ରୁମାନା ରଶୀଦ ଈଶିତା
ରୁମାନା ରଶୀଦ ଈଶିତା | |
|---|---|
রুমানা রশীদ ঈশিতা | |
୨୦୨୫ ମସିହାରେ ଈଶିତା | |
| ଜନ୍ମ | ୨୨ ଅଗଷ୍ଟ ୧୯୮୦ |
| ପେଷାs |
|
| କାର୍ଯ୍ୟକାଳ | ୧୯୮୮–ଏବେଯାଏଁ |
ରୁମାନା ରଶୀଦ ଈଶିତା (ଜନ୍ମ: ୨୨ ଅଗଷ୍ଟ ୧୯୮୦)[୧] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ନିର୍ଦ୍ଦେଶିକା, ମଡେଲ୍ ଓ ଲେଖିକା । ସେ ବଙ୍ଗଳାଦେଶୀ ଟେଲିଭିଜନରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।[୨] ୧୯୮୮ ମସିହାରେ ଜଣେ ଶିଶୁ କଳାକାର ଭାବରେ ବଙ୍ଗଳାଦେଶର ଜାତୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ନୂତନ କୁରିରେ ସେ ବିଜୟିନୀ ହୋଇଥିଲେ ।[୩][୪][୫]
ଶିକ୍ଷା
[ସମ୍ପାଦନା]ଈଶିତା ୨୦୦୪ ମସିହାରେ ନିଜର ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏମବିଏ ସମାପ୍ତ କରିଥିଲେ ।[୬] ସେ ହୋଲି କ୍ରସ୍ ଗାର୍ଲ୍ସ ସ୍କୁଲ୍ ଆଣ୍ଡ କଲେଜର ପୂର୍ବତନ ଛାତ୍ରୀ ଅଟନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]୨୦୦୭ ମସିହାରେ ଈଶିତା ଟେଲିଭିଜନ ଚ୍ୟାନେଲ୍ ଚ୍ୟାନେଲ୍ ଆଇରେ ମାର୍କେଟିଂ ଏକ୍ସିକ୍ୟୁଟିଭ୍ ଭାବରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ୧୧ ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ ।[୩][୬] ଏହା ସହିତ ସେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଈଶିତା ଜଣେ ରେସ୍ତୋରାଁ ବ୍ୟବସାୟୀ ମଧ୍ୟ ଅଟନ୍ତି । ନଜରୁଲ୍ ଗୀତି କଣ୍ଠଶିଳ୍ପୀ ଫିରୋଜା ବେଗମ୍ ତାଙ୍କର ଖୁଡ଼ୀଶାଶୁ ଥିଲେ ।[୬]
ଉଲ୍ଲେଖନୀୟ କାର୍ଯ୍ୟ
[ସମ୍ପାଦନା]ପୁରସ୍କାର ଏବଂ ମନୋନୟନ
[ସମ୍ପାଦନା]| ବର୍ଷ | ବର୍ଗ | କାର୍ଯ୍ୟ | ଫଳାଫଳ | ଆଧାର |
|---|---|---|---|---|
| ୨୦୦୨ | ଶ୍ରେଷ୍ଠ ଟିଭି ଅଭିନେତ୍ରୀ | ବିପାଶାର ଜୋନ୍ନୋ ଭାଲୋବାସା | ମନୋନୀତ | |
| ୨୦୦୫ | ଅପରୂପା | ମନୋନୀତ | ||
| ୨୦୧୮ | ଶ୍ରେଷ୍ଠ ଟିଭି ଅଭିନେତ୍ରୀ (ସମୀକ୍ଷକଙ୍କର ପସନ୍ଦ) | ପାତା ଝୋରାର ଦିନ | ବିଜୟୀ | [୭] |
ଆଧାର
[ସମ୍ପାଦନା]- ↑ "Rumana Rashid Ishita Books - রুমানা রশিদ ঈশিতা এর বই | Rokomari.com". www.rokomari.com (in ଇଂରାଜୀ). Retrieved 2023-08-22.
- ↑ "Ishita to appear on BTV after a hiatus". The Daily Star. Dec 7, 2015. Retrieved December 7, 2015.
- 1 2 3 Nadia Sarwat (September 14, 2007). "From child artiste to actor-director". The Daily Star. Archived from the original on December 8, 2015. Retrieved December 7, 2015.
- ↑ "Boishakh with Ishita". The Daily Star. April 17, 2014. Retrieved December 7, 2015.
- ↑ Faridur Sagor (June 21, 2014). "IN SEARCH OF TALENT". The Daily Star. Retrieved December 7, 2015.
- 1 2 3 4 5 "Reinventing Ishita". The Daily Star (in ଇଂରାଜୀ). 2019-07-13. Retrieved 2019-07-12.
- ↑ "Meril-Prothom Alo Awards 2018". The Daily Star. Dhaka: Transcom Group. 28 April 2019. Archived from the original on 7 August 2020. Retrieved 27 October 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୁମାନା ରଶୀଦ ଈଶିତା