ଲୁନେଟ ଅସ୍ଥି ସ୍ଥାନଚ୍ୟୁତି
| ଲୁନେଟ ଅସ୍ଥି ସ୍ଥାନଚ୍ୟୁତି | |
|---|---|
| Isolated lunate dislocation[୧] | |
A lateral X-ray of the wrist showing a lunate dislocation | |
| ବିଭାଗ | Orthopedics |
| ଲକ୍ଷଣ | Wrist pain and swelling[୨] |
| କାରଣ | Significant trauma, with bending back of the wrist[୩] |
| ରୋଗ ନିର୍ଣ୍ଣୟ ପଦ୍ଧତି | X-rays[୧] |
| ସଠିକ ରୋଗ ନିର୍ଣ୍ଣୟ | Perilunate dislocation[୩] |
| ଚିକିତ୍ସା | Joint reduction followed by splinting, surgery[୧] |
| ପୁନଃପୌନିକ | Uncommon[୨] |
ଲୁନେଟ ଅସ୍ଥି ସ୍ଥାନଚ୍ୟୁତି ହେଉଛି ଏକ ପ୍ରକାର କଚଟି ସ୍ଥାନଚ୍ୟୁତି ଯେଉଁଠାରେ ଲୁନେଟ ଅସ୍ଥି ତାହାର ସ୍ଥାନରୁ ବାହାରି ଯାଇଥାଏ ।[୩] ଏହାର ଲକ୍ଷଣ ମଧ୍ୟରେ କଚଟିରେ ଯନ୍ତ୍ରଣା ଏବଂ ଫୁଲା ହୁଏ ।[୨] କଚଟି ଅସ୍ୱାଭାବିକ ଦେଖାଯାଏ କି ନାହିଁ ତାହା ପରିବର୍ତ୍ତନଶୀଳ ।[୨] ଏହାର ଜଟିଳତା ମଧ୍ୟରେ ମିଡିଆନ ସ୍ନାୟୁରେ ଆଘାତ ଅନ୍ତର୍ଭୁକ୍ତ କରିହୋଇପାରେ ।[୧]
ଏହାର କାରଣ ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ଆଘାତ ସହିତ ଜଡିତ ହୋଇଥାଏ ।[୩] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି ଦ୍ୱାରା ହୋଇଥାଏ; ଯଦିଓ ୨୫% କ୍ଷେତ୍ରରେ ତାହା ଜଣାପଡ଼େନାହିଁ ।[୧]
ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୪] ଯଦିଓ ଅସ୍ତ୍ରୋପଚାର ପୂର୍ବରୁ ରିଡକସନ ଓ ସ୍ପ୍ଲିଣ୍ଟିଂ ଚେଷ୍ଟା କରାଯାଇପାରେ ।[୨] ରାଡିଆଲ ସ୍ନାୟୁ ସ୍ୱାଭାବିକ ଥିଲେ ୩ରୁ ୫ଦିନ ପରେ ଅସ୍ତ୍ରୋପଚାର କରାଯାଇପାରେ ।[୧] ଯେଉଁମାନେ ଶୀଘ୍ର ଚିକିତ୍ସିତ ହୁଅନ୍ତି, ଫଳାଫଳ ସାଧାରଣତ ଯୁକ୍ତିଯୁକ୍ତ ହୁଏ, ଯଦିଓ ଅଷ୍ଟିଓଆର୍ଥ୍ରାଇଟିସ୍ ସାଧାରଣତଃ ହୋଇପାରେ ।[୨]
ଲୁନେଟ ଅସ୍ଥି ସ୍ଥାନଚ୍ୟୁତି ସାଧାରଣ ନୁହେଁ ।[୨] ଯେତେବେଳେ ଏହା ହୁଏ, ସାଧାରଣତ ଯୁବକମାନେ ପ୍ରଭାବିତ ହୁଅନ୍ତି ।[୧] ୧୯୪୦ ଦଶକରେ ରସେଲଙ୍କ ଦ୍ୱାରା ଏହାର ପ୍ରାରମ୍ଭିକ ବର୍ଣ୍ଣନା ହୋଇଥିଲା ।[୫] [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lunate Dislocation". fpnotebook.com. Archived from the original on 3 December 2023. Retrieved 26 February 2024.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Bentley, TP; Hope, N; Journey, JD (January 2024). "Wrist Dislocation". StatPearls. PMID 29939534.
- ↑ ୩.୦ ୩.୧ ୩.୨ ୩.୩ Dixon, Andrew. "Lunate dislocation | Radiology Reference Article | Radiopaedia.org". Radiopaedia. Archived from the original on 21 September 2023. Retrieved 25 February 2024.
- ↑ "Lunate Dislocation". Core EM. Archived from the original on 25 February 2024. Retrieved 26 February 2024.
- ↑ Huang, C; You, D; Guo, W; Qu, W; Hu, Y; Li, R; Zhu, Z (July 2019). "First-stage scapholunate fusion for the treatment of a chronic lunate dislocation: A case report". Medicine. 98 (28): e16453. doi:10.1097/MD.0000000000016453. PMID 31305477.
- ↑ RUSSELL, TB (November 1949). "Inter-carpal dislocations and fracture-dislocations; a review of 59 cases". The Journal of bone and joint surgery. British volume. 31B (4): 524–31, illust. PMID 15397134.