ଲକ୍ଷ୍ମୀ ନୃସିଂହ ପ୍ରସାଦ ମହାନ୍ତି
ଲକ୍ଷ୍ମୀ ନୃସିଂହ ପ୍ରସାଦ ମହାନ୍ତି ( ୧୪ ଡିସେମ୍ବର ୧୯୫୫) ଜଣେ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ତଥା ଓଡ଼ିଆ ତଥା ଇଂରେଜୀ ଭଷାର ଲେଖକ । ଏହାସହ ସେ ମଧ୍ୟ ଜଣେ ପରିଭ୍ରମଣ କାହାଣୀ ଲେଖକ ଭାବେ ପରିଚିତ ।
୧୪ ଡିସେମ୍ବର ୧୯୫୫ର୍ରେ ଜନ୍ମିତ ଲକ୍ଷ୍ମୀ ନୃସିଂହ ମହାନ୍ତି ଓଡ଼ିଶାର ବିଭିନ୍ନ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ରାଜନୀତି ବିଜ୍ଞାନ ଅଧ୍ୟାପକ, ବରିଷ୍ଠ ଅଧ୍ୟାପକ ଏବଂ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ୧୯୮୯ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି ଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ୧୯୮୯ ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଡେପୁଟେସନରେ ଭୁବନେଶ୍ଵର ସ୍ଥିତ ଅଖିଳ ଭାରତ ସ୍ଵାୟତ୍ତ ଶାସନ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ଜାତୀୟ ବସତି ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ରୁପେ କାର୍ଯ୍ୟ କରିଛନ୍ତି । ସହରାଞ୍ଚଳ ଉନ୍ନୟନ ଓ ଶ୍ଵାୟତ୍ତ ଶାସନ ସଂସ୍ଥାର ପରିଚାଳନା ନିମିତ୍ତ ସେ ଉପଯୁକ୍ତ ତାଲିମ ପ୍ରାପ୍ତ ହୋଇ ତତ ସମ୍ବନ୍ଧୀୟ ଗବେଷଣା ଓ ପରାମର୍ଶ ସେବା କ୍ଷେତ୍ରରେ ସାମିଲ ହୋଇଛନ୍ତି । ଦେଶର ଖ୍ୟାତନାମା ପତ୍ରପତ୍ରିକାରେ ତାଙ୍କର ବହୁ ଗବେଷଣାତ୍ମକ ଲେଖା ପ୍ରକାଶ ପାଇଛି । ଶାସ୍ତ୍ରୀ ଇଣ୍ଡୋ-କାନାଡିଆନ ପ୍ରତିଷ୍ଠାନ ତରଫରୁ ସେ ମନୋନୟନ ହୋଇ କାନାଡା ସରକାରଙ୍କ ବୃତ୍ତି ପାଇ ସେ ୨୦୦୧ ମସିହାରେ କାନାଡାର ମଣ୍ଟ୍ରୀଲ ନଗରୀସ୍ଥିତ ମ୍ୟାକଗିଲ୍ ବିଶ୍ଵବିଦ୍ୟାଳୟରେ ଶିକ୍ଷକ-ଗବେଷକ ରୂପେ ଯୋଗ ଦେଇଥିଲେ ।[୧]
ସାହିତ୍ୟକୃତି
[ସମ୍ପାଦନା]ତାଙ୍କ ଲିଖିତ ଓଡ଼ିଆ ଓ ଇଂରେଜୀ ପୁସ୍ତକ ଗୁଡିକ ହେଲା;
- ଅର୍ବାନ ଗଭର୍ଣମେଣ୍ଟ ଏଣ୍ଡ ପଲିଟିକ୍ସ ଇନ୍ ଇଣ୍ଡିଆ
- ମ୍ୟାନେଜମେଣ୍ଟ ଅଫ ଅର୍ବାନ ଡେଭେଲପ୍ମେଣ୍ଟ ଇନ୍ ଇଣ୍ଡିଆ
- ଓଡ଼ିଶାରେ ସହର ବିକାସ ଓ ସ୍ଵାୟତ୍ତ ଶାସନ ସଂସ୍ଥା
- ସହରାଞ୍ଚଳ ବିକାଶ[୨]
- କାନାଡ଼ା-ଭାରତ ପରିଭ୍ରମଣ (କିଛି ସ୍ମୃତି କିଛି ଅନୁଭୂତି)
ଆଧାର
[ସମ୍ପାଦନା]- ↑ Congress, The Library of. "Mohanty, L. N. P. - LC Linked Data Service: Authorities and Vocabularies | Library of Congress, from LC Linked Data Service: Authorities and Vocabularies (Library of Congress)". id.loc.gov. Retrieved 2025-04-11.
- ↑ "Saharanchala Bikash by Laxmi Nrusingha Prasad Mohanty". www.odiabookbazar.com. Retrieved 2025-04-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |