ଶମା ଭାଟେ

ଉଇକିପିଡ଼ିଆ‌ରୁ
ଶମା ଭାଟେ
ବେଙ୍ଗାଲୁରୁରେ ଏକ କଥକ (Kathak) ନୃତ୍ୟର କର୍ମଶାଳା ସଂଚାଳନ କରୁଛନ୍ତି ।
Born୬ ଅକ୍ଟୋବର ୧୯୫୦, ବେଲଗାଁଓ
Nationalityଭାରତୀୟ
Citizenshipଭାରତୀୟ
Occupationକଥକ ନର୍ତ୍ତକୀ
Partnerସନତ ଭାଟେ
Childrenଅଙ୍ଗତ ଭାଟେ

ଶମା ଭାଟେ ବା ଗୁରୁ ଶମା ଭାଟେ (ଇଂରାଜୀ ଭାଷାରେ Guru Shama Bhate, (Marathi: शमा भाटे)(ଜନ୍ମ ୬ ଅକ୍ଟୋବର ୧୯୫୦), ଅନ୍ୟ ଜଣାଶୁଣା ନାମ ଶମା ତାଇ) ଭାରତର ପ୍ରଖ୍ୟାତ କଥକ ନୃତ୍ୟାଙ୍ଗନାଙ୍କ (Kathak exponents in India today) ମଧ୍ୟରୁ ଜଣେ ଅଛନ୍ତି । ପ୍ରାୟ ୪୦ ବର୍ଷ ଧରି ନୃତ୍ୟ ପେଷାରେ ଥିବା ଶମା ୪ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି, ଶିକ୍ଷୟିତ୍ରୀ କାମ କରିଛନ୍ତି ଓ ଭାରତରେ ନୃତ୍ୟ ନିର୍ଦ୍ଦେଶନା ତ‌ଥା କଥକ ନୃତ୍ୟ ଶିକ୍ଷା ଦେଉଛନ୍ତି । ଆଉ ମଧ୍ୟ ତାଙ୍କର ନିଜର ନ‌ଦ୍ରୁପ ନାମକ ଏକ ନୃତ୍ୟ ଏକାଡେମୀରେ ସେ କଳା ନିର୍ଦ୍ଦେଶିକା ଅଛନ୍ତି । [୧] in Pune [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୁରୁ ଶମା ଭାଟେ କର୍ଣ୍ଣାଟକର ବେଲଗାଁଓରେ (ଏବେକାର ବଲଗାଭି) ୬ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଶ୍ରୀ ଗଙ୍ଗାଧର ଜି ନାଏକ ଓ ମାତାଙ୍କ ନାମ ଗୁଲାବ ବଇସା ନାଏକ । ସେ ସନତ ଭାଟେଙ୍କୁ ସନ ୧୯୭୪ରେ ବିବାହ କରିଥିଲେ ଓ ତାଙ୍କର ଅଙ୍ଗଦ ଭାଟେ ନାମକ ଏକ ପୁତ୍ର ଅଛି ।

ପ୍ରଶିକ୍ଷଣ[ସମ୍ପାଦନା]

ଗୁରୁ ରୋହିଣୀ ଭାଟେଙ୍କର [୩] ଗୁରୁ ଶମା ଭାଟେ ବୋହୁ ଓ ପ୍ରଧାନ ଶିଷ୍ୟା ଥିଲେ । [୪] କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜ (Birju Maharaj) ଓ ପଣ୍ଡିତ ମୋହନରାଓ କାଲ୍ଲିଆନପୁରକାର (Mohanrao Kallianpurkar) ମଧ୍ୟ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ତାଙ୍କ କଥକ ଶୈଳୀ ଅନେକ ବର୍ଷ ଧରି ଉପର ଲିଖିତ ଗୁରୁ ତ‌ଥା ନିଜସ୍ୱ ଅନୁଭୂତିର ମିଶ୍ରଣ ଓ ପଣ୍ଡିତ ସୁରେଶ ତଲ‌ୱାଲକରଙ୍କ ତବଲା ବାଦ୍ୟର ତାଳ ଓ ଲୟ ସାହାଯ୍ୟରେ ପ୍ରଭୂତ ବିକଶିତ ହୋଇଥିଲା । [୫]

ସମୟ କ୍ରମେ ଅସଂଖ୍ୟ ପେଷାଦାର କଥକ ନୃତ୍ୟାଙ୍ଗନା ଓ ନର୍ତ୍ତକମାନଙ୍କୁ ପ୍ରଶିକ୍ଷଣ ଦେଇଥଲେ ଯେଉଁମାନେ ଭାରତ ଓ ବିଦେଶରେ ସ୍ୱତନ୍ତ୍ର ଭାବରେ ପ୍ରଦର୍ଶନ ଓ ପ୍ରଶିକ୍ଷଣ ଦେଉଛନ୍ତି । ଅନେକ ବିଶ୍ୱବିଦ୍ୟାଳୟର ସେ ବୋର୍ଡ଼ ସଭ୍ୟ ଅଛନ୍ତି ଓ ପୁଣେ ବିଶ୍ୱବିଦ୍ୟାଳୟ, ମୁମ୍ବାଇ ବିଶ୍ୱବିଦ୍ୟାଳୟର ନାଳନ୍ଦା କଲେଜରେ, ନାଗପୁର ବିଶ୍ୱବିଦ୍ୟାଳୟତ ଭାରତ କଲେଜରେ, ପୁଣେର ଭାରତୀ ବିଦ୍ୟାପୀଠାରେ ସେ ବରିଷ୍ଠ ଗୁରୁ ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଦିଗ୍‌ଦର୍ଶନ ଯୋଗୁ ୩୦ରୁ ଅଧିକ ଛାତ୍ର ଛାତ୍ରୀ ଅନେକ ବିଶ୍ୱବିଦ୍ୟାଳ‌ୟରୁ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି, ୧୨ ଜଣ ଏଚଆରଡିସି ଜାତୀୟ ସ୍କଲାରସିପ (ବରିଷ୍ଠ ଛାତ୍ର ଛାତ୍ରୀଙ୍କ ନିମନ୍ତେ) ଓ ସିସିଇଆରଟି ସ୍କଲାରସିପ ପାଇଛନ୍ତି । [୬]

ନୃତ୍ୟକଳା କାର୍ଯ୍ୟକ୍ରମ[ସମ୍ପାଦନା]

ନୃତ୍ୟକଳା କାର୍ଯ୍ୟକ୍ରମ[୭] ଅତି ବିସ୍ତୃତ । [୮] ତାଙ୍କ ପରୀକ୍ଷା ନିରୀକ୍ଷାରେ ଉଭୟ ପରମ୍ପରା[୯] ଓ ପ୍ରଚଳିତ କଥକ ଶୈଳୀ ଦେଖିବାକୁ ମିଳେ । ତାଙ୍କର ନିଜସ୍ୱ ଦୃଷ୍ଟିକୋଣରୁ ସେ ତାଳ, ତରାନା ଓ ଠୁମରୀ ଇତ୍ୟାଦିର ସାହାଯ୍ୟରେ ପାରମ୍ପରିକ ଓ ଶାସ୍ତ୍ରୀୟ ସଂରଚନାର ଭଣ୍ଡାର ସୃଷ୍ଟି କରିଛନ୍ତି; ଉଦାହରଣ ସ୍ୱରୂପ ତ୍ରିଶୁଳ (୯,୧୦ ଓ ୧୧ ବିଟର ତାଳ ମିଶ୍ରଣ), ସମ୍ବାଦ (ଦୋମୁହି ସଂରଚନା) ଓ ଲୟପନ (ପାରମ୍ପରିକ କଥକରେ ପାଞ୍ଚ ଜତିର ଉପସ୍ଥାପନା) । ସନ ୨୦୧୫ର ଏକ ତାଜା ଚିତ୍ରଣରେ ସେ ମହାଭାରତ ଛାୟାରେ ଅତୀତ କି ପରଛାଇୟାଁ ସୃଷ୍ଟି କରିଛନ୍ତି,[୧୦] ଯେଉଁଥିରେ ୭ଟି ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ତଦ୍ରୁପର ତାଙ୍କ ଛାତ୍ରୀମାନେ ଲତା ମଙ୍ଗେସକରଙ୍କର ୮୫ତମ ଜନ୍ମ ଦିବସରେ 'ଚଲା ବାହି ଦେଶ' ('Chala Vahi Des') ନାମକ ଏକ ବାଲେ ସୃଷ୍ଟି କରିଥିଲେ । [୧୧]

ସନ ୨୦୧୮ରେ ନିର୍ମିତ

୧. ଚତୁରଙ୍ଗ କି ଚଉପାଲ - ଏଥିରେ ଚତୁରଙ୍ଗ-ସାହିତ୍ୟ, ସରଗମ, ନାଚ କେ ବୋଲ ଓ ତରାନା ଆଦି ୪ ରାଗର ସମନ୍ୱୟ ସୃଷ୍ଟି କରିଛନ୍ତି । [୧୨]

୨. ପ୍ରତିଧ୍ୱନୀ - ତାଙ୍କର ନିଜସ୍ୱ ଅନ୍ତର୍ଧ୍ୱନୀରୁ ୫ଟି ଗଳ୍ପ ମାଧ୍ୟମରେ ଭାବ ଓ ଅଭିନୟ କେନ୍ଦ୍ରୀଭୂତ ହୋଇଛି । [୧୩] ଗୁରୁ ଶମା ଭାଟେ ପୁଣେରେ ଏକ ବାର୍ଷିକ କୋରିଓଗ୍ରଫି ମେଳା ଆୟଜନ କରିଛନ୍ତି । [୧୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2018-09-26. Retrieved 2020-02-17. {{cite web}}: Cite has empty unknown parameter: |1= (help)
  2. https://indianexpress.com/article/lifestyle/art-and-culture/expanding-the-boundaries-kathak-dancer-shama-bhate-indian-classical-dance-5334543/
  3. Kothari, Sunil (1989). Kathak, Indian Classical Dance Art. ISBN 9788170172239.
  4. Iyengar, Rishi (25 June 2009). "A legend remembered". The Indian Express. Retrieved 3 January 2019.
  5. https://www.thehindu.com/entertainment/dance/shama-bhate-on-her-artistic-journey/article17475803.ece
  6. "ଆର୍କାଇଭ୍ କପି". Archived from the original on 2019-07-02. Retrieved 2020-02-18. {{cite web}}: Cite has empty unknown parameter: |1= (help)
  7. "ଆର୍କାଇଭ୍ କପି". Archived from the original on 2019-06-12. Retrieved 2020-02-18. {{cite web}}: Cite has empty unknown parameter: |1= (help)
  8. http://www.sakaaltimes.com/NewsDetails.aspx?NewsId=5289607667452540483&SectionId=5131376722999570563&SectionName=Features&NewsDate=20150804&NewsTitle=Blending Archived 2017-02-15 at the Wayback Machine. the traditional with the modern
  9. "ଆର୍କାଇଭ୍ କପି". Archived from the original on 2016-09-10. Retrieved 2020-02-18. {{cite web}}: Cite has empty unknown parameter: |1= (help)
  10. http://www.asianage.com/delhi/7-dance-forms-meld-together-retell-mahabharata-430
  11. http://indiatoday.intoday.in/story/sachin-tendulkar-to-felicitate-lata-mangeshkar-on-85th-birthday/1/384014.html
  12. https://m.dailyhunt.in/news/india/marathi/dainik+prabhat-epaper-dailypra/prekshakanni+anubhavala+chaturang+ki+chaupal+cha+apratim+nrityavishkar-newsid-72725166
  13. https://indianexpress.com/article/lifestyle/art-and-culture/expanding-the-boundaries-kathak-dancer-shama-bhate-indian-classical-dance-5334543/
  14. https://timesofindia.indiatimes.com/city/pune/choreography-festival-concludes-on-a-high-note-at-jyotsana-bhole-sabhagruha/articleshow/69858099.cms