ରୂପଭାରତୀ ଲିମିଟେଡ

ଉଇକିପିଡ଼ିଆ‌ରୁ

ରୂପଭାରତୀ ଲିମିଟେଡ ଥିଲା ଏକ ପବ୍ଲିକ ଲିମିଟେଡ କମ୍ପାନୀ ଯାହା ଚଳଚ୍ଚିତ୍ର ପ୍ରସ୍ତୁତି ଓ ପ୍ରଦର୍ଶନ, ଥିଏଟର ତଥା ଆନୁଷଙ୍ଗିକ ବ୍ୟବସାୟ ନିମନ୍ତେ ୧୯୪୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା[୧] । ଏହି କମ୍ପାନୀ ଚଳଚ୍ଚିତ୍ର - "ଶ୍ରୀ ଜଗନ୍ନାଥ" (୧୯୫୦ ମସିହା) ଯାହାକି ଓଡ଼ିଆ ଭାଷାରେ ତୃତୀୟ ଚଳଚ୍ଚିତ୍ର ଥିଲା, ତାହାର ପ୍ରସ୍ତୁତ କର୍ତ୍ତା ଥିଲେ[୨] । ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ଏପରି ପବ୍ଲିକ ଲିମିଟେଡ (ବା ସର୍ବ-ସାଧାରଣଙ୍କୁ ଭାଗ ନେବା ପାଇ ଖୋଲିଥିବା) କମ୍ପାନୀ ଭାବରେ ଏହା ଓଡ଼ିଶାରେ ପ୍ରଥମ (ଏବଂ ଆଜି ପର୍ଯ୍ୟନ୍ତ ଏକମାତ୍ର) କମ୍ପାନୀ ଓ ହୁଏତ ସାରା ଭାରତରେ ଦ୍ୱିତୀୟ ପବ୍ଲିକ ଲିମିଟେଡ କମ୍ପାନୀ ଅଟେ[୩]


ଆଧାର[ସମ୍ପାଦନା]

  1. "RUPA BHARATI LTD. Vs. REGISTRAR OF COMPANIES". www.the-laws.com. Regent Computronics Pvt.Ltd. Retrieved 23 September 2018.
  2. Mohanty, Subhashish (2017-07-17). "We need to value film archives -Hot seat: Surya Deo; film researcher and critic". The Telegraph - Online Edition (Odisha). The Telegraph (Kolkata). Retrieved 23 September 2018.
  3. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୫୬.{{cite book}}: CS1 maint: location (link)