ଲକ୍ଷ୍ମୀକାନ୍ତ ଝା
ଲକ୍ଷ୍ମୀକାନ୍ତ ଝା | |
---|---|
![]() | |
Governor of Jammu and Kashmir | |
କାର୍ଯ୍ୟକାଳ 3 July 1973 – 22 February 1981 | |
ରାଷ୍ଟ୍ରପତି | V. V. Giri Fakhruddin Ali Ahmed B. D. Jatti Neelam Sanjiva Reddy |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ Morarji Desai Charan Singh Indira Gandhi |
Chief Ministers | Syed Mir Qasim Sheikh Abdullah |
ପୂର୍ବ ଅଧିକାରୀ | Bhagwan Sahay |
ପର ଅଧିକାରୀ | Braj Kumar Nehru |
Member of Parliament, Rajya Sabha | |
କାର୍ଯ୍ୟକାଳ 7 July 1986 – 16 January 1988 | |
ନିର୍ବାଚନ ମଣ୍ଡଳୀ | Bihar |
Ambassador of India to the United States | |
କାର୍ଯ୍ୟକାଳ 1970–1973 | |
ପୂର୍ବ ଅଧିକାରୀ | Ali Yavar Jung |
ପର ଅଧିକାରୀ | T. N. Kaul |
Governor of the Reserve Bank of India | |
କାର୍ଯ୍ୟକାଳ 1 July 1967 – 3 May 1970 | |
ପୂର୍ବ ଅଧିକାରୀ | P. C. Bhattacharya |
ପର ଅଧିକାରୀ | B. N. Adarkar |
Secretary to the Prime Minister of India | |
କାର୍ଯ୍ୟକାଳ 1964–1966 | |
ପ୍ରଧାନ ମନ୍ତ୍ରୀ | ଲାଲ ବାହାଦୁର ଶାସ୍ତ୍ରୀ ଇନ୍ଦିରା ଗାନ୍ଧୀ |
ପର ଅଧିକାରୀ | P. N. Haksar |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Darbhanga district, Bihar, India | ୨୨ ନଭେମ୍ବର ୧୯୧୩
ମୃତ୍ୟୁ | ୧୬ ଜାନୁଆରୀ ୧୯୮୮ | (ବୟସ ୭୪)
ଜାତୀୟତା | Indian |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଶିକ୍ଷା | Benaras Hindu University, Trinity College, Cambridge |
ବୃତ୍ତି | Civil servant |
ଲକ୍ଷ୍ମୀକାନ୍ତ ଝା (୨୨ ନଭେମ୍ବର ୧୯୧୩ – ୧୬ ଜାନୁଆରୀ ୧୯୮୮), ବିହାରର ଦରଭଙ୍ଗା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଷ୍ଟମ ଗଭର୍ନର ଭାବରେ ୧ ଜୁଲାଇ ୧୯୬୭ ରୁ ୩ ମଇ ୧୯୭୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]ଲକ୍ଷ୍ମୀକାନ୍ତ ଝା ଦରଭଙ୍ଗା, ବିହାରର ଏକ ମୈଥିଳି ବ୍ରାହ୍ମଣ ପରିବାରରେ ଜନ୍ମିଥିଲେ। ସେ ୧୯୩୬ ରେ ଭାରତୀୟ ପ୍ରଶାସନିକ ସେବା (ICS) ର ଏକ ସଦସ୍ୟ ଥିଲେ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, କ୍ୟାମ୍ବ୍ରିଜର ଟ୍ରିନିଟି କଲେଜ୍ ଓ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନୋମିକ୍ସ (LSE) ରେ ଶିକ୍ଷା ଗ୍ରହଣ କରିଥିଲେ । କ୍ୟାମ୍ବ୍ରିଜରେ ଥିବା ସମୟରେ ସେ ଜଣେ ବିଶିଷ୍ଟ ଅର୍ଥନୀତିବିଦ୍ John Maynard Keynes ଙ୍କ ନିକଟରେ ଅର୍ଥନୀତି ଅଧ୍ୟୟନ କରିଥିଲେ । London School of Economics (LSE) ରେ ସେ Harold Laski ଙ୍କ ନିକଟରେ ପଢ଼ିଥିଲେ । ବ୍ରିଟିଶ୍ ଶାସନ ସମୟରେ ସେ ବିତରଣ ବିଭାଗରେ ଏକ ଉପସଚିବ ଭାବେ କାର୍ଯ୍ୟ କରିଥିଲେ ଓ ୧୯୪୬ ରେ ତାଙ୍କୁ MBE (Member of the British Empire) ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱାଧୀନତା ପରେ ସେ ଭାରତ ସରକାରର ଉଦ୍ୟୋଗ, ବ୍ୟବସାୟ ଓ ଅର୍ଥମନ୍ତ୍ରଣାଳୟରେ ସଚିବ ଭାବରେ କାମ କରିଥିଲେ । ସେ ଭାରତର ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ (୧୯୬୪–୧୯୬୬) ଓ ଇନ୍ଦିରା ଗାନ୍ଧୀଙ୍କ (୧୯୬୬–୧୯୬୭) ସଚିବ ଥିଲେ । ପରବର୍ତି ସମୟରେ ସେ RBIର ଗଭର୍ଣର ଭାବେ ନିଯୁକ୍ତ ହୋଇଥିଲେ ।[୩]
ମୁଖ୍ୟ କାର୍ଯ୍ୟ ଓ ଉପଲବ୍ଧି
[ସମ୍ପାଦନା]ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର ଭାବେ ତାଙ୍କ କାର୍ଯ୍ୟକାଳରେ, ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ₹2, ₹5, ₹10, ଓ ₹100 ମୂଲ୍ୟର ଭାରତୀୟ ନୋଟ୍ ୨ ଅକ୍ଟୋବର ୧୯୬୯ ରେ ଜାରି କରାଯାଇଥିଲା । ଏହି ନୋଟ୍ଗୁଡ଼ିକ ଉପରେ ତାଙ୍କର ଇଂରାଜୀ ଓ ହିନ୍ଦୀ ଭାଷାରେ ହସ୍ତାକ୍ଷର ଥିଲା। ଏହି ଅବସରରେ ପ୍ରଥମଥର ପାଇଁ ଭାରତ ସରକାରଙ୍କ ଆଧିକାରିକ ଭାଷା ହିସାବରେ ହିନ୍ଦୀ ଭାଷାରେ ହସ୍ତାକ୍ଷର ରୁପିଆ ନୋଟ୍ରେ ଆସିଥିଲା । ପରେ, ଏହି ଶ୍ରେଣୀର ନୋଟ୍ର ଏକ ନୂତନ ଜାରିକରଣ ରେ ବି। ଏନ୍. ଆଦାରକରଙ୍କ ହସ୍ତାକ୍ଷର ଥିଲା ।
ତାଙ୍କର ଅବଧି ମଧ୍ୟରେ ମୁଖ୍ୟ ୧୪ଟି ବ୍ୟାପାରିକ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା, ବ୍ୟାଙ୍କ ଉପରେ ସାମାଜିକ ନିୟନ୍ତ୍ରଣ ଲାଗୁ କରାଯାଇଥିଲା, ନ୍ୟାସନାଲ୍ କ୍ରେଡିଟ୍ କାଉନସିଲ୍ ଗଠିତ ହୋଇଥିଲା ଓ ଲିଡ୍ ବ୍ୟାଙ୍କ ଯୋଜନା ଆରମ୍ଭ କରାଯାଇଥିଲା । ଅନ୍ୟ ଉନ୍ନତି ମାନଙ୍କ ମଧ୍ୟରେ ସୁନା ଉପରେ ଆଇନଗତ ନିୟନ୍ତ୍ରଣ ଆସିଥିଲା, ଡିପୋଜିଟ୍ ଇନ୍ସୁରେନ୍ସ ସହକାରୀ ବ୍ୟାଙ୍କ ପର୍ଯ୍ୟନ୍ତ ବିସ୍ତାରିତ କରାଯାଇଥିଲା ଓ କୃଷି ଋଣ ବୋର୍ଡ୍ ଗଠନ ହୋଇଥିଲା ।[୩]
ସେ ୧୯୭୦–୧୯୭୩ ମଧ୍ୟରେ ଭାରତର ଆମେରିକାରେ ରାଜଦୂତ ଭାବରେ କାର୍ଯ୍ୟ କରିଥିଲେ, ଯେତେବେଳେ ଭାରତ ପାକିସ୍ତାନ ସହିତ ଯୁଦ୍ଧ କରି ବଙ୍ଗଳାଦେଶକୁ ମୁକ୍ତ କରିଥିଲା । ହେନ୍ରୀ କିସିଞ୍ଜର୍ ତାଙ୍କର ରାଜନୈତିକ ଦକ୍ଷତାକୁ White House Years ବହିରେ ଉଲ୍ଲେଖ କରିଥିଲେ । ଝା କିଛି ପୁସ୍ତକ ଲେଖିଥିଲେ, ଯାହା ମଧ୍ୟରୁ Mr. Red Tape ଓ Economic Strategy for the 80s: Priorities for the Seventh Plan ଗୁରୁତ୍ୱପୂର୍ଣ୍ଣ ।
ସେ ୩ ଜୁଲାଇ ୧୯୭୩ ରୁ ୨୨ ଫେବୃଆରୀ ୧୯୮୧ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଥିଲେ। ଏକ ନିଷ୍ପକ୍ଷ ରାଜ୍ୟପାଳ ଭାବେ ତାଙ୍କରି ସୁନାମ ରହିଅଛି ।
ସେ ୧୯୮୦ ଦଶକରେ ଉତ୍ତର–ଦକ୍ଷିଣ ଅର୍ଥନୈତିକ ସମସ୍ୟା ସମ୍ବନ୍ଧୀୟ ବ୍ରାଣ୍ଡ୍ କମିଶନର ଏକ ସଦସ୍ୟ ଥିଲେ । ସେ ୧୯୮୧–୧୯୮୮ ମଧ୍ୟରେ ଭାରତ ସରକାରର ଅର୍ଥନୈତିକ ପ୍ରଶାସନ ପୁନର୍ଗଠନ କମିଶନର ଅଧ୍ୟକ୍ଷ ଥିଲେ । ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପରେ ରାଜୀବ ଗାନ୍ଧୀଙ୍କ ଅର୍ଥନୈତିକ ପ୍ରସଙ୍ଗରେ ପରାମର୍ଶଦାତା ଥିଲେ । ତାଙ୍କ ମୃତ୍ୟୁ ସମୟରେ ସେ ରାଜ୍ୟସଭା ସଦସ୍ୟ ଥିଲେ ।
୧୯୯୦ ମସିହାରେ ତାଙ୍କ ସ୍ମୃତିରେ ଆର୍ବିଆଇ L. K. Jha Memorial Lectures ଆରମ୍ଭ କରିଥିଲା ।[୪]
ଆଧାର
[ସମ୍ପାଦନା]- ↑ "RBI Governor List of India: Past and Present Governors of Reserve Bank of India". cleartax (in ଇଂରାଜୀ). Retrieved 2025-05-29.
- ↑ "List of RBI Governors of India since Independence". Unacademy (in ଆମେରିକୀୟ ଇଂରାଜୀ). Retrieved 2025-05-29.
- ↑ ୩.୦ ୩.୧ "RBI :: History". www.rbi.org.in. Archived from the original on 2008-09-16. Retrieved 2025-05-30.
- ↑ "Reserve Bank of India : L.K. Jha Memorial Lectures". www.rbi.org.in. Retrieved 2025-05-30.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |