Jump to content

ରେକ୍ଟୋସିଲ

ଉଇକିପିଡ଼ିଆ‌ରୁ
Rectocele
Posterior vaginal wall prolapse
Red arrow indicating a rectocele, while the blue arrow shows a cystocele
ଉଚ୍ଚାରଣ
ବିଭାଗGynecology
ଲକ୍ଷଣNone, mass, pressure, vaginal pain[]
ବିପଦ କାରକChildbirth, hysterectomy, pelvic surgery, COPD, obesity[][]
ରୋଗ ନିର୍ଣ୍ଣୟ ପଦ୍ଧତିExamination, medical imaging[][]
ସଠିକ ରୋଗ ନିର୍ଣ୍ଣୟRectal prolapse, enterocele[]
ଚିକିତ୍ସାExercise, high fiber diet, estrogen replacement therapy, pessary, surgery[]
PrognosisGenerally good[]
ପୁନଃପୌନିକCommon[][]

ରେକ୍ଟୋସିଲ, ଅନ୍ୟ ନାମ ପଛ ଯୋନି କାନ୍ଥ ପ୍ରୋଲାପ୍ସ, କୁହାଯାଏ ଯେତେବେଳେ ଯୋନୀ ଭିତରକୁ ମଳାଶୟ ଫୁଲି ପଶିଯାଏ ।[] ପ୍ରାୟତଃ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ; ତଥାପି କେତେକ ସମୟରେ ଯୋନିରେ ଏକ ପିଣ୍ଡ ହୁଏ, ଚାପ କିମ୍ବା ଯନ୍ତ୍ରଣା ହୁଏ ।[] ପିଣ୍ଡ ବସ୍ତୁର ଆକାର ସାଧାରଣତଃ ବୃଦ୍ଧି ପାଇ ନିମ୍ନ‌କୁ ଠେଲି ହୋଇଯାଏ ।[] ଜଟିଳତା ମଧ୍ୟରେ କୋଷ୍ଠକାଠିନ୍ୟ କିମ୍ବା ରକ୍ତସ୍ରାବ ଅନ୍ତର୍ଭୁକ୍ତ ହୋଇପାରେ ।[] []

ସାଧାରଣ ବିପଦ ସଙ୍କଟ ମଧ୍ୟରେ ପ୍ରସବ ଏବଂ ହିଷ୍ଟରେକ୍ଟମି ଅନ୍ତର୍ଭୁକ୍ତ। [] [] ଅନ୍ୟାନ୍ୟ ବିପଦ ମଧ୍ୟରେ ପୂର୍ବତନ ପେଲଭିକ୍ ଅସ୍ତ୍ରୋପଚାର, ସିଓପିଡି (COPD), ଏବଂ ମେଦବ‌ହୁଳତା ଅନ୍ତର୍ଭୁକ୍ତ। [] ରୋଗ ନିର୍ଣ୍ଣୟ ସାଧାରଣତଃ ପରୀକ୍ଷା ମାଧ୍ୟମରେ କରାଯାଏ; ତଥାପି ଡାକ୍ତରୀ ଇମେଜିଂ ଦ୍ୱାରା ସମର୍ଥିତ ହୋଇପାରେ [] [] ଏହା ଏକ ପ୍ରକାରର ଶ୍ରୋଣୀ ଅଙ୍ଗ ସ୍ଥାନ‌ଚ୍ୟୁତି[]

ପରିଚାଳନା ପ୍ରୟାସରେ ବ୍ୟାୟାମ, ଏକ ଉଚ୍ଚ ଫାଇବର ଖାଦ୍ୟ, ଏଷ୍ଟ୍ରୋଜେନ ରିପ୍ଲେସମେଣ୍ଟ ଥେରାପି, କିମ୍ବା ଏକ ଯୋନି ପେସାରି ଅନ୍ତର୍ଭୁକ୍ତ ହୋଇପାରେ ।[] ସାଧାରଣତଃ କରାଯାଉଥିବା ବ୍ୟାୟାମ ହେଉଛି ଶ୍ରୋଣୀ ଚଟାଣ ମାଂସପେଶୀ ବ୍ୟାୟାମ ବା କେଗେଲ୍ସ ବ୍ୟାୟାମ କରାଯାଏ । [] ଯେଉଁମାନଙ୍କ ଲକ୍ଷଣ ଗୁରୁତର ଅଛି ସେମାନଙ୍କ ପାଇଁ ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ ।[] ଫଳାଫଳ ସାଧାରଣତଃ ଭଲ ଏବଂ ଜୀବନ ପ୍ରତି କୌଣସି ବିପଦ ନାହିଁ []

ରେକ୍ଟୋସିଲ ସାଧାରଣତଃ ୨୦%ରୁ ୮୦% ମହିଳାଙ୍କୁ ପ୍ରଭାବିତ କରେ । [] [] ବୟସ୍କ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ପୁରୁଷମାନଙ୍କ ମଧ୍ୟରେ ଏହା ବହୁତ କମ୍ ଦେଖାଯାଏ ।[] ହିପୋକ୍ରେଟସ୍‌ଙ୍କ ସମୟରୁ ପେଲଭିକ୍ ଅଙ୍ଗ ପ୍ରୋଲାପ୍ସ ବର୍ଣ୍ଣନା କରାଯାଇଛି ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "The Pathophysiology, Diagnosis, and Management of Rectoceles | GLOWM". www.glowm.com (in ଇଂରାଜୀ). Archived from the original on 2017-12-28. Retrieved 2017-12-27. Archived 2017-12-28 at the Wayback Machine.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Ladd, M; Tuma, F (January 2025). "Rectocele". StatPearls. PMID 31536295. Retrieved 4 February 2025.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Bharucha, AE; Knowles, CH (November 2022). "Rectocele: Incidental or important? Observe or operate? Contemporary diagnosis and management in the multidisciplinary era". Neurogastroenterology and motility. 34 (11): e14453. doi:10.1111/nmo.14453. PMID 36102693.
  4. "Rectocele". fascrs.org. ASCRS. Archived from the original on 14 January 2025. Retrieved 4 February 2025.