ରେଣୁକା ସାହାଣେ
ରେଣୁକା ସାହାଣେ | |
|---|---|
Shahane in 2010 | |
| ଜନ୍ମ | ୭ ଅକ୍ଟୋବର ୧୯୬୬ |
| ଶିକ୍ଷାନୁଷ୍ଠାନ | St. Xavier's College (B.A) University of Mumbai |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | 1988–Present |
| ବୈବାହିକ-ସାଥୀs | |
| ସନ୍ତାନ | 2 |
| ପିତାମାତା |
|
ରେଣୁକା ସାହାଣେ (ଜନ୍ମ: ୭ ଅକ୍ଟୋବର ୧୯୬୬) ଜଣେ ଭାରତୀୟ ଅଭିନେତ୍ରୀ, ଯିଏ ମୁଖ୍ୟତଃ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ସହିତ ବିଭିନ୍ନ ଦୂରଦର୍ଶନ ଧାରାବାହିକରେ କାମ କରିଥିବାରୁ ପରିଚିତ। ସେ ଦୂରଦର୍ଶନର ପ୍ରସିଦ୍ଧ ଟିଭି କାର୍ୟକ୍ରମ ସୁରଭି (୧୯୯୩–୨୦୦୧)[୧] ର ସହ-ସଂଚାଳିକା ଭାବେ ବିଶେଷ ଖ୍ୟାତି ଲାଭ କରିଥିଲେ। ସେ ଫିଲ୍ମଫେୟାର ମରାଠୀ ପୁରସ୍କାର ସହିତ ଅନେକ ପୁରସ୍କାର ଓ ନାମାଙ୍କନ ଅର୍ଜନ କରିଛନ୍ତି।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରେଣୁକା ସାହାଣେ ମୁମ୍ବାଇରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।[୨] ତାଙ୍କ ପିତା ଲେଫ୍ଟେନାଣ୍ଟ କମାଣ୍ଡର ବିଜୟ କୁମାର ଶାହାନେ ଭାରତୀୟ ନୌସେନାର ଅଧିକାରୀ ଥିଲେ।[4] ତାଙ୍କ ମାତା ଶାନ୍ତା ଗୋଖଲେ ଜଣେ ନାଟ୍ୟ ବ୍ୟକ୍ତିତ୍ୱ ଓ ଚଳଚ୍ଚିତ୍ର ସମାଲୋଚକ, ଯିଏ ପ୍ରଧାନତଃ ମରାଠୀ ନାଟକରେ କାମ କରନ୍ତି। ରେଣୁକା ଛୋଟ ଥିବାବେଳେ, ତାଙ୍କ ମାତା, ପିତାଙ୍କଠାରୁ ବିବାହ ବିଚ୍ଛେଦ କରି ଚଳଚ୍ଚିତ୍ର ନିର୍ମାତା ଅରୁଣ ଖୋପକରଙ୍କ ସହ ବିବାହ କରିଥିଲେ।[୩] ଏହି ଦ୍ୱିତୀୟ ବିବାହ ମଧ୍ୟ ପରେ ବିଚ୍ଛେଦରେ ସମାପ୍ତ ହୋଇଥିଲା।
ସାହାଣେ ଓ ତାଙ୍କ ଭାଇ ଗିରିଶ ମୁମ୍ବାଇରେ ତାଙ୍କ ମାତାଙ୍କ ସହ ଲାଳିତପାଳିତ ହୋଇଥିଲେ। ସେ ସେଣ୍ଟ ଜେଭିଅର୍ସ କଲେଜରୁ ମନୋବିଜ୍ଞାନରେ ବି.ଏ. ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କ୍ଲିନିକାଲ୍ ମନୋବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ।[୪] ତାଙ୍କ ଭାଇ ଗିରିଶ ଶାହାନେ ଜଣେ ସମକାଳୀନ ଲେଖକ, କଳା ସମାଲୋଚକ ଓ ଶିଳ୍ପୀ, ଯିଏ ବିଭିନ୍ନ କଳା ମେଳା ସହିତ ଜଡିତ ଥିବା ସହିତ Scroll.in ରେ ଲେଖାଲେଖି କରନ୍ତି।[୫]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରେଣୁକା ସାହାଣେ ଦୁଇଥର ବିବାହ କରିଛନ୍ତି। ପ୍ରଥମେ ସେ ମରାଠୀ ନାଟକ ଲେଖକ ଓ ନିର୍ଦ୍ଦେଶକ ବିଜୟ କେଙ୍କାରେଙ୍କ ସହ ବିବାହ କରିଥିଲେ, କିନ୍ତୁ ଏହି ବିବାହ ଦୀର୍ଘ ସମୟ ରହିନଥିଲା ଏବଂ ଶୀଘ୍ର ତାଲାକ ହୋଇଥିଲା।[9] ପରେ ସେ ବଲିଉଡ୍ ଅଭିନେତା ଆଶୁତୋଷ ରାଣା (ମୂଳ ନାମ ଆଶୁତୋଷ ନୀଖ୍ରା)ଙ୍କ ସହ ବିବାହ କରିଥିଲେ।[୬] ତାଙ୍କର ଦୁଇ ପୁଅ ଅଛନ୍ତି—ଶୌର୍ୟମାନ ନୀଖ୍ରା ଓ ସତ୍ୟେନ୍ଦ୍ର ନୀଖ୍ରା।[୭] ରେଣୁକା ଶାହାନେ ଜଣେ ନାସ୍ତିକ।[୮]
କାର୍ଯ୍ୟଜୀବନ
[ସମ୍ପାଦନା]ରେଣୁକା ସାହାଣେ ତାଙ୍କ ଅଭିନୟ ଜୀବନ ମରାଠୀ ଚଳଚ୍ଚିତ୍ର ହଚ୍ ସୁନବାଇଚା ଭାଉ ଦ୍ୱାରା ଆରମ୍ଭ କରିଥିଲେ। ପରେ ସେ ହିନ୍ଦୀ ଭାଷାର ପ୍ରସିଦ୍ଧ ଟିଭି କାର୍ୟକ୍ରମ ସୁରଭିରେ ଦୁଇଜଣ ସଂଚାଳକ ମଧ୍ୟରୁ ଅନ୍ୟତମ ଭାବେ କାମ କରିଥିଲେ, ଯାହା ତାଙ୍କୁ ଘରେ ଘରେ ପରିଚିତ କରିଥିଲା।[୯] ଦୂରଦର୍ଶନ ଯୁଗରେ ତାଙ୍କ ମଧୁର ହସ ତାଙ୍କୁ ୧୯୮୦ ଦଶକର ଏକ ପ୍ରସିଦ୍ଧ ଟିଭି ବ୍ୟକ୍ତିତ୍ୱରେ ପରିଣତ କରିଥିଲା।[୧୦]
୧୯୯୪ ମସିହାରେ, ସୁରଭି କାର୍ୟକ୍ରମର ସଂଚାଳନ ସମୟରେ ସେ ଚଳଚ୍ଚିତ୍ର ହମ୍ ଆପକେ ହୈନ୍ କୌନ..!ରେ ଅଭିନୟ କରିବାର ସୁଯୋଗ ପାଇଥିଲେ, ଯାହା ପରେ ସେହି ସମୟର ସର୍ବାଧିକ ଆୟ କରୁଥିବା ଭାରତୀୟ ଚଳଚ୍ଚିତ୍ର ହୋଇଥିଲା।[୧୧] ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବହୁତ ପ୍ରଶଂସିତ ହୋଇଥିଲା ଏବଂ ସେ ପାରମ୍ପରିକ ମୂଲ୍ୟବୋଧର ପ୍ରତିକ ଭାବେ ଚିହ୍ନିତ ହେଲେ।[୧୨]
ସେ ମରାଠୀ ଚଳଚ୍ଚିତ୍ର ଆବୋଲିରେ ଅଭିନୟ କରି ବ୍ୟାପକ ପ୍ରଶଂସା ପାଇଥିଲେ ଏବଂ ୧୯୯୫ ମସିହାରେ ଫିଲ୍ମଫେୟାର ମରାଠୀ ପୁରସ୍କାରରେ ସ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଥିଲେ।
ସାହାଣେ ଅନେକ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ମରାଠୀ ଚଳଚ୍ଚିତ୍ର ରିତା ମୁକ୍ତି କରିଥିଲେ, ଯାହା ତାଙ୍କ ମାତା ଶାନ୍ତା ଗୋଖଲେଙ୍କ ଉପନ୍ୟାସ ରିତା ୱେଲିଙ୍ଗକର ଉପରେ ଆଧାରିତ।[୧୩] ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ, ପଲ୍ଲବୀ ଯୋଶୀ, ସୁହାସିନୀ ମୁଲେ ଓ ମୋହନ ଆଗାଶେ ଅଭିନୟ କରିଥିଲେ। ସେ ରାମ ଗୋପାଳ ବର୍ମାଙ୍କ ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ମନିରେ ମଧ୍ୟ ଅଭିନୟ କରିଥିଲେ, ଯାହା ବହୁତ ସଫଳ ହୋଇଥିଲା।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "The Hindu : Metro Plus Coimbatore / Television : New look". www.hindu.com. Retrieved 2026-03-27.
- ↑ "Marathi actresses without make-up". The Times of India. 2018-08-29. ISSN 0971-8257. Retrieved 2026-03-27.
- ↑ "Renuka Shahane says after her parents' divorce, kids were asked not to play with her as she came from a 'broken family'". Hindustan Times (in ଇଂରାଜୀ). 2021-01-21. Retrieved 2026-03-27.
- ↑ "Renuka Shahane feels she has done good work, says 'I don't have regrets about my career'". Hindustan Times (in ଇଂରାଜୀ). 2019-08-21. Retrieved 2026-03-27.
- ↑ "Girish Shahane | JNAF - JNAF". jnaf.org. Retrieved 2026-03-27.
- ↑ "Renuka Shahane and Ashutosh Rana 'played phone a friend for 3 months' before confessing their love: Their old school love story". Hindustan Times (in ଇଂରାଜୀ). 2020-10-09. Retrieved 2026-03-27.
- ↑ "Ashutosh Rana, Renuka Shahane celebrate 19 years of marriage with wedding pic, notes of love: 'I am forever yours'". Hindustan Times (in ଇଂରାଜୀ). 2020-05-25. Retrieved 2026-03-27.
- ↑ author/online-lokmat (2025-04-28). ""मी पूर्णपणे नास्तिक आहे", रेणुका शहाणे स्पष्टच बोलल्या, म्हणाल्या- "देव हा..."". Lokmat (in ମରାଠୀ). Retrieved 2026-03-27.
{{cite web}}:|last=has generic name (help) - ↑ Pal, Chandrima (2018-01-02). "Renuka Shahane on 'Surabhi': 'The osmosis that defines India can never be stopped'". Scroll.in (in ଇଂରାଜୀ). Retrieved 2026-03-27.
- ↑ Desk, India Today Web (2017-11-14). "Renuka Shahane to make a comeback on TV; a look at her 5 best TV shows". India Today (in ଇଂରାଜୀ). Retrieved 2026-03-27.
- ↑ Guinness World Records 2001 (in ଇଂରାଜୀ). Bantam. 2001-05. ISBN 978-0-553-58375-5.
{{cite book}}: Check date values in:|date=(help) - ↑ Shrivastava, Anuradha; News, India TV (2018-02-08). "Will be seen in more films now, says Hum Aapke Hain Koun actor Renuka Shahane". India TV News (in ଇଂରାଜୀ). Retrieved 2026-03-27.
{{cite web}}:|last2=has generic name (help) - ↑ Verma, Apoorva (2017-04-19). ""Women Are Strong. Period!" Says Renuka Shahane". Women's Web: For Women Who Do (in ଆମେରିକୀୟ ଇଂରାଜୀ). Archived from the original on 2023-03-11. Retrieved 2026-03-27.