Jump to content

ଲଭ୍ ୪୨୦

ଉଇକିପିଡ଼ିଆ‌ରୁ
ଲଭ୍ ୪୨୦
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସଚିକାନ୍ତ ଜେନା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀସଚିକାନ୍ତ ଜେନା
କଳାକାରଜ୍ୟୋତି ରଞ୍ଜନ ନାୟକ
ଶୀତଲ ପାତ୍ର
ବବି ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧ ମାର୍ଚ୍ଚ ୨୦୨୪
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ୪୨୦ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଚିକାନ୍ତ ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବ ଏହାର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଶୀତଲ ପାତ୍ର । ବବି ମିଶ୍ର, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଏଲିସା, ସୁନୀତା, ଅମର, ହରି, ହାଡ଼ୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧ ମାର୍ଚ୍ଚ ୨୦୨୪ରେ ଏହି କଥାଚିତ୍ରଟି ଅଳଙ୍କାର ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ତାରିକ୍ ଅଜିଜ୍, ସ୍ୱୟମ ପାଢ଼ୀ, ସୋହିନୀ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ରୋଜାଲିନ, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]