Jump to content

ଲାନା ଡେଲ୍ ରେ

ଉଇକିପିଡ଼ିଆ‌ରୁ
ଲାନା ଡେଲ୍ ରେ
Lana Del Rey smiling at a festival performance
୨୦୨୪ ମସିହାରେ ଲାନା ଡେଲ୍‌ ରେ
ଜନ୍ମ
Elizabeth Woolridge Grant

(1985-06-21) ଜୁନ ୨୧, ୧୯୮୫ (ବୟସ ୪୦)
ନିୟୁୟର୍କ, ଯୁକ୍ତରାଷ୍ଟ୍ର ଆମେରିକା.
ଅନ୍ୟ ନାମ
  • Lana Del Ray
  • Lana Rey Del Mar
  • Lizzy Grant
  • May Jailer
  • Sparkle Jump Rope Queen
ଶିକ୍ଷାନୁଷ୍ଠାନFordham University (BA)
ବୃତ୍ତିସମୂହ
  • Singer
  • songwriter
ସକ୍ରିୟ ବର୍ଷ2005–present
କୃତି
ବୈବାହିକ-ସାଥୀ
Jeremy Dufrene
(m. ୨୦୨୪)
[]
ପୁରସ୍କାରFull list
Musical career
ଶୈଳୀ
ବାଦ୍ୟଯନ୍ତ୍ରVocals
ଲେବଲ
ୱେବସାଇଟlanadelrey.com
ଦସ୍ତଖତ

ଏଲିଜାବେଥ ୱୁଲ୍ରିଜ୍ ଗ୍ରାଣ୍ଟ (ଜନ୍ମ ୨୧ ଜୁନ୍ ୧୯୮୫), ପେଶାଗତ ଭାବରେ ଲାନା ଡେଲ୍ ରେ ଭାବେ ପରିଚିତ, ଜଣେ ଅମେରିକୀୟ ଗାୟିକା ଓ ଗୀତିକାର।[] ସେ ଗ୍ଲାମର୍‌ସ୍ ତଥା ବିରହ ଭାବର ସଙ୍ଗୀତ ଥିମ୍‌ଗୁଡ଼ିକୁ ପାରମ୍ପରିକ ଅମେରିକାନ୍‌ ସିନେମା ଶୈଳୀର ଭିଜୁଆଲ୍ ସହିତ ମିଶାଇ ଏକ ଚମତ୍କାର ନୂତନ ଶୈଳୀର ସ୍ରଷ୍ଟା ଭାବେ ପରିଚିତା । ଡେଲ୍ ରେଙ୍କ ଗୀତଗୁଡିକ ସାଧାରଣତଃ ହୃଦୟସ୍ପର୍ଶୀ ଓ ବିରହମୟ ଭାବପୂର୍ଣ୍ଣ ସଂଗୀତ ତଥା ହଲିଉଡ୍‌ର ସ୍ଵର୍ଣ୍ଣ ଯୁଗର ସଂସ୍କୃତିର ମିଶ୍ରିତ ଭାବ ମଧ୍ୟରେ ଉପସ୍ଥାପିତ ହୋଇଥାଏ । ସେ ବିଭିନ୍ନ ସମ୍ମାନର ଅଧିକାରୀ ହୋଇଛନ୍ତି, ଯେପରିକି ଗୋଟିଏ MTV ଭିଡିଓ ମ୍ୟୁଜିକ୍ ଅୱାର୍ଡ, ତିନିଟି MTV ଇଉରୋପ୍ ମ୍ୟୁଜିକ୍ ଅୱାର୍ଡ, ଦୁଇଟି ବ୍ରିଟ୍ ଅୱାର୍ଡ, ଦୁଇଟି ବିଲବୋର୍ଡ୍ ମହିଳା ସଙ୍ଗୀତ ଅୱାର୍ଡ ଓ ଏକ ସାଟେଲାଇଟ୍ ଅୱାର୍ଡ । ଏହା ସହିତ ସେ ଏଗାରଟି ଗ୍ରାମୀ ଅୱାର୍ଡ ଓ ଏକ ଗୋଲ୍ଡେନ୍ ଗ୍ଲୋବ୍ ଅୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।[] ଭାରାଇଟି ନାମକ ଟ୍ରେଡ ମାଗାଜିନ ତାଙ୍କୁ ହିଟମେକର୍ସ୍ ଅୱାର୍ଡ ଅନୁଷ୍ଠାନରେ "ଏକବିଂଶତମ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ" ବୋଲି ସମ୍ମାନିତ କରିଥିଲା । ୨୦୨୩ରେ, ରୋଲିଂ ଷ୍ଟୋନ୍ ତାଙ୍କୁ "ଅଦ୍ୟାବଧି ସମୟର ୨୦୦ ଶ୍ରେଷ୍ଠ ଗାୟକ" ତାଲିକାରେ ସ୍ଥାନ ଦେଇଥିଲେ ଏବଂ ତାଙ୍କର ସାଥିପତ୍ରିକା ରୋଲିଂ ଷ୍ଟୋନ୍ UK ତାଙ୍କୁ "ଏକବିଂଶ ଶତାବ୍ଦୀର ସର୍ବୋତ୍ତମ ଅମେରିକୀୟ ଗୀତିକାର" ଭାବରେ ଘୋଷଣା କରିଥିଲା ।[][]

ତାଙ୍କର ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ଷଷ୍ଠ ଆଲବମ୍ Norman Fucking Rockwell! (2019), 62ତମ ବାର୍ଷିକ ଗ୍ରାମୀ ପୁରସ୍କାରରେ "Album of the Year" ଭାବେ ନାମିତ ହୋଇଥିଲା ଏବଂ Rolling Stone ଦ୍ୱାରା "ସର୍ବ ସମୟର ୫୦୦ ଶ୍ରେଷ୍ଠ ଆଲବମ୍" ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା । ତାଙ୍କର ନବମ ଷ୍ଟୁଡିଓ ଆଲବମ୍ 'Did You Know That There's a Tunnel Under Ocean Blvd' ୨୦୨୩ ରେ ମୁକ୍ତିଲାଭ କରିଥିଲା, ଯାହାର ସମର୍ଥନରେ ସମାଲୋଚକମାନଙ୍କ ପ୍ରଶଂସାପ୍ରାପ୍ତ "A&W" ଗୀତ ମୁକ୍ତି ପାଇଥିଲା । ଏହି ଗୀତକୁ Rolling Stone ଦ୍ୱାରା "ସମସ୍ତ ସମୟର ୫୦୦ ଶ୍ରେଷ୍ଠ ଗୀତ" ମଧ୍ୟରେ ଗଣନା କରାଯାଇଥିଲା । ସେହି ଅବଧିରେ ସେ Billboard Global 200 ରେ ଟପ୍ 20 ରେ ଥିବା ଗୀତ "Say Yes to Heaven" ମଧ୍ୟ ମୁକ୍ତି କରିଥିଲେ ।

ଡେଲ୍ ରେ ଭିଜୁଆଲ୍ ମିଡିଆ ପାଇଁ ସାଉଣ୍ଡଟ୍ରାକ୍ ଉପରେ ମଧ୍ୟ ସହଯୋଗିତା କରିଛନ୍ତି । ୨୦୧୩ ମସିହାରେ, ସେ ନିଜେ ଲେଖିଥିବା ଏବଂ ଅଭିନୟ କରିଥିବା ସ୍ଵଳ୍ପ ଅବଧି ବିଶିଷ୍ଟ ସଂଗୀତ ଚଳଚ୍ଚିତ୍ର Tropico ରେ କାମ କରିଥିଲେ । ଏହି ବର୍ଷରେ ହିଁ ସେ The Great Gatsby ଚଳଚ୍ଚିତ୍ର ପାଇଁ "Young and Beautiful" ଗୀତ ଲେଖିଥିଲେ ଯାହା ସମାଲୋଚକଙ୍କ ପ୍ରଶଂସା ଲାଭ କରିଥିଲା ଏବଂ ଗ୍ରାମୀ ଓ କ୍ରିଟିକ୍ସ ଚଏସ୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ୨୦୧୪ରେ, ସେ Maleficent ଚଳଚ୍ଚିତ୍ର ପାଇଁ "Once Upon a Dream" ରେକର୍ଡ କରିଥିଲେ ଏବଂ Big Eyes ଚଳଚ୍ଚିତ୍ର ପାଇଁ ମୁଖ୍ୟ ଗୀତ ଗାଇଥିଲେ, ଯାହାକୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଡେଲ୍ ରେ ୨୦୧୯ ରେ ଚଳଚ୍ଚିତ୍ର Charlie's Angels ପାଇଁ "Don't Call Me Angel" ଗୀତରେ ମଧ୍ୟ ସହଯୋଗ କରିଥିଲେ । ସେ ୨୦୨୦ ରେ ଗଦ୍ୟ କବିତା ଓ ଫଟୋଗ୍ରାଫି ସଂଗ୍ରହ Violet Bent Backwards over the Grass ପ୍ରକାଶ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଏଲିଜାବେଥ ୱୁଲ୍ରିଜ୍ ଗ୍ରାଣ୍ଟଙ୍କ ଜନ୍ମ ୨୧ ଜୁନ୍ ୧୯୮୫ ରେ ମ୍ୟାନହ୍ୟାଟନ୍, ନ୍ୟୁୟର୍କ ନଗରରେ ହୋଇଥିଲା । ତାଙ୍କ ବାପା ରବର୍ଟ ଇଂଲ୍ୟାଣ୍ଡ ଗ୍ରାଣ୍ଟ ଜୁନିୟର୍, ଗ୍ରେ ଗ୍ରୁପ୍ ରେ ଜଣେ କପିରାଇଟର୍ ଥିଲେ ଓ ତାଙ୍କ ମାଆ ପ୍ୟାଟ୍ରିସିଆ ଆନ୍ "ପ୍ୟାଟ୍" ଗ୍ରାଣ୍ଟ (ଜନ୍ମନାମ ହିଲ୍), ସେଇ ସଂସ୍ଥାରେ ଜଣେ ଆକାଉଣ୍ଟ ଏକ୍‌ଜିକ୍ୟୁଟିଭ୍ ଥିଲେ । ତାଙ୍କ ଜଣେ ଛୋଟ ଭଉଣୀ ଅଛନ୍ତି – କାରୋଲିନ୍ "ଚକ୍" ଗ୍ରାଣ୍ଟ, ଏବଂ ଜଣେ ଛୋଟ ଭାଇ ଚାର୍ଲି ଗ୍ରାଣ୍ଟ ମଧ୍ୟ ଅଛନ୍ତି । ସେ କ୍ୟାଥଲିକ୍ ଧର୍ମରେ ଲାଳିତ-ପାଳିତ ହୋଇଥିଲେ ଓ ତାଙ୍କ ପିତାମାତାଙ୍କ ପୂର୍ବପୁରୁଷ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡରୁ ଆସିଥିଲେ । ସେ ଏକ ବର୍ଷ ବୟସରେ ଥିବାବେଳେ ତାଙ୍କ ପରିବାର ଲେକ୍ ପ୍ଲାସିଡ୍, ନ୍ୟୁୟର୍କ କୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ତାଙ୍କ ବାପା ପ୍ରଥମେ ଏକ ଫର୍ଣିଚର୍ କମ୍ପାନୀରେ କାମ କରୁଥିଲେ, ପରେ ଡୋମେନ୍ ବ୍ୟବସାୟରେ ପାଦ ଦେଇଥିଲେ। ତାଙ୍କ ମାଆ ସେଠାରେ ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ । ସେ ତାଙ୍କ ପ୍ରାଥମିକ ଶିକ୍ଷା ନିମିତ୍ତେ ସେଣ୍ଟ ଆଗନେସ୍ ବିଦ୍ୟାଳୟ ଯାଇଥିଲେ ଓ ସେଠାରେ ଚର୍ଚ୍ଚ ଚୟାରରେ ଗାଇବା ଆରମ୍ଭ କରିଥିଲେ, ଯେଉଁଠି ସେ କ୍ୟାଣ୍ଟର୍ ଭାବେ କାର୍ଯ୍ୟ କରୁଥିଲେ । ସେ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମାଆ ଶିକ୍ଷା ଦେଉଥିବା ଉଚ୍ଚ ବିଦ୍ୟାଳୟରେ ପଢ଼ିଥିଲେ, କିନ୍ତୁ ସେ ୧୪ ବା ୧୫ ବର୍ଷ ବୟସରେ ଥିବାବେଳେ ତାଙ୍କ ପିତାମାତା ତାଙ୍କ ଦୁରଭ୍ୟାସ ମଦ୍ୟପାନ ରୁ ମୁକ୍ତି ପାଇବା ପାଇଁ ତାଙ୍କୁ Kent School (ଏକ Episcopal ବୋର୍ଡିଂ ସ୍କୁଲ୍, କନେକ୍ଟିକଟ୍) କୁ ପଠାଇଦେଇଥିଲେ। ତାଙ୍କ କିଶୋର ଅବସ୍ଥାରୁ ମଦ୍ୟପାନ ଓ ମାଦକ ଦ୍ରବ୍ୟ ଗ୍ରହଣ ଗଭୀର ସମସ୍ୟା ହୋଇପଡ଼ିଥିଲା, ଏବଂ ଏଥିପାଇଁ ସମସ୍ତ ପରିବାର ଚିନ୍ତିତ ଥିଲେ। []

ପେଶା ଜୀବନ

[ସମ୍ପାଦନା]

ଉତ୍ତର ନ୍ୟୁୟୋର୍କରେ ବଢ଼ିଥିବା, ଲାନା ଡେଲ୍ ରେ ୨୦୦୫ ମସିହାରେ ସଙ୍ଗୀତ ଜରିଆରେ ଜୀବିକା ନିମନ୍ତେ ନ୍ୟୁୟୋର୍କ ସହରକୁ ଆସନ୍ତି । ୨୦୧୧ ମସିହାରେ ତାଙ୍କର ଏକକ ସଂଗୀତ ଆଲବମ ‘ଭିଡିଓ ଗେମ୍ସ’ ରାତାରାତି ଲୋକପ୍ରିୟ ହେବା ପରେ ଡେଲ୍ ରେ ପ୍ରଥମ ସଫଳତା ଅନୁଭବ କରିଥିଲେ; ଏବଂଏହି ସଫଳତା ପରେ ସେ ପୋଲିଡୋର ଏବଂ ଇଣ୍ଟରସ୍କୋପ୍ ସହିତ ଏକ ରେକର୍ଡିଂ ଚୁକ୍ତି ଲାଭ କରିଥିଲେ ।[]

ତାଙ୍କର ଦ୍ଵିତୀୟ ମୁଖ୍ୟ ସଂଗୀତ ଆଲବମ ‘ବୋର୍ନ ଟୁ ଡାଇ’ (2012) ତାଙ୍କୁ ଆଲୋଚନାତ୍ମକ ଏବଂ ବ୍ୟବସାୟିକ ସଫଳତା ପ୍ରଦାନ କରିଥିଲା ଏବଂ ପରେ ଯେଉଁଠି ‘ସମରଟାଇମ ସ୍ୟାଡନେସ୍’ ଏକ ସ୍ଲିପର୍ ହିଟ୍ ହୋଇଥିଲା । ‘ବୋର୍ନ ଟୁ ଡାଇ’ ବ୍ରିଟେନରେ ତାଙ୍କ ଛଅଟି ଟପ୍-ଚାର୍ଟ ଆଲବମ ମଧ୍ୟରୁ ପ୍ରଥମ ହେବା ସହ ଅନେକ ଦେଶର ସଙ୍ଗୀତ ଚାର୍ଟରେ ଶୀର୍ଷସ୍ଥାନ ଅଧିକାର କରିଥିଲା । ଡେଲ୍ ରେଙ୍କ ତୃତୀୟ ଆଲବମ ‘ଅଲ୍ଟ୍ରାଭାଏଓଲେନ୍ସ’ ଗିଟାର୍ ଭିତ୍ତିକ ଧ୍ୱନି ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ଏବଂ ଏହା ଯୁକ୍ତରାଷ୍ଟ୍ରର ବିଲବୋର୍ଡ 200 ଚାର୍ଟରେ ଶୀର୍ଷସ୍ଥାନରେ ରହିଥିଲା ।

ତାଙ୍କର ଚତୁର୍ଥ ଏବଂ ପଞ୍ଚମ ଆଲବମ 'ହନିମୁନ' (2015) ଏବଂ 'ଲଷ୍ଟ ଫର୍ ଲାଇଫ୍' (2017) କ୍ରମେ, ସେ ତାଙ୍କର ପୂର୍ବତନ ଶୈଳୀକୁ ପୁନଃଫେରାଇଥିଲେ । ପରେ, ତାଙ୍କ ଅତ୍ୟଧିକ ଆଲୋଚିତ ଷଷ୍ଠ ଆଲବମ ‘ନର୍ମ୍ୟାନ ଫାକିଂ ରକୱେଲ୍!’ (2019) ଏକ ସଫ୍ଟ୍ ରକ୍ ଶୈଳୀକୁ ଅନୁସରଣ କରିଥିଲା, ଯାହାକୁ 62ତମ ବାର୍ଷିକ ଗ୍ରାମି ଏୱାର୍ଡ ସମ୍ମାନରେ ରେ ବର୍ଷର ଶ୍ରେଷ୍ଠ ଆଲବମ ଭାବରେ ନାମିତ କରାଯାଇଥିଲା, ଏବଂ ରୋଲିଂ ସ୍ଟୋନ୍ ଏହାକୁ "ଆମ ସମୟର ସର୍ବଶ୍ରେଷ୍ଠ 500 ଆଲବମ" ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ ।

ତାଙ୍କ ଅଷ୍ଟମ ଷ୍ଟୁଡିଓ ଆଲବମ "Blue Banisters" ୨୨ ଅକ୍ଟୋବର ୨୦୨୧ ରେ ପ୍ରକାଶିତ ହୋଇଥିଲା ।[] ଏହା ପୂର୍ବରୁ ୨୦ ମଇ ୨୦୨୧ ରେ ଏକ ସାଥିରେ ତିନିଟି ଗୀତ — ଯଚହାର ଶୀର୍ଷକ ଟ୍ର୍ୟାକ୍ "Blue Banisters", "Text Book", ଏବଂ "Wildflower Wildfire" ପ୍ରକାଶିତ ହୋଇଥିଲା । ଏହା ସହିତ, ୮ ସେପ୍ଟେମ୍ବର ୨୦୨୧ ରେ "Arcadia" ନାମକ ଏକ ଏକକ ସଂଗୀତ ମଧ୍ୟ ପ୍ରକାଶିତ ହୋଇଥିଲା ।"Arcadia" ପାଇଁ ଏକ ସଙ୍ଗୀତ ଭିଡିଓ ୮ ସେପ୍ଟେମ୍ବର ୨୦୨୧ ରେ ପ୍ରକାଶିତ ହୋଇଥିଲା, ଏବଂ ଏହାର ବିକଳ୍ପ ଭିଡିଓ ୭ ଅକ୍ଟୋବର ୨୦୨୧ ରେ ଆସିଥିଲା। "Blue Banisters" ଗୀତ ପାଇଁ ଭିଡିଓ ୨୦ ଅକ୍ଟୋବର ୨୦୨୧ ରେ ଚାଲୁ ହୋଇଥିଲା।

ଲାନା ଡେଲ୍ ରେଙ୍କ ନବମ ଷ୍ଟୁଡିଓ ଆଲବମ ‘ଡିଡ୍ ଯୁ ନୋ ଦ୍ୟାଟ୍ ଦେୟାର୍ ଇଜ୍ ଏ ଟନେଲ୍ ଅଣ୍ଡର୍ ଓସନ୍ ବୁଲିଭାର୍ଡ’ ୨୦୨୩ ମସିହାରେ ପ୍ରକାଶିତ ହୋଇଥିଲା । ଏହାର ଅଂଶ ହିସାବରେ ଶୀର୍ଷକ ଟ୍ର୍ୟାକ୍ ଏବଂ ଆଲୋଚିତ ଗୀତ ‘A&W’ ରହିଥିଲା, ଯାହାକୁ ରୋଲିଂ ସ୍ଟୋନ୍ ସମୟର ସର୍ବଶ୍ରେଷ୍ଠ ୫୦୦ ସଂଗୀତ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ । ସେହି ବର୍ଷ ସେ ବିଲବୋର୍ଡ ଗ୍ଲୋବାଲ୍ ୨୦୦ ରେ ଟପ୍-20 ହିଟ୍ ହିସାବରେ ‘ସେ ଏସ୍ ଟୁ ହେଭେନ୍’ ସଂଗୀତ ମଧ୍ୟ ପ୍ରକାଶ କରିଥିଲେ ।

ଲାନା ଡେଲ୍ ରେ ଭିଜୁଅଲ୍ ମିଡିଆ ପାଇଁ ସାଉଣ୍ଡଟ୍ର୍ୟାକ୍ ମଧ୍ୟ ସହଯୋଗିତା କରିଛନ୍ତି । ୨୦୧୩ ମସିହାରେ ସେ କ୍ଷୁଦ୍ର ସଙ୍ଗୀତ ଚିତ୍ର ‘ଟ୍ରୋପିକୋ’ ର ରଚନା କରିଥିଲେ ଏବଂ ଅଭିନୟ କରିଥିଲେ, ଏବଂ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ଦ ଗ୍ରେଟ୍ ଗ୍ୟାଟସ୍‌ବି’ ପାଇଁ ‘ୟଙ୍ଗ୍ ଅଣ୍ଡ ବ୍ୟୁଟିଫୁଲ୍’ ଗୀତ ଅପ୍‌ଲୋଡ୍ କରିଥିଲେ, ଯାହା ବହୁତ ପ୍ରଶଂସା ପାଇଥିଲା ଏବଂ ଗ୍ରାମି ପୁରସ୍କାର ଓ କ୍ରିଟିକ୍ସ ଚୟ୍ସ ଫିଲ୍ମ ଅୱାର୍ଡ ପାଇଁ ନାମିତ ହୋଇଥିଲା ।

୨୦୧୪ ମସିହାରେ ସେ ଡାର୍କ୍-ଫ୍ୟାଣ୍ଟାସୀ ଫିଲ୍ମ ‘ମାଲେଫିସେଣ୍ଟ୍’ ପାଇଁ ‘ୱନ୍ସ ଅପନ୍ ଏ ଡ୍ରିମ୍’ ଏବଂ ବାୟୋପିକ୍ ‘ବିଗ୍ ଆଇଜ୍‌’ ପାଇଁ ଟାଇଟଲ୍ ଗୀତ ରେକର୍ଡ୍ କରିଥିଲେ, ଯାହା ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ନାମିତ ହୋଇଥିଲା ।

ଲାନା ଡେଲ୍ ରେ ୨୦୧୯ ମସିହାର ଏକ୍ସନ୍ କମେଡି ‘ଚାର୍ଲିଜ୍ ଏଞ୍ଜେଲ୍ସ’ ପାଇଁ ‘ଡୋନ୍ଟ୍ କଲ୍ ମି ଏଞ୍ଜେଲ୍’ ଗୀତ ରେକର୍ଡ୍ କରିଥିଲେ । ଡେଲ୍ ରେ ଏକ କବିତା ଏବଂ ଫଟୋଗ୍ରାଫି ସଂଗ୍ରହ ‘ଭାଏଓଲେଟ୍ ବେଣ୍ଟ୍ ବ୍ୟାକୱାର୍ଡ୍ସ ଓଭର୍ ଦ ଗ୍ରାସ୍’ (୨୦୨୦) ମଧ୍ୟ ପ୍ରକାଶ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଡେଲ୍ ରେ ୨୬ ସେପ୍ଟେମ୍ବର ୨୦୨୪ ରେ ଜେରେମି ଡୁଫ୍ରେନ୍ ସହ ଲୁଇସିଆନାରେ ବିବାହ କରିଥିଲେ । ଡୁଫ୍ରେନ୍ ହେଲେ ଲୁଇସିଆନାର ଡେସ୍ ଏଲିମାଣ୍ଡସ୍ ରେ ଏକ ଯାତ୍ରୀ ବୋଟ୍ କ୍ୟାପଟେନ ।[]ଡେଲ୍ ରେ ୨୦୧୯ ମସିହାରେ ତାଙ୍କ ସହ ଏକ ବୋଟ୍ ଯାତ୍ରା କରିଥିଲେ । ଡେଲ୍ ରେ କହିଛନ୍ତି ଯେ ସେ ଭଗବାନ ଉପରେ ଆସ୍ଥା ରଖନ୍ତି ।

ବଦାନ୍ୟତା

[ସମ୍ପାଦନା]

ବର୍ଷ ବର୍ଷ ଧରି, ଡେଲ୍ ରେ ବିଭିନ୍ନ ସାମାଜିକ ସହଯୋଗ କାର୍ଯ୍ୟରେ ସମର୍ଥନ ଦେଇଛନ୍ତି ଏବଂ ତାଙ୍କ ଆସ୍ଥା ଥିବା କାରଣଗୁଡ଼ିକୁ ସହଯୋଗ କରିବା ପାଇଁ କିଛି ସଙ୍ଗୀତ ରେକର୍ଡିଂ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କ ୨୦୧୯ ମସିହାର "Looking for America" ନାମକ ଏକକ ଗୀତ ୩-୪ ଅଗଷ୍ଟ ୨୦୧୯ ରେ ଟେକ୍ସାସ୍‌ର ଏଲ୍ ପାସୋ ଓ ଓହାୟୋର ଡେଟନ୍ ସହରରେ ଘଟିଥିବା ଗଣ ଗୋଳିଚାଳନା ଉପରେ ପ୍ରତିକ୍ରିୟା ସ୍ୱରୂପ ପ୍ରକାଶିତ ହୋଇଥିଲା । ଏହି ଗୀତର ସମସ୍ତ ଆୟ ୨୮ ଜୁଲାଇ ୨୦୧୯ ରେ ଘଟିଥିବା Gilroy Garlic Festival ଗୁଳିକାଣ୍ଡର ଓ ଅଗଷ୍ଟ ଗୁଳିକାଣ୍ଡର ପୀଡ଼ିତମାନଙ୍କ ପାଇଁ ପ୍ରଦାନ ହୋଇଥିଲା ।[୧୦]

ଅକ୍ଟୋବର ୨୦୨୦ ରେ, ଡେଲ୍ ରେ ତାଙ୍କ ପୁସ୍ତକ "Violet Bent Backwards over the Grass" ବିକ୍ରୟରୁ ଆସିଥିବା $350,000 ରାଶି DigDeep ନାମକ ଏକ ଲସ୍ ଆଞ୍ଜେଲେସ୍‌-ଭିତ୍ତିକ ଅଣଲାଭାକାରୀ ସଂସ୍ଥାକୁ ଦାନ କରିଥିଲେ । ଏହି ସଂସ୍ଥା ୨୦୧୪ ରେ ଜର୍ଜ୍ ମ୍ୟାକ୍‌ଗ୍ରା ଦ୍ୱାରା ସ୍ଥାପିତ ହୋଇଥିଲା ଓ ଏହା ନାଭାଖୋ ଜାତିର ଦୁର୍ଗମ ଘରେ ଓ ସମୁଦାୟରେ ବିଦ୍ୟୁତ୍‌ଚାଳିତ ଜଳ ପ୍ରଦାନ ପାଇଁ ବ୍ୟୟ ହୋଇଥିଲା ।[୧୧] ତା’ପରେ, ଡିସେମ୍ବର ୨୦୨୦ ରେ, ଡେଲ୍ ରେ "You'll Never Walk Alone" ଗୀତର ଏକ କଭର୍ ଆବୃତ୍ତି ପ୍ରକାଶ କରିଥିଲେ, ଯାହାର ଆୟ Liverpool F.C. Foundation ସମର୍ଥିତ ସଂସ୍ଥାଗୁଡିକୁ ପ୍ରଦାନ କରାଯାଇଥିଲା ।

୨୦୦୦ ଦଶକର ଆରମ୍ଭରେ, ଡେଲ୍ ରେ ଏକ ବାସହୀନ ଆଶ୍ରୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ଓ ମାନବିକ ସହାୟତା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ।

ଆଲବମ ସୂଚୀ

[ସମ୍ପାଦନା]

ଷ୍ଟୁଡ଼ିଓ ଆଲବମ

[ସମ୍ପାଦନା]
  • Lana Del Ray (2010)
  • Born to Die (2012)
  • Ultraviolence (2014)
  • Honeymoon (2015)
  • Lust for Life (2017)
  • Norman Fucking Rockwell! (2019)
  • Chemtrails over the Country Club (2021)
  • Blue Banisters (2021)
  • Did You Know That There's a Tunnel Under Ocean Blvd (2023)
  • TBD (2025)

ଚଳଚ୍ଚିତ୍ର ସମ୍ପର୍କୀୟ ଆଲବମ୍‌

[ସମ୍ପାଦନା]
  • Poolside (2010)
  • National Anthem (2012)
  • Ride (2012)
  • Tropico (2013)
  • Hi, How Are You Daniel Johnston? (2015)
  • Freak (2016)
  • Tower of Song: A Memorial Tribute to Leonard Cohen (2017)
  • The Kacey Musgraves Christmas Show (2019)
  • Norman Fucking Rockwell (2019)
  1. "Lana Del Rey Marries Alligator Tour Guide Jeremy Dufrene in Louisiana Wedding". US Magazine (in ଇଂରାଜୀ). 2024-09-27. Retrieved 2024-09-27.
  2. "Lana Del Rey | Biography, Songs, Albums, & Facts | Britannica". www.britannica.com (in ଇଂରାଜୀ). 2025-04-28. Retrieved 2025-06-15.
  3. Mier, Tomás (2023-11-11). "Lana Del Rey 'Woke Up Very Excited' About Her 5 Grammy Nods". Rolling Stone (in ଆମେରିକୀୟ ଇଂରାଜୀ). Retrieved 2025-06-15.
  4. Ewens, Hannah (March 8, 2023). "Lana Del Rey: she does it for the girls". Rolling Stone. Retrieved May 20, 2023.
  5. "The 200 Greatest Singers of All Time". Rolling Stone. January 1, 2023. Retrieved February 17, 2023.
  6. Fennessey, Sean (October 6, 2011). "Ice Breaker: Lana Del Rey". GQ. Archived from the original on March 13, 2015. Retrieved March 7, 2015.
  7. Harris, Paul; York, Paul Harris New (2012-01-21). "Lana Del Rey: The strange story of the star who rewrote her past". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2025-06-15.
  8. Interviews, Clash Magazine Music News, Reviews &; Murray, Robin (2021-03-20). "Lana Del Rey Announces New Album 'Rock Candy Sweet'". Clash Magazine Music News, Reviews & Interviews (in ବ୍ରିଟିଶ୍‌ ଇଂରାଜୀ). Retrieved 2025-06-15.{{cite web}}: CS1 maint: multiple names: authors list (link)
  9. "Lana Del Rey marries alligator tour guide Jeremy Dufrene in Louisiana". The Independent (in ଇଂରାଜୀ). 2024-09-28. Retrieved 2025-06-15.
  10. Hampton, Rachelle (2019-08-09). "Lana Del Rey's New Song Responds to the El Paso and Dayton Shootings". Slate (in ଆମେରିକୀୟ ଇଂରାଜୀ). ISSN 1091-2339. Retrieved 2025-06-15.
  11. "Project Dig Deep Brings Water to Navajo Homes". KDNK Carbondale Community Access Radio (in ଇଂରାଜୀ). 2020-09-15. Retrieved 2025-06-15.