ରୁମେଲି ଧର
Rumeli Dhar in South Africa during 2005 Women's Cricket World Cup | ||||||||||||||||||||||||||||||||||||||||||||||||||||||||||||||||||
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Rumeli Anup Dhar | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ୯ ଡିସେମ୍ବର ୧୯୮୩ Calcutta (now Kolkata), India | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm medium | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side |
| |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 64) | 21 November 2005 v England | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | 29 August 2006 v England | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 69) | 27 January 2003 v England | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | 14 March 2012 v Australia | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap 3) | 5 August 2006 v England | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | 22 March 2018 v Australia | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 1999/00 | Bengal | |||||||||||||||||||||||||||||||||||||||||||||||||||||||||||||||||
| 2000/01–2002/03 | Air India | |||||||||||||||||||||||||||||||||||||||||||||||||||||||||||||||||
| 2004/05–2011/12 | Railways | |||||||||||||||||||||||||||||||||||||||||||||||||||||||||||||||||
| 2013/14–2014/15 | Rajasthan | |||||||||||||||||||||||||||||||||||||||||||||||||||||||||||||||||
| 2015/16–2016/17 | Assam | |||||||||||||||||||||||||||||||||||||||||||||||||||||||||||||||||
| 2017/18 | Delhi | |||||||||||||||||||||||||||||||||||||||||||||||||||||||||||||||||
| 2018/19 | Railways | |||||||||||||||||||||||||||||||||||||||||||||||||||||||||||||||||
| 2019/20–2021/22 | Bengal | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Medal record
| ||||||||||||||||||||||||||||||||||||||||||||||||||||||||||||||||||
ରୁମେଲି ଅନୁପ ଧର (ଜନ୍ମ: ୯ ଡିସେମ୍ବର ୧୯୮୩) ଜଣେ ଭାରତୀୟ ପୂର୍ବତନ ମହିଳା କ୍ରିକେଟ ଖେଳାଳି । ସେ ଏକ ଅଲ୍-ରାଉଣ୍ଡର ଭାବେ ଖେଳୁଥିଲେ । ସେ ଡାହାଣ ହାତରେ ବ୍ୟାଟିଂ କରୁଥିଲେ ଏବଂ ଡାହାଣ ହାତର ମିଡିୟମ୍ ଫାଷ୍ଟ ବୋଲିଂ କରୁଥିଲେ । ସେ ୨୦୦୩ ରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିଅରରେ ସେ ୪ଟି ଟେଷ୍ଟ ମ୍ୟାଚ୍, ୭୮ଟି ଏକଦିନିଆ ଆନ୍ତର୍ଜାତୀୟ (ODI) ଓ ୧୮ଟି ଟି–୨୦ ଆନ୍ତର୍ଜାତୀୟ (T20I) ମ୍ୟାଚ୍ ଖେଳିଥିଲେ । ୨୦୨୨ ମସିହା ଜୁନ୍ ମାସରେ ସେ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ବର୍ତ୍ତମାନ ସେ ଓଡ଼ିଶା ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାମ କରୁଛନ୍ତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରୁମେଲି ଧରଙ୍କ ଜନ୍ମ ଭାରତର ପଶ୍ଚିମ ବଙ୍ଗର କଲିକତା (ବର୍ତ୍ତମାନ କୋଲକାତା) ସହରରେ ହୋଇଥିଲା । ଛୋଟବେଳୁ ସେ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ ଏବଂ ଧୀରେ ଧୀରେ ମହିଳା କ୍ରିକେଟରେ ନିଜ ପ୍ରତିଭା ପ୍ରମାଣ କରିଥିଲେ । ତାଙ୍କ ସର୍ବାଙ୍ଗୀଣ ଖେଳଦକ୍ଷତା ତାଙ୍କୁ ଶୀଘ୍ର ଜାତୀୟ ଦଳରେ ସ୍ଥାନ ମିଳାଇଦେଇଥିଲା ।
ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର
[ସମ୍ପାଦନା]ରୁମେଲି ଧର ୨୭ ଜାନୁଆରୀ ୨୦୦୩ ରେ ଇଂଲଣ୍ଡ ବିରୋଧରେ ନ୍ୟୁଜିଲ୍ୟାଣ୍ଡର ଲିଙ୍କନ୍ ଥିବା ବର୍ଟ ସଟକ୍ଲିଫ ଓଭାଲ୍ ମାଇଦାନରେ ଏକଦିନିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।[୨] ସେ ଏକ ସକ୍ଷମ ଅଲ୍-ରାଉଣ୍ଡର ଭାବେ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ୨୦୦୫ ମସିହାର ମହିଳା କ୍ରିକେଟ ୱାର୍ଲ୍ଡ କପ୍ ରେ ଭାରତୀୟ ଦଳ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା, ଏବଂ ସେହି ଦଳର ଅଂଶ ଥିଲେ ରୁମେଲି ଧର । ୨୦୦୯ ମସିହାର ଆଇସିସି ମହିଳା ୱର୍ଲ୍ଡ ଟ୍ୱେଣ୍ଟି–୨୦ ରେ ସେ ଭାରତ ପକ୍ଷରୁ ସଂଯୁକ୍ତ ଭାବେ ସର୍ବାଧିକ ୱିକେଟ ନେଇଥିବା ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ । ୨୦୧୨ ପରେ ସେ ଦୀର୍ଘ ସମୟ ଆନ୍ତର୍ଜାତୀୟ କ୍ରିକେଟ ଖେଳିନଥିଲେ । କିନ୍ତୁ ଦେଶୀୟ କ୍ରିକେଟରେ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ସେ ୨୦୧୮ ମସିହାରେ ପୁନର୍ବାର ଭାରତୀୟ ଦଳକୁ ଫେରିଥିଲେ । ସେହି ବର୍ଷ ସେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।
ଦେଶୀୟ କ୍ରିକେଟ କ୍ୟାରିଅର
[ସମ୍ପାଦନା]ରୁମେଲି ଧର ଭାରତର ବିଭିନ୍ନ ଦେଶୀୟ ଦଳ ପାଇଁ କ୍ରିକେଟ ଖେଳିଥିଲେ । ସେ ବେଙ୍ଗଲ୍, ଏୟାର ଇଣ୍ଡିଆ, ରେଲୱେ, ରାଜସ୍ଥାନ, ଆସାମ ଏବଂ ଦିଲ୍ଲୀ ମହିଳା କ୍ରିକେଟ ଦଳ ପାଇଁ ଖେଳିଥିଲେ ।[୩][୪] ଦେଶୀୟ କ୍ରିକେଟରେ ସେ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ । ଲିଷ୍ଟ–ଏ କ୍ରିକେଟରେ ସେ ୨୨୪ଟି ମ୍ୟାଚ୍ ଖେଳି ୩୫୨୫ ରନ୍ ସଂଗ୍ରହ କରିଥିଲେ ଏବଂ ୨୦୪ଟି ୱିକେଟ ନେଇଥିଲେ, ଯାହା ତାଙ୍କ ଅଲ୍-ରାଉଣ୍ଡ ପ୍ରଦର୍ଶନକୁ ପ୍ରମାଣ କରେ ।
ଅବସର ଓ ପରବର୍ତ୍ତୀ କାର୍ଯ୍ୟ
[ସମ୍ପାଦନା]୨୦୨୨ ମସିହାରେ ରୁମେଲି ଧର ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଥିଲେ ।[୫] ଅବସର ପରେ ସେ କୋଚିଂ କ୍ଷେତ୍ରରେ ଯୋଗଦେଇଛନ୍ତି । ବର୍ତ୍ତମାନ ସେ ଓଡ଼ିଶା ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ନୂତନ ପିଢ଼ିର ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।
ଆଧାର
[ସମ୍ପାଦନା]- ↑ "Mongia, Dhar appointed head coaches of Odisha cricket teams". Orisports. Retrieved 17 April 2023.
- ↑ "2nd Match, Lincoln, January 27 2003, World Series of Women's Cricket: England Women v India Women". ESPNcricinfo. Retrieved 23 June 2022.
- ↑ "Player Profile: Rumeli Dhar". ESPNcricinfo. Retrieved 23 June 2022.
- ↑ "Player Profile: Rumeli Dhar". CricketArchive. Retrieved 23 June 2022.
- ↑ "Rumeli Dhar announces retirement from international cricket". ESPN Cricinfo. Retrieved 22 June 2022.