ଶମ୍ଭୁ ଚରଣ ଦତ୍ତ
ଦେଖଣା
ଶମ୍ଭୁ ଚରଣ ଦତ୍ତ (ଜନ୍ମ: ୧.୯.୧୯୩୬) କଲିକତା ତଥା ପଞ୍ଜାବ ଏବଂ ହରିଅନା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି । ସେ ମଧ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ଦତ୍ତ ୧.୯.୧୯୩୬ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୬.୮.୬୨ରେ ପଶ୍ଚିମବଙ୍ଗ ନ୍ୟାୟିକ ସେବାରେ ଯୋଗଦାନ କଲେ । ସେ ଅତିରିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, ଯୁଗ୍ମ ସଚିବ (ନ୍ୟାୟ ବିଭାଗ) ଏବଂ ପଶ୍ଚିମବଙ୍ଗ ସରକାରର ଲିଗାଲ୍ ରିମେମ୍ବ୍ରାନ୍ସର୍ ଭାବେ ୨୯.୧୨.୯୨ରୁ କାର୍ଯ୍ୟରତ ଥିଲେ ।
ସେ କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ୧୭.୧୧.୧୯୯୪ରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ବଦଳି ହୋଇ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ୮.୧୨.୧୯୯୪ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପଞ୍ଜାବ ଏବଂ ହରିଆନା ଉଚ୍ଚ ନ୍ୟାୟାଳୟରୁ ବଦଳି ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ୨.୪.୧୯୯୬ରୁ ୩୧.୮.୧୯୯୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୧][୨]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-21.
- ↑ Government of India (1996-08-31). Weekly Gazette of India, 1996-08-31, Weekly.