Jump to content

ରୋହନ ନାରାୟଣ ମୂର୍ତ୍ତି

ଉଇକିପିଡ଼ିଆ‌ରୁ


ରୋହନ ନାରାୟଣ ମୂର୍ତ୍ତି ହାଭାର୍ଡ ସୋସାଇଟି ଅଫ୍ ଫେଲୋଜରେ ଏକ ଜୁନିଅର ଫେଲୋ, ମୂର୍ତି କ୍ଲାସିକାଲ ଲାଇବ୍ରେରୀ ଅଫ୍ ଇଣ୍ଡିଆର ସ୍ଥାପକ ଓ ଡିଜିଟାଲ୍ ପରିବର୍ତ୍ତନ କମ୍ପାନୀ ସୋରୋକୋ (Soroco)ର ସ୍ଥାପକ ଓ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ । ଏହି କମ୍ପାନୀ କୃତ୍ରିମ ବୁଦ୍ଧିମତା ଉପରେ ଆଧାରିତ ସ୍ୱୟଂଚାଳନା ଦକ୍ଷତା ବିକାଶ ବିଷୟରେ କାର୍ଯ୍ୟ କରେ ।[][]

ପୃଷ୍ଠଭୂମି ଓ ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରୋହନ ମୂର୍ତି, ଇନଫୋସିସ୍ ର ସ୍ଥାପକ ଏନ. ଆର୍. ନାରାୟଣମୂର୍ତି ଓ ତାଙ୍କର ପତ୍ନୀ, ଇଞ୍ଜିନିୟର ଓ ଲେଖିକା ସୁଧା ମୂର୍ତିଙ୍କ ପୁଅ । ଶ୍ରୀନିବାସ କୁଲକର୍ଣି, କ୍ୟାଲିଫୋର୍ନିଆ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏକ ଖଗୋଳ ଭୌତିକ ଓ ଗ୍ରହ ବିଜ୍ଞାନ ପ୍ରଫେସର, ତାଙ୍କର ମାମୁଁ ରୋହନଙ୍କ ଜୀବନରେ ମାର୍ଗ ଦର୍ଶକ ଥିଲେ ବୋଲି କୁହାଯାଏ । ମୂର୍ତି ଛୋଟବେଳୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ପାଇଁ ଆଗ୍ରହୀ ଥିଲେ ।[] ତାଙ୍କର ଏକ ବଡ଼ ଭଉଣୀ ଅକ୍ଷତା ନାରାୟଣ ମୂର୍ତି ଅଛନ୍ତି, ଯିଏ ଯୁକ୍ତରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ । ରୋହନ ବିଶପ୍ କଟନ୍ ବୟ୍ସ୍ ସ୍କୁଲ୍, ବେଙ୍ଗାଲୁରୁରେ ଶିକ୍ଷା ଗ୍ରହଣ କରିଥିଲେ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ସେ ଯୁକ୍ତରାଜ୍ୟକୁ ଯାଇଥିଲେ, ଯେଉଁଠାରେ ସେ ୨୦୦୫ରେ କର୍ନେଲ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ବିଏସ୍ ଡିଗ୍ରୀ ପାଇଥିଲେ । ପରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ୨୦୧୧ରେ କମ୍ପ୍ୟୁଟର ଇଞ୍ଜିନିୟରିଂରେ ପିଏଚ୍‌ଡି ହାସଲ କରିଥିଲେ । ତାଙ୍କ ଥେସିସ୍‌ର ବିଷୟ ଥିଲା "ଅପର୍ଚ୍ୟୁନିଷ୍ଟିକ୍ ୱାୟରଲେସ୍ ନେଟୱର୍କ" । ତାଙ୍କ ଏହି ଗବେଷଣାକୁ ସିବେଲ୍ ସ୍କଲାର୍ସ ଫେଲୋସିପ୍ ଓ ମାଇକ୍ରୋସଫ୍ଟ୍ ରିସର୍ଚ୍ଚ ଫେଲୋସିପ୍ ସହଯୋଗ କରିଥିଲା ।

ରୋହନ ପ୍ରଥମେ ଲକ୍ଷ୍ମୀ ଭେଣୁ (ଶ୍ରୀନିବାସନ୍), ଟିଭିଏସ୍ ମୋଟର୍ସ୍ ର ଅଧ୍ୟକ୍ଷ ଭେଣୁ ଶ୍ରୀନିବାସନ୍ ଓ ଟାଫେର ସିଇଓ ମଲ୍ଲିକା ଶ୍ରୀନିବାସନଙ୍କ କନ୍ୟା, ସହ ବିବାହ କରିଥିଲେ । ଏହି ବିବାହ ଜୁନ୍ ୨୦୧୧ରେ ହୋଇଥିଲା; ହେଲେ ଏହି ଦମ୍ପତି ୨୦୧୩ରେ ବିଚ୍ଛିନ୍ନ ହୋଇଯାଇଥିଲେ ଓ ଅକ୍ଟୋବର ୨୦୧୫ରେ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଡିସେମ୍ବର ୨୦୧୯ରେ ସେ ଅପର୍ଣ୍ଣା କୃଷ୍ଣନ୍ ସହ ଦ୍ଵିତିୟ ବିବାହ କରିଥିଲେ, ଯିଏ ପୂର୍ବତନ ଭାରତୀୟ ନେଭି ଅଫିସର କେ.ଆର୍. କୃଷ୍ଣନ୍ ଓ ଏସ୍‌.ବି.ଆଇ ରେ ଚାକିରି କରୁଥିବା ସାବିତ୍ରୀ କୃଷ୍ଣନଙ୍କ କନ୍ୟା ।[]

କର୍ପୋରେଟ ଜୀବନ

[ସମ୍ପାଦନା]

ଜୁନ୍ ୨୦୧୩ରେ, ଯେତେବେଳେ ତାଙ୍କ ପିତା ନାରାୟଣ ମୂର୍ତି ପୁନଃ ଇନଫୋସିସକୁ ଫେରିଥିଲେ, ସେ ତାଙ୍କର "ଏକ୍ସିକ୍ୟୁଟିଭ୍ ଆସିଷ୍ଟାଣ୍ଟ୍" ଭାବେ ରୋହନ ଚେୟାରମ୍ୟାନ୍ ଅଫିସରେ ନିଯୁକ୍ତ ହୋଇଥିଲେ । ତାଙ୍କ ଭାଇସ୍ ପ୍ରେସିଡେଣ୍ଟ୍ ଭାବେ ନିଯୁକ୍ତି ଭାରତୀୟ କର୍ପୋରେଟ୍ ମାମଲା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ସାପେକ୍ଷ ଥିଲା । ସେ ୧୪ ଜୁନ୍ ୨୦୧୪ରେ ଇନଫୋସିସ୍ ଛାଡ଼ିଦେଲେ, ଯେତେବେଳେ ତାଙ୍କ ପିତା ଏକ୍ସିକ୍ୟୁଟିଭ୍ ଚେୟାରମ୍ୟାନ୍ ପଦରୁ ପଦତ୍ୟାଗ କରିଥିଲେ । ୧ ଜୁନ୍ ୨୦୧୩ ସୁଦ୍ଧା ତାଙ୍କ ପାଖରେ ଇନଫୋସିସ୍ ର ପ୍ରାୟ $347 ମିଲିଅନ୍ ମୂଲ୍ୟର ଶେୟର ଥିଲା ।

ସେ ବର୍ତ୍ତମାନ ହାଭାର୍ଡ ସୋସାଇଟି ଅଫ୍ ଫେଲୋଜ୍ରୁ ଅବସର ନେଇଛନ୍ତି । ସେ ପୂର୍ବରୁ କ୍ୟାଟାମାରାନ୍ ଭେଞ୍ଚର୍ସ୍ ରେ ଏକ "ଛାୟା ଭୂମିକା" ରେ ଥିଲେ, ଯାହା ଏକ $127 ମିଲିଅନ୍ ମୂଲ୍ୟର ଭେଞ୍ଚର୍ କ୍ୟାପିଟାଲ୍ ଫଣ୍ଡ ଯାହା ନାରାୟଣ ମୂର୍ତି ଦ୍ୱାରା ପରିଚାଳିତ ।

ମୂର୍ତ୍ତି କ୍ଳାସିକାଲ ପାଠାଗାର

[ସମ୍ପାଦନା]

ଯଦିଓ ସେ ସଂସ୍କୃତ ପଢ଼ିପାରିନାହାନ୍ତି, ତଥାପି ଯେତେବେଳେ ସେ ହାର୍ଭାର୍ଡରେ ପିଏଚ୍‌ଡି ଛାତ୍ର ଥିଲେ, ସେ କୁମାରିଲ ଭଟ୍ଟଙ୍କ "ଶ୍ଲୋକବାର୍ତ୍ତିକା" ଉପରେ ଏକ ଅଧ୍ୟୟନ କରିଥିଲେ, ଯାହା ତାଙ୍କୁ ପ୍ରାଚୀନ ଭାରତୀୟ ଦର୍ଶନ ଓ ବିଜ୍ଞାନ ପ୍ରତି ଆକର୍ଷିତ କଲା ।[] ସେ ମୂର୍ତି କ୍ଲାସିକାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆର ସ୍ଥାପକ, ଯାହା ଶେଲଡନ୍ ପଲକଙ୍କ ଅଧିନସ୍ଥ କ୍ଲେ ସଂସ୍କୃତ ଲାଇବ୍ରେରୀ ପ୍ରକଳ୍ପର ଏକ ବିସ୍ତାର ।

  1. "Rohan Murty setting up innovation lab in Boston to work on automation, artificial intelligence: Sources". The Economic Times. 2015-03-13. ISSN 0013-0389. Retrieved 2025-05-27.
  2. "Infosys founder NR Narayana Murthy's son Rohan to marry Aparna Krishnan in December - BusinessToday". Business Today (in ଇଂରାଜୀ). 2019-11-13. Retrieved 2025-05-27.
  3. "Code, work, fun: Rohan Murty on why he doesn't consider work as 'work'". The Indian Express (in ଇଂରାଜୀ). 2015-05-03. Retrieved 2025-05-27.
  4. "Rohan Murty, Aparna Krishnan tie the knot in an intimate ceremony; Bombay Jayashri performs at reception". The Economic Times. 2019-12-05. ISSN 0013-0389. Retrieved 2025-05-28.
  5. "The modern revivalists". www.livemint.com. Retrieved 28 May 2025.