Jump to content

ଲିଙ୍ଗ ପୁରାଣ

ଉଇକିପିଡ଼ିଆ‌ରୁ

ଲିଙ୍ଗ ପୁରାଣ (ଲିଙ୍ଗପୁରାଣ, IAST: Liṅga-purāṇa) ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଗୋଟିଏ ଏବଂ ଏହା ଶୈବ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ ।[][] ଏହି ପୁରାଣର ନାମ ଲିଙ୍ଗ ବୋଲି ପରିଚିତ, ଯାହା ଭଗବାନ ଶିବଙ୍କ ଚିହ୍ନାତ୍ମକ ପ୍ରତୀକକୁ ସୂଚିତ କରେ ।[][] ଲିଙ୍ଗ ପୁରାଣର ରଚୟିତା ଏବଂ ରଚନା-କାଳ ବିଷୟରେ ପ୍ରାମାଣିକ ତଥ୍ୟ ବିଶେଷ ନାହିଁ, କିନ୍ତୁ ବିଶେଷଜ୍ଞମାନଙ୍କ ଅନୁମାନ ଅନୁଯାୟୀ ଏହା ଖ୍ରୀଷ୍ଟାବ୍ଦ ୫ମ୍ ଶତାବ୍ଦୀରୁ ୧୦ମ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିବ। ଏହି ପୁରାଣ ଅନେକ ଭିନ୍ନ ସଂସ୍କରଣରେ ଉପଲବ୍ଧ ଏବଂ କାଳକ୍ରମେ ଏହାର ସଂଶୋଧନ ଏବଂ ବିସ୍ତାର ହୋଇଥିବା ସମ୍ଭାବନା ରହିଛି ।[][] ବର୍ତ୍ତମାନ ମିଳିଥିବା ପାଠ୍ୟଟି ଦୁଇଭାଗରେ ବିଭକ୍ତ, ଏବଂ ଏଥିରେ ସମୁଦାୟ ୧୬୩ ଅଧ୍ୟାୟ ରହିଅଛି ।[]

ଏହି ପୁରାଣରେ ସୃଷ୍ଟିତତ୍ତ୍ୱ (କୋସ୍ମୋଲୋଜି), ପୌରାଣିକ କଥା, ଋତୁଚକ୍ର, ପର୍ବ-ପର୍ବାଣୀ, ଭୂଗୋଳ, ତୀର୍ଥଯାତ୍ରା ପାଇଁ ଦର୍ଶନ-ମାର୍ଗଦର୍ଶନ, ଲିଙ୍ଗ ଏବଂ ନନ୍ଦୀଙ୍କ ନିର୍ମାଣ ଓ ପ୍ରତିଷ୍ଠା ପ୍ରକ୍ରିୟା, ସ୍ତୋତ୍ର, ଏହି ପ୍ରତୀକମାନଙ୍କର ଗୁରୁତ୍ୱ, ଏବଂ ଯୋଗ ସମ୍ବନ୍ଧୀୟ ବିବରଣୀ ସହିତ ତାହାର ବିଭିନ୍ନ ଲାଭ ବିଷୟରେ ବର୍ଣ୍ଣନା ହୋଇଛି ।

କଥାବସ୍ତୁ

[ସମ୍ପାଦନା]

ହିନ୍ଦୁ ଗ୍ରନ୍ଥମାନଙ୍କରେ ଲିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ବା ଧାରଣା,ଯାହା ବ୍ରହ୍ମ ଧାରଣା ସହ ସଂପୃକ୍ତ, ଯାହା ଅଦୃଶ୍ୟ, ଚିହ୍ନହୀନ, ନିରାକାର ଏବଂ ନିର୍ଗୁଣ ସତ୍ତାରୂପେ ମଧ୍ୟ ପରିଚିତ ।[]

ଲିଙ୍ଗ ପୁରାଣ କହେ — "ଶିବ ହେଉଛନ୍ତି ଚିହ୍ନହୀନ, ରଙ୍ଗହୀନ, ରସହୀନ, ଗନ୍ଧହୀନ; ଯାହାକୁ କଥା, ସ୍ପର୍ଶ କିମ୍ବା ଇନ୍ଦ୍ରିୟରେ ଧରାଯାଇପାରେ ନାହିଁ; ଯିଏ ଗୁଣହୀନ, ଚଳହୀନ ଏବଂ ଅପରିବର୍ତ୍ତନଶୀଳ।"

ଲିଙ୍ଗ ପୁରାଣର ସଂରଚନା

[ସମ୍ପାଦନା]

ଲିଙ୍ଗ ପୁରାଣ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ —

  • ପୂର୍ବ ଭାଗ (ପୂର୍ବ-ଭାଗ) — ବଡ଼ ଅଂଶ
  • ଉତ୍ତର ଭାଗ (ଉତ୍ତର-ଭାଗ) — ଛୋଟ ଅଂଶ

ଏଥିରେ ବିଭିନ୍ନ ବିଷୟ ଆଲୋଚିତ, ଯାହାରେ କିଛି ପ୍ରମୁଖ ଅଂଶ ହେଉଛି —

୧) ସୃଷ୍ଟିତତ୍ତ୍ୱ (Cosmology):ଏହି ପୁରାଣରେ ଅନେକ ସ୍ଥାନରେ ସୃଷ୍ଟିତତ୍ତ୍ୱ ବର୍ଣ୍ଣିତ । ଉଦାହରଣ ସ୍ୱରୂପ: ପ୍ରାରମ୍ଭିକ ଅଧ୍ୟାୟରେ ଶ୍ୱେତାଶ୍ୱତର ଉପନିଷଦ ଉଲ୍ଲେଖ ରହିଛି ଏବଂ ଅଧ୍ୟାୟ 1.70ରେ ସାଂଖ୍ୟ ଦର୍ଶନ ଭିତ୍ତିକ ସୃଷ୍ଟିତତ୍ତ୍ୱ ପ୍ରସ୍ତୁତ ହୋଇଛି ।[]

୨) ଖଗୋଳ (Astronomy):ଅଧ୍ୟାୟ 1.55 ରୁ 1.61 ପର୍ଯ୍ୟନ୍ତ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ-ନକ୍ଷତ୍ର ଓ ତାହାସହ ସମ୍ବନ୍ଧିତ ପୌରାଣିକ କଥା ନିବେଶିତ ହୋଇଛି ।[]

୩) ଭୂଗୋଳ (Geography): ପୁରାଣ କହେ ଯେ ପୃଥିବୀ ସାତଟି ଦ୍ୱୀପରେ ବିଭକ୍ତ । ଏହାରେ ପର୍ବତ, ନଦୀ, ପରିସ୍ଥିତିକ ଏବଂ ଅଞ୍ଚଳଗତ ଉପଜାତ ସମ୍ପଦ ସହିତ ପୌରାଣିକ ଗାଥାର ବର୍ଣ୍ଣନା ରହିଛି ।[]

୪)ତୀର୍ଥ (Pilgrimage): ଅଧ୍ୟାୟ 1.77 ଏବଂ 1.92ରେ ଭାରତର ପବିତ୍ର ସ୍ଥଳମାନଙ୍କୁ; ଯଥା ବାରାଣସୀ, କେଦାରନାଥ, ପ୍ରୟାଗ ଏବଂ କୁରୁକ୍ଷେତ୍ର ମହିମାମଣ୍ଡିତ କରାଯାଇଛି ।[୧୦]

୫) ଯୋଗ ଏବଂ ନୀତିଶାସ୍ତ୍ର (Yoga and Ethics): ଲିଙ୍ଗ ପୁରାଣରେ ପାଶୁପତ ଯୋଗ, ନୀତି ଏବଂ ଆଚାର-ଧର୍ମ ସମ୍ବନ୍ଧୀୟ ଚର୍ଚ୍ଚା ଅନେକ ଅଧ୍ୟାୟରେ ମିଳେ ।[୧୧][୧୨]

ଲିଙ୍ଗ ପୁରାଣରେ ଶିବଙ୍କୁ ନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ଭର୍ତ୍ସନା କରାଯାଇଛି । ଏହାର ପ୍ରଥମ ଖଣ୍ଡର ଅଧ୍ୟାୟ 1.107 ରେ କହାଯାଇଛି ଯେ, ଯଦି ପ୍ରୟୋଜନ ପଡ଼େ ତେବେ ଶିବଭକ୍ତ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ହେବା ଉଚିତ, ଏବଂ ଶିବଙ୍କୁ ଅପମାନ କରୁଥିବା ତତ୍ତ୍ଵଙ୍କ ବିରୋଧରେ ଶକ୍ତି ବା ହିଂସା ବ୍ୟବହାର କରି ତାହାକୁ ବନ୍ଦ କରିବା ଉଚିତ । ତେବେ ଅତ୍ୟାବଶ୍ୟକ ନ ହେଲେ ହିଂସାର ପ୍ରୟୋଗ ବର୍ଜନ କରିବା ଉଚିତ ବୋଲି ମଧ୍ୟ କୁହାଯାଇଛି ।[୧୩]

  1. 1 2 Dalal 2014, p. 223.
  2. 1 2 Rocher 1986, pp. 187–188.
  3. K P Gietz 1992, p. 435 with note 2389.
  4. Dimmitt & van Buitenen 2012, p. 5.
  5. Rocher 1986, p. 187.
  6. Alain Daniélou (1991). The Myths and Gods of India. Princeton Bollingen Series. Inner Traditions / Bear & Co. pp. 222–224. ISBN 978-0-89281-354-4.
  7. Tracy Pintchman (2015). The Rise of the Goddess in the Hindu Tradition. State University of New York Press. p. 242 with footnote 150. ISBN 978-1-4384-1618-2.
  8. Linga Purana, Chapter 1.55-1.61 JL Shastri (Translator, 1951), Part 1 of 2, Motilal Banarsidass, pages 215-238
  9. Linga Purana, Chapter 1.46 JL Shastri (Translator, 1951), Part 1 of 2, Motilal Banarsidass, pages 181-209
  10. Linga Purana, Chapter 1.92 JL Shastri (Translator, 1951), Part 1 of 2, Motilal Banarsidass, pages 486-501, 378-382
  11. Linga Purana, Chapter 1.88-1.89 JL Shastri (Translator, 1951), Part 1 of 2, Motilal Banarsidass, pages 27-37, 458-477
  12. Linga Purana, Chapter 13: The eight bodies of Shiva JL Shastri (Translator, 1951), Part 2 of 2, Motilal Banarsidass, pages 650, 789-791
  13. J.L.Shastri (1951). Linga Purana - English Translation - Part 1 of 2.