ଲଳିତ କୁମାର ମିଶ୍ର
ଲଳିତ କୁମାର ମିଶ୍ର (ଜନ୍ମ: ୨୫ ଜୁନ ୧୯୫୫) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ପ୍ରାରମ୍ଭିକ ଜୀବନ ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ମିଶ୍ର ୨୫ ଜୁନ ୧୯୫୫ ରେ ବଲାଙ୍ଗୀର ଜିଲ୍ଲାର ଜରସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଗୋପବନ୍ଧୁ ମିଶ୍ର । ଜରସିଂହାର ଏନ୍.ବି. ହାଇସ୍କୁଲରୁ ୧୯୬୮ ମସିହାରେ ମାଟ୍ରିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରି, ୧୯୭୩ ମସିହାରେ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରୁ ବି.ଏ. ଡିଗ୍ରୀ ହାସଲ କଲେ । ୧୯୭୫ ମସିହାରେ ବୁର୍ଲା ଜ୍ୟୋତି ବିହାରର ପ୍ରାଥମିକ ରାଜନୀତି ବିଜ୍ଞାନ ବିଭାଗରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କଲେ । ୧୯୭୬ ମସିହାରେ ସମ୍ବଲପୁର 'ଲଜପତ ରାୟ ଲା କଲେଜ'ରୁ ଏଲ୍.ଏଲ୍.ବି. ଡିଗ୍ରୀ ଅର୍ଜନ କଲେ । ୧୯୭୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀ ବିହାର), ଆଇନ ବିଭାଗରୁ ଏଲ୍.ଏଲ୍.ଏମ୍. ଡିଗ୍ରୀ ଅର୍ଜନ କଲେ । ୫ ଜାନୁଆରୀ ୧୯୮୧ ରେ ବଲାଙ୍ଗିର ଜିଲ୍ଲା ବାରରେ ଯୋଗଦାନ କରି ଆଇନ ବ୍ୟବସାୟ ଅଭ୍ୟାସ ଆରମ୍ଭ କଲେ । ୧୯୮୬ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସହାୟକ ସରକାରୀ ଓକିଲ (A.P.P.) ଭାବେ କାର୍ଯ୍ୟ ନିବାହ କରିଥିଲେ । କିଛିଦିନ ବଲାଙ୍ଗିର ଆଇନ କଲେଜରେ ଅବୈତନିକ ଅଧ୍ୟାପକ ଭାବେ ମଧ୍ୟ ସେବା ଯୋଗାଇଥିଲେ ।
ସେ ୨୬ ଜୁଲାଇ ୧୯୯୩ ରେ ଓଡିଶା ସୁପିରିୟର ନ୍ୟାୟିକ ସେବା (ବରିଷ୍ଠ ଶାଖା) ଅନ୍ତର୍ଗତ ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍, ବ୍ରହ୍ମପୁର ଭାବେ ସିଧାସଳଖ ନିଯୁକ୍ତ ହୋଇଥିଲେ । ଏହା ପରେ, ଭଦ୍ରକର ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍, କୋରାପୁଟ-ଜୟପୁର ଜିଲ୍ଲା ଏବଂ ଦୌରା ଜଜ୍[୨], ଓଡିଶା ବିକ୍ରୟ କର ଆଦାୟ ନ୍ୟାୟାଧୀକର୍ତ୍ତା, ଢେଙ୍କାନାଳ ଜିଲ୍ଲା ଏବଂ ଦୌରା ଜଜ୍[୩], ଲ' ଡିପାର୍ଟମେଣ୍ଟର ଦ୍ୱିତୀୟ ଅତିରିକ୍ତ ବୈଧିକ ରିମେମ୍ବ୍ରାନ୍ସର-ତଥା-ଅତିରିକ୍ତ ସଚିବ, ଏବଂ ରାଜ୍ୟ ଶିକ୍ଷା ଆଦାଲତର ପ୍ରଧାନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ୧୪ ଅଗଷ୍ଟ ୨୦୦୭ ରେ ବାଲେଶ୍ୱର-ଭଦ୍ରକ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ବାଲେଶ୍ୱରରେ ଯୋଗଦାନ କଲେ ।
ପଦୋନ୍ନତି ପାଇ ସେ ୧୭ ଜାନୁଆରୀ ୨୦୦୮ ରେ ସେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ଯୋଗ ଦେଇଥିଲେ ।[୧] ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରୀରୁ ବାଧ୍ୟତା ମୂଳକ ଅବସର ଦିଆଯାଇଥିଲା ।[୪][୫][୬]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-27.
- ↑ "Former Judges | Koraput District | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-27. Retrieved 2025-01-27.
- ↑ "Former Judges | Dhenkanal District Court | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-27. Retrieved 2025-01-27.
- ↑ "The Orissa high court on Monday dismissed the petition filed by former additional judge of the high court Lalit Kumar Mishra challenging his demotion and compulsory retirement. The petitioner had sought court's direction for the Union government to implement the Supreme Court's and Orissa high court's recommendations to appoint him as a permanent judge of the High Court". The Times of India. 2011-09-19. ISSN 0971-8257. Retrieved 2025-01-27.
- ↑ "Judge removal case lingers on". telegraphindia.com. Retrieved 27 January 2025.
- ↑ "W.P.(C ) NO.11302 OF 2010 (Decided on 19.09.2011)". indiankanoon.org. Retrieved 27 January 2025.