ରେଖା ଗୁପ୍ତା
ରେଖା ଗୁପ୍ତା | |
---|---|
![]() ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଥିବା ଅବସରରେ | |
ଜନ୍ମ | ଜୁଲନ, ହରିଆଣା | ୧୯ ଜୁଲାଇ ୧୯୭୪
ଶିକ୍ଷା | ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ବି କମ) ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ (ଆଇନରେ ସ୍ନାତକ) |
Office | ଦିଲୀର ୯ମ ମୁଖ୍ୟମନ୍ତ୍ରୀ |
Predecessor | ଆତିଶୀ ମାରଲେନା |
ରାଜନୈତିକ ଦଳ | ଭାରତୀୟ ଜନତା ଦଳ (୨୦୦୨ - ଏପର୍ଯ୍ୟନ୍ତ) |
ବୈବାହିକ-ସାଥୀ | ମନିଷ ଗୁପ୍ତା |
ସନ୍ତାନ | ୨ |
ରେଖା ଗୁପ୍ତା (ଜନ୍ମ : ୧୯ ଜୁଲାଇ ୧୯୭୪) ଜଣେ ଭାରତୀୟ ରାଜନେତା । ସେ ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବରେ ୨୦୨୫ ମସିହା ଫେବୃଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ଦଳର ଟିକେଟରେ ଶାଲିମାର ବାଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ସେ ଦିଲ୍ଲୀ ବିଧାନସଭାକୁ ୨୦୨୫ ମସିହାରେ ନିର୍ବାଚିତ ହୋଇଥିଲେ ।[୧][୨] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ଓ ଦିଲ୍ଲୀ ରାଜ୍ୟ ବିଜେପିର ମୁଖ୍ୟ ସଚିବ ଭାବରେ ଆଗରୁ କାର୍ଯ୍ୟ କରିଥିଲେ । [୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରେଖା ୧୯୭୪ ମସିହା ଜୁଲାଇ ୧୯ ତାରିଖରେ ହରିଆଣାର ଜୁଲନଠାରେ ଜନ୍ମଗ୍ରହଣ କରିଥିଲେ । [୪] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଦୌଲତ ରାମ ମହାବିଦ୍ୟାଳୟର ବି କମ ଓ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷାଗ୍ରହଣ କରିଥିଲେ ।[୫]
ରାଜନୈତିକ ଜୀବନ
[ସମ୍ପାଦନା]୧୯୯୬ ମସିହାରେ ରେଖା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ଓ ୧୯୯୭ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । [୬] ଉତ୍ତରୀ ପିତମପୁରା(ୱାର୍ଡ଼ ୫୪)ରୁ ସେ ଦକ୍ଷିଣ ଦିଲ୍ଲୀ ମୁନିସିପାଲ କର୍ପୋରେସନକୁ ସେ ତିନି ଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲ ଓ ମେୟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । [୭][୮][୯] ରେଖା ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ପଦବୀରେ ମଧ୍ୟ ଅବସ୍ଥାପିତ ରହିଛନ୍ତି । ସେ ଦିଲ୍ଲୀ ବିଜେପିର ମଧ୍ୟ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ।[୧୦] ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ଆପର ବନ୍ଦନା କୁମାରୀଙ୍କୁ ୨୯୫୯୫ଟି ଭୋଟରେ ପରାସ୍ତ କରିଥିଲେ ।[୧୧] ରେଖା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଦସ୍ୟ ଅଟନ୍ତି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମାଧ୍ୟମରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।[୧୨]
ଦିଲ୍ଲୀ ମୁଖ୍ୟମନ୍ତ୍ରୀ
[ସମ୍ପାଦନା]ରେଖା ୨୦୨୫ ମସିହା ଫେବୃଆରୀ ୧୯ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।[୧୩]
ଆଧାର
[ସମ୍ପାଦନା]- ↑ "Who is Rekha Gupta, Delhi's new chief minister?". Hindustan Times (in ଆମେରିକୀୟ ଇଂରାଜୀ). 19 February 2025. Archived from the original on 20 February 2025. Retrieved 20 February 2025.
- ↑ "Rekha Gupta sworn in as Delhi Chief Minister; Becomes 4th Woman CM of national capital". DD News. Archived from the original on 20 February 2025. Retrieved 20 February 2025.
- ↑ "Delhi New CM: कौन है रेखा गुप्ता जो सीएम रेस में है आगे! इस वजह से मानी जा रही है मजबूत दावेदारी". NDTV (in ହିନ୍ଦୀ). Retrieved 19 February 2025.
- ↑ Verma, Saurabh (20 February 2025). "Rekha Gupta's Education, Net Worth & Family: Everything You Need To Know About New Delhi CM". News18. Archived from the original on 19 February 2025. Retrieved 19 February 2025.
- ↑ Mahajan, Satvika (19 February 2025). "Who is Rekha Gupta, Delhi's new Chief Minister?". The Hindu. ISSN 0971-751X. Archived from the original on 19 February 2025. Retrieved 19 February 2025.
- ↑ Mathur, Atul (20 February 2025). "Rekha Gupta: A surprise pick who has always kept low profile". The Times of India. ISSN 0971-8257. Archived from the original on 20 February 2025. Retrieved 20 February 2025.
- ↑ "BJP names Rekha Gupta as its Delhi mayor candidate. Who is she?". India Today. 27 December 2022. Archived from the original on 19 February 2025. Retrieved 9 February 2025.
- ↑ "Shalimar Bagh election results 2025 highlights: BJP's Rekha Gupta breaks AAP's winning streak". The Times of India. 8 February 2025. Archived from the original on 9 February 2025. Retrieved 9 February 2025.
- ↑ "Rekha Gupta ::A proud Indian". Rekha Gupta. Archived from the original on 14 February 2023. Retrieved 24 January 2015.
- ↑ "Why Sheila Dikshit, Sushma Swaraj, and Atishi could be the reason behind BJP picking Rekha Gupta as Delhi CM". Economic Times. Retrieved 20 February 2025.
- ↑ "Delhi Assembly Elections Results 2025 - Shalimar Bagh" (in ଇଂରାଜୀ). Election Commission of India. 8 February 2025. Archived from the original on 19 February 2025. Retrieved 19 February 2025.
- ↑ "Who Is Rekha Gupta? Her Journey From DUSU President To Delhi Chief Minister".
- ↑ "Indian prime minister's party names a woman as top government official in New Delhi state". AP News. 19 February 2025. Archived from the original on 20 February 2025. Retrieved 20 February 2025.