ଲିଥିଅମ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
Lithium toxicity
Lithium overdose, lithium poisoning
A bottle of lithium capsules
ବିଭାଗToxicology
ଲକ୍ଷଣTremor, increased reflexes, trouble walking, kidney problems, altered level of consciousness[୧]
କାରଣExcessive intake, decreased excretion[୧]
ବିପଦ କାରକDehydration, low sodium diet, kidney problems[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and a lithium level[୧][୨]
ଚିକିତ୍ସାGastric lavage, whole bowel irrigation, hemodialysis[୧]
PrognosisLow risk of death[୩]

ଲିଥିଅମ ବିଷକ୍ରିୟା, ଯାହାକୁ ଲିଥିଅମ ଓଭରଡୋଜ୍ ମଧ୍ୟ କୁହାଯାଏ, ଦେହରେ ଅତ୍ୟଧିକ ଲିଥିୟମ୍ ହେବାର ଅବସ୍ଥା | [୧] ଏହାର ଲକ୍ଷଣ ମଧ୍ୟରେ କମ୍ପନ, ବର୍ଦ୍ଧିତ ରିଫ୍ଲେକ୍ସ, ଚାଲିବାରେ ଅସୁବିଧା, ବୃକ୍‌କ ସମସ୍ୟା ଏବଂ ପରିବର୍ତ୍ତିତ ଚେତନା ସ୍ତର ହୋଇପାରେ। [୧] ଏକ ବର୍ଷ ପରେ ସମସ୍ୟା ସାଧାରଣ ହୋଇପାରେ । [୧] ରୋଗ ଜଟିଳ ହେଲେ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । [୧]

ଅତ୍ୟଧିକ ଗ୍ରହଣ କିମ୍ବା ନିର୍ଗମନ ହ୍ରାସ ହେତୁ ଲିଥିୟମ୍ ବିଷକ୍ରିୟା ହୋଇପାରେ । [୧] ଅତ୍ୟଧିକ ଗ୍ରହଣ ହୁଏତ ଆତ୍ମହତ୍ୟା ଉଦ୍ୟମ କିମ୍ବା ଦୁର୍ଘଟଣା ଜନିତ ହୋଇପାରେ । [୧] ବାନ୍ତି କିମ୍ବା ତରଳ ଝାଡ଼ା, କମ୍ ସୋଡିୟମ୍ ଖାଦ୍ୟ କିମ୍ବା ବୃକ୍‌କ ଜନିତ ସମସ୍ୟାରୁ ନିର୍ଜଳନ ହୋଇପାରେ । [୧] ଏହି ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଉପରେ ଆଧାରିତ ଏବଂ ୧.୨ ମିଇକ୍ୟୁ/ ଲିରୁ ଅଧିକ ଲିଥିଅମ ସ୍ତରରୁ ଅଧିକ ହେଲେ ହୋଇପାରେ । [୧] [୨]

ପାକସ୍ଥଳୀ ଧୋଇବା ଏବଂ ପୁରା ଅନ୍ତନଳୀ ଜଳସେଚନ ଶୀଘ୍ର କରାଗଲେ ଉପଯୋଗୀ ହୋଇପାରେ । [୧] ଆକ୍ଟିଭେଟେଡ ଚାରକୋଲ ପ୍ରଭାବଶାଳୀ ନୁହେଁ । [୧] ଭୟଙ୍କର ବିଷାକ୍ତତା ପାଇଁ ହେମୋଡାଏଲିସିସ୍ ସୁପାରିଶ କରାଯାଏ। [୧] ମୃତ୍ୟୁ ହେବାର ଆଶଙ୍କା ସାଧାରଣତଃ କମ୍ ଅଟେ। [୩] କ୍ରନିକ୍ ବିଷକ୍ରିୟା ଅପେକ୍ଷା ତୀବ୍ର ବିଷକ୍ରିୟା ସାଧାରଣତ ଉତ୍ତମ ଫଳାଫଳ ଦେଇଥାଏ । [୪] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୫,୦୦୦ ହଜାର ମାମଲା ବିଷ ନିୟନ୍ତ୍ରଣ କେନ୍ଦ୍ରରେ ରିପୋର୍ଟ କରାଯାଏ। [୨] ଲିଥିୟମ୍ ବିଷକ୍ରିୟା ପ୍ରଥମେ ୧୮୯୮ ମସିହାରେ ବର୍ଣ୍ଣନା କରାଯାଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Hedya, Shireen A.; Avula, Akshay; Swoboda, Henry D. (2019). "Lithium Toxicity". StatPearls. StatPearls Publishing. Archived from the original on 12 November 2020. Retrieved 22 December 2019.
  2. ୨.୦ ୨.୧ ୨.୨ "Lithium Toxicity | California Poison Control System | UCSF". calpoison.org. Archived from the original on 28 February 2021. Retrieved 22 December 2019.
  3. ୩.୦ ୩.୧ Baird-Gunning, J; Lea-Henry, T; Hoegberg, LCG; Gosselin, S; Roberts, DM (May 2017). "Lithium Poisoning". Journal of Intensive Care Medicine. 32 (4): 249–263. doi:10.1177/0885066616651582. PMID 27516079.
  4. Waring, WS (2006). "Management of lithium toxicity". Toxicological Reviews. 25 (4): 221–30. doi:10.2165/00139709-200625040-00003. PMID 17288494.