ରୋଦନ୍ତୀ

ଉଇକିପିଡ଼ିଆ‌ରୁ

ରୁଦନ୍ତିକା
Cressa truxillensis
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Solanales
କୁଳ: Convolvulaceae
ପ୍ରଜାତି: Cressa
Carolus Linnaeus[୧]
ଜାତି: C. cretica
ବାଇନୋମିଆଲ ନାମ
Cressa cretica
Type species
Cressa cretica[୧]

ରୋଦନ୍ତୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଅତି ବଡ଼ରେ ବଢ଼ି ବଢ଼ି ଏହା ଖଡ଼ାଗଛ ପରି ହୋଇଥାଏ । ଏ ଗଛରୁ ସବୁବେଳେ ଜଳ ବହୁଥାଏ ଓ ଏହା ଅଳ୍ପ ମଧୁର ହେବା କାରଣରୁ ଏଥିରେ ପିମ୍ପୁଡ଼ି ଲାଗିଥାନ୍ତି। କିଛିଲୋକ ଏହାକୁ କାନ୍ଦୁରୀ ଗଛ ବୋଲି କହିଥାନ୍ତି। ସନ୍ତସନ୍ତିଆ ଜାଗାରେ ଏଇ ଗଛ ଜାତ ହୋଇଥାଏ । ଏହାର ପତ୍ର ଲୁଣି, କିନ୍ତୁ ପାଣିରେ ଧୋଇଦେଲେ ଲୁଣ ଅଂଶ ଚାଲିଯାଏ। ଏହାଲ ଫୁଲର ରଙ୍ଗ ଅନୁସାରେ ଧଳା, ହଳଦିଆ, ନାଲି ଓ ନୀଳ ଭେଦରେ ଚାରିଜାତିର ରୋଦନ୍ତୀ ଦେଖିବାକୁ ମିଳେ । ଏଇ ଚାରି ଜାତିର ରୋଦନ୍ତୀର ଔଷଧୀୟ ଗୁଣ ସମାନ। ଏହି ଗଛ ଉପରେ କାକର ପଡ଼ିଲେ ସହଜରେ ଶୁଖେ ନାହିଁ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ରୁଦନ୍ତିକା, ରୋଦନ୍ତି, କାନ୍ଦୁରୀ ଓ ରୁଦନ୍ତୀ
ସଂସ୍କୃତ ରୁଦ୍ରଦନ୍ତୀ, ରୁଦନ୍ତିକା, ରୋମାଞ୍ଚିକା, ସ୍ରବତୋୟା, ଚଣପତ୍ରୀ, ଅମୃତସ୍ରବା, ସଞ୍ଜିବନୀ, ମହାମାଂସୀ ଓ ସୁଧାସ୍ରାବୀ
ହିନ୍ଦୀ ରୁଦନ୍ତୀ
ତେଲୁଗୁ ରୁଦଗନ୍ ଚେଟ୍ଟୁ
ବଙ୍ଗଳା ରୁଦନ୍ତୀ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁତିକ୍ତ ମିଶ୍ରିତ କଷାୟ ରସ, ଅଗ୍ନିଦୀପକ, ବୀର୍ଯ୍ୟବର୍ଧକ, ବର୍ଣକାରକ, ଉଷ୍ଣବୀର୍ଯ୍ୟ ଓ ରସାୟନ। କାସ, ଶ୍ୱାସ, କୃମି, ରକ୍ତପିତ୍ତ, ମେହ, କୁଷ୍ଠ, ପିତ୍ତଦୋଷ, ବାର୍ଦ୍ଧକ୍ୟ ଓ ବାତରକ୍ତ ପ୍ରଭୃତି ରୋଗନାଶକ ଅଟେ ।

ବ୍ୟବହାର[ସମ୍ପାଦନା]

ମୁଖ୍ୟତଃ ଏହାର ପତ୍ରକୁ ଔଷଧରୂପେ ବ୍ୟବହାର କରାଯାଏ । ତେବେ ଅନେକ ରୋଗରେ ଏହାର ସର୍ବାଙ୍ଗ କାମରେ ଲାଗିଥାଏ । ପିଲାମାନଙ୍କର ଜ୍ୱର, କୃମି, ଅପସ୍ମାର, ବାତ ଓ ରକ୍ତ ବିକୃତି ଆଦିରେ ଏହାର ପତ୍ରର ପ୍ରୟୋଗ ହୋଇଥାଏ । ଯେଉଁ ସ୍ତ୍ରୀମାନଙ୍କର ଭଲ କ୍ଷୀର ହେଉ ନ ଥାଏ, ସେମାନେ ଏହାର ସର୍ବାଙ୍ଗର ଚୂର୍ଣକୁ ଗାଈକ୍ଷୀର ସହିତ ଖାଇଲେ ଉପକାର ମିଳେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ In: Species Plantarum 1: 223. 1753. "Name - Cressa L." Tropicos. Saint Louis, Missouri: Missouri Botanical Garden. Retrieved February 15, 2010.

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ