ଲତା ପଦ
ଲତା ପଦ (ಲತಾ ಪಾದ) | |
---|---|
Born | ଲତା ୭ ନଭେମ୍ବର ୧୯୪୭ |
Nationality | ଭାରତ |
Citizenship | କାନାଡ଼ା |
Education | ଗୁରୁ କଲାଲିମମନି କଲ୍ୟାଣସୁନ୍ଦରମ ଓ ପଦ୍ମଭୁଷଣ କଳାନିଧି ନାରାୟଣଙ୍କଠାରୁ ଶିକ୍ଷା ଲାଭ କରିଥଲେ । |
Alma mater | ମୁମ୍ବାଇର ଏଲଫିନ୍ଟୋନ କଲେଜ (Elphinstone College) |
Occupation(s) | ନର୍ତ୍ତକୀ (Dancer), ନୃତ୍ୟ ନିର୍ଦ୍ଦେଶିକା (Choreographer), ଶିକ୍ଷୟିତ୍ରୀ ଓ ଲେଖିକା । |
Known for | ଭାରତନାଟ୍ୟମ (Bharatanatyam) |
Awards |
|
Website | www |
ଲତା ପଦ (ଇଂରାଜୀ ଭାଷାରେ Lata Pada,[୧] (ಲತಾ ಪಾದ) ଅର୍ଡ଼ର ଅଫ ମେରିଟ ବା ସିଏମ (CM) ଜନ୍ମ ୭ ନଭେମ୍ବର ୧୯୪୭[୨]) ଜଣେ ଭାରତରେ ଜନ୍ମଲାଭ କରିଥିବା କାନାଡ଼ାର ଲୋକ ଯିଏ ଭାରତନାଟ୍ୟମ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା ଅଟନ୍ତି । 'ସେ ସମ୍ପ୍ରଦାୟ ଡାନ୍ସ କ୍ରିଏସନ' ସଂସ୍ଥାର ସ୍ଥାପୟିତା ଓ କଳା ନିର୍ଦ୍ଦେଶକା ଅଟନ୍ତି ଓ ତାଙ୍କ ସଂସ୍ଥା ଦକ୍ଷିଣ ଏସିଆର ନୃତ୍ୟ ପ୍ରଦର୍ଶନ କରନ୍ତି । ଆଉ ମଧ୍ୟ ସେ ସମ୍ପ୍ରଦାୟ ଡାନ୍ସ ଏକାଡେମୀର ସ୍ଥାପୟିତା ତଥା ନିର୍ଦ୍ଦେଶିକା ଅଟନ୍ତି ଓ ଉତ୍ତର ଆମେରିକାରେ ଥିବା ତାଙ୍କର ଅନୁଷ୍ଠାନ, ଯୁକ୍ତରାଷ୍ଟ୍ର ରାଜ୍ୟର ଇମ୍ପିରିଆଲ ସୋସାଇଟି ସହିତ ଅନୁବନ୍ଧିତ ଅଛି; ତାଙ୍କର ଏକମାତ୍ର ଅଗ୍ରଣୀ ଅନୁଷ୍ଠାନ ଯେଉଁଠାରେ ବ୍ୟବସାୟୀକ ନୃତ୍ୟ ପ୍ରଶିକ୍ଷଣ ଦିଆଯାଏ ।[୩][୪] ସନ ୧୯୯୦ରେ ପଦ ସେହି ନୃତ୍ୟ କମ୍ପାନୀ ସ୍ଥାପନ କରିଥିଲେ ଓ ତାହା କରିବା ପଛରେ ଭାରତନାଟ୍ୟମକୁ ଏକ କଳା ଭାବରେ ସାରା ପୃଥିବୀରେ ସାବ୍ୟସ୍ତ କରିବା ତାଙ୍କର ଲକ୍ଷ ଥିଲେ ।[୫][୬] କାନାଡ଼ାରେ ଦକ୍ଷିଣ ଏସିଆ-ସ୍ଟାଇଲ ନୃତ୍ୟର ପଦ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଅଟନ୍ତି । [୭]
ପ୍ରାକ୍ ଜୀବନ[ସମ୍ପାଦନା]
ଗୋଟିଏ ଶିକ୍ଷିତ ପରିବାରରେ ଥିବା ଚାରି ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ସନ୍ତାନ ଥିଲେ ।[୮] ତାଙ୍କ ପିତା ରୟଲ ନେଭିରେ ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର ଓ ମାତା ଇନସ୍ୟୁରାନ୍ସ ମ୍ୟାନେଜମେଣ୍ଟରେ କାମ କରୁଥିଲେ । ପଦ ଶିକ୍ଷା ତ୍ୟାଗ କରି ତାଙ୍କ ପ୍ରଥମ ସ୍ୱାମୀ ବିଷ୍ଣୁପଦଙ୍କର ସାଥିରେ ଥମସନ, ମନିଟୋବା ଯାଇଥଲେ ଯେଉଁଠାରେ ସ୍ୱାମୀ ଇନକୋ ନିମନ୍ତେ କାମ କରୁଥିଲେ । ସେଠାରେ ଘରୋଇ କାମ, ସାମାଜିକ ଜୀବନ ଓ କଳାତ୍ମକ ପେଷାକୁ ସେ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସେହି ମାଇନିଙ୍ଗ ସହରରେ ବିଷ୍ଣୁ ଓ ତାଙ୍କ ପତ୍ନୀ ପଦ ପ୍ରଥମ ଭାରତୀୟ ପରିବାର ଥିଲେ ।
ଶିକ୍ଷା[ସମ୍ପାଦନା]
ଲତା ମୁମ୍ବାଇର ଏଲଫିନସ୍ଟୋନ କଲେଜରେ ଯୋଗ ଦେଇ[୯] ଗୁରୁ କଲାଲିମମନି କଲ୍ୟାଣସୁନ୍ଦରମ ଓ ପଦ୍ମଭୁଷଣ କଳାନିଧି ନାରାୟଣଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୭] ଟରୋଣ୍ଟୋ, ଓଣ୍ଟାରିଓ ପାଖରେ ଥିବା ମିସିସଉଗ ସ୍ଥାନରେ ବାସ କରୁଛନ୍ତି । [୧୦] ଭୂବିଜ୍ଞାନୀ ବିଷ୍ଣୁ ପଦଙ୍କୁ ସେ ୩୦ ଅକ୍ଟୋବର ୧୯୬୪ ତାରିଖ ଦିନ ବିବାହ କରିଥିଲେ ଯେତେବେଳେ ତାଙ୍କର ବୟସ ୧୭ ବର୍ଷ ଥିଲା । କାନାଡ଼ାରେ ବିବାହ ସମ୍ପନ୍ନ ହୋଇଥିଲା । ମ୍ୟାକଗିଲ ବିଶ୍ୱବିଦୟାଳୟରରୁ ବିଷ୍ଣୁ ଭୂବିଜ୍ଞାନରେ ସ୍ନତକ ହାସଲ କରି ଭାରତକୁ ଆସିଥିଲେ ଓ ସେଠାରେ ସେ ଲତାଙ୍କୁ ଦେଖିବା ପରେ ବିବାହ ବୁଝାମଣା ହୋଇଥିଲା ।[୧୧] କାନାଡ଼ାକୁ ଯିବା ପରେ ସେ ସୋରୋରିଟିର ଜଣେ ସଦସ୍ୟ ହେଲେ ଓ ବିଭିନ୍ନ ପ୍ରୋଗ୍ରାମରେ ଭାଗ ନେଲେ ।
ଇଣ୍ଡୋନେସିଆରେ[ସମ୍ପାଦନା]
ଓଣ୍ଟାରିଓର ଗ୍ରେଟର ସବଡୁରୀରେ ବାସ କରିବା ପୂର୍ବରୁ ୪୦ ବର୍ଷ ପୂର୍ବେ ଲତା ଓ ତାଙ୍କ ସ୍ୱାମୀ ପ୍ରଥମେ ଇଣ୍ଡୋନେସିଆ ଯାତ୍ରା କରିଥିଲେ । ତାଙ୍କ ସ୍ୱାମୀ ଓ ଦୁଇ ଝାଅଙ୍କର ଦେଖାଶୁଣା କରିବା ସହିତ ଲତା ନୃତ୍ୟ ଶିକ୍ଷା ଦେଉଥିଲେ । ତାଙ୍କ ନୃତ୍ୟ ଗୁରୁଙ୍କଠାରୁ ଶିକ୍ଷା ଲାଭ କରିବା ନିମନ୍ତେ ସେ ପ୍ରତି ବର୍ଷ ଭାରତକୁ ଆସୁଥିଲେ । ସନ ୧୯୮୫ରେ ସେ ଆଗତୁରା ଆସି ବାଙ୍ଗାଲୋରରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରେ ତାଙ୍କ ପରିବାର ତାଙ୍କ ସାଥିରେ ଯୋଗଦାନ କରିବାର ଥିଲା । ତାହା କେବେ ସମ୍ଭବ ହୋଇନଥିଲା ଯେହେତୁ ଏୟାର ଇଣ୍ଡିଆ ଫ୍ଲାଇଟ ୧୮୨ରେ ଯାତ୍ରା କରୁଥିବା ତାଙ୍କ ପରିବାର ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରର ଶିକାର ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁଃଖରେ ଅଭିଭୂତା ଲତା ତାଙ୍କର ନୃତ୍ୟରେ ମନୋନିବେଶ କରିଥିଲେ । "ମୋର ସ୍ୱାମୀଙ୍କୁ ନେଇଗଲେ ବି ମୁଁ ତଥାପି ସ୍ତ୍ରୀ ହୋଇ ରହିବିକି ? ଯଦି ତମେ ମୋର ପିଲାମାନଙ୍କୁ ନେଇଯାଅ, ତଥାପି ମୁଁ ଜଣେ ମାଆ ହୋଇ ରହିବିକି ?", ଏହି ଦୁଇ ପଦ ଜାଗତିକ କାନଭାସରେ ଦୁଃଖରେ ଲିଖିତ ହୋଇଥିଲା ।[୧୨] ସନ ୧୯୯୭ରେ ୟୋର୍କ ବିଶ୍ୱବିଦ୍ୟାଳୟରୁ ଲତା ଫାଇନ ଆର୍ଟରେ ଏକ ମାସ୍ଟର ଡିଗ୍ରୀ ହାସଲ କରିଥିଲେ । [୧୩]
ଆଧାର[ସମ୍ପାଦନା]
- ↑ Nartaki, Interview, May, 2001, Lata Pada - Choreographer
- ↑ "Biography". Retrieved 2009-02-11.
- ↑ Walker, Susan. "Call it South Asian dance HQ." The Toronto Star. 30 May 2008.
- ↑ Kopun, Francine. "When the only thing left is hope." The Toronto Star. 25 August 2007.
- ↑ "“B2” a collaboration between Sampradaya Dance Creations and Ballet Jorgen Archived 2020-05-20 at the Wayback Machine.." Harbourfront Centre. Retrieved on 10 December 2008.
- ↑ " Sampradaya Dance Creations Archived 2012-03-04 at the Wayback Machine.." Canada Council for the Arts. Retrieved on 10 December 2008.
- ↑ ୭.୦ ୭.୧ "Daring and innovative." The Telegraph. Retrieved on 10 December 2008.
- ↑ "Resource guide, By dance reborn-By Keith Garebian". Archived from the original on 2016-03-04. Retrieved 2020-03-23.
- ↑ "P-196." Air India Commission, Government of Canada. 17 September 2007. Retrieved on 24 June 2009.
- ↑ Curry, Bill. "Air India bombing could have been prevented." The Globe and Mail. 9 May 2007.
- ↑ Radhika, V. "Dancing To Transform Archived 2010-01-31 at the Wayback Machine.." Boloji. 4 December 2004.
- ↑ 'If you take away my children, am I still a-mother'
- ↑ Fields in Motion: Ethnography in the Worlds of Dance, edited by Dena Davida, Revealed by fire-Lata Pada's Narrative of Transformation-Susan Mcnaughton P-381, Chapter 20