ଶତ୍ରୁଘନ ପୁଜାହାରୀ
ଶତ୍ରୁଘନ ପୁଜାହାରୀ ମାଡ୍ରାସ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଥିଲେ ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]୧୯୬୦, ସେପ୍ଟେମ୍ବର ୨୪ରେ ସୋନପୁର ଜିଲ୍ଲାର ସୁବଳୟା ଗ୍ରାମରେ ଜନ୍ମିତ ଜଷ୍ଟିସ ପୂଜାହାରୀ ୧୯୭୮ରେ ହାଇସ୍କୁଲ ପାଠ୍ୟକ୍ରମ ଶେଷ କରି ବଲାଙ୍ଗୀରର ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ସମ୍ମାନ ରଖି ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ସମ୍ବଲପୁରସ୍ଥିତ ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ସେ ଏଲଏଲବି ପାସ୍ କରିଥିଲେ। ଏହାପରେ ଆଇନଜୀବୀ ପେସାରେ ସେ ଯୋଗ ଦେଇଥିଲେ।
ଓଡ଼ିଶା ସୁପିରିୟର ଜୁଡିସିଆଲ ସର୍ଭିସ(ସିନିୟନ ବ୍ରାଞ୍ଚ) ପରୀକ୍ଷାରେ ସଫଳତା ହାସଲ କରି ସେ ୨୦୦୩, ଫେବ୍ରୁୟାରି ୭ରେ ବ୍ରହ୍ମପୁରର ଦ୍ବିତୀୟ ଅତିରିକ୍ତ ଜିଲା ଦୌରା ଜଜ୍ ଭାବେ ଯୋଗଦେଇଥିଲେ। ଏହାପରେ କୋରାପୁଟ, ଗଞ୍ଜାମ, ପୁରୀ ଓ କଟକରେ ଜିଲ୍ଲା ଓ ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲର ଅଧ୍ୟକ୍ଷ, ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ରାଜ୍ୟ ଆଇନ ବିଭାଗର ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୧୩, ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।[୧]
ଅବସର ପରେ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ । [୨]
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judges". orissahighcourt.nic.in. Retrieved 7 February 2025.
- ↑ "ଓଏଚଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ପୁଜାହାରୀ - ONA KHABAR". onakhabar.com (in ଆମେରିକୀୟ ଇଂରାଜୀ). 2023-02-09. Retrieved 2025-02-07.