ରୋଦନ୍ତୀ
| ରୁଦନ୍ତିକା | |
|---|---|
| Cressa truxillensis | |
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Genus: | Cressa Carolus Linnaeus[୧]
|
| Species: | C. cretica
|
| Binomial name | |
| Cressa cretica | |
| Type species | |
| Cressa cretica[୧] | |
ରୋଦନ୍ତୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଅତି ବଡ଼ରେ ବଢ଼ି ବଢ଼ି ଏହା ଖଡ଼ାଗଛ ପରି ହୋଇଥାଏ । ଏ ଗଛରୁ ସବୁବେଳେ ଜଳ ବହୁଥାଏ ଓ ଏହା ଅଳ୍ପ ମଧୁର ହେବା କାରଣରୁ ଏଥିରେ ପିମ୍ପୁଡ଼ି ଲାଗିଥାନ୍ତି। କିଛିଲୋକ ଏହାକୁ କାନ୍ଦୁରୀ ଗଛ ବୋଲି କହିଥାନ୍ତି। ସନ୍ତସନ୍ତିଆ ଜାଗାରେ ଏଇ ଗଛ ଜାତ ହୋଇଥାଏ । ଏହାର ପତ୍ର ଲୁଣି, କିନ୍ତୁ ପାଣିରେ ଧୋଇଦେଲେ ଲୁଣ ଅଂଶ ଚାଲିଯାଏ। ଏହାଲ ଫୁଲର ରଙ୍ଗ ଅନୁସାରେ ଧଳା, ହଳଦିଆ, ନାଲି ଓ ନୀଳ ଭେଦରେ ଚାରିଜାତିର ରୋଦନ୍ତୀ ଦେଖିବାକୁ ମିଳେ । ଏଇ ଚାରି ଜାତିର ରୋଦନ୍ତୀର ଔଷଧୀୟ ଗୁଣ ସମାନ। ଏହି ଗଛ ଉପରେ କାକର ପଡ଼ିଲେ ସହଜରେ ଶୁଖେ ନାହିଁ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ରୁଦନ୍ତିକା, ରୋଦନ୍ତି, କାନ୍ଦୁରୀ ଓ ରୁଦନ୍ତୀ |
| ସଂସ୍କୃତ | ରୁଦ୍ରଦନ୍ତୀ, ରୁଦନ୍ତିକା, ରୋମାଞ୍ଚିକା, ସ୍ରବତୋୟା, ଚଣପତ୍ରୀ, ଅମୃତସ୍ରବା, ସଞ୍ଜିବନୀ, ମହାମାଂସୀ ଓ ସୁଧାସ୍ରାବୀ |
| ହିନ୍ଦୀ | ରୁଦନ୍ତୀ |
| ତେଲୁଗୁ | ରୁଦଗନ୍ ଚେଟ୍ଟୁ |
| ବଙ୍ଗଳା | ରୁଦନ୍ତୀ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]କଟୁତିକ୍ତ ମିଶ୍ରିତ କଷାୟ ରସ, ଅଗ୍ନିଦୀପକ, ବୀର୍ଯ୍ୟବର୍ଧକ, ବର୍ଣକାରକ, ଉଷ୍ଣବୀର୍ଯ୍ୟ ଓ ରସାୟନ। କାସ, ଶ୍ୱାସ, କୃମି, ରକ୍ତପିତ୍ତ, ମେହ, କୁଷ୍ଠ, ପିତ୍ତଦୋଷ, ବାର୍ଦ୍ଧକ୍ୟ ଓ ବାତରକ୍ତ ପ୍ରଭୃତି ରୋଗନାଶକ ଅଟେ ।
ବ୍ୟବହାର
[ସମ୍ପାଦନା]ମୁଖ୍ୟତଃ ଏହାର ପତ୍ରକୁ ଔଷଧରୂପେ ବ୍ୟବହାର କରାଯାଏ । ତେବେ ଅନେକ ରୋଗରେ ଏହାର ସର୍ବାଙ୍ଗ କାମରେ ଲାଗିଥାଏ । ପିଲାମାନଙ୍କର ଜ୍ୱର, କୃମି, ଅପସ୍ମାର, ବାତ ଓ ରକ୍ତ ବିକୃତି ଆଦିରେ ଏହାର ପତ୍ରର ପ୍ରୟୋଗ ହୋଇଥାଏ । ଯେଉଁ ସ୍ତ୍ରୀମାନଙ୍କର ଭଲ କ୍ଷୀର ହେଉ ନ ଥାଏ, ସେମାନେ ଏହାର ସର୍ବାଙ୍ଗର ଚୂର୍ଣକୁ ଗାଈକ୍ଷୀର ସହିତ ଖାଇଲେ ଉପକାର ମିଳେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ In: Species Plantarum 1: 223. 1753. "Name - Cressa L." Tropicos. Saint Louis, Missouri: Missouri Botanical Garden. Retrieved February 15, 2010.
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ