ଲିଙ୍ଗରାଜ ରଥ (ବିଚାରପତି)
ଲିଙ୍ଗରାଜ ରଥ (ଜନ୍ମ :୧ ଅକ୍ଟୋବର ୧୯୩୫) ଓଡ଼ିଶା ଉଚ୍ଚ ନ୍ୟାୟାଲୟ ତଥା ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧][୨]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଲିଙ୍ଗରାଜ ରଥଙ୍କ ଜନ୍ମ ୧ ଅକ୍ଟୋବର ୧୯୩୫ରେ ହୋଇଥିଲା । ୧୯୯୫ ମସିହାରେ ସେ କଳା ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୮ ମସିହାରେ ଆଇନରେ ସ୍ନାତକ ଡିଗ୍ରୀ (LL.B.) ଲାଭ କଲେ । ୮ ଫେବୃଆରୀ ୧୯୬୦ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଭାବେ ତାଲିକାଭୁକ୍ତ ହେଲେ ଏବଂ ଡିସେମ୍ବର ୧୯୮୨ରେ ବରିଷ୍ଠ ଅଧିବକ୍ତା ଭାବେ ମାନ୍ୟତା ପାଇଲେ । ଓକିଲାତି ଜୀବନରେ ସେ ଓଶ଼ିଶା ଉଚ୍ଚ ନ୍ୟାୟାଳୟରେ ଦେୱାନୀ, ଫୌଜଦାରୀ, ଶ୍ରମ, ସାମ୍ବିଧାନିକ ଏବଂ ବିକ୍ରୟ କର ଆଇନ, କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ଶୁଳ୍କ ଇତ୍ୟାଦିରେ ଓକିଲତି ଅଭ୍ୟାସ କରିଥିଲେ । ୨୧ ମାର୍ଚ୍ଚ ୧୯୮୬ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଲେ ଏବଂ ୨୬ ଜୁନ ୧୯୮୬ରେ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ଲାଭ କଲେ ।[୩][୪]
ସେ ୨୧.୩.୧୯୮୬ରୁ ୩.୫.୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଏବଂ ୧୧.୫.୧୯୯୪ରୁ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ସଂପାଦନ କଲେ ।[୧][୩] ୧ ଅକ୍ଟୋବର ୧୯୯୭ରେ ସେ କାର୍ଯ୍ୟରୁ ଅବସର ନେଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-11.
- ↑ "High Court for the State of Telangana". tshc.gov.in. Retrieved 11 January 2025.
- ↑ ୩.୦ ୩.୧ ୩.୨ "High Court for the State of Telangana". tshc.gov.in. Retrieved 2025-01-11.
- ↑ "Appointment of Shri Lingaraj Rath,". abhilekh-patal.in. Retrieved 11 January 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |