Jump to content

ଲକ୍ଷ୍ୟ କେନ୍ଦ୍ରିତ ଟି.ଆଇ ଅଧିନରେ ଥିବା କାର୍ଯ୍ୟ

ଉଇକିପିଡ଼ିଆ‌ରୁ

ଲକ୍ଷ୍ୟ କେନ୍ଦ୍ରିତ ଟି.ଆଇ ଅଧିନରେ ଥିବା କାର୍ଯ୍ୟ NACO (ଜାତୀୟ ଏଡସ ନିୟନ୍ତ୍ରଣ ସଙ୍ଗଠନ) ଓ OSACS (ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି) ଦ୍ୱାରା ଚାଲୁଥିବା ଏକ ମୁଖ୍ୟ ପ୍ରୟାସ ଅଟେ, ଯାହା HRGs (High Risk Groups) ଯଥା ମହିଳା ଯୌନ କର୍ମୀ (FSW), ପୁରୁଷଙ୍କ ସହିତ ଯୌନ ସମ୍ପର୍କରେ ଲିପ୍ତ ପୁରୁଷ (MSM), ତୃତୀୟଲିଙ୍ଗୀ/ହିଜଡ଼ା (TG/H), ଇଂଜେକସନ ଦ୍ୱାରା ମାଦକ ସେବନକାରୀ (IDU), ଟ୍ରକ୍ ଚାଳକ ଓ ପ୍ରବାସୀ ମାନଙ୍କ ମଧ୍ୟରେ HIV/AIDS ସଂକ୍ରମଣ କୁ କମେଇବା ପାଇଁ କାମ କରେ।[]

ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି HRG ମାନଙ୍କୁ ଜ୍ଞାନ, ସୁବିଧା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି, ସେମାନଙ୍କୁ ସୁରକ୍ଷିତ ପ୍ରକ୍ରିୟାରେ ଆଣିବା। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ "ବ୍ୟବହାର ସଂଯୋଗ ପରିବର୍ତ୍ତନ, ସମୁଦାୟ ସଚେତନତା କାର୍ଯ୍ୟକ୍ରମ, ସାମଗ୍ରୀ ବଣ୍ଟନ, ଏସଟିଆଇଆବସେସ୍ ର ସଠିକ ଚିକିତ୍ସା, ସେବା ପରିଚାଳନା ସଂଯୋଗ ଏବଂ ସୁବିଧାଜନକ ପରିବେଶ ଉପଲବ୍ଧ ।

ବ୍ୟବହାର ସଂଯୋଗ ପରିବର୍ତ୍ତନ (BCC)

[ସମ୍ପାଦନା]

ବ୍ୟବହାର ସଂଯୋଗ ପରିବର୍ତ୍ତନ (BCC)【Behaviour Change Communication】ଲକ୍ଷ୍ୟ କେନ୍ଦ୍ରିତ କାର୍ଯ୍ୟର ପ୍ରାଥମିକ ଓ ସବୁଠାରୁ ଦରକାରୀ ଅଂଶ। HRGs ମଧ୍ୟରେ ଏଚଆଇଭି/ଏଡସ, ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଓ ବିପଦଜନକ ବ୍ୟବହାର ବିଷୟରେ ସଚେତନତା ବଢ଼ାଇବାକୁ ସଚେତନତା କର୍ମୀ (ORWs) ଓ ସହଭାଗୀ ଶିକ୍ଷକ (PEs) କାମ କରନ୍ତି। ଏହି ସଂଯୋଗ ରଣନୀତି ଦ୍ୱାରା HRGs ଙ୍କୁ କଣ୍ଡୋମର ସଠିକ ବ୍ୟବହାର, ସଠିକ ଇଂଜେକସନର ବ୍ୟବହାର, ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ଚିକିତ୍ସା ଓ କାଉନସେଲିଂ ସେବା ବିଷୟରେ ଜଣାଯାଏ। ଏହାର ଲକ୍ଷ୍ୟ ହେଉଛି ବ୍ୟବହାରିକ ଶୈଳୀକୁ ବଦଳାଇ HIVର ସଂଚାରଣର ବିପଦକୁ କମେଇବା ।

ସମୁଦାୟ ସଚେତନତା କାର୍ଯ୍ୟକ୍ରମ

[ସମ୍ପାଦନା]

ସମୁଦାୟ ସଚେତନତା କାର୍ଯ୍ୟକ୍ରମ【Community Mobilization】ହେଉଛି HRG ମାନଙ୍କ ମଧ୍ୟରେ ସମୁଦାୟର ଦାଇତ୍ୱ ଓ ସକ୍ରିୟ ଅଂଶଗ୍ରହଣ ବଢ଼ାଇବାର ଏକ ପ୍ରକ୍ରିୟା। ଲକ୍ଷ୍ୟ କେନ୍ଦ୍ରିତ ପ୍ରୋଜେକ୍ଟ ମାଧ୍ୟମରେ CBOs (ସମୁଦାୟ ଭିତ୍ତିକ ସଂଗଠନ) ବା ସ୍ୱୟଂ-ସହାୟକ ଗୋଷ୍ଠୀ (SHGs) ଗଠନ କରାଯାଏ। ଏହା HRG ମାନଙ୍କୁ ସଶକ୍ତିକରଣ, ଅଧିକାର ସଚେତନତା ଓ ସାମୂହିକ ଆଲୋଚନାକାରୀ ଶକ୍ତି ପ୍ରଦାନ କରିଥାଏ । ଏହା ଫଳରେ ସମୁଦାୟ ସଦସ୍ୟମାନେ ନିଜ ଦାଇତ୍ୱ ବୁଝନ୍ତି, ସେବା ସୁବିଧା ପ୍ରାପ୍ତ କରନ୍ତି ଓ କଳଙ୍କ/ଅପବାଦ କମେଇବାରେ ସାହାଯ୍ୟ କରନ୍ତି।

ସାମଗ୍ରୀ ବଣ୍ଟନ (କଣ୍ଡୋମ, ଛୁଞ୍ଚି/ସିରିଞ୍ଜି ବଦଳ କାର୍ଯ୍ୟକ୍ରମ, ଓଏସଟି)

[ସମ୍ପାଦନା]

ଲକ୍ଷ୍ୟ କେନ୍ଦ୍ରିତ କାର୍ଯ୍ୟ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀ【Comodity Provision (Condom, NSEP, OST)】HRGs ମାନଙ୍କୁ ନି:ଶୁଳ୍କରେ ପ୍ରଦାନ କରାଯାଏ।

  • କଣ୍ଡୋମ: କଣ୍ଡୋମ ହେଉଛି HIV ଓ ଅନ୍ୟାନ୍ୟ ଯୌନ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରୁଥିବା ସରଳ ଏବଂ କାର୍ୟକାରୀ ଉପାୟ। ପ୍ରତ୍ୟେକ ସମ୍ପର୍କ ପୂର୍ବରୁ ନୂତନ କଣ୍ଡୋମ ବ୍ୟବହାର ବ୍ୟବହାର କରିବା, ସଠିକ୍ ଭାବରେ ବ୍ୟବହାର କରିବା ଓ ପରେ ସୁରକ୍ଷିତ ଭାବରେ ପକେଇବା HIVର ଆଶଙ୍କାକୁ କମାଇଥାଏ।
  • ଛୁଞ୍ଚି/ସିରିଞ୍ଜି ବଦଳ କାର୍ଯ୍ୟକ୍ରମ (NSEP): NSEP ହେଉଛି ଏକ ଜନସ୍ୱାସ୍ଥ୍ୟ ପ୍ରକଳ୍ପ, ଯାହା ଇଂଜେକସନ ଦ୍ୱାରା ମାଦକ ସେବନକାରୀ (IDUs) ମାନଙ୍କ ମଧ୍ୟରେ HIV, ହେପାଟାଇଟିସ ବିହେପାଟାଇଟିସ ସି ସଂକ୍ରମଣ ରୋକିବାକୁ ଗଠିତ। ଏଥିରେ ବ୍ୟବହାର କରାଯାଇଥିବା ପୁରୁଣା ଛୁଞ୍ଚି ଓ ସିରିଞ୍ଜିକୁ ପରିବର୍ତ୍ତନ କରାଯାଇ ନୂଆ ଛୁଞ୍ଚି ଓ ସିରିଞ୍ଜିକୁ ଯୋଗାଇ ଦିଆଯାଏ, ଯାହା ସଫା ଏବଂ ନିର୍ମଳ ହୋଇଥାଏ । ଏହା IDUs ମାନଙ୍କୁ ସଚେତନତା, ସାମାଜିକ ସହାୟତା ଓ ଚିକିତ୍ସା ସେବା ସହିତ ଲିଙ୍କ କରିବାରେ ମଧ୍ୟ ସହାୟକ ହୋଇଥାଏ ।
  • ଓପିଏଡ୍ ପ୍ରତିସ୍ଥାପନ ଚିକିତ୍ସା (OST): ଇଂଜେକସନ ଦ୍ୱାରା ମାଦକ ସେବନକାରୀ ମାନଙ୍କ ପାଇଁ ସୁରକ୍ଷିତ ବିକଳ୍ପ ଔଷଧ (ମେଥାଡୋନ୍, ବୁପ୍ରେନୋରଫିନ୍) ପ୍ରଦାନ କରାଯାଏ, ଯାହା ବିପଦ ଜନକ ବ୍ୟବହାରକୁ କମାଏ। ଏହାଦ୍ୱାର HIV ଓ ଆବସେସ୍ ର ସଂକ୍ରମଣ କମିଥାଏ ।

ଏସଟିଆଇ ଓ ଆବସେସ୍ ର ସଠିକ ଚିକିତ୍ସା

[ସମ୍ପାଦନା]

ଲକ୍ଷ୍ୟ କେନ୍ଦ୍ରିତ ପ୍ରୋଗ୍ରାମର【STI & Abscess Management】HRG ମାନଙ୍କ ପାଇଁ ଏସଟିଆଇ ଚିକିତ୍ସା ସେବା ପ୍ରଦାନ କରେ। ଏସଟିଆଇ କ୍ଲିନିକ (ନିର୍ଦ୍ଦିଷ୍ଟ ସଂକ୍ରମଣ ଯୌନରୋଗ କ୍ଲିନିକ– DSRCs)ରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପ୍ରଦାନ କରାଯାଏ। IDU ମାନଙ୍କ ମଧ୍ୟରେ ଆବସେସ୍ (ଇଂଜେକସନ ମାଧ୍ୟମରେ ହେଉଥିବା ସଂକ୍ରମଣ) ବହୁତ ସାଧାରଣ, ଯାହାର ସମାୟାନୁଯାୟୀ ଚିକିତ୍ସା ହେବା ଆବଶ୍ୟକ ।[]

ଏସଟିଆଇ ଓ ଆବସେସ୍ ର ସଠିକ ଚିକିତ୍ସା HIV ସଂକ୍ରମଣର ବିପଦକୁ ଗୁରୁତ୍ୱପୂର୍ଣ୍ଣ ଭାବରେ କମାଏ।

ସେବା ପରିଚାଳନା ସଂଯୋଗ

[ସମ୍ପାଦନା]

ସେବା ପରିଚାଳନା ସଂଯୋଗ【Referral and Linkage】TI ପ୍ରୋଜେକ୍ଟଗୁଡିକୁ HRGs (FSWs, MSM, TG/H, IDUs, Truckers & Migrants) ସହ ଭିନ୍ନ ସ୍ୱାସ୍ଥ୍ୟ ସେବା ସହିତ ସଂଯୋଗ କରିଥାଏ। ଏହାର ଅନ୍ତର୍ଗତ ICTC (ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର) ମାଧ୍ୟମରେ HIV ଟେଷ୍ଟିଂ ଓ କାଉନସେଲିଂ, ART ସେଣ୍ଟର ମାଧ୍ୟମରେ HIV positive ବ୍ୟକ୍ତିମାନଙ୍କ ପାଇଁ ଏଣ୍ଟିଭାଇରାଲ୍ ଡ୍ରଗ, SRL & PPTCT ସେବା ମାଧ୍ୟମରେ ସାଧାରଣ ଜନସାଧାରଣ ଓ ଗର୍ଭବତୀ ମହିଳାଙ୍କ ପାଇଁ HIV ଟେଷ୍ଟିଂ, ଏବଂ ସାଧାରଣ ଚିକିତ୍ସାଳୟ ମାଧ୍ୟମରେ ଟିବି ହେପଟାଇଟିସ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଏ। ଏହି ସେବା ପରିଚାଳନା ସଂଯୋଗ ମାଧ୍ୟମରେ HRG ମାନଙ୍କୁ ମାନବ ଅଧିକାର, ସମାଜିକ ସମର୍ଥନ, ସଚେତନତା ଓ ସ୍ୱାସ୍ଥ୍ୟ ନୀତି ସହିତ ସମନ୍ୱୟ ରଖି ସେବାର ପ୍ରଭାବକୁ ଗୁଣାତ୍ମକ ଭାବରେ ବଢାଇଥାଏ।

ସୁବିଧାଜନକ ପରିବେଶ

[ସମ୍ପାଦନା]

ସୁବିଧାଜନକ ପରିବେଶ【Enabling Environment】ହେଉଛି ଏକ ଏମିତି ପରିବେଶ, ଯାହା HRG ମାନଙ୍କ ପାଇଁ ସେବାଗୁଡିକୁ ସହଜରେ ଉପଲବ୍ଧ କରିବା, ମର୍ଯ୍ୟାଦା, ମାନବ ଅଧିକାର ସୁରକ୍ଷା ଓ ସାମାଜିକ ଗ୍ରହଣୀୟତା ଦେବାରେ ସହାୟକ ହେବା। HIV ନିୟନ୍ତ୍ରଣ କାର୍ଯ୍ୟ ସେତେବେଳେ ସଫଳ ହେବ ଯେତେବେଳେ HRG ମାନେ ଲଜ୍ଜା ମୁକ୍ତ ପରିବେଶରେ ବାସ କରିବେ ଏବଂ ଟିଆଇ ମାନେ ପ୍ରକଳ୍ପଗୁଡିକ ମାଧ୍ୟମରେ ଆଇନି ପାଳନ କରୁଥିବା ସଂସ୍ଥା, ସ୍ଥାନୀୟ ନେତା, ସ୍ୱାସ୍ଥ୍ୟ କର୍ମଚାରୀ ଓ ମିଡ଼ିଆ ଆଦିଙ୍କୁ ସଚେତନ କରିବେ । ଏହି ପରିବେଶରେ HRG ମାନଙ୍କ ପାଇଁ ସେବା ଅଭିଗମ, ମର୍ଯ୍ୟାଦା, ମାନବ ଅଧିକାର ସୁରକ୍ଷା ଓ ସାମାଜିକ ଗ୍ରହଣୀୟତା ନିଶ୍ଚିତ କରାଯାଏ। ଏହା HRG ମାନଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ସେବା ଦେବାରେ ସାହାଯ୍ୟ, HIV ଓ ଅନ୍ୟାନ୍ୟ ସଂକ୍ରମଣରୁ ସୁରକ୍ଷା, ସଚେତନତା ବଢାଇବା ଓ ସମାଜରେ ସହଯୋଗୀ ପରିବେଶ ତିଆରି କରିଥାଏ।[]

ଲକ୍ଷ୍ୟ କେନ୍ଦ୍ରିତ (TI) ପ୍ରୋଗ୍ରାମରେ HRG ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦା ସୁରକ୍ଷା କରି HIV/AIDS ମହାମାରୀ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ତିଆରି ହୋଇଥିବା ଉପାୟଗୁଡିକକୁ ନିୟନ୍ତ୍ରଣ କରିବାରେ ମୂଳ ଭୂମିକା ନେଇଛି। ବ୍ୟବହାର ସଂଯୋଗ ପରିବର୍ତ୍ତନ, ସମୁଦାୟ ସଚେତନତା କାର୍ଯ୍ୟକ୍ରମ, ସାମଗ୍ରୀ ବଣ୍ଟନ, ଏସଟିଆଇ ଓ ଆବସେସ୍ ର ସଠିକ ଚିକିତ୍ସା, ସେବା ପରିଚାଳନା ସଂଯୋଗ ଏବଂ ସୁବିଧାଜନକ ପରିବେଶ – ସମସ୍ତଙ୍କ ସମନ୍ୱୟ TI କାର୍ଯ୍ୟକ୍ରମକୁ ସଫଳ କରେ।

ଏହି କାର୍ଯ୍ୟ ଗୁଡିକ HRG ମାନଙ୍କୁ ସୁରକ୍ଷିତ ପ୍ରଥାମାନଙ୍କ ପ୍ରତି ମାର୍ଗଦର୍ଶନ କରି, HIV ସଂକ୍ରମଣକୁ କମାଇ, "ଏଡ଼ସକୁ ସାଧାରଣ ସ୍ୱାସ୍ଥ୍ୟ ସଂକଟ ଭାବେ ସମାପ୍ତ କରିବା"ର ଲକ୍ଷ୍ୟକୁ ସାଧନ କରିଥାଏ ।

  1. "National AIDS Control Organization | MoHFW | GoI". www.naco.gov.in. Retrieved 2025-08-31.
  2. Sahu, Damodar; Ranjan, Varsha; Chandra, Nalini; Nair, Saritha; Kumar, Anil; Arumugam, Elangovan; Rao, Mendu Vishnu Vardhana (2022-07). "Analysis of a Targeted Intervention Programme on the Risk Behaviours of Injecting Drug Users in India: Evidence From the National Integrated Biological and Behavioural Surveillance Survey". Journal of Preventive Medicine and Public Health = Yebang Uihakhoe Chi. 55 (4): 407–413. doi:10.3961/jpmph.22.150. ISSN 2233-4521. PMC 9371777. PMID 35940196. {{cite journal}}: Check date values in: |date= (help)
  3. "India | UNAIDS". www.unaids.org (in ଇଂରାଜୀ). 2024-02-06. Retrieved 2025-08-31.