ଶଙ୍କର (ଲେଖକ)
ଶଙ୍କର | |
|---|---|
ଜାତିସଙ୍ଘରେ ଶଙ୍କର ୨୦୧୧ ମସିହା ଅଗଷ୍ଟ ମାସ | |
| ଜନ୍ମ | ମଣି ଶଙ୍କର ମୁଖାର୍ଜୀ ୭ ଡିସେମ୍ବର ୧୯୩୩ ହିନ୍ଦମୋଟର, ହୁଗଳି ଜିଲ୍ଲା, ପଶ୍ଚିମବଙ୍ଗ |
| ମୃତ୍ୟୁ | ୨୦ ଫେବୃଆରୀ ୨୦୨୬ (ବୟସ ୯୨) କୋଲକାତା, ପଶ୍ଚିମବଙ୍ଗ, ଭାରତ |
| ବୃତ୍ତି(ସମୂହ) | ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ |
| ପ୍ରସିଦ୍ଧି | ସ୍ୱାମୀ ବିବେକାନନ୍ଦଙ୍କ ଉପରେ ପୁସ୍ତକମାନ, ବଙ୍ଗଳା ଉପନ୍ୟାସ |
| ପୁରସ୍କାର | ବଙ୍କିମ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର |
ମଣି ଶଙ୍କର ମୁଖାର୍ଜୀ (୭ ଡିସେମ୍ବର ୧୯୩୩ - ୨୦ ଫେବୃଆରୀ ୨୦୨୬), ଶଙ୍କର ନାମରେ ଉଭୟ ବଙ୍ଗଳା ଓ ଇଂରାଜୀ ସାହିତ୍ୟରେ ପରିଚିତ ଥିଲେ । ସେ ସରିଫ ଅଫ କାଲକାଟା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧] ତାଙ୍କ ପିଲାଦିନ ପଶ୍ଚିମବଙ୍ଗର ହାଉଡ଼ା ଜିଲ୍ଲାର ଦେବଦୂତ ଶିତ ନଗରରେ ବିତିଥିଲା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଶଙ୍କର ଅଭୟା ମୁଖାର୍ଜୀଙ୍କର ପୁତ୍ର ଥିଲେ । ଶଙ୍କରଙ୍କୁ ତେରବର୍ଷ ହେବା ପୂର୍ବରୁ ତାଙ୍କ ପିତାଙ୍କର ପରଲୋକ ଘଟିସାରିଥିଲା । ପିତାଙ୍କ ପରଲୋକ ପରେ, ଶଙ୍କରଙ୍କୁ କଲିକତା ହାଇକୋର୍ଟର ବ୍ରିଟିଶ ବାରିଷ୍ଟର ନୋଏଲ ଫ୍ରେଡ଼ରିକ୍ ବାରୱେଲଙ୍କ ପାଖରେ କିରାଣୀ ଭାବରେ କାମ କରିବାକୁ ପଡ଼ିଥିଲା ।[୨] ଚାକିରୀ ସହିତ ସେ କଲିକତାର ସୁରେନ୍ଦ୍ରନାଥ ମହାବିଦ୍ୟାଳୟରେ (ରିପନ କଲେଜ) ମଧ୍ୟ ଅଧ୍ୟୟନ କରୁଥିଲେ । ସେ ନିଜ ଜୀବନରେ ଟାଇପିଷ୍ଟ, ସଫେଇ କର୍ମଚାରୀ, ଘରୋଇ ଶିକ୍ଷକ ଏବଂ ହକର ଆଦି ବିଭିନ୍ନ କାମ କରିଥିଲେ ।[ଆଧାର ଲୋଡ଼ା]
ସାହିତ୍ୟିକ ଜୀବନ
[ସମ୍ପାଦନା]
ନୋଏଲ ଫ୍ରେଡ଼ରିକ୍ ବାରୱେଲଙ୍କ ମୃତ୍ୟୁପରେ, ଶଙ୍କର ତାଙ୍କପାଇଁ କତୋ ଅଜାଣରେ ନାମକ ଏକ ଉପନ୍ୟାସ ଲେଖିଥିଲେ ।[୩][୪]
୧୯୬୨ ମସିହାରେ ଶଙ୍କର ଚୌରଙ୍ଗୀ ପୁସ୍ତକ ଲେଖିଥିଲେ । ଯାହା ୧୯୬୮ ମସିହାରେ ଏକ ଚଳଚ୍ଚିତ୍ରର ରୂପ ନେଇଥିଲା ।[୫] ୨୦୨୧ ମସିହାରେ ପୁସ୍ତକ ଏକା ଏକା ଏକାଶୀ ପୁସ୍ତକପାଇଁ ତାଙ୍କୁ ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୬][୭]
ସାହିତ୍ୟରେ ଅବଦାନ
[ସମ୍ପାଦନା]
- ଯେଖାନେ ଯେମୋନ (ଭ୍ରମଣ କାହାଣୀ)
- କତୋ ଅଜାଣରେ (ଉପନ୍ୟାସ)
- ନିବେଦିତା ରିସର୍ଚ୍ଚ ଲାବୋରେଟୋରି (ଉପନ୍ୟାସ)
- ଅବସାରିକା ISBN 978-81-7612-777-6
- ଚୌରଙ୍ଗୀ (ଉପନ୍ୟାସ) (୧୯୬୨)
- ସ୍ୱର୍ଗ ମର୍ତ୍ତ ପାତାଳ
- ସୀମାବଦ୍ଧ
- ଆଶା ଆକାଂକ୍ଷା
- ଘରେର ମଧ୍ୟେ ଘର
- ନଗର ନନ୍ଦିନୀ
- ବାଙ୍ଗାଲେର ମେ ISBN 978-81-7079-454-7
- ସୀମନ୍ତ ସମ୍ବାଦ ISBN 978-81-7079-554-4
- କାମନା ବାସନା ISBN 978-81-7079-978-8
- ପୁରୋହିତ ଦର୍ପଣ
- ଶ୍ରୀ ଶ୍ରୀ ରାମକୃଷ୍ଣ ରହସ୍ୟମ୍ରିତ
- ମନେ ପଡ଼େ
- ମାନ ସମ୍ମାନ (୧୯୮୧)
- ସମ୍ରାଟ ଓ ସୁନ୍ଦରୀ (ଉପନ୍ୟାସ)
- ଚରଣ ଛୁଇଁ ଯାଏ ISBN 978-81-7079-528-5
- ବାଙ୍ଗାଲୀର ବିତ୍ତସାଧନ - ସହରର ଇତିକଥା Archived 2023-11-07 at the Wayback Machine. ISBN 81-7267-045-1
- ଯାହାରେ ବେଳାଏ ISBN 978-81-7267-066-5
- ମଥାର ଓପର ଛାଦ
- ପଟଭୂମୀ ISBN 978-81-7612-637-3
- ରସବତୀ ISBN 978-81-7612-637-3
- ଏକ ବାଗ ଶଙ୍କର ISBN 978-81-7079-091-4
- କାମନା ବାସନା ISBN 978-81-7079-978-8
- ସୋନାର ସଂସାର
- ଛାୟାଛବି
- ମୁକ୍ତିର ସ୍ୱାଦ
- ସୁବର୍ଣ୍ଣ ସୁଯୋଗ
- ଏ ବି ସି ଡି
- ଚରଣ ଛୁଏ ଯାଇ (ଦ୍ୱିତୀୟ ଭାଗ) ISBN 978-81-7612-888-9
- ବିତ୍ତବସନ
- ରୂପ ତାପସ
ମୃତ୍ୟୁ
[ସମ୍ପାଦନା]୨୦୨୬ ମସିହା ଫେବୃଆରୀ ୨୦ ତାରିଖରେ ଶଙ୍କରଙ୍କର ପରଲୋକ ଘଟିଥିଲା ।[୮]
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- I am happy I had a ticket to ride in the 50s: novelist Sankar Archived 2018-10-13 at the Wayback Machine. Indo-Asian News Service, 22 August 2008
ଅନ୍ୟ ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶଙ୍କର