Jump to content

ଲଳିତା ଶାସ୍ତ୍ରୀ

ଉଇକିପିଡ଼ିଆ‌ରୁ
ଲଳିତା ଶାସ୍ତ୍ରୀ
Spouse of the Prime Minister of India
କାର୍ଯ୍ୟକାଳ
9 June 1964 – 11 January 1966
ପ୍ରଧାନ ମନ୍ତ୍ରୀଲାଲ ବାହାଦୁର ଶାସ୍ତ୍ରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ
Lalmani Devi

(1910-01-11)୧୧ ଜାନୁଆରୀ ୧୯୧୦
ମିର୍ଜାପୁର, ଉତ୍ତର ପ୍ରଦେଶ, ଭାରତ
ମୃତ୍ୟୁ୧୩ ଅପ୍ରେଲ ୧୯୯୩(1993-04-13) (ବୟସ ୮୩)
New Delhi, Delhi, India
ଜୀବନ ସାଥୀଲାଲ ବାହାଦୁର ଶାସ୍ତ୍ରୀ
ସନ୍ତାନ6; including ଅନିଲ ଶାସ୍ତ୍ରୀ, Hari Krishna and ସୁନୀଲ ଶାସ୍ତ୍ରୀ

ଲଳିତା ଶାସ୍ତ୍ରୀ (ଜନ୍ମନାମ: ଲାଲମଣି ଦେବୀ; ୧୧ ଜାନୁଆରୀ ୧୯୧୦ – ୧୩ ଏପ୍ରିଲ ୧୯୯୩)[] ଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କର ସ୍ତ୍ରୀ ।[]

ସଂକ୍ଷିପ୍ତ ଜୀବନି

[ସମ୍ପାଦନା]

ଉତ୍ତର ପ୍ରଦେଶର ମିର୍ଜାପୁରରେ ଲଳିତା ଦେବୀଙ୍କ ଜନ୍ମ । ସେ ୧୬ ମଇ ୧୯୨୮ ରେ ଶାସ୍ତ୍ରୀଙ୍କ ସହିତ ବିବାହ କରିଥିଲେ । ବିବାହ ପରେ, ସେମାନେ କିଛି ବର୍ଷ ପର୍ଯ୍ୟନ୍ତ ପ୍ରୟାଗରାଜ ( ଆଲହାବାଦ) ରେ ବସବାସ କରିଥିଲେ, ତାପରେ ଲକ୍ଷ୍ଣୌ ଓ ପରେପରେ ନୂଆଦିଲ୍ଲୀକୁ ଚାଲିଯାଇଥିଲେ । ଶାସ୍ତ୍ରୀ ତାଙ୍କ ଜୀବନର ନଅ ବର୍ଷ କାରାଗାରରେ କଟାଇଥିଲେ । ଏହି ସମୟଗୁଡ଼ିକ ମଧ୍ୟରେ, ଦେବୀ ସନ୍ତାନ ଓ ଘର ସଂସାରର ଦେଖାଶୁଣା କରୁଥିଲେ ।[] ୧୯୫୨ ରେ ଶାସ୍ତ୍ରୀ ରେଳମନ୍ତ୍ରୀ ହେବା ପରେ ପରିବାର ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ ହେଲା । ତଥାପି, ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେମାନେ ସେଇ ଘର ଛାଡିଦେଲେ । କିନ୍ତୁ ୧୯୬୮ ରେ, ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେଠି ଥିବା ଘର ଦେବୀଙ୍କୁ ଦେଇଦେଲେ ଏବଂ ସେ ୧୩ ଏପ୍ରିଲ ୧୯୯୩ ରେ ମୃତ୍ୟୁ ପର୍ଯ୍ୟନ୍ତ ସେଠି ରହିଥିଲେ ।

ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିବା ସମୟର ସରକାରୀ ଆବାସ ନିକଟରେ ଆଜି, ଲାଲ ବହାଦୁର ଶାସ୍ତ୍ରୀ ସ୍ମୃତିଭବନ ନୂଆଦିଲ୍ଲୀରେ ଅବସ୍ଥିତ । ସେ ଶାସ୍ତ୍ରୀ ସେବା ନିକେତନର ନିର୍ମାଣ କରିଥିଲେ । ତାଙ୍କ ଅନ୍ୟ ଜଣେ ପୁଅ ଅନିଲ ଶାସ୍ତ୍ରୀ ହେଉଛନ୍ତି ପୂର୍ବତନ ଲୋକସଭା ସଦସ୍ୟ ।

କ୍ରାନ୍ତ ଏମ.ଏଲ. ବର୍ମାଙ୍କ ଦ୍ୱାରା ଲିଖିତ ଲଳିତା କେ ଆଁସୁ ନାମକ ଏକ ହିନ୍ଦୀ ମହାକାବ୍ୟ ପୁସ୍ତକ, ୧୯୭୮ ମସିହାରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକରେ ଲଳିତା ଶାସ୍ତ୍ରୀଙ୍କ ମାଧ୍ୟମରେ ତାଙ୍କ ସ୍ୱାମୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ସମ୍ପୂର୍ଣ୍ଣ କାହାଣୀ ବ୍ୟାଖ୍ୟା କରାଯାଇଛି । ଲଳିତା ନିଜେ ବି କେତେକ କବିତା ଲେଖିଥିଲେ, ଏବଂ ତାଙ୍କ ଲିଖିତ କିଛି ଗୀତକୁ (ଯେପରିକି "भोला भोला रटते रटते") ସଙ୍ଗୀତ ସ୍ଵରରେ ସଜାଇଥିଲେ ଚିତ୍ରଗୁପ୍ତ ଓ ଗାଇଥିଲେ ଲତା ମଙ୍ଗେଶକର

ମୃତ୍ୟୁ

[ସମ୍ପାଦନା]

ଲଳିତା ଦେବୀ ୧୯୯୩ ମସିହାରେ ନୂଆଦିଲ୍ଲୀରେ ଦେହତ୍ୟାଗ କରିଥିଲେ ।

  1. "Lalita Shastri Family History & Historical Records". MyHeritage (in ଇଂରାଜୀ). Retrieved 2025-05-30.
  2. Millennialmatriarchs, ~ (2022-10-04). "Inspired by Gandhi: Lal Bahadur and Lalita Shastri". Millennial Matriarchs (in ଇଂରାଜୀ). Retrieved 2025-05-30. {{cite web}}: |first= has numeric name (help)
  3. Gupta, Sahil (2022-07-27). "Lalita Shastri". Sawan Books (in ଆମେରିକୀୟ ଇଂରାଜୀ). Retrieved 2025-05-30.