ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟ

ଉଇକିପିଡ଼ିଆ‌ରୁ
ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟ
Background
TypeHormonal
Progestogen implant
First use1983 (Finland)[୧]
Trade namesNorplant, Jadelle, Sino-implant (II), others[୧]
Failure rates (first year)
Perfect use0.05%[୨]
Typical use0.05%[୨]
Usage
Duration effectup to 5 years[୩]
ReversibilityProvided correctly inserted
User remindersAlternative method required after 5 years
Advantages and disadvantages
STI protectionNo
WeightNo proven effect
Period disadvantagesirregular light spotting
BenefitsNo further user action needed
Medical notes
Possible scarring and difficulty in removal

ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟ (ଇଂରାଜୀ ଭାଷାରେ Levonorgestrel-releasing implant, ବିକ୍ରୟ ନାମ ଜାଡେଲି/Jadelle) ଏକ ଉପକରଣ ଯେଉଁଥିରେ ୨ଟି ଲେଭୋନରଜେସ୍ଟ୍ରେଲ (levonorgestrel) ଛଡ଼ ଥାଏ ଓ ଏହା ଜନ୍ମ ନିରୋଧ ନିମନ୍ତେ ଦିଆଯାଏ । [୧] ଏହା ଅତ୍ୟନ୍ତ ପ୍ରଭାବଶାଳୀ ଜନ୍ମ ନିରୋଧକ ଯାହାର ଏକ ବର୍ଷର ଫେଲ ହାର ୦.୦୫% ।[୧][୨] ଏହା ଚର୍ମ ତଳେ ଦିଆଯାଏ ଓ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରେ ।[୩] ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ଥିବା ଯୋଗୁ ଅନ୍ୟାନ୍ୟ ଅନ୍ତଃଜରାୟୁ ଉପକରଣ (intrauterine device) ବ୍ୟବ‌ହାର କରିପାରୁନଥିବା ମହିଳାମାନେ ମଧ୍ୟ ଏହା ବ୍ୟବ‌ହାର କରିପାରିବେ ।[୩] ଏହା କାଢ଼ିଦେବା ପରେ ଗର୍ଭାଧାନ କ୍ଷମତା (fertility) ଶୀଘ୍ର ଫେରିଆସେ ।[୩]

ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ମଧ୍ୟ ଦେହ ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟକୁ ସାଧାରଣତଃ ସ‌ହ୍ୟ କରିପାରେ । [୧] ଅନିୟମିତ ଋତୁସ୍ରାବ (menstrual periods), ଋତୁରୋଧ (no periods), ମୁଣ୍ଡବଥା ଓ ସ୍ତନ ଯନ୍ତ୍ରଣା ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[୩][୪] ଉଲ୍ଲେଖନୀୟ ଯକୃତ ରୋଗ (liver disease) ଥିଲେ ଏହା ଦେବାକୁ ମନାକରାଯାଏ ।[୩] ଏହା ଏକ ଦୀର୍ଘକାଳୀନ ପ୍ରତ୍ୟାବର୍ତ୍ତନଶୀଳ ଜନ୍ମ ନିରୋଧକ (long-acting reversible birth control)[୫] ଏହା ଡିମ୍ବକ୍ଷରଣ (ovulation) ବନ୍ଦ କରିଦିଏ ଓ ଜରାୟୁଗ୍ରୀବା (cervix) ଚାରିପଟେ ଝିଲ୍ଲୀକୁ (mucous) ମୋଟା କରିଦିଏ ।[୪]

ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟ ସନ ୧୯୮୩ରେ ଫିନଲାଣ୍ଡରେ ଓ ସନ ୧୯୯୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ସେଟର ମୂଲ୍ୟ ୮.୯୩ରୁ ୧୩.୨୯ ଆମେରିକୀୟ ଡଲାର ।[୭] ଷାଠିଏରୁ ଅଧିକ ଦେଶରେ ଏହା ସ୍ୱୀକୃତ ହୋଇ ୭ନିୟୁତରୁ ଅଧିକ ମହିଳା ଏହାକୁ ବ୍ୟବ‌ହାର କରୁଛନ୍ତି ।[୮][୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସ୍ୱୀକୃତ ହେବା ସତ୍ତ୍ୱେ ଉପଲବ୍‌ଧ ହୋଇନାହିଁଁ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Shoupe, Donna; Jr, Daniel R. Mishell (2015). The Handbook of Contraception: A Guide for Practical Management (in ଇଂରାଜୀ) (2 ed.). Humana Press. p. 141. ISBN 9783319201856.
  2. ୨.୦ ୨.୧ ୨.୨ "Effectiveness of Family Planning Methods" (PDF). CDC. Retrieved 1 January 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ WHO Model Formulary 2008 (PDF). World Health Organization. 2009. p. 373. ISBN 9789241547659. Retrieved 8 December 2016.
  4. ୪.୦ ୪.୧ Corson, S. L.; Derman, R. J. (1995). Fertility Control (in ଇଂରାଜୀ). CRC Press. p. 195. ISBN 9780969797807.
  5. Medicine, Institute of; Policy, Division of Health Sciences; Development, Committee on Contraceptive Research and (1998). Contraceptive Research, Introduction, and Use: Lessons From Norplant (in ଇଂରାଜୀ). National Academies Press. p. 107. ISBN 9780309059855. {{cite book}}: |last2= has generic name (help)
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Levonorgestrel". International Drug Price Indicator Guide. Retrieved 8 December 2016.[permanent dead link]
  8. Kulczycki, Andrzej (2013). Critical Issues in Reproductive Health (in ଇଂରାଜୀ). Springer Science & Business Media. p. 16. ISBN 9789400767225.
  9. Siving, Irving; Nash, Harold (2002). Jadelle Levonorgestrel Rod Implants: A Summary of Scientific Data and Lessons Learned from Programmatic Experience (in ଇଂରାଜୀ). Population Council. p. 4. ISBN 9780878341054.