ଶଙ୍କରଲାଲ ପୁରୋହିତ
Appearance
ଶଙ୍କରଲାଲ ପୁରୋହିତ | |
---|---|
ଜନ୍ମ | ଶଙ୍କରଲାଲ ପୁରୋହିତ 1940 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ପିଏଚଡ଼ି |
ଶଙ୍କରଲାଲ ପୁରୋହିତ (ଜନ୍ମ:୧୯୪୦) ଜଣେ ଓଡ଼ିଆ ଅନୁବାଦକ ।[୧] ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସକୁ ହିନ୍ଦୀ ଭାଷାରେ ଅନୁବାଦ କରି ସେ ୨୦୧୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।[୨] ଓଡ଼ିଆରୁ ହିନ୍ଦୀ ଭାଷାକୁ ଅନୁବାଦିତ ତାଙ୍କର ଶତାଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ଜୀବନୀ
[ସମ୍ପାଦନା]ଶଙ୍କରଲାଲ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୮ମସିହାରୁ ସେ ହିନ୍ଦୀ ଅଧ୍ୟାପକ ଭାବରେ ବୃତିଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥ ସେ ୨୦୦୮ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରଠାରେ ଥିବା ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ତାଙ୍କ ଅଧିନରେ ବହୁ ଶିକ୍ଷାର୍ଥୀ ପିଏଚଡ଼ି ଓ ଡିଲିଟ ହାସଲ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ ( ମୂଳ ଓଡ଼ିଆ ଲେଖକ ହରେକୃଷ୍ଣ ମହତାବ )[୪]
- ଦିଗନ୍ତ ଔର ଦିଗନ୍ତ ( ମୂଳ ଓଡ଼ିଆ ଲେଖକ ପ୍ରମୋଦ କୁମାର ମହାନ୍ତି )[୫]
- ରାମ କଥା କେ ନୟେ ଆୟାମ[୬]
- ମିଷ୍ଟର ଖରସେଲ ( ମୂଳ ଓଡ଼ିଆ ଲେଖକ ରାଧାମୋହନ ମହାପାତ୍ର )[୭]
- ଅରଣ୍ୟ ଫସଲ ( ମୂଳ ଓଡ଼ିଆ ଲେଖକ ମନୋରଞ୍ଜନ ଦାସ )[୮]
- ଗୀତାଞ୍ଜଳି ( ମୂଳ ବଙ୍ଗଳା ଲେଖକ ରବୀନ୍ଦ୍ରନାଥ ଠାକୁରଙ୍କ ଲେଖା ବଙ୍ଗଳାରୁ ଓଡ଼ିଆକୁ ହରପ୍ରସାଦ ଦାସ ଅନୁବାଦ କରିଥିଲେ । ଓଡ଼ିଆରୁ ହିନ୍ଦୀକୁ ଶଙ୍କରଲାଲ ଅନୁବାଦ କରିଥିଲେ । )[୯]
- ପରଜା ( ମୂଳ ଓଡ଼ିଆ ଲେଖକ ଗୋପୀନାଥ ମହାନ୍ତି )
- ମାଟି ମଟାଳ ( ମୂଳ ଓଡ଼ିଆ ଲେଖକ ଗୋପୀନାଥ ମହାନ୍ତି )[୧୦]
- ପ୍ରଥମ ପୁରୁଷ ( ମୂଳ ଓଡ଼ିଆ ଲେଖକ ଜଗନ୍ନାଥ ପ୍ରସାଦ ଦାସ )[୧୧]
- ଭଙ୍ଗାହାଡ଼ ( ମୂଳ ଓଡ଼ିଆ ଲେଖକ ନିତ୍ୟାନନ୍ଦ ମହାପାତ୍ର )[୧୨]
- ସାଳନ୍ଦୀ ଶଙ୍ଖଚିଲ କା ଗାଁଓ ( ମୂଳ ଓଡ଼ିଆ କବି ମନୋରମା ବିଶ୍ୱାଳ ମହାପାତ୍ର )[୧୩]
- ଅନେକ ଶରତ ( ମୂଳ ଓଡ଼ିଆ କବି ସୀତାକାନ୍ତ ମହାପାତ୍ର )[୧୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୧୦ (ପରଜା ଉପନ୍ୟାସର ହିନ୍ଦୀ ଅନୁବାଦ ପାଇଁ)
- ବିଶ୍ୱ ହିନ୍ଦୀ ସମ୍ମେଳନ ସମ୍ମାନ
- କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ସମ୍ମାନ
- ଉତ୍ତର ପ୍ରଦେଶ ହିନ୍ଦୀ ସଂସ୍ଥାନ ସମ୍ମାନ
- ଗଙ୍ଗା ଶରଣ ସିଂହ ସମ୍ମାନ (କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନଦ୍ୱାରା ପ୍ରଦତ୍ତ)
- ଭାରତୀୟ ଅନୁବାଦ ପରିଷଦ ସମ୍ମାନ
- ହିନ୍ଦୀ ରାଇଟର୍ସ ଗିଲ୍ଡ କାନାଡ଼ାର ଆଜୀବନ ସଦସ୍ୟତା[୧୫]
ଆଧାର
[ସମ୍ପାଦନା]- ↑ Bidhu Bhusan Das (1994). Eye to Orissa. Information & Public Relations Department, Government of Orissa.
- ↑ "AKADEMI TRANSLATION PRIZES (1989-2018)". www.http://sahitya-akademi.gov.in/. Sahitya Akademy. Archived from the original on 21 April 2021. Retrieved 21 April 2021.
{{cite web}}
: External link in
(help)|website=
- ↑ Kabir (1991). Couplets from Kabīr. Motilal Banarsidass Publ. pp. 32–. ISBN 978-81-208-0935-2.
- ↑ "Explained: Why 'Odisha Itihaas' is important; why PM Modi has released its Hindi version". www.indianexpress.com. The Indian Express. Archived from the original on 21 April 2021. Retrieved 21 April 2021.
{{cite web}}
:|archive-date=
/|archive-url=
timestamp mismatch; 11 ଅପ୍ରେଲ 2021 suggested (help) - ↑ "Annual Report 2014-15" (PDF). www.http://sahitya-akademi.gov.in/. Sahitya Akademi. Archived from the original (PDF) on 21 April 2021. Retrieved 21 April 2021.
{{cite web}}
: External link in
(help)|website=
- ↑ Dr. Shankarlal Purohit (101-01-01). Ramkatha Ke Naye Aayam. Prabhat Prakashan. ISBN 978-93-86054-49-4.
{{cite book}}
: Check date values in:|date=
(help) - ↑ Radhamohan Mahapatra Hindi Translated by Dr. Shankarlal Purohit (12 September 2020). Mister Kharsel. Vāṇī Prakāśana. ISBN 978-93-89915-84-6.
- ↑ Manoranjan Das (1996). Araṇya fasala. Sāhitya Akādemī. ISBN 978-81-260-0149-1.
- ↑ The Book Review. C. Chari for Perspective Publications. 2004.
- ↑ Indian Books. Mukherji Book House. 1978.
- ↑ The Indian Publisher and Bookseller. Sadanand G. Bhatkal. 1976.
- ↑ Nityānanda Mahāpātra (1992). Bhaṅgāhāḍa. Sāhitya Akādemī. ISBN 978-81-7201-350-9.
- ↑ MANORAMA BISHWAL MAHAPATRA (1 August 2018). Salandi Shankhcheel Ka Gaon. Vani Prakashan. pp. 4–. ISBN 978-93-87889-85-9.
- ↑ Sitakant Mahapatra (1995). Anek sharat. Bharatiya Gyanpith.
- ↑ "Dr. Shankarlal Purohit". www.prabhatbooks.com. prabhat books. Archived from the original on 21 April 2021. Retrieved 21 April 2021.