ଲେଗ-କାଭ-ପର୍ଥେସ ରୋଗ

ଉଇକିପିଡ଼ିଆ‌ରୁ
Legg–Calvé–Perthes syndrome, Perthes disease, Legg–Perthes disease, Calves disease
Radiograph of a person with Legg–Calvé–Perthes disease
ଉଚ୍ଚାରଣ
ବିଭାଗOrthopedics
ଲକ୍ଷଣLimp, hip pain[୧]
ଆକ୍ରାନ୍ତ ସମୟ4 to 8 years[୧]
ବିପଦ କାରକGenetics, blood clotting problems, exposure to cigarette smoke, extreme motion at the hip[୧]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[୧]
ସଠିକ ରୋଗ ନିର୍ଣ୍ଣୟSickle cell disease, lupus, chemotherapy, long-term corticosteroid use, multiple epiphyseal dysplasia[୧]
ଚିକିତ୍ସାNSAIDs, decreasing physical activity, physical therapy, surgery[୧]
PrognosisUsually good[୨]
ପୁନଃପୌନିକ1 in 1200[୩]

ଲେଗ-କାଭ-ପର୍ଥେସ ରୋଗ (ଇଂରାଜୀ ଭାଷାରେ Legg–Calvé–Perthes disease/ LCPD ) ହେଉଛି ଏକ ରୋଗ ଯେଉଁଥିରେ ଉପ‌ଯୁକ୍ତ ରକ୍ତ ପ୍ରବାହ ଅଭାବରୁ ଫିମର ଅସ୍ଥିର ଉପର ମୁଣ୍ଡ ନଷ୍ଟ ହୋଇଯାଏ ବା ଆଭାସ୍କୁଲାର୍ ନେକ୍ରୋସିସ ହୁଏ | [୧] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଧୀରେ ଧୀରେ ଛୋଟେଇବା ଆରମ୍ଭ ହୁଏ । [୧] ଗୋଡ଼ ଘୁଞ୍ଚାଇବାର କ୍ଷମତା କମି ଯାଇପାରେ | [୧] ଯନ୍ତ୍ରଣା ବିଭିନ୍ନ ସ୍ଥାନରେ ହୁଏ: ହିପ, ଆଣ୍ଠୁ କିମ୍ବା ନିତମ୍ବରେ ହୋଇପାରେ | [୧] ୧୫% କ୍ଷେତ୍ରରେ ଉଭୟ ପାର୍ଶ୍ୱରେ ରୋଗ ହୁଏ । [୧] ରୋଗ ଜଟିଳ ହେଲେ ଅଷ୍ଟିଓଆର୍ଥ୍ରାଇଟିସ ହୋଇପାରେ। [୧]

ଏହାର କାରଣ ଜଣା ପଡିନାହିଁ କିନ୍ତୁ ଏହା ଏକାଧିକ କାରଣ ସହିତ ଜଡ଼ିତ ଥିବା ବିଶ୍ୱାସ କରାଯାଏ | [୧] [୨] ପ୍ରସ୍ତାବିତ ବିପଦ କାରକଗୁଡ଼ିକ ମଧ୍ୟରେ ଜେନେଟିକ୍ସ, ହାଇପରାକ୍ଟିଭିଟି, ରକ୍ତ ଜମାଟ ବାନ୍ଧିବା ସମସ୍ୟା, ଧୁମ‌ପାନ ସଂସ୍ପର୍ଶରେ ଆସିବା ଏବଂ ହିପରେ ଅତ୍ୟଧିକ ଚଳନ ଯୋଗୁ ହୋଇପାରେ । [୧] [୨] ଫିମର ମୁଣ୍ଡର ଅଷ୍ଟିଓନେକ୍ରୋସିସର ଅନ୍ୟାନ୍ୟ କାରଣକୁ ଏଡ଼ାଇବା ପରେ ଏକ୍ସ-ରେ ନିର୍ଣ୍ଣୟ କରାଯାଏ। [୧]

ଏହା ଆରୋଗ୍ୟ ହୁଏନାହିଁ। [୧] ଚିକିତ୍ସାରେ NSAIDs, ଶାରୀରିକ କାର୍ଯ୍ୟକଳାପ ହ୍ରାସ, ଏବଂ ଫିଜିକାଲ ଥେରାପି ଦିଆଯାଏ । [୧] ଏହି ପଦକ୍ଷେପଗୁଡିକ ପର୍ଯ୍ୟାପ୍ତ ନହେଲେ ଅସ୍ତ୍ରୋପଚାର ପାଇଁ ସୁପାରିଶ କରାଯାଇପାରେ | [୧] ଫଳାଫଳ ସାଧାରଣତଃ ଭଲ ଅଟେ | [୨]

ଏହି ଅବସ୍ଥା ୧୨୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ (ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରେ ୧ରୁ ୨୧)। [୧] [୩] ୪ରୁ ୮ବର୍ଷ ବୟସ ମଧ୍ୟରେ ଯେଉଁମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି, କିନ୍ତୁ ଏହା ୧୮ ମାସରୁ ଆରମ୍ଭ ହୋଇ ଅଭିବୃଦ୍ଧି ବନ୍ଦ ନହେବା ପର୍ଯ୍ୟନ୍ତ ବଢ଼େ | [୧] ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ପ୍ରଥମ ବିସ୍ତୃତ ବର୍ଣ୍ଣନା ୧୯୧୦ ମସିହାରେ ଆର୍ଥର୍ ଲେଗ୍, ଜ୍ୟାକ୍ କାଭ ଏବଂ ଜର୍ଜ ପର୍ଥେସଙ୍କଦ୍ୱାରା ହୋଇଥିଲା । [୧] [୨]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Karkenny, AJ; Tauberg, BM; Otsuka, NY (September 2018). "Pediatric Hip Disorders: Slipped Capital Femoral Epiphysis and Legg-Calvé-Perthes Disease". Pediatrics in review. 39 (9): 454–463. doi:10.1542/pir.2017-0197. PMID 30171056.
  2. ୨.୦ ୨.୧ ୨.୨ ୨.୩ ୨.୪ Leroux, J; Abu Amara, S; Lechevallier, J (February 2018). "Legg-Calvé-Perthes disease". Orthopaedics & traumatology, surgery & research : OTSR. 104 (1S): S107–S112. doi:10.1016/j.otsr.2017.04.012. PMID 29155310.
  3. ୩.୦ ୩.୧ Mills, S; Burroughs, KE (January 2020). "Legg Calve Perthes Disease (Calves Disease)". PMID 30020602. {{cite journal}}: Cite journal requires |journal= (help)