ଲବଣ

(ଲେଖା ଚାଲିଛି)
ସାଧାରଣ ବ୍ୟବହାରରେ “ଲବଣ” କହିଲେ ଖଣିଜ ପଦାର୍ଥ ବା ରାସାୟନିକ ପଦାର୍ଥକୁ (ଇଂରାଜୀରେ ସୋଡ଼ିଅମ କ୍ଲୋରାଇଡ) ବୁଝାଏ । ଖାଇବା ସମୟରେ ଏହାକୁ “ଟେବୁଲ ସଲ୍ଟ” ବା ମେଜ ଲୁଣ କୁହାଯାଏ । ସ୍ଫଟିକ ବା କ୍ରିଷ୍ଟାଲ ଆକାରରେ ଥିଲେ ଏହାକୁ ରକ ସଲ୍ଟ ବା ହାଲିଟେ (en:halite) କୁହାଯାଏ । ମଣିଷ ଜୀବନରେ ଏହା ଏକ ଅତ୍ୟାବଶ୍ୟକୀୟ ପଦାର୍ଥ ଯାହା ଖାଦ୍ୟକୁ ସ୍ଵାଦିଷ୍ଟ କରେ । ଏହା ବ୍ୟତୀତ ଆଚାର ତିଆରି ଓ ଖାଦ୍ୟ ସଂରକ୍ଷଣ କରିବାରେ ସାହାଯ୍ୟ କରେ ।
କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଯେ ଖ୍ରୀ:ପୂ: ୬୦୦୦ ବର୍ଷରେ ରୋମାନିଆ ଲୋକମାନେ ଝରଣା ଜଳକୁ ଫୁଟେଇ ଲୁଣ ବାହାର କରୁଥିଲେ; ଚୀନ ଇତିହାସ ଅନୁସାରେ କୁଇନ ଓ ହାନ ରାଜତ୍ଵର ସେହି ସମୟରେ ସେଠାରେ ଲୁଣ ମରା ହେଉଥିଲା ।[୧] ପୁରାତନ ହିବୃ ଜାତି, ଗ୍ରୀସ ବାସିନ୍ଦା, ରୋମାନ ଜାତି, ବୈଜାଣ୍ଟାଇନ ଲୋକ, ପୁରାତନ ମିଶର ଲୋକ ଓ ଭାରତୀୟମାନେ ଲୁଣ ମାରୁଥିଲେ । ଲୁଣ ଏକ ମହତ୍ତ୍ଵ ପୂର୍ଣ୍ଣ ଦ୍ରବ୍ୟ ଥିଲା ଯାହା ଡଙ୍ଗାରେ, ରାସ୍ତାରେ ବା ସାହାରାରେ ଓଟ ଉପରେ ଲଦି ଅନ୍ୟ ସ୍ଥାନକୁ ନିଆ ଅଣା କରାଯାଉଥିଲା । ଏହାର ଅଭାବ ଓ ଆବଶ୍ୟକତା ଯୋଗୁ ୧୮୬୦ ମସିହାରେ ସାନେଲିଜାରୀୟ ଯୁଦ୍ଧ ହୋଇଥିଲା । ହିବୃ, ଗ୍ରୀକ, ରୋମାନ, ବୈଜାନଟାଇନ, en: Hittites, ମିଶର, ଓ ଭାରତୀୟ ଥିବା ସ୍ଥାନମାନଙ୍କରେ ପୁରସ୍କାର ଭାବରେ ଲୁଣ ଦିଆଯାଉଥିଲା । ଜାଗତିକ ଅଭାବ ଓ ଆବଶ୍ୟକତା ଯୋଗୁ ଲୁଣ ପାଇଁ ଓ ଅଧିକ ଟିକସ ପାଇଁ ୧୮୬୦ ମସିହାରେ ଯୁଦ୍ଧ ହୋଇଛି ।[୨] ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଲବଣ ବ୍ୟବହୃତ ହେଉଥିଲା।
ଲବଣ ତିନି ଉପାୟରେ ପ୍ରସ୍ତୁତ କରାଯାଏ ଯଥା: - ଖଣି ଜାତ, ସମୁଦ୍ର ଲୁଣିପାଣି ଓ ଅଗଭୀର ଜଳାଶୟରେ ଥିବା ଖଣିଜ-ପ୍ରାଧାନ୍ୟ ଝରଣା ଜଳ । କଷ୍ଟିକ ସୋଡ଼ା ଓ କ୍ଳୋରିନ ଭଳି ରାସାୟନିକ ଦ୍ରବ୍ୟ ପ୍ରସ୍ତୁତିରେ ଲୁଣ ବା ଲବଣର ସର୍ବାଧିକ ବ୍ୟବହାର ହୁଏ ଓ ଏହା ବ୍ୟତୀତ ପଲିଭିନାଇଲ କ୍ଲୋରାଇଡ, ପ୍ଲାଷ୍ଟିକ ଓ କାଗଜ ପଲ୍ପ ବା ମଣ୍ଡ ଉତ୍ପାଦନ କରିବା ପାଇଁ ବ୍ୟବହୃତ ହୁଏ । ପ୍ରତି ବର୍ଷ ପୃଥିବୀରେ ତିନି ଶହ ନିୟୁତ ଟନ ପ୍ରସ୍ତୁତ ଲବଣରୁ କେବଳ ଖାଦ୍ୟ ପାଇଁ ବହୁତ ଅଳ୍ପ କାମରେ ଲାଗେ । ଏହା ବ୍ୟତୀତ ଏହା କୃଷି ଭିତ୍ତିକ ଓ ରାଜପଥରୁ ବରଫ ବିଦାୟ କରିବାରେ ବ୍ୟବହାର କରାଯାଏ ।[୩][୪] ସାମୁଦ୍ରିକ ଲବଣ ଓ ଟେବୁଲ ଲବଣ ଭାବରେ ଏହା ଖାଦ୍ୟରେ ବ୍ୟବହୃତ ହୁଏ । ଦେହରେ ଆୟୋଡିନ ଅଭାବ ଥିଲେ ଆୟୋଡିନ ମିଶ୍ରିତ ଲବଣ ବ୍ୟବହୃତ ହୁଏ ।
ମାନବ ସ୍ୱାସ୍ଥ୍ୟ ପାଇଁ ସୋଡ଼ିଅମ ଏକ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ଵ ଯାହା ଦେହରେ ଅସ୍ମୋସିସ ଓ ଇଲେକଟ୍ରୋଲାଇଟ ଭାବରେ କାର୍ଯ୍ୟ କରେ ।[୫][୬][୭] ଅନ୍ୟ ଭାବରେ ଦେଖାଯାଏ, ଅଧିକ ଲବଣ ଖାଇଲେ ଉଚ୍ଚ ରକ୍ତଚାପ ଓ ହୃଦ୍-ରକ୍ତନାଳୀ ରୋଗ ସଙ୍କଟ ଅଧିକ ହୁଏ ।
ସ୍ୱାସ୍ଥ୍ୟ ଉପରେ ଲୁଣର ପ୍ରଭାବ ବିଷୟ ଦୀର୍ଘ କାଳ ଧରି ଅନୁଶୀଳନ ଚାଲିଛି । ଲବଣାକ୍ତ ଲୋକପ୍ରିୟ ଖାଦ୍ୟ ଅଧିକ ନ ଖାଇବାକୁ ଅନେକ ବିଶାରଦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛନ୍ତି ।[୭][୮]
ବୟଃପ୍ରାପ୍ତ ମଣିଷ ୨୦୦୦ ମିଗ୍ରା ସୋଡ଼ିଅମ ବା ୫ ଗ୍ରାମରୁ କମ ଲୁଣ ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।[୯][୧୦]
ସାଧାରଣ ବ୍ୟବହାରରେ “ଲୁଣ” କହିଲେ ଖଣିଜ ଓ ରାସାୟନିକ ପଦାର୍ଥକୁ ସୋଡ଼ିଅମ କ୍ଲୋରାଇଡ ବୁଝାଏ । ଖାଇବାରେ ଏହାକୁ “ଟେବୁଲ ସଲ୍ଟ” ବା ମେଜ ଲୁଣ କୁହାଯାଏ । କ୍ରିଷ୍ଟାଲ ଆକାରରେ ଥିଲେ ଏହାକୁ ରକ ସଲ୍ଟ ବା ହାଲିଳିଟେଲ କୁହାଯାଏ । ମଣିଷ ଜୀବନରେ ଏହା ଅତ୍ୟାବଶ୍ୟକୀୟ ପଦାର୍ଥ ଯାହା ଖାଦ୍ୟକୁ ସ୍ଵାଦିଷ୍ଟ କରେ । ଏହା ଅତି ପୁରାତନ ପଦାର୍ଥ ଯାହା ଆଚାର ଓ ଖାଦ୍ୟ ସଂରକ୍ଷଣ କରିବାରେ ସାହାଯ୍ୟ କରେ ।
କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଯେ ଖ୍ରୀ:ପୂ: ୬୦୦୦ ବର୍ଷରେ ରୋମାନିଆ ଲୋକମାନେ ଝରଣା ଜଳକୁ ଫୁଟେଇ ଲୁଣ ବାହାର କରୁଥିଲେ, ଚୀନ ଇତିହାସ ଅନୁସାରେ କୁଇନ ଓ ହାନ ରାଜତ୍ଵର ସମୟରେ ସେଠାରେ ଲୁଣ ମରା ହେଉଥିଲା ।[୧୧] ପୁରାତନ ହିବୃ ଜାତି, ଗ୍ରୀସ ବାସିନ୍ଦା, ରୋମାନ ଜାତି, ବୈଜାଣ୍ଟାଇନ ଲୋକ, ପୁରାତନ ମିଶର ଲୋକ ଓ ଭାରତୀୟମାନେ ଲୁଣ ମାରୁଥିଲେ । ଲୁଣ ଏକ ମହତ୍ତ୍ଵପୂର୍ଣ୍ଣ ଦ୍ରବ୍ୟ ଥିଲା ଯାହା ଡଙ୍ଗାରେ ବା ରାସ୍ତାରେ ବା ସାହାରାରେ ଓଟ ଉପରେ ଲଦି ଅନ୍ୟ ସ୍ଥାନକୁ ନିଆ ଅଣା କରାଯାଉଥିଲା । ଏହାର ଅଭାବ ଓ ଆବଶ୍ୟକତା ଯୋଗୁ ସାନେଲିଜାରୀୟ ଯୁଦ୍ଧ ୧୮୬୦ ମସିହାରେ ହୋଇଥିଲା । ପୁରସ୍କାର ଭାବରେ ଲୁଣ ହିବୃ, ଗ୍ରୀକ, ରୋମାନ, ବୈଜାନଟାଇନ, [[:en: Hittites|ହିଟାଇଟେସ]], ମିଶର ଲୋକ, ଓ ଭାରତୀଯ ଜାତିମାନଙ୍କରେ ଦିଆଯାଉଥିଲା । ଜାଗତିକ ଅଭାବ ଓ ଆବଶ୍ୟକତା ଯୋଗୁ ଲୁଣ ପାଇଁ ଓ ଏହା ଅଧିକ ଟିକସ ପାଇଁ ୧୮୬୦ ମସିହାରେ ଯୁଦ୍ଧ ହୋଇଛି । [୧୨] ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଲବଣ ବ୍ୟବହୃତ ହେଉଥିଲା।
ଇତିହାସ
[ସମ୍ପାଦନା][[File:Salzproduktion-Halle.jpg|thumb|ଲୁଣ ତିଆରି କରିବା ସ୍ଥାନ [[:en:Halle, Saxony-Anhalt 1670]]

ଇତିହାସରେ ଲବଣ ମିଳିବାକୁ ସୁସଂସ୍କୃତ ଜାତିର ଲକ୍ଷଣ ଭାବରେ ଧରା ଯାଉଥିଲା । ୟୁରୋପର ବୁଲଗେରିଆରେ ଥିବା ସୋଲନିତଶାତା (en:Solnitsata) ସହର ଏକ ଲବଣ ଖଣି ଭାବରେ ପରିଚିତ ଥିଲା ଯାହା ଖ୍ରୀ:ପୂ: ୫୪୦୦ ମସିହାରୁ ବଲକାନ ନାମରେ ପରିଚିତ ହୋଇଛି ।[୧୩]
ଉଦ୍ଭିଦ ତନ୍ତୁ ଅପେକ୍ଷା ପଶୁମାନଙ୍କ ତନ୍ତୁରେ ଯେପରିକି ମାଂସ, ରକ୍ତ ଓ କ୍ଷୀରରେ ଅଧିକ ଲବଣ ଥାଏ ।[୧୪] ପଶୁ ପଲ ଉପରେ ନିର୍ଭର କରୁଥିବା ଯାଯାବର ଲୋକ ତାଙ୍କ ଖାଦ୍ୟ ସହିତ ଲବଣ ଗ୍ରାସ କରନ୍ତି ନାହିଁ କିନ୍ତୁ ଶସ୍ୟ ଓ ପନିପରିବା ଉପରେ ନିର୍ଭର କରୁଥିବା କୃଷିଜୀବୀ ଖାଦ୍ୟ ସହିତ ଲବଣ ଆବଶ୍ୟକ କରନ୍ତି ।[୧୫] ସଭ୍ୟତାର ବିକାଶ ସହିତ ବ୍ୟବସାୟରେ ଲବଣ ଏକ ମୂଖ୍ୟ ଉପାଦାନ ହେଲା । ହିବୃ, ଗ୍ରୀସ, ରୋମ, ବାଇଜାଣ୍ଟାଇନ, ହିଟ୍ଟିଟେସ ଓ ପୁରା କାଳର ଅନ୍ୟ ମଣିଷମାନଙ୍କର ଲବଣ ଏକ ମୂଲ୍ୟବାନ ପଦାର୍ଥ ହୋଇଥିଲା । ମଧ୍ୟ ପ୍ରାଚ୍ୟରେ କୌଣସି ରାଜିନାମା ସମୟରେ ଲବଣ ବ୍ୟବହାର କରୁଥିଲେ ଓ ପୁରାତନ ହିବୃ ଜାତିର ଲୋକମାନେ ଭଗବାନଙ୍କ ପାଖରେ ତାଙ୍କ ଆନୁଗତ୍ୟର ପ୍ରମାଣ ନିମନ୍ତେ ଲବଣ ଦାନ କରୁଥିଲେ ।[୧୬] ଏକ ପୁରାତନ ପ୍ରଥା ଅନୁସାରେ ଯୁଦ୍ଧ ସମୟରେ ଉଦ୍ଭିଦ ନ ଉଠିବା ପାଇଁ ମାଟିକୁ ଲବଣାକ୍ତ କରୁଥିଲେ । ବାଇବେଲ କାହାଣୀ ଅନୁସାରେ ସେଚେମ (en:Shechem) ସ୍ଥାନରେ ରାଜା ଅବିମେଲେଚଙ୍କୁ (en:Abimelech) ଭଗବାନ ଆଦେଶ ଦେଇଥିଲେ,[୧୭] ଓ ଅନେକ ଗ୍ରନ୍ଥ ଅନୁସାରେ ରୋମର ଜେନେରାଲ ସିପିଓ ଏମିଲିଆନସ ଆଫ୍ରିକାନଷ (Scipio Aemilianus Africanus) ତୃତୀୟ ପୁନିକ ଖ୍ରୀପୂ ୧୪୬ ମସିହାରେ ଯୁଦ୍ଧରେ ହାରିବା ପରେ କାଥେଯ ସହରରେ ଲବଣ ପୋତୁଥିଲେ,[୧୮] ଯଦିଓ ଏହି କାହାଣୀ ଅଧୁନା ସମ୍ପୂର୍ଣ୍ଣ ସନ୍ଦେହ ଜନକ ବୋଲି ବିଚାର କରା ଯାଉଛି ।
ଆଫ୍ରିକାର ଦକ୍ଷିଣ ସାହାରାରେ ଏକ ସମୟରେ ଲବଣ ଏକ ମୁଦ୍ରା ଭାବରେ ପ୍ରଚଳିତ ଥିଲା ଓ ଇଥିଓପିଆର ଆବିସିନିଆରେ (Abyssinia) ପ୍ରସ୍ତର ଲବଣ ମୁଦ୍ରା ଭାବରେ ବ୍ୟବହୃତ ହେଉଥିଲା ।[୧୫] ଟୁଆରେଗ ଅଧିବାସୀମାନେ (Tuareg) ପରମ୍ପରା କ୍ରମେ ଆଜାଲାଇ (en:Azalai) ମରୁଭୁମି ଗୋଷ୍ଠୀ ଆକାରରେ ଲବଣ ଯାତ୍ରା (caravan) କରୁଥିଲେ । ଏବେ ମଧ୍ୟ ସେହି ମରୁଭୂମିରେ ନାଇଜର ରୁ ଭିଲମା ପର୍ଯ୍ୟନ୍ତ ଗୋଷ୍ଠୀ ଯାତ୍ରା କରୁଛନ୍ତି ଯଦିଓ ଟ୍ରକରେ ଜିନିଷ ନେବା ବ୍ୟବସ୍ଥା ଚାଲିଲାଣି । ଓଟ ଉପରେ ଉତ୍ତର ଦିଗକୁ ବସ୍ତା ଲଦି ଯାଉଛନ୍ତି; ଲବଣ ସ୍ତମ୍ଭ ଓ ଖଜରା ତଥା ଖଜୁରୀ କୋଳି ଲଦି ଫେରୁଛନ୍ତି । [୧୯] ଗାବୋନରେ ୟୂରୋପିଆନମାନଙ୍କ ପ୍ରବେଶ ପୂର୍ବରୁ ସମୁଦ୍ର କୂଳିଆ ଲୋକମାନେ ସମୁଦ୍ର ଲବଣ ଯୋଗୁ ଏକ ଲାଭ ଦାୟକ ବ୍ୟବସାୟ କରୁଥିଲେ । ସମୟକ୍ରମେ ବସ୍ତାରେ ଲବଣ ନେବା ଆଣିବା କରିବା ଯୋଗୁ ଲାଭ କମିଗଲା କିନ୍ତୁ ଅଦ୍ୟାପି ଖ୍ରୀ ୧୯୫୦ରୁ ଆଭ୍ୟନ୍ତରିଣ ଇଲାକାରେ ଲବଣ ଏକ ମୁଦ୍ରା ଭାବରେ ପ୍ରଚଳିତ ହେଉଛି ।[୨୦]
ମଧ୍ୟ ଅଷ୍ଟ୍ରିଆରେ ଥିବା ଶାଳଯାକ ନଦୀର ଉଭୟ ପାର୍ଶ୍ଵରେ୧୭ କି:ମି: ପରିମିତ ସ୍ଥାନରେ ଥିବା ସାଲବର୍ଗ (en:Salzburg) ହଲଷ୍ଟାଟ (en:Hallstatt) ଓ ହଲେଇନ (en:Hallstatt) ସ୍ଥାନରେ ଅତ୍ୟଧିକ ଲବଣ ଗଚ୍ଛିତ ହୋଇ ହୋଇ ରହିଛି । ସାଲଜକ ଶବ୍ଦର ଅର୍ଥ ଲବଣ ନଦୀ ତଥା ସାଲବର୍ଗ ଶବ୍ଦର ଅର୍ଥ ଲବଣ ଦୁର୍ଗ ଓ ଏହି ଉଭୟ ନାମ ଜର୍ମାନୀର (Salz) ଲବଣ ଖଣି ଶବ୍ଦରୁ ନିଆ ଯାଇଛି ।[୨୧] ଏହି ଟାଉନର ହଲଷ୍ଟାଟ ନାମ ଏକ ସଂସ୍କୃତିକୁ ଦିଆ ଯାଇଛି ଯେଉଁଠାରେ ଖ୍ରୀ:ପୂ:୮୦୦ ମସିହାରେ ପୃଥିବୀର ଏହି ସ୍ଥାନରେ ପ୍ରଥମେ ଲବଣ ଖୋଦନ କରା ଯାଇଥିଲା । ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ଟାଉନ ଅଧିବାସୀମାନେ ବ୍ୟବହାର କରୁଥିବା pickaxes and shovel ବଦଳରେ ଖୋଲା ଲବଣ ତିଆରି କରିବାକୁ ଆରମ୍ଭ କରିଥିଲେ । ଖ୍ରୀ:ପୂ: ଏକ ହଜାର ବର୍ଷ ଧରି ସେଲଟିକ ଅଧିବାସୀମାନେ ମୂଲ୍ୟବାନ ଲବଣ ଓ ଲବଣ ସଂଯୁକ୍ତ ମାଂସ ବଦଳରେ ପ୍ରାଚୀନ ଗ୍ରୀସ ଓ ଆଧୁନିକ ରୋମ ସାଥିରେ ମଦ ଓ ବିଳାସ ଦ୍ରବ୍ୟର ବେପାର କରୁଥିଲେ ।
ଲବଣକୁ ଲାଟିନ ଭାଷାରେ ସାଲାରି ବା ବେତନ କୁହାଯାଏ । ଏହାର କାରଣ ଅଜ୍ଞାତ ଅଛି, ଏକ ଆଧୁନିକ ଦାବିରେ ‘ରୋମାନ ଲେଜିଅନ’ରେ ଲବଣକୁ ବେତନ ବା ଦରମା କୁହା ଯାଉଥିବା’ ଅର୍ଥହୀନ ଜଣାଯାଏ । [୨୨][୨୩] ସାଲାଡ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି (salted) ଲବଣ ଯୁକ୍ତ ଯାହା ପୁରାତନ ରୋମାନ ବ୍ୟବହାରରେ ପତ୍ର ପରିବାକୁ ଲବଣ ଯୁକ୍ତ କରାଯାଏ । [୨୪]
ବିଭିନ୍ନ ସମୟରେ ବିଭିନ୍ନ ସରକାର ଲୋକଙ୍କ ଉପରେ ଲବଣ କର ଧାର୍ଯ୍ୟ କରିଥିଲେ । ଦକ୍ଷିଣ ସ୍ପେନରୁ ଏହି କାରଣରୁ ଅର୍ଥ ପ୍ରାପ୍ତ କରି ଖ୍ରୀଷ୍ଟୋଫର କଲମ୍ବସ ସମୁଦ୍ର ଯାତ୍ରା କରିଥିଲେ ଓ ଫ୍ରାନସର ଗାବେଲ ଟିକସକୁ ପ୍ରତିରୋଧ କରିବା ଯୋଗୁ ଫରାସୀ ବିପ୍ଲବ ହୋଇଥିଲା । ଏହା ପ୍ରତ୍ୟାହାର କରିବା ପରେ ନେପୋଲିଅନ ସମ୍ରାଟ ହେବା ପରେ ପୁନର୍ବାର ଏହି କର ଧାର୍ଯ୍ୟ କରିଥିଲେ ଓ ୧୯୪୬ ମସିହା ପର୍ଯ୍ୟନ୍ତ ଏହା ଉଠି ନ ଥିଲା ।[୨୫][୨୫] ବ୍ରିଟିଶ ସରକାରଙ୍କ ଲବଣ ଟିକସକୁ ବିରୋଧ କରି ଖ୍ରୀ: ୧୯୩୦ ମସିହାରେ ୧୦୦,୦୦୦ ପ୍ରତିବାଦୀ ଲୋକଙ୍କୁ ନେଇ ମହାତ୍ମା ଗାନ୍ଧୀ ଦାଣ୍ଡି ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ ଯେଉଁଥିରେ ସମୁଦ୍ରରୁ ନିଜେ ଲୁଣ ମାରିବାକୁ ଲାଗିଲେ । ପରବର୍ତ୍ତୀ ସମୟରେ ଏହି ଆଇନ ଅମାନ୍ୟ ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଉତ୍ସାହିତ କରିଥିଲା ।
ପଦାର୍ଥ ଗୁଣ
[ସମ୍ପାଦନା]
ଲୁଣ କହିଲେ ସାଧାରଣତଃ ସୋଡ଼ିଅମ କ୍ଲୋରାଇଡ ବୁଝାଏ । ସାମୁଦ୍ରିକ ଲୁଣ ଓ ଖଣି ଲୁଣରେ ଅନ୍ୟ କିଛି ସାମାନ୍ୟ ମୌଳିକ ଉପାଦାନ (:en:trace element) ଥାଏ । ଖଣି ଲୁଣ ଅଧିକାଂଶ ସମୟରେ ପରିଶୋଧିତ ଥାଏ । ଲୁଣ କ୍ରିଷ୍ଟାଲ ସ୍ୱଳ୍ପ ସ୍ବଚ୍ଛ ଓ ଆକାର କ୍ୟୁବିକ ଥାଏ । ଦେଖିବାକୁ ଧଳା ଥିଲେ ମଧ୍ୟ ଅପରିଷ୍କୃତ ଥିଲେ ସାମାନ୍ୟ ନୀଳ ଓ ପରପ୍ଲ ଦେଖାଯାଏ । ପାଣିରେ ମିଳେଇଲେ ଏହି ସୋଡ଼ିଅମ କ୍ଲୋରାଇଡ ପୃଥିକ ହୋଇ ସୋଡିଅମ ଓ କ୍ଲୋରାଇଡ ଆୟନରେ ପରିଣତ ହୁଏ । ଏକ ଲିଟର ଜଳରେ ୩୫୯ ଗ୍ରାମ ମିଳେଇ ଯାଏ । [୨୬] ଶୀତଳ ଦ୍ରବଣରେ ଏହା ଘନୀଭୂତ ହୋଇ କ୍ରିଷ୍ଟାଲରେ ପରିଣତ ହୁଏ । ଦ୍ରବଣର ଫ୍ରିଜିଙ୍ଗ ପଏଣ୍ଟ -୨୧. ୧୨ ଡିଗ୍ରୀ ସେଲ ବା -୬.୦୨ଫା ଓ ସାଚୁରେଟେଡ ଦ୍ରବଣର ଫୁଟଣ ଉତ୍ତାପ ୧୦୮.7 ଡିଗ୍ରୀ ସେଲ ବା ୨୨୭.୭ ଡିଗ୍ରୀ ଫା ।
ଖାଇବା ଯୋଗ୍ୟ ଲୁଣ
[ସମ୍ପାଦନା]ମାନବ ଓ ପଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ତଥା ପାଞ୍ଚ ପ୍ରକାର ମୌଳିକ ସ୍ନାୟୁ ଅନୁଭବ ମଧ୍ୟରୁ ଏହା ଗୋଟିଏ ।[୨୭] ଆସ୍ଵାଦ ଖାଦ୍ୟକୁ ଏହା ସମ ଭାବରେ ସ୍ୱାଦ ଯୁକ୍ତ କରିଥାଏ ।[୨୮] ଟେବୁଲରେ ଥିବା ଅନେକ ପ୍ରକାରର ଭୋଜନ ଦ୍ରବ୍ୟରେ ବ୍ୟକ୍ତିଗତ ବ୍ୟବହାର ପାଇଁ ଏହା ଲୁଣ ଡବା ଭିତରେ ଥାଏ । ଅନେକ ଉତ୍ପାଦିତ ଖାଦ୍ୟରେ ଏହା ଥାଏ । ଟେବୁଲ ଲୁଣ ପରିଶୋଧିତ ଆକାରରେ ଥାଏ ଯେଉଁଥିରେ ୯୭ ରୁ ୯୯ % ସୋଡ଼ିଆମ କ୍ଲୋରାଇଡ ଥାଏ ।[୨୯][୩୦][୩୧] ସାଧାରଣତଃ ଲୁଣକୁ ଚିପ ଚିପା ମୁକ୍ତ କରିବାକୁ ସୋଡ଼ିଅମ ଆଲୁମିନୋସିଲିକେଟ ବା ମାଗ୍ନେସିଅମ କାର୍ବୋନେଟ ଯୁକ୍ତ କରା ଯାଇଥାଏ । ଆୟୋଡିନ ଯୁକ୍ତ ଲୁଣରେ ପୋଟାସିଅମ ଆୟୋଡାଇଡ ମିଶ୍ରିତ ଥାଏ । କେତେକ ଲୋକ ଏଥିରେ ଗୁଣ୍ଡ ଚାଉଳ ମିଶାନ୍ତି [୩୨] ବା ସେଥିରେ ସଲ୍ଟାଇନ କ୍ରାକର (saltine cracker) ମିଶାନ୍ତି ଯାହା ଲୁଣକୁ ମୁଣ୍ଡା ହେବାରୁ ବାଧା ଦେଇଥାଏ ।[୩୩]
ବେଳେ ବେଳେ ଲୁଣରେ ସୋଡ଼ିଅମ ଫେରୋସ୍ୟାନାଇଡ଼ (Sodium ferrocyanide), ସୋଡ଼ାର ହଳଦିଆ ପୃସିଏଟ (prussiate) ମିଶାଯାଏ ଯାହା ଜମାଟ ବାନ୍ଧିବାକୁ ବାଧା ଦିଏ ନାହିଁ ।[୩୪] ଏହି ଜମାଟ ବାଧାକାରୀ ପଦାର୍ଥ ରୂପେ ପ୍ରଥମ ଥର ପାଇଁ ୧୯୧୧ ମସିହାରେ ମ୍ୟାଗନେସିଅମ ମିଶାଗଲା ।[୩୫]
ଖାଦ୍ୟ ମିଶ୍ରଣକାରୀ ସୋଡ଼ିଅମ ଫେରୋସ୍ୟାନାଇଡ଼କୁ ଏକ ସୁରକ୍ଷା ଦାୟକ ଭାବରେ ଟକ୍ସିସିଟି କମିଟି (Committee on Toxicity) ୧୯୮୮ ମସିହାରେ ଗ୍ରହଣ କରିଥିଲେ ।[୩୪] ଜମାଟ ବାଧାକାରୀ ଅନ୍ୟାନ୍ୟ ବାଧାକାରୀ ପଦାର୍ଥ ମଧ୍ୟରେ ଟ୍ରାଇକ୍ୟାଲସିଅମ ଫସଫେଟ, କ୍ୟାଲସିଅମ କାର୍ବୋନେଟ, ମ୍ୟାଗନେସିଅମ କାର୍ବୋନେଟ, ମ୍ୟାଗ୍ନେସିଅମ ଅକ୍ସାଇଡ, ସିଲିକନ ଡାଇଅକ୍ସାଇଡ଼, କ୍ୟାଲସିଅମ ସିଲିକେଟ, ସୋଡିଅମ ଆଲୁମିନୋସିଲିକେଟ ଓ କ୍ୟାଲସିଅମ ଆଲୁମିନୋସିଲିକେଟ ନାମ ଉଲ୍ଲେଖଯୋଗ୍ୟ । ୟୁରୋପ ଯୁନିଅନ ଓ ୟୁନାଇଟେଡ଼ ଷ୍ଟେଟସ ଫୁଡ଼ ଆଣ୍ଡ ଡ୍ରଗ ଆଡମିନୀଷ୍ଟ୍ରେସନ ଆଲୁମିନିଅମ ଉପସ୍ଥିତିକୁ ସ୍ଵୀକାର କରିଥିଲେ ।[୩୬]
ଦ୍ଵିତ ସୁରକ୍ଷା ନିମନ୍ତେ ଲୁଣରେ ଉଭୟ ଆୟୋଡାଇଡ ଓ ଲୌହ ମଶ୍ରଣ କରାଯାଏ । ଲୌହ ଅଭାବ ଜନିତ ଆନିମିଆ ରୋଗ ଭୋଗୁଥିବା ପିଲାମାନଙ୍କର ମାନସିକ ବିକାଶ ଅଭାବକୁ ଏହା ଦୂର କରେ । ଏଥିପାଇଁ ଲୌହ ଫୁମାରେଟ ଏକ ବିଶେଷ ଉତ୍ସ ।[୩୭] ଗର୍ଭବତୀ ମହିଲାମାନଙ୍କ ପାଇଁ ଫୋଲିକ ଏସିଡ (ଜୀବସାର ଖ୯) ଅତି ଆବଶ୍ୟକ ଯାହା ଟେବୁଲ ଲୁଣକୁ ଏକ ହଳଦିଆ ରଙ୍ଗ ଦିଏ । ନିଉରାଲ ଟ୍ୟୁବ ତ୍ରୁଟି ଓ ଆନିମିଆ ରୋଗକୁ ଏହା ପ୍ରତିରୋଧ କରେ ।
ଖାଦ୍ୟରେ ଫ୍ଲୋରାଇଡ ଅଭାବ ଥିଲେ ଦାନ୍ତ କ୍ୟାରିଜ ରୋଗ (ଯାହାକୁ ଓଡ଼ିଆରେ ପୋକଖିଆ ଦାନ୍ତ କୁହାଯାଏ) ହୁଏ ।[୩୮] ଟେବୁଲ ଲୁଣରେ ଫ୍ଲୋରାଇଡ ମିଶିଲେ ଦାନ୍ତ ନଷ୍ଟ ହେବ ନାହିଁ ବିଶେଷତଃ ଯେଉଁ ସ୍ଥାନମାନଙ୍କରେ ଫ୍ଲୋରିଡେଟେଡ ଟୁଥପେଷ୍ଟ ଓ ଫ୍ଲୋରିଡେଟେଡ ଜଳ ବ୍ୟବହାର କଲେ ମଧ୍ୟ କିଛି ଉପକାର ମିଳେନି । ଫ୍ଲୋରିଡେଟେଡ ଜଳ ବ୍ୟବହାର କରୁ ନଥିବା କେତେକ ୟୁରୋପ ଦେଶମାନଙ୍କରେ ଏହା ଅଧିକ ବ୍ୟବହାର କରାଯାଏ । ଫ୍ରାନ୍ସ ଦେଶରେ ୩୫% ଟେବୁଲ ଲୁଣରେ ସୋଡିଅମ ଫ୍ଲୋରାଇଡ ମିଶାଯାଏ ।[୩୭]
ଅନ୍ୟ ପ୍ରକାର
[ସମ୍ପାଦନା]ଅମାର୍ଜିତ ସାଗର ଲବଣରେ ସ୍ୱଳ୍ପ ପରିମାଣର ମ୍ୟାଗନେସିଅମ ଓ କ୍ୟାଲସିଅମ ହ୍ୟାଲିଡେଶ ଓ ସଲଫେଟ, ଆଲଗିର ଖିଅ (algal products), ଲବଣ ରୋଧି ଜୀବାଣୁ ଓ ଶିଠା ମିଳେ । କ୍ୟାଲସିଅମ ଓ ମ୍ୟାଗନେସିଅମ ସାମାନ୍ୟ ପିତା ଲାଗେ । ଆଲଗି ପଦାର୍ଥରେ ସାମାନ୍ୟ ମାଛ ବାସନା ଓ ସାମୁଦ୍ରିକ ବାୟୁ ଗନ୍ଧ ଆସେ । ଶିଠା ସାମାନ୍ୟ ଗ୍ରେ ରଙ୍ଗ । ସୋଡିଅମ କ୍ଲୋରାଇଡ ଅପେକ୍ଷା ସାମୁଦ୍ରିକ ଲବଣରେ ଏକ ଜଟିଳ ବାସନା ଆସେ । ପରିଷ୍କୃତ ଲବଣରେ ଯଥେଷ୍ଟ ଆୟୋଡିନ ନ ଥାଏ ଯାହା ଆୟୋଡିନ ଅଭାବ ଜନିତ ରୋଗ ପ୍ରତିରୋଧ କରି ପାରିବ ।[୩୯]
ଲବଣର ଉତ୍ସ ଅନୁସାରେ ଏକ ଅପୂର୍ବ ସାମୁଦ୍ରିକ ଲୁଣର ଏକ ସ୍ଵତନ୍ତ୍ର ସ୍ଵାଦ ହୁଏ, କୋରିଆ ରନ୍ଧନରେ ଏକ ବାଉଁଶର ଦୁଇ ପାଖରେ କାଦୁଅ ଦେଇ ସିଲ କରାଯାଇ ଥାଏ ଯାହା ଯୋଗୁ ଲୁଣ ଶୋଷିତ ହୋଇଯାଏ ।[୪୦] ରନ୍ଧା ଗୃହ ଲୁଣରେ Kosher or kitchen salt ଟେବୁଲ ଲୁଣ ଅପେକ୍ଷା ଦାନା ବଡ ରହେ । ପାଉଁରୁଟି କରିବାରେ ଏହା ତେଲ ଶହ ମିଶିଲେ ଏକ ଷ୍କ୍ରବିଙ୍ଗ ଏଜେଣ୍ଟ କାମ କରେ । [୪୧]
ଖାଦ୍ୟରେ ଲୁଣ
[ସମ୍ପାଦନା]ଅଧିକାଂଶ ଖାଦ୍ୟର ଲୁଣ ଥାଏ କିନ୍ତୁ ମାଂସ, ପରିବା ଓ ଫଳରେ ଅତି ଅଳ୍ପ ପରିମାଣରେ ଥାଏ । ପାତ୍ରରେ ରଖା ଯାଇଥିବା ଖାଦ୍ୟ ଜେପରିକି ଆଚାର, ଲବଣାକ୍ତ ଖାଦ୍ୟରେ ଏହା ସ୍ୱାଦ ତଥା ସୁରକ୍ଷା କାମ କରେ । ମାର୍କେଟରେ ମିଳୁଥିବା ଡାଏରୀ ଖାଦ୍ୟ ଜେପରିକି ଲହୁଣୀ ଓ ଛେନାରେ ଡାଏରି ଲୁଣ (:en:Dairy salt) ଥାଏ । [୪୨] ଖାଦ୍ୟରେ ସୁବାସିତ ଲୁଣ ସ୍ୱାଦ ବୃଦ୍ଧି କରେ, ପିତା ଅଂଶ କମାଏ ଓ ଅପେକ୍ଷାକୃତ ମିଠା କରାଏ ।[୪୩]
ଇଲେକଟ୍ରିସିଟି ଉଦ୍ଭାବନ ପୂର୍ବରୁ ଖାଦ୍ୟ ସୁରକ୍ଷା (food preservation) ନିମନ୍ତେ ଲବଣ ବ୍ୟବହୃତ ହେଉଥିଲା । ରାନ୍ଧଣାରେ ସ୍ଵାଦ ନିମନ୍ତେ ଲୁଣର ବ୍ୟାପକ ବ୍ୟବହାର ହେଉଥିଲା । ପଶ୍ଚିମ ଦେଶମାନଙ୍କରେ ଏହାକୁ ସ୍ଵାଦ ବ୍ୟତୀତ ପାଉଁରୁଟି, ମାଂସ, ଡାଏରୀ ପଦାର୍ଥ ସୁରକ୍ଷା ପାଇଁ ବ୍ୟାପକ ଲବଣର ବ୍ୟାପକ ବ୍ୟବହାର ହେଉଥିଲା ।[୪୪]
ଅନେକ ପୂର୍ବ ଆଫ୍ରିକା ଦେଶମାନଙ୍କରେ ପରମ୍ପରା କ୍ରମେ ଲୁଣକୁ ଏକ ସ୍ଵାଦ ଦ୍ରବ୍ୟ ଭାବରେ ବ୍ୟବହୃତ ହେଉଥିଲା ।[୪୫] ଏହା ସ୍ଥାନରେ ସୋୟ ଶସ , ମାଛ ଶସ ଓ ଓଏଷ୍ଟର ଶସରେ (soy sauce, fish sauce and oyster sauce) ଲୁଣ ମାତ୍ରା ଅଧିକ ଥିବାରୁ ପଶ୍ଚିମ ସଂସ୍କୃତିରେ ଏହାକୁ ଟେବୁଲ ଲୁଣ ଭାବରେ ସମାଧାନ କରନ୍ତି ।[୪୬]
ଲୁଣ ସ୍ଵାଦର ଜୀବବିଜ୍ଞାନ
[ସମ୍ପାଦନା]ଜିଭରେ ଥିବା ସ୍ଵାଦ ସ୍ନାୟୁ ଜୀବକୋଷ ଯୋଗୁ ସୋଡିଅମ ଉପସ୍ଥିତି ସ୍ଵାଦ ସୂଚନା ମିଳେ ଓ ଲୁଣ ସ୍ଵାଦ ଜାଣିହୁଏ । [୪୭] ମାନବ ସ୍ନାୟବିକ ସ୍ଵାଦ ପରୀକ୍ଷାରୁ ଜଣାଯାଏ ଯେ ପ୍ରୋଟିଓଲାଇସିସ ଆକାରର ଏପିଥେଲିଅମ, ଲବଣ ସୋଡିଅମ ଚାନେଲ ସ୍ଵାଦ ଗ୍ରହଣକାରୀ କାମ କରେ । [୪୮]
ସୋଡ଼ିଅମ ଖାଦ୍ୟ ଓ ସ୍ଵାସ୍ଥ୍ୟ
[ସମ୍ପାଦନା]ଟେବୁଲ ଲୁଣରେ ୪୦% ଓଜନର ସୋଡ଼ିଅମ ଥାଏ ଯାହାର ୬ ଗ୍ରା (୧ ଚାମଚ)ରେ ୨୪୦୦ ମିଗ୍ରା ସୋଡ଼ିଅମ ଥାଏ ।[୪୯] ମାନବ ଶରୀରରେ ସୋଡିଅମର ଆବଶ୍ୟକୀୟ ଲକ୍ଷ ଥାଏ: ସ୍ନାୟୁ ଓ ମାଂସପେଶୀମାନଙ୍କୁ ସଠିକ ଭାବରେ କାମ କରାଏ, ଯାହା ସ୍ବତଃ ଅସମୋଟିକ ନିୟନ୍ତ୍ରଣ କରି ଅଙ୍ଗରେ ଥିବା ଜଳର ସନ୍ତୁଳନ (fluid balance) ରକ୍ଷା କରେ ।[୫୦] ପଶ୍ଚିମ ଦେଶୀୟ ଖାଦ୍ୟରେ ଲୁଣରୁ ଅଧିକାଂଶ ସୋଡ଼ିଅମ ମିଳିଥାଏ ।[୫୧] ପଶ୍ଚିମ ଦେଶମାନଙ୍କରେ ଦୈନିକ ୧୦ ଗ୍ରାମ ଲୁଣ ଥିବା ଖାଦ୍ୟ ଖାଆନ୍ତି ଯାହା ଏସିଆ ଓ ପୂର୍ବ ୟୁରୋପର ଖାଦ୍ୟଠାରୁ ବହୁତ ଅଧିକ ।[୫୨] ଅନେକ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ଉଚ୍ଚ ସ୍ତରର ସୋଡିଅମ ଥାଏ ।[୫୩] ଯୁକ୍ତରାଷ୍ଟ୍ରରେ ସମ୍ପାଦିତ ଓ ରେସ୍ତୋରାଁ ଖାଦ୍ୟରେ ୭୫% ସୋଡିଅମ ଥାଏ, ଟେବୁଲ ଖାଦ୍ଯ ଓ ରନ୍ଧନରେ ୧୧% ଥାଏ ଓ ଖାଦ୍ୟ ଦ୍ରବ୍ୟରେ ସ୍ଵତଃ କିଛି ପରିମାଣର ସୋଡିଅମ ଥାଏ ।[୫୪]
ଅଧିକ ସୋଡ଼ିଅମ ଥିବା ଖାଦ୍ୟ ଖାଇଲେ ହୃଦରକ୍ତନଳୀ ରୋଗ ସମ୍ବାବନା ଅଧିକ ହୁଏ,[୫୧] ସ୍ୱାସ୍ଥ୍ୟ ସଂଘ ଏଥି ଯୋଗୁ ଖାଦ୍ୟରେ କମ ଲୁଣ ଖାଇବାକୁ ପରାମର୍ଶ ଦିଅନ୍ତି ।[୫୧][୫୫][୫୬][୫୭] ଅଧିକ ସୋଡ଼ିଅମ ଖାଦ୍ୟ ଖାଇଲେ ଷ୍ଟ୍ରୋକ ଓ ବୃକକ ରୋଗ (:en:kidney disease|) ସମ୍ଭାବନା ଅଧିକ ରହେ ।[୫୮][୫୨] ଦୈନିକ ୧୦୦୦ ମିଗ୍ରା କମ ଖାଇଲେ ହୃଦରକ୍ତନଳୀ ରୋଗ ୩୦% କମିଯାଏ ।[୫୯][୫୧] .[୫୬][୬୦] ଅଳ୍ପ ଲୁଣ ଥିବା ଖାଦ୍ୟ ଖାଇଲେ ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ କମିଯାଏ ।[୬୧][୬୨]
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଅନୁସାରେ ଯୁବାବସ୍ଥାରେ ଦିନକୁ ୫ ଗ୍ରା ଲୁଣ ଖାଇବା ଉଚିତ ଯେଉଁଥିରେ ୨,୦୦୦ ମିଗ୍ରାରୁ କମ ସୋଡ଼ିଅମ ଥାଏ ।[୬୩] ଯୁକ୍ତରାଷ୍ଟ୍ରର ନିର୍ଦ୍ଦେଶ ଅନୁସାରେ ଉଚ୍ଚ ରକ୍ତଚାପ ଥିବା ଲୋକ, ଆଫ୍ରିକୀୟ ଆମେରିକା ଲୋକ, ମଧ୍ୟ ବୟସ୍କ ଲୋକ ଓ ବୟସ୍କ ଲୋକ ଦୈନିକ ୧,୫୦୦ ମିଗ୍ରାରୁ କମ ସୋଡିଅମ ଖାଇବା ଆବଶ୍ୟକ ଓ ଦୈନିକ ୪,୭୦୦ mg ପୋଟାସିଅମ ସହିତ ଫଳ ଓ ପାରିବା ଖାଇବା ଆବଶ୍ୟକ ।[୬୪][୬୫]
ଯେତେବେଳେ ବିକାଶଶୀଳ ଦେଶରେ ଦୈନିକ ୨,୩୦୦ ମିଗ୍ରା ସୋଡିଅମ ଖାଇବାକୁ ଅନୁମୋଦନ କରାଯାଏ,[୬୪] ଏକ ସମୀକ୍ଷାରୁ ଜଣାଯାଏ ଦୈନିକ ୩ ଗ୍ରାମ ଲୁଣରେ ଥିବା ୧୨୦୦ ମିଗ୍ରାରୁ କମ ହେଲେ ସବୁ ବୟସରେ ସିଷ୍ଟୋଲିକ ରକ୍ତଚାପ କମିଯାଏ ।[୬୬] ଅନ୍ୟ ଏକ ସମୀକ୍ଷାରୁ ଜଣାଯାଏ ସୋଡିଅମ ପରିମାଣ ଦୈନିକ ୨୩୦୦ ମିଗ୍ରାରୁ କମ ହେଲେ ଉପକାରୀ ବା କ୍ଷତିକାରକ ହୋଇପାରେ ।[୬୭]
ପ୍ରମାଣରୁ ଜଣାଯାଏ ଲୁଣ ଓ ହୃଦରକ୍ତନାଳୀ ରୋଗ ମଧ୍ୟରେ ଏକ ଜଟିଳ ସମ୍ପର୍କ ରହିଛି । ଖାଦ୍ୟରେ ବେଶି ବା କମ ଲୁଣ ଥିଲେ ଅଧିକ ରୋଗ ସମ୍ଭାବନା ରହେ ।[୬୮] ପରୀକ୍ଷାରୁ କଣାଯାଏ, ଉଚ୍ଚ ରକ୍ତଚାପ ଥିବା ଲୋକ ଅଧିକ ଲୁଣ ଖାଇଲେ ମୃତ୍ୟୁ ସମ୍ଭାବନା ଅଧିକ ରହେ । ସୀମିତ ଲୁଣ ଖାଇବା ଯୋଗୁ ହେଉଥିବା ମୃତ୍ଯୁ ରକ୍ତଚାପ ଉପରେ ନିର୍ଭର କରେ ନାହିଁ । ପ୍ରମାଣରୁ ଜଣାଯାଏ ଉଚ୍ଚ ରକ୍ତଚାପ ରୋଗୀ ୪ ରୁ ୫ ଗ୍ରାମ ଲୁଣ ଖାଇଲେ ସୋଡିଅମ ପରିମାଣ ସୀମିତ ରହେ । [୬୮]
ପୃଥିବୀରେ ଦୁଇଟି ଉଲ୍ଲେଖନୀୟ ଖାଦ୍ୟ ସଙ୍କଟ ମଧ୍ୟରୁ ଅଧିକ ସୋଡିଅମ ଥିବା ଖାଦ୍ୟ ହେଉଛି ଗୋଟିଏ ।[୬୯]
ଅଣ-ଖାଦ୍ୟ ବ୍ୟବହାର
[ସମ୍ପାଦନା]ପୃଥିବୀରେ ମୋଟ ଉତ୍ପାଦିତ ହେଉଥିବା ଲବଣର ଏକ କ୍ଷୁଦ୍ର ଅଂଶ ଖାଦ୍ୟରେ ବ୍ୟବହୃତ ହୁଏ । ବଳକା ଅଂଶ କୃଷି, ଜଳ ପରିଷ୍କାର କରିବା, ରାସାୟନିକ ପ୍ରସ୍ତୁତି, ବରଫ ଦୂରୀକରଣ, ଓ ବିଭିନ୍ନ ଉଦ୍ୟୋଗରେ ବ୍ୟବହାର କରାଯାଏ । [୭୦][୭୧][୭୨] ଅଜୈବିକ କଞ୍ଚା ମାଲ ମଧ୍ୟରୁ ସୋଡିଅମ କ୍ଲୋରାଇଡ ଏକ ମୁଖ୍ୟ ଅଂଶ ଥାଏ । କଷ୍ଟିକ ସୋଡା, କ୍ଳୋରିନ ଇତ୍ୟାଦି ତିଆରି କରିବାରେ କଞ୍ଚା ମାଲ ଭାବରେ ବ୍ୟବହୃତ ହୁଏ । ଏଗୁଡ଼ିକ ମୁଣ୍ଡା କାଗଜ, ପିଭିଷି ଓ ଅନେକ ଜୈବିକ ଓ ଅଜୈବିକ କାମରେ ଲାଗେ । ଆଲୁମିନିଅମ ତିଆରୀରେ ଲବଣ ଏକ ଫ୍ଲକ୍ସ (flux) ଭାବରେ ବ୍ୟବହାର କରାଯାଏ । ଏହି ଲକ୍ଷରେ ତରଳ ଆଲୁମିନିଅମ ଉପରେ ତରଳ ଲୁଣ ବ୍ୟବହାର କରାଯାଏ । ଏହା ସାବୁନ ଓ ଗ୍ଳିସେରିନ ତିଆରି କାମରେ ଲାଗେ । ଏହା ଇମଲସିଫାୟାର ଭାବରେ ସିନଥେଟିକ ରବର ତିଆରି ଓ ଚର୍ବିର ସାପୋନିଫିକେସନ କାମରେ ଲାଗେ ।[୭୩]
ବାଲି, ଓ ଖଣ୍ଡ ପଥର ଭଳି ଢିଲା ପଦାର୍ଥକୁ ଡ୍ରିଲ କଲାବେଳେ ଲୁଣ ମିଶାଯିବା ଫଳରେ ଏକ ଦୃଢ କାନ୍ଥ ତିଆରି ହୋଇଯାଏ । ମାଛ ଓ ମାଂସ ସାଉତିବାରେ (canning), ରେଜିନକୁ ନରମ କରିବାରେ ଓ ଚମଡ଼ା ଟାନିଙ୍ଗ କରିବାରେ ଏହା ବ୍ୟବହୃତ ହୁଏ ।[୭୩][୭୪][୭୫]
ପ୍ରସ୍ତୁତି
[ସମ୍ପାଦନା]ବିକଶିତ ଦେଶମାନଙ୍କରେ ମୋଟ ଉତ୍ପାଦନର ଖାଦ୍ୟ ଉପଯୋଗୀ ଲୁଣ ଏକ ସ୍ୱଳ୍ପ ପରିମାଣ ଥାଏ (ୟୁରୋପର ୭%),[୭୬] ଯଦିଓ ସାରା ପୃଥିବୀରେ ଖାଦ୍ୟ ବ୍ୟବହାର ପରିମାଣ ୧୭% ଅଟେ ।[୭୭]
୨୦୧୮ ମସିହାରେ ମୋଟ ଲୁଣ ଉତ୍ପାଦନ ପୃଥିବୀରେ ୩୦୦ ନିୟୁତ ଟନ ଥିଲା; ଚୀନରେ ୬୮ ନିୟୁତ, ଯୁକ୍ତରାଷ୍ଟ୍ର ଆମେରିକାରେ ୪୨ ନିୟୁତ, ଭାରତରେ ୨୯ ନିୟୁତ ଟନ, ଜର୍ମାନୀରେ ୧୩ ନିୟୁତ ଟନ, କାନାଡାରେ ୧୩ ନିୟୁତ ଟନ ଓ ଅଷ୍ଟ୍ରେଲିଆରେ ୧୨ ନିୟୁତ ଟନ ଉତ୍ପାଦନ ଥିଲା ।[୭୮]
ପୃଥିବୀର ଅନେକ ରାସାୟନିକ କାରଖାନ ମଧ୍ୟରୁ ଲୁଣ କାରଖାନା ଗୋଟିଏ ଅଟେ ।[୭୯] ସମୁଦ୍ର ଜଳ ଲୁଣ ଭାଗ ୩.୫% । ଏହାର ଅର୍ଥ ସମୁଦ୍ରର ଏକ କିଗ୍ରାରେ ଜଳରେ ଦ୍ରବୀଭୂତ ଲୁଣ ୩୫ ଗ୍ରାମ/ଆଉନ୍ସ ଓ ସୋଡିଅମ କ୍ଲୋରାଇଡ ଥାଏ । ମହା ସାଗରରେ ଥିବା ଜଳ ଲୁଣ ଅସରନ୍ତି ଅଟେ ଯାହା ହିସାବ ହୋଇନି ।[୮୦] ସମୁଦ୍ର ଜଳର ଉଚ୍ଚ ହାରରେ ବାଷ୍ପିକରଣ କରି ଜଳ ଶୁଷ୍କ ହୋଇଗଲେ ଲୁଣ ଉତ୍ପାଦନ କରାଯାଏ । [୮୧]
ସମୁଦ୍ର ବ୍ୟତୀତ ଅନେକ ହ୍ରଦ ଓ ସମୁଦ୍ରର ଜଳ ନିୟୁତ ବର୍ଷ ଧରି ବାଷ୍ପିକରଣ ହୋଇ ପ୍ରଚୁର ପରିମାଣ ଶୁଷ୍କ ଲୁଣ ଜମା ହୋଇରହିଛି । ଲବଣ ଖଣି ଓ ଲୁଣ ପାହାଡ଼ ଭଳି ଜମା ହୋଇ ରହିଛି । ଉଭୟ କ୍ଷେତ୍ରରେ ତାହା ପରିଷ୍କୃତ ହୋଇ ରଖାଯାଏ । ପରମ୍ପରା କ୍ରମେ ଉତ୍ତାପ ଯୋଗୁ ଦ୍ରୁତ ବାଷ୍ପିକରଣ ହୋଇ ଶୁଷ୍କ ହୋଇଯାଇଛି । ଭାକୁମ ଉପାୟରେ ମଧ୍ୟ ଶୁଷ୍କ କରାଯାଏ । କଞ୍ଚା ଲବଣକୁ ରାସାୟନିକ ଉପାୟରେ ମଇଳା ଦୂରକରି ପରିଷ୍କାର କରାଯାଏ । ଏକାଧିକ ଥର ବାଷ୍ପିକରଣ କରି ପରିଷ୍କାର କରାଯାଏ । [୮୨] ପାରାଗୁଏ ଦେଶର ଆୟୋରିଓ ଲୋକମାନେ ଭାରତୀୟ ଲବଣ କାଠକୁ ଜଳେଇ ଦେଇ ତାହାର ପାଉଁଶରୁ ଲୁଣ ବାହାର କରନ୍ତି ।
ଓଣ୍ଟାରିଓ, କାନାଡ଼ାର ଗୋଡେରିଚ ସ୍ଥାନରେ ଥିବା ସିଫ୍ଟୋ ଖଣିର ୫୫୦ ମିଟର ତଳେ ଥିବା ବିରାଟ ଖଣିରୁ ଲବଣ ବାହାର କରାଯାଏ । ବର୍ଷକୁ ପ୍ରାୟ ସାତ ନିୟୁତ ଟନ ଲୁଣ ବାହାର କରାଯାଏ ।[୮୩] ସେହିଭଳି ପାକିସ୍ଥାନର ଭୂତଳ ୧୯ ମହଲା ଉଚ୍ଚ ବିଶିଷ୍ଟ ସ୍ଥାନରୁ ଏଗାର ମହଲା ବିଶିଷ୍ଟ ଲୁଣ କଢା ଯାଇଛି । ଭାଙ୍ଗି ନ ଯିବା ପାଇଁ ତାହା ସ୍ତମ୍ଭ ଓ ବଖରା ଆକାରରେ ଖାଲି ଜାଗା ରଖି କଢାଯାଏ । ହିମାଳୟ ଲବଣ ବାର୍ଷିକ ୩୫୦୦୦୦ ଟନ କାଢିଲେ ମଧ୍ୟ ଆହୁରି ୩୫୦ ବର୍ଷ ପର୍ଯ୍ୟନ୍ତ ମିଳିପାରିବ । ଏହି ଖଣି ଦେଖିବାକୁ ଅନେକ ପରିବ୍ରାଜକ ସେଠାକୁ ଯାଆନ୍ତି ।[୮୪]
- Artisanal
- Salt mounds in Salar de Uyuni, Bolivia
- Sea-salt pans in Tamil Nadu, India
- Salt balls in Borkou province, Chad
ଧର୍ମରେ
[ସମ୍ପାଦନା]ହିତ୍ତାଇଟିସ ଧାର୍ମିକ ଅନୁଷ୍ଠାନରେ, ସେମିଟିକ ଲୋକଙ୍କର ପର୍ବ ପାଳନରେ ଓ ଗ୍ରୀସ ଲୋକଙ୍କର ଅମାବାସ୍ୟା ସମୟରେ ଅଗ୍ନିରେ ଲୁଣ ଫୋପାଡ଼ିଲେ ଏକ ଶବ୍ଦ ହୁଏ ।[୮୫] ପୁରାତନ ମିଶର, ଗ୍ରୀସ ଓ ରୋମର ଲୋକମାନେ ତାଙ୍କର ଠାକୁରଙ୍କୁ ଲୁଣ ଓ ଜଳ ସମର୍ପଣ କରନ୍ତି; କ୍ଷୀରସ୍ଥାନ ଧର୍ମରେ ଏହାକୁ ପବିତ୍ର ଜଳ ଭାବରେ ମାନନ୍ତି ।[୮୬] ଜୁଡାଇ ଧର୍ମରେ ଲୁଣିଆ ପାଇଁରୁଟି ବା ପାଉଁରୁଟିରେ ଲୁଣ ମିଶେଇ ଶବବାତ ନିମନ୍ତେ କୁଦୂଷ (Kiddush for Shabbat) କଲାବେଳେ ଦିଆଯାଏ । କୁଦୂଷ ପରେ ପାଉଁରୁଟି ଉପରେ କିଛି ଲୁଣ ଛିଞ୍ଚାଯାଏ ।[୮୭] କୋଭୟେନାନ୍ତ ନିୟମ ଅନୁସାରେ ଲୋକ ଓ ଭଗବାନ ମଝିରେ ସାବଥ ପାଉଁରୁଟିକୁ ଲୁଣରେ ବୁଡ଼େଇ ଦିଆଯାଏ ।[୮୬] ବିଭିନ୍ନ କ୍ଷୀରସ୍ଥାନ ପଦ୍ଧତିରେ ଲୁଣର ଏକ ଭୂମିକା ଥାଏ । ଟ୍ରାଇଡେଣ୍ଟାଇନ ମାସ (Tridentine Mass)ରେ ଏହି ଉପଚାର ନିଶ୍ଚିତ ଅଟେ ।
ରୋମାନ ଧାର୍ମିକ ଅନୁଷ୍ଠାନ ଅନୁସାରେ ଚର୍ଚ୍ଚରେ ଜଳରେ ଏହା ମିଶାଯାଏ ।[୮୮] ବାଇବେଲରେ ଏହା ବିଷୟ ଅନେକ ସ୍ଥାନରେ ଲିପିବଦ୍ଧ ଅଛି । କାହାଣୀରେ ଲୋଟର ପତ୍ନୀ ଲୁଣ ସ୍ତମ୍ଭ ହୋଇଯିବା ଉଲ୍ଲେଖ ଅଛି । ନିଉ ଟେଷ୍ଟାମେଣ୍ଟରେ ଯୀଶୁ ଏହାକୁ ଏହାକୁ ଲୁଣ ଓ ଆଲୋକ ବର୍ତ୍ତିକା ଭାବରେ ଉଲ୍ଲେଖ କରିଛନ୍ତି ।[୮୯] ଆଜଟେଲ ପୁରାଣ ଅନୁସାରେ ହୁଇକ୍ସଟୋସିହୁଆଲଟି (Huixtocihuatl) ଜଣେ ପ୍ରଜନନକାରୀ ଦେବୀ ଯିଏ ଲୁଣ ଓ ଲୁଣ ପାଣିରେ ପିଠାସିନ କରନ୍ତି । [୯୦] ହିନ୍ଦୁ ଧର୍ମରେ ଏହାକୁ ପବିତ୍ର ପଦାର୍ଥ ଭାବରେ ଗ୍ରହଣ କରାଯାଇ ବିବାହ ଭଳି ଅନୁଷ୍ଠାନରେ ବ୍ୟବହାର କରାଯାଏ ।[୯୧] ଜୈନ ଧର୍ମରେ ଭକ୍ତମାନେ ଦେବତାଙ୍କୁ ଚିମୁଟାଏ ଲୁଣ ସାଥିରେ ଚାଉଳ ଅର୍ପଣ କରନ୍ତି ଓ ସବ ସତ୍କାର ସମୟରେ ପାଉଁଶ ସାଥିରେ କିଛି ଲୁଣ ଅର୍ପଣ କରନ୍ତି ।[୯୨] ମେଘାୟନ ବୌଦ୍ଧ ପରମ୍ପରା ଅନୁସାରେ ଶବ ସତ୍କାର ପରେ ଘର ପ୍ରବେଶ ପୂର୍ବରୁ ବାମ କାନ୍ଧରେ କିଛି ଲୁଣ ଛିଞ୍ଚି ଦିଅନ୍ତି ଏହି ଭାବନାରେ ଯେ ପ୍ରେତାତ୍ମା ଘରେ ପଶି ପାରିବନି ।[୯୩]
ଆଧାର
[ସମ୍ପାଦନା]- ↑ Salt: a world history.
- ↑ "El Paso Salt Wars (U.S. National Park Service)". www.nps.gov. Retrieved 25 ଫେବୃଆରୀ 2025.
- ↑ "How salt works and overview of deicing chemicals - Minnesota Stormwater Manual". stormwater.pca.state.mn.us. Retrieved 25 ଫେବୃଆରୀ 2025.
- ↑ jdlanier (15 ଜାନୁଆରୀ 2016). "The Impact of Salts on Plants and How to Reduce Plant Injury from Winter Salt Applications". Center for Agriculture, Food, and the Environment (in ଇଂରାଜୀ). Retrieved 25 ଫେବୃଆରୀ 2025.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;USDA2015ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Committee on the Consequences of Sodium Reduction in Populations; Food Nutrition, Board; Board on Population Health Public Health Practice; Institute Of, Medicine; Strom, B. L.; Yaktine, A. L.; Oria, M. (2013). Strom, Brian L.; Yaktine, Ann L.; Oria, Maria (eds.). Sodium intake in populations: assessment of evidence. Institute of Medicine of the National Academies. doi:10.17226/18311. ISBN 978-0-309-28295-6. PMID 24851297. Archived from the original on 19 ଅକ୍ଟୋବର 2013. Retrieved 17 ଅକ୍ଟୋବର 2013.
- 1 2 ଆଧାର ଭୁଲ: ଅଚଳ
<ref>ଚିହ୍ନ;CDCନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "EFSA provides advice on adverse effects of sodium". European Food Safety Authority. 22 ଜୁନ 2005. Archived from the original on 4 ଅଗଷ୍ଟ 2017. Retrieved 9 ଜୁନ 2016.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;WHO2013ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Delahaye, F. (2012). "Europe PMC". Presse Médicale. 41 (6 Pt 1): 644–649. doi:10.1016/j.lpm.2012.02.035. PMID 22465720. Archived from the original on 7 ଜୁନ 2021. Retrieved 7 ଜୁନ 2021.
- ↑ Salt: a world history.
- ↑ "El Paso Salt Wars (U.S. National Park Service)". www.nps.gov. Retrieved 25 ଫେବୃଆରୀ 2025.
- ↑ LA Times Bulgarians find oldest European town, a salt production center Archived 4 May 2019 at the Wayback Machine.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;HMSOନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 Wood, Frank Osborne. "Salt (NaCl)". Encyclopædia Britannica online. Archived from the original on 2 ମଇ 2015. Retrieved 9 ଅକ୍ଟୋବର 2013.
- ↑ Suitt, Chris. "Covenant of salt". Rediscovering the Old Testament. Seed of Abraham Ministries. Archived from the original on 5 ମାର୍ଚ୍ଚ 2016. Retrieved 12 ଅକ୍ଟୋବର 2013.
- ↑ Gevirtz, Stanley (1963). "Jericho and Shechem: A Religio-Literary Aspect of City Destruction". Vetus Testamentum. 13 (1): 52–62. doi:10.2307/1516752. JSTOR 1516752.
- ↑ Ripley, George; Dana, Charles Anderson (1863). The New American Cyclopædia: a Popular Dictionary of General Knowledge. Vol. 4. p. 497. Archived from the original on 6 ସେପ୍ଟେମ୍ବର 2015.
- ↑ Paolinelli, Franco. "Tuareg Salt Caravans of Niger, Africa". Bradshaw Foundation. Archived from the original on 3 ଅଗଷ୍ଟ 2016. Retrieved 11 ଅକ୍ଟୋବର 2013.
- ↑ Schweitzer, Albert (1958). African Notebook. Indiana University Press.
- ↑ Lopez, Billie Ann. "Hallstatt's White Gold: Salt". Virtual Vienna Net. Archived from the original on 10 ଫେବୃଆରୀ 2007. Retrieved 3 ମାର୍ଚ୍ଚ 2013.
- ↑ Bloch, David. "Economics of NaCl: Salt made the world go round". Mr Block Archive. Archived from the original on 29 ଜାନୁଆରୀ 2007. Retrieved 19 ଡିସେମ୍ବର 2006.
- ↑ "The history of salt production at Droitwich Spa". BBC. 21 ଜାନୁଆରୀ 2010. Archived from the original on 22 ଫେବୃଆରୀ 2014. Retrieved 28 ମାର୍ଚ୍ଚ 2011.
- ↑ Kurlansky (2002), pp. 64.
- 1 2 Cowen, Richard (1 ମଇ 1999). "The Importance of Salt". Archived from the original on 7 ମଇ 2016. Retrieved 15 ଅକ୍ଟୋବର 2013.
- ↑ Wood, Frank Osborne; Ralston, Robert H. "Salt (NaCl)". Encyclopædia Britannica. Archived from the original on 2 ମଇ 2015. Retrieved 16 ଅକ୍ଟୋବର 2013.
- ↑ "The sense of taste". 16 ମାର୍ଚ୍ଚ 2013. Archived from the original on 8 ଅପ୍ରେଲ 2016. Retrieved 16 ଅକ୍ଟୋବର 2013.
- ↑ Institute of Medicine (US) Committee on Strategies to Reduce Sodium Intake (2010). "3 — Taste and Flavor Roles of Sodium in Foods: A Unique Challenge to Reducing Sodium Intake". In Jane E. Henney; Christine L. Taylor; Caitlin S. Boon (eds.). Strategies to Reduce Sodium Intake in the United States. Washington, DC: National Academies Press. ISBN 978-0-309-14806-1. Archived from the original on 9 ମଇ 2021. Retrieved 29 ଅକ୍ଟୋବର 2022.
- ↑ "Tesco Table Salt 750g". Tesco. Archived from the original on 11 ମଇ 2009. Retrieved 5 ଡିସେମ୍ବର 2010.
Nutritional analysis provided with Tesco Table Salt states 38.9 percent sodium by weight which equals 97.3 percent sodium chloride
- ↑ Table Salt Archived 5 August 2007 at the Wayback Machine.. Wasalt.com.au. Retrieved 7 July 2011.
- ↑ The international Codex Alimentarius Standard for Food Grade Salt Archived 14 March 2012 at the Wayback Machine.. (PDF). Retrieved 7 July 2011.
- ↑ "Rice in Salt Shakers". Ask a Scientist. Archived from the original on 14 ମାର୍ଚ୍ଚ 2011. Retrieved 29 ଜୁଲାଇ 2008.
- ↑ "Food Freshness". KOMO News. Archived from the original on 20 ଅଗଷ୍ଟ 2011. Retrieved 8 ଜୁଲାଇ 2011.
- 1 2 Discussions of the safety of sodium hexaferrocyanate in table salt Archived 4 March 2016 at the Wayback Machine.. api.parliament.uk (5 May 1993). Retrieved 7 July 2011.
- ↑ "Morton Salt FAQ". Archived from the original on 19 ଜାନୁଆରୀ 2012. Retrieved 12 ମଇ 2007.
- ↑ Burgess, Wilella Daniels; Mason, April C. "What Are All Those Chemicals in My Food?". School of Consumer and Family Sciences, Purdue University. Archived from the original on 11 ଫେବୃଆରୀ 2006. Retrieved 27 ଫେବୃଆରୀ 2011.
- 1 2 Westphal et al. (2010).
- ↑ Selwitz, Ismail & Pitts (2007).
- ↑ "References on food salt & health issues". Salt Institute. 2009. Archived from the original on 19 ସେପ୍ଟେମ୍ବର 2010. Retrieved 5 ଡିସେମ୍ବର 2010.
- ↑ Shahidi, Shi & Ho (2005), p. 575.
- ↑ "Kosher Salt Guide". SaltWorks. 2010. Archived from the original on 24 ଡିସେମ୍ବର 2010.
- ↑ Pieters, A.J.; Flint, D.; Garriott, E.B.; Wickson, E.J.; Lamson-Scribner, F.; et al. (1899). Experiment Station Work. Bread and the Principles of Bread Making. U.S. Department of Agriculture. pp. 28–30. Archived from the original on 16 ଜୁନ 2016. Retrieved 17 ନଭେମ୍ବର 2015.
- ↑ Breslin, P. A. S.; Beauchamp, G. K. (5 ଜୁନ 1997). "Salt enhances flavour by suppressing bitterness". Nature. 387 (6633): 563. Bibcode:1997Natur.387..563B. doi:10.1038/42388. PMID 9177340. S2CID 205030709.
- ↑ Buss, David; Robertson, Jean (1973). Manual of Nutrition. Her Majesty's Stationery Office. pp. 37–38. ISBN 978-0-11-241112-3.
- ↑ "The Salt of Southeast Asia". The Seattle Times. 2001. Archived from the original on 3 ମାର୍ଚ୍ଚ 2016. Retrieved 7 ଜୁଲାଇ 2011.
- ↑ "Asian diet". Diet.com. Archived from the original on 11 ଜୁନ 2016. Retrieved 7 ଜୁଲାଇ 2013.
- ↑ Intake, Institute of Medicine (US) Committee on Strategies to Reduce Sodium; Henney, Jane E.; Taylor, Christine L.; Boon, Caitlin S. (2010). Taste and Flavor Roles of Sodium in Foods: A Unique Challenge to Reducing Sodium Intake (in ଇଂରାଜୀ). National Academies Press (US). Archived from the original on 9 ମଇ 2021. Retrieved 4 ଅପ୍ରେଲ 2021.
- ↑ Shekdar, Kambiz; Langer, Jessica; Venkatachalan, Srinivasan; Schmid, Lori; Anobile, Jonathan; et al. (8 ମାର୍ଚ୍ଚ 2021). "Cell engineering method using fluorogenic oligonucleotide signaling probes and flow cytometry". Biotechnology Letters. 43 (5): 949–958. doi:10.1007/s10529-021-03101-5. ISSN 1573-6776. PMC 7937778. PMID 33683511.
- ↑ "National Nutrient Database for Standard Reference, Basic Report: 02047, Salt, table". Agricultural Research Service, National Nutrient Database for Standard Reference. United States Department of Agriculture. Archived from the original on 26 ଅପ୍ରେଲ 2016. Retrieved 21 ଜୁଲାଇ 2018.
- ↑ "Dietary sodium". MedLinePlus. Archived from the original on 19 ଅକ୍ଟୋବର 2013. Retrieved 17 ଅକ୍ଟୋବର 2013.
- 1 2 3 4 "Most Americans should consume less sodium". Salt. Centers for Disease Control and Prevention. Archived from the original on 19 ଅକ୍ଟୋବର 2013. Retrieved 17 ଅକ୍ଟୋବର 2013.
- 1 2 Strazzullo, Pasquale; D'Elia, Lanfranco; Kandala, Ngianga-Bakwin; Cappuccio, Francesco P. (2009). "Salt intake, stroke, and cardiovascular disease: meta-analysis of prospective studies". British Medical Journal. 339 (b4567): b4567. doi:10.1136/bmj.b4567. PMC 2782060. PMID 19934192.
- ↑ "Prevention of cardiovascular disease". National Institute for Health and Clinical Excellence. 1 ଜୁନ 2010. Archived from the original on 18 ମଇ 2015. Retrieved 5 ମଇ 2015.
- ↑ "Sodium and food sources". Salt. Centers for Disease Control and Prevention. Archived from the original on 19 ଅକ୍ଟୋବର 2013. Retrieved 17 ଅକ୍ଟୋବର 2013.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;WHO20132ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 He, F.J.; Li, J.; Macgregor, G.A. (3 ଅପ୍ରେଲ 2013). "Effect of longer term modest salt reduction on blood pressure: Cochrane systematic review and meta-analysis of randomised trials". BMJ (Clinical Research Ed.). 346: f1325. doi:10.1136/bmj.f1325. PMID 23558162.
- ↑ "Sodium and salt". American Heart Association. 2016. Archived from the original on 17 ଅଗଷ୍ଟ 2016. Retrieved 8 ଜୁନ 2016.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;IOM20132ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Scientific Report of the 2015 Dietary Guidelines Advisory Committee (PDF). US Department of Agriculture. 2015. p. 7. Archived (PDF) from the original on 18 ଅପ୍ରେଲ 2016.
- ↑ Aburto, Nancy J.; Ziolkovska, Anna; Hooper, Lee; et al. (2013). "Effect of lower sodium intake on health: systematic review and meta-analyses". British Medical Journal. 346 (f1326): f1326. doi:10.1136/bmj.f1326. PMC 4816261. PMID 23558163.
- ↑ Graudal, N iels Albert; Hubeck-Graudal, Thorbjorn; Jurgens, Gesche (9 ଅପ୍ରେଲ 2017). "Effects of low sodium diet versus high sodium diet on blood pressure, renin, aldosterone, catecholamines, cholesterol, and triglyceride". The Cochrane Database of Systematic Reviews. 4 (4): CD004022. doi:10.1002/14651858.CD004022.pub4. ISSN 1469-493X. PMC 6478144. PMID 28391629.
- ↑ Adler, A. J.; Taylor, F.; Martin, N.; Gottlieb, S.; Taylor, R.S.; Ebrahim, S. (18 ଡିସେମ୍ବର 2014). "Reduced dietary salt for the prevention of cardiovascular disease". The Cochrane Database of Systematic Reviews. 12 (12): CD009217. doi:10.1002/14651858.CD009217.pub3. PMC 6483405. PMID 25519688.
- ↑ "WHO issues new guidance on dietary salt and potassium". World Health Organization. 31 ଜାନୁଆରୀ 2013. Archived from the original on 20 ଜୁଲାଇ 2016. Retrieved 17 ଅକ୍ଟୋବର 2013.
- 1 2 ଆଧାର ଭୁଲ: ଅଚଳ
<ref>ଚିହ୍ନ;CDC3ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Dietary Guidelines for Americans (PDF). U.S. Department of Agriculture & U.S. Department of Health and Human Services. 2010. p. 24. Archived (PDF) from the original on 1 ସେପ୍ଟେମ୍ବର 2016. Retrieved 29 ଅପ୍ରେଲ 2015.
African Americans, individuals with hypertension, diabetes, or chronic kidney disease and individuals ages 51 and older, comprise about half of the U.S. population ages 2 and older. While nearly everyone benefits from reducing their sodium intake, the blood pressure of these individuals tends to be even more responsive to the blood pressure-raising effects of sodium than others; therefore, they should reduce their intake to 1,500 mg per day.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;He20132ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Committee on the Consequences of Sodium Reduction in Populations; Food Nutrition, Board; Board on Population Health Public Health Practice; Institute Of, Medicine; Strom, B. L.; Yaktine, A. L.; Oria, M. (2013). 5 Findings and Conclusions | Sodium Intake in Populations: Assessment of Evidence (in ଇଂରାଜୀ). The National Academies Press. doi:10.17226/18311. ISBN 978-0-309-28295-6. PMID 24851297. Archived from the original on 16 ମଇ 2017.
- 1 2 Mente, Andrew; O'Donnell, Martin; Rangarajan, Sumathy; Dagenais, Gilles; Lear, Scott; et al. (2016). "Associations of urinary sodium excretion with cardiovascular events in individuals with and without hypertension: A pooled analysis of data from four studies". The Lancet. 388 (10043): 465–475. doi:10.1016/S0140-6736(16)30467-6. hdl:10379/16625. PMID 27216139. S2CID 44581906. Archived from the original on 9 ଜାନୁଆରୀ 2022. Retrieved 3 ଅକ୍ଟୋବର 2020.
- ↑ Lim, Stephen S.; Vos, Theo; Flaxman, Abraham D.; Danaei, Goodarz; Shibuya, Kenji; Adair-Rohani, Heather; Amann, Markus; Anderson, H. Ross; Andrews, Kathryn G. (15 ଡିସେମ୍ବର 2012). "A comparative risk assessment of burden of disease and injury attributable to 67 risk factors and risk factor clusters in 21 regions, 1990-2010: a systematic analysis for the Global Burden of Disease Study 2010". The Lancet. 380 (9859): 2224–2260. doi:10.1016/S0140-6736(12)61766-8. PMC 4156511. PMID 23245609.
- ↑ Flowers, Timothy J.; Munns, Rana; Colmer, Timothy D. (1 ଡିସେମ୍ବର 2014). "Sodium chloride toxicity and the cellular basis of salt tolerance in halophytes". Annals of Botany. 115 (3): 419–431. doi:10.1093/aob/mcu217. PMC 4332607. PMID 25466549.
- ↑ Maathuis, Frans J. M. (22 ଅକ୍ଟୋବର 2013). "Sodium in plants: Perception, signalling, and regulation of sodium fluxes". Journal of Experimental Botany. 65 (3): 849–858. doi:10.1093/jxb/ert326. PMID 24151301.
- ↑ Lee, M. Kate; Van Iersel, Marc W. (2008). "Sodium Chloride Effects on Growth, Morphology, and Physiology of Chrysanthemum (Chrysanthemum ×morifolium)". HortScience. 43 (6): 1888–1891. doi:10.21273/HORTSCI.43.6.1888.
- 1 2 "Salt uses". WA Salt Group. Archived from the original on 11 ଅକ୍ଟୋବର 2013. Retrieved 10 ଅକ୍ଟୋବର 2013.
- ↑ "Sodium chloride". IHS Chemical. 1 ଡିସେମ୍ବର 2008. Archived from the original on 25 ମାର୍ଚ୍ଚ 2013. Retrieved 12 ମାର୍ଚ୍ଚ 2013.
- ↑ Kostick (2011).
- ↑ "Salt Uses". European Salt Producers' Association. Archived from the original on 12 ଫେବୃଆରୀ 2015. Retrieved 5 ମଇ 2015.
- ↑ "Roskill Information Services". Roskill.com. 30 ମାର୍ଚ୍ଚ 2011. Archived from the original on 18 ଜୁନ 2003. Retrieved 7 ଜୁଲାଇ 2011.
- ↑ Bolen, Wallace P. (February 2019). US Geological Survey, Mineral Commodity Summaries (Report). US Geological Survey.
- ↑ "Salt made the world go round". Salt.org.il. 1 ସେପ୍ଟେମ୍ବର 1997. Archived from the original on 5 ଅପ୍ରେଲ 2016. Retrieved 7 ଜୁଲାଇ 2011.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;IHS2ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Salt Ponds, South San Francisco Bay". NASA Visible Earth. NASA. 11 ଅଗଷ୍ଟ 2009. Archived from the original on 15 ଜୁଲାଇ 2016. Retrieved 5 ମଇ 2015.
- ↑ https://web.archive.org/web/20090409144219/http://www.saltsense.co.uk/aboutsalt-prod02.htm About salt: Production]. The Salt Manufacturers Association
- ↑ Calvo, Miguel; Calvo, Guiomar (2023). Una pizca de sal [A pinch of salt] (in ସ୍ପାନିସ୍). Zaragoza, Spain: Prames. pp. 114–115. ISBN 978-84-8321-582-1.
- ↑ Pennington, Matthew (25 ଜାନୁଆରୀ 2005). "Pakistan salt mined old-fashioned way mine". The Seattle Times. Archived from the original on 25 ଜୁଲାଇ 2012. Retrieved 11 ଅକ୍ଟୋବର 2013.
- ↑ "Research article: Salt". Encyclopedia of Religion. Archived from the original on 4 ମାର୍ଚ୍ଚ 2016. Retrieved 13 ଅକ୍ଟୋବର 2013.
- 1 2 "10+1 Things you may not know about Salt". Epikouria. Fall/Winter (3). 2006. Archived from the original on 4 ଜୁଲାଇ 2008.
- ↑ Naftali Silberberg Why is the Challah dipped in salt before it is eaten? Archived 20 January 2012 at the Wayback Machine., Chabad.org
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;CEନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ McKenzie, John L. (1995). "Salt". Dictionary of the Bible. Simon & Schuster. pp. 759–760. ISBN 0-684-81913-9.
- ↑ Quipoloa, J. (2007). "The Aztec Festivals: Toxcatl (Dryness)". The Aztec Gateway. Archived from the original on 16 ସେପ୍ଟେମ୍ବର 2015. Retrieved 18 ମାର୍ଚ୍ଚ 2013.
{{cite web}}: CS1 maint: unfit URL (link) - ↑ Gray, Steven (7 ଡିସେମ୍ବର 2010). "What Lies Beneath". Time Magazine. Archived from the original on 17 ଅଗଷ୍ଟ 2013. Retrieved 13 ମାର୍ଚ୍ଚ 2013.
- ↑ "The Final Journey: What to do when your loved one passes away". Archived from the original on 6 ମାର୍ଚ୍ଚ 2016. Retrieved 12 ମାର୍ଚ୍ଚ 2013.
- ↑ "Religion: Chasing away evil spirits". History of salt. Cagill. Archived from the original on 14 ମାର୍ଚ୍ଚ 2014. Retrieved 13 ଅକ୍ଟୋବର 2013.
Category: ଖାଦ୍ୟ