପୁନରପି
- ଚିତ୍ରଲେଖା