ଲଟେରୀ- ଲାଇଫ୍ ଏଗ୍ନେଷ୍ଟ ଫେଟ୍

ଉଇକିପିଡ଼ିଆ‌ରୁ
ଲଟେରୀ- ଲାଇଫ୍ ଏଗ୍ନେଷ୍ଟ ଫେଟ୍
ନିର୍ଦ୍ଦେଶକଅମ୍ଳାନ ଖୁଣ୍ଟିଆ
ପ୍ରଯୋଜକବାସୁମତି ଖୁଣ୍ଟିଆ
ସଂଳାପଅମ୍ଳାନ ଖୁଣ୍ଟିଆ
ଚିତ୍ରନାଟ୍ୟଅମ୍ଳାନ ଖୁଣ୍ଟିଆ, ପୃଥ୍ୱୀରାଜ ପଟ୍ଟନାୟକ
କାହାଣୀଅମ୍ଳାନ ଖୁଣ୍ଟିଆ
କଳାକାରଅବିନାଶ ନାୟକ, ଅନ୍ୱେଷା ସାହୁ, ଉତ୍ତମ କୁମାର ପୁହାଣ, ପ୍ରାଚୀ
ସଙ୍ଗୀତରୋଜର୍ ବ୍ଲୁହାର୍ପ
ଚିତ୍ରଗ୍ରହଣସୁନୀଲ ଶେଖର, ପୃଥ୍ୱୀରାଜ ପଟ୍ଟନାୟକ
ସମ୍ପାଦକଅମ୍ଳାନ ଖୁଣ୍ଟିଆ
ଦେଶ ଭାରତ

ଲଟେରୀ- ଲାଇଫ୍ ଏଗ୍ନେଷ୍ଟ ଫେଟ୍ ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଜିକ୍‌ଜାକ୍ ମୋସନ୍ ପିକ୍ଚରସ୍‌‌ର କ୍ରିଉ ଏଣ୍ଟରଟେନମେଣ୍ଟଦ୍ୱାରା ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୧] ବାସୁମତି ଖୁଣ୍ଟିଆ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ । ଅମ୍ଳାନ ଖୁଣ୍ଟିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଅମ୍ଳାନ ଖୁଣ୍ଟିଆ ଲେଖିଥିଲେ । ଲସ୍ ଏଞ୍ଜେଲ୍‌ସର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ରୋଜର୍ ବ୍ଲୁହାର୍ପ ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରରେ ଚିତ୍ରଗ୍ରହଣ କରିଥିଲେ ସୁନୀଲ ଶେଖର ଏବଂ ପୃଥ୍ୱୀରାଜ ପଟ୍ଟନାୟକ । ପୃଥ୍ୱୀରାଜ ପଟ୍ଟନାୟକ ଏବଂ ଅମ୍ଳାନ ଖୁଣ୍ଟିଆ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଦାୟିତ୍ୱ ନିଭାଇଥିଲେ ।

ଏକ ସତ୍ୟକାହାଣୀ ଉପରେ ଆଧାରିତ ଥିଲା ଏହି ଚଳଚ୍ଚିତ୍ରର ପୃଷ୍ଠଭୂମି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ଅବିନାଶ ନାୟକ, ଅନ୍ୱେଷା ସାହୁ, ଉତ୍ତମ କୁମାର ପୁହାଣ ଏବଂ ଶିଶୁ କଳାକାର ପ୍ରାଚୀ । [୧]୨୧ ଅଗଷ୍ଟ ୨୦୧୭ରେ ଏହି ଚଳଚ୍ଚିତ୍ରଟିର ଟିଜର୍ ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିବା ।[୨] ୨୫ ଅଗଷ୍ଟ ୨୦୧୭ରେ, ଗଣେଶ ପୂଜା ଦିନ ଚଳଚ୍ଚିତ୍ରଟିର ଟ୍ରେଲର୍ ୟୁଟୁବ୍‌ରେ ମୁକ୍ତିଲାଭ କରିଥିଲା ।[୩][୧]

ଅଭିନୟ[ସମ୍ପାଦନା]

  • ଅବିନାଶ ନାୟକ
  • ଅନ୍ୱେଷା ସାହୁ
  • ଉତ୍ତମ କୁମାର ପୁହାଣ
  • ପ୍ରାଚୀ

କାହାଣୀ[ସମ୍ପାଦନା]

ଜଣେ ଗରୀବ ପିତା, ଯିଏକି ଏକ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟକରେ, ତା' ରୋଗୀ ଝିଅକୁ ଭଲ କରିବାକୁ କରୁଥିବା କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର କାହାଣୀ ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରୋଜର୍ ବ୍ଲୁହାର୍ପ । ସେ ଲସ୍ ଏଞ୍ଜେଲ୍‌ସର ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "୩ ହିନ୍ଦୀ; ୨ ଓଡ଼ିଆ". ସମାଜ. 27 August 2017. Retrieved 27 August 2017.[permanent dead link]
  2. "Lottery - Life Against Fate- Official Teaser". ZICZAQ MOTION PICTURES. Retrieved 27 August 2017.
  3. "Lottery - Life Against Fate- Official Trailer". ZICZAQ MOTION PICTURES. Retrieved 27 August 2017.

ବାହାର ଆଧାର[ସମ୍ପାଦନା]