Jump to content

ଲକ୍ଷ୍ମୀକାନ୍ତ ମହାପାତ୍ର (ବିଚାରପତି)

ଉଇକିପିଡ଼ିଆ‌ରୁ


ଲକ୍ଷ୍ମୀକାନ୍ତ ମହାପାତ୍ର (ଜନ୍ମ:୧୦ ଜୁନ ୧୯୫୪) ମଣିପୁର ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି[] ତଥା ଓଡ଼ିଶା ଏବଂ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମହାପାତ୍ର ୧୦ ଜୁନ ୧୯୫୪ ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ହେଲେ ପୂର୍ବତନ ଜିଲ୍ଲା ଜଜ ଲୋକନାଥ ମହାପାତ୍ରଙ୍କ ପୁତ୍ର । ୧୯୭୭ ମସିହାରେ କଟକ ର M.S. ଲ' କଲେଜରୁ ଆଇନ ବିଦ୍ୟାରେ ସ୍ନାତକ ଡିଗ୍ରୀ ହାସଲ କରି ୧୯୭୮ ମସିହା ଜାନୁଆରୀ ୨୫ରେ ଅଧିବକ୍ତା ଭାବେ ନାମ ଲେଖାଇଥିଲେ । ପ୍ରଧାନତଃ ସିଭିଲ, କ୍ରିମିନାଲ, ସର୍ଭିସ ଏବଂ ଲେବର ସଂପର୍କିତ ମାମଲାରେ ଆଇନ ବ୍ୟବସାୟ କରିଥିଲେ। ସେ ଦକ୍ଷିଣ-ପୂର୍ବ ରେଲୱେ, ଆଇପିକଲ୍, ଓଏସଏଫସି, ଷ୍ଟକ୍ ଏକ୍ସଚେଞ୍ଜ, ଭୁବନେଶ୍ୱର, ଆଇଏମଏଫଏ ଏବଂ ଅନ୍ୟାନ୍ୟ ସଂସ୍ଥାନ ପାଇଁ ଆଇନ ପରାମର୍ଶ ଦେଇଥିଲେ ।

୧୬ ସେପ୍ଟେମ୍ବର ୧୯୯୯ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ତାଙ୍କର ପଦୋନ୍ନତି ହୋଇଥିଲା ।[] ସେ ୧୬ ସେପ୍ଟେମ୍ବର ୧୯୯୯ ରୁ ୧୬ ଅକ୍ଟୋବର ୨୦୧୨ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ । ୧୭ ଅକ୍ଟୋବର ୨୦୧୨ ରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତରିତ ହୋଇ ଶପଥ ଗ୍ରହଣ କରିଥିଲେ । ସେ 19.09.2013 ରୁ 20.10.2013 ପର୍ଯ୍ୟନ୍ତ ଆଲାହାବାଦ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟାଧୀଶ ମଧ୍ୟ ଥିଲେ ।[] ପରେ ମଣିପୁର ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ । ସେ 10.07.2014 ରେ ମଣିପୁର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ।[]

  1. ୧.୦ ୧.୧ "Former Chief Justice of High Court of Manipur". hcmimphal.nic.in. Retrieved 28 January 2025.
  2. ୨.୦ ୨.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-28.
  3. ୩.୦ ୩.୧ "Hon'ble Mr. Justice Laxmi Kanta Mohapatra (ACJ)". www.allahabadhighcourt.in. Retrieved 2025-01-28. {{cite web}}: no-break space character in |title= at position 8 (help)