ଲୁଣିଆଁପାଟଣା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଲୁଣିଆଁପାଟଣା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର ଜିଲ୍ଲା
ପଞ୍ଚାୟତ ସମିତିଘସିପୁରା
ଗ୍ରାମ ପଞ୍ଚାୟତବାତୋ
ତହସିଲଘସିପୁରା
Time zoneIST (+୫.୩୦)
ଡାକ କୋଡ଼
୭୫୮୦୧୫
Area code୦୬୬୩୧
ଯାନବାହାନ ପଞ୍ଚୀକରଣOD-09

ଲୁଣିଆଁପାଟଣା , ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଘସିପୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗାଁର ଲୋକସଂଖ୍ୟା ୫୦୦ରୁ ଅଧିକ । ତନ୍ତି(ମାଟିବଂଶ), ଗୋପାଳ, ଭଣ୍ଡାରି ଜତିର ୯୦ଟି ପରିବାର ଏଠାରେ ବସବାସ କରନ୍ତି । ଗାଁ ଲୋକମାନେ ମୁଖ୍ୟତ ଧାନ ଚାଷ ଉପରେ ନିର୍ଭର କରି ଚଳନ୍ତି। ଖୁବ କମ ଲୋକ ସରକାରୀ ଚାକରୀ ଓ ବ୍ୟବସାୟ କରନ୍ତି । ଗାଁର ଶିକ୍ଷିତ ଯୁବକମାନେ ଆତ୍ମନିଯୁକ୍ତି ପାଇଁ ଚେନ୍ନାଇ , କଲିକତା, ମୁମ୍ବାଇ ପ୍ରଭୃତି ସହରରେ ରହି କାମ କରୁଛନ୍ତି । ଗାଁର ପ୍ରାକୃତାକ ପରିବେଶ ଖୁବ ମନୋରମ । ଗାଁର ପୂର୍ବରେ ପୂଣ୍ୟତୋୟା ବୈତରଣି ,ପଶ୍ଚିମରେ ବିସ୍ତିଣ୍ଣ ଶସ୍ୟ କ୍ଷେତ୍ର । ଉତ୍ତରରେ ମା ମଙ୍ଗଳାଙ୍କ ମନ୍ଦିର , ଦକ୍ଷିଣରେ ଶିବ ମନ୍ଦିର ଆବସ୍ଥାତ ।


ଗମନାଗମନ[ସମ୍ପାଦନା]

କେନ୍ଦୁଝରଠାରୁ ଗାଁର ଦୂରତା ୧୧୦ କିଲୋମିଟର । ଗାଁରୁ ଘଟଗାଁର ଦୂରତା ୫୦ କିଲୋମିଟର । ୨୧୫ ନମ୍ବର ଜାତୀୟ ରାଜପଥର ବରପଦା ଛକରୁ ଓହ୍ଲାଇ ୧୦ କିଲୋମିଟର ପୂର୍ବକୁ ଗଲେ ଏହି ଗାଁ ପଡେ । ଭୁବନେଶ୍ୱରରୁ ଏହାର ଦୂରତା ୧୩୫ କିଲେମିଟର ହେବ । ଗାଁରୁ କଟକ , ଭୁବନେଶ୍ୱର ଯିବାକୁ ହେଲ କମାଣ୍ଡର ,ମ୍ୟାଜିକ ଯୋଗେ ବରପଦା ଛକକୁ ଆସି ବାକୁ ହୁଏ । ସେଇଠୁ ବସ ଯୋଗେ କଟକ , ଭୁବନେଶ୍ୱର ଯିବାକୁ ପଡେ । ପ୍ରତ୍ୟକ ଦିନ ଗାଁରୁ ଗୋଚିଏ ବସ କେନ୍ଦୁଝକ ଯାଇ ସଂଧ୍ଯାରେ ଫେରେ । ଏତଦବ୍ୟତୀତ କେଇଖଣ୍ଡ କମାଣ୍ଡର ,ମ୍ୟାଜିକଭ୍ୟାନ ପଇ ଯାଜପୁର ରୋଡ, ଆନନ୍ଦପୁରକୁ ଆସନ୍ତି । ଲୋକେ ରେଲ ସେବା ପାଇଁ ଯାଜପୁର -କେନ୍ଦୁଝର ରେଳ ଷ୍ଚେସନ ଉପରେ ନିର୍ଭର କରନ୍ତି .। ଗାଁଠାରୁ ଏହାର ଦୂରତା ୩୦ କିଲୋମିଟର ହେବ । ସଂଧ୍ୟାପରେ ଗାଁକୁ ଯିବା ପାଇଁ ଆଟୋ ଉପରେ ନିର୍ଭର କରିବାକୁ ପଡେ ।

ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ମଧୁକେଶ୍ୱରୀ ପ୍ରଥମିକ ବିଦ୍ୟାଳୟ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିଛି । ହାଇସ୍କୁଲ ପଢ଼ିବା ପାଇଁ ପିଲାମାନେ ରଂଗାଧର ସ୍ମୃତୀ ବିଦ୍ୟାପିଠ , ଅତାକୁ ଯାଆନ୍ତି । ଗାଁଠାରୁ ଅତାର ଦୂରତା ୨ କିଲୋମିଟର ହେବ । ଗାଁରୁ ୪ କିଲୋମିଟର ଦୂରରେ ଜଗନ୍ନାଥ ମହାବିଦ୍ୟାଳୟ,୧୦ କିଲୋମିଟର ଦୂର( ବରପଦାରେ ) ପତିତପାବନ ମହାବିଦ୍ୟାଳୟ ଅବସ୍ଥିତ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆନନ୍ଦପୁର ଆଞ୍ଚଳିକ ମହାବିଦ୍ୟାଳୟ,ବ୍ୟାସନଗର ଅଟୋନୋମସ କଲେଜ, ଓ ଧରଣୀଧର ମହାବିଦ୍ୟା୍ୟରେ ନିର୍ଭର କରନ୍ତି । ପରିତାପର ବିଷୟ ଯେ -ଏହି ଗାଁଟି ଏପଯ୍ୟନ୍ତ ପୋଷ୍ୟ ଗ୍ରାମ ଭାବେ ପାଖ ମଧୁକେସଶ୍ୱରି ଗ୍ରମ ସହିତ ରହିଛି । ଫଳରେ ଏଯାବତ ଗ୍ରାମରେ ସରକାରୀ ସ୍କୁଲଟିଏ ନାହିଁ କି ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁରେ ବିଭିନ୍ନ ପର୍ବପର୍ବାଣି ପାଳନ କରା୍ଯାଏ । ସେଗୁଡିକ ମଧ୍ଯରୁ ରଜ, ଦଶହରା, ମକର, ଦୋଳପୂର୍ଣ୍ଣିମା ପାଳନ ଅନ୍ୟତମ । ଦଶହରାକୁ ବଡ଼ ଧୁମ୍‌ଧାମରେ ପାଳନ କରାଯାଏ । ଏଥିପାଇଁ ୫ଦିନ ଧରି ଗାଁରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲେ ।

ଆଧାର[ସମ୍ପାଦନା]