ରୁଟି
![]() ରୁଟି | |
ଆରମ୍ଭ | |
---|---|
ଅଲଗା ନାଆଁ | ଫୁଲ୍କା |
ଅଞ୍ଚଳ | ଭାରତୀୟ ଉପମହାଦ୍ଵୀପ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଅଟା, ପାଣି |
ବଦଳ | ପରଟା, ଚପାତି |
ରୁଟି ବା ରୋଟି ଭାରତୀୟ ଉପମହାଦ୍ଵୀପର ସାଧାରଣ ଖାଦ୍ୟ ଯାହା ନିଆଁରେ ସେକି ପ୍ରସ୍ତୁତ କରାଯାଏ । ଏହା ଅଟା ଏବଂ ପାଣିର ମିଶ୍ରଣକୁ ଚକଟି ଏବଂ ସେଥିରୁ ତିଆରି ହୋଇଥିବା ଅଟାଗୁଳାକୁ ବେଲି ଆଉ ନିଆଁରେ ସେକି ତିଆରି କରାଯାଏ ।
ରୋଟି ତିଆରି ପାଇଁ ସାଧାରଣତଃ ଗହମ ଅଟା ବ୍ୟବହାର କରାଯାଏ, କିନ୍ତୁ ଭାରତର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଧାନ୍ୟ ଯେପରିକି ମକା, ଯଅ, ଚଣା, ବାଜରା ଇତ୍ୟାଦି ମଧ୍ୟ ରୋଟି ତିଆରି କରିବାରେ ବ୍ୟବହାର କରାଯାଏ । ରୋଟିରେ କ୍ୟାଲୋରି ପରିମାଣ ଅଧିକ ରହିଥାଏ ।
ଭାରତର ବିଭିନ୍ନ ଅଞ୍ଚଳରେ ରୋଟି ପାଇଁ ବିଭିନ୍ନ ହିନ୍ଦୀ ନାମ ପ୍ରଚଳିତ ଅଛି, ସେମାନଙ୍କ ମଧ୍ୟରୁ ମୁଖ୍ୟ ହେଉଛି –
- ଫୁଲକା
- ଚପାତି
- ରୋଟଲି
- ଭାଖରୀ
- ଟିକଡ଼େ କିମ୍ବା ଟିକ୍କଡ଼
ଶବ୍ଦ ବ୍ୟୁତ୍ପତ୍ତି
[ସମ୍ପାଦନା]'ରୋଟି' ଶବ୍ଦର ଉତ୍ପତ୍ତି ସଂସ୍କୃତ ଶବ୍ଦ 'ରୋଟିକା' ରୁ ହୋଇଛି । ରୋଟି ଶବ୍ଦର ଉଲ୍ଲେଖ ପଞ୍ଚଦଶ ଶତାବ୍ଦୀର ହିନ୍ଦୁ ଭକ୍ତି ପରମ୍ପରାର ମହାନ ସନ୍ଥ ଭକ୍ତ ସୂରଦାସଙ୍କ ଦ୍ଵାରା ରଚିତ 'ସୂରସାଗର' ଗ୍ରନ୍ଥରେ ମିଳିଥାଏ। ଉଦାହରଣ ସ୍ୱରୂପ ଏକ ପଦ –
सरस कनिक बेसन मिलै, रुचि रोटी पोई।।
प्रेम सहित परुसन लगी, हलधर की माता।[୧]
ସରସ କନିକ ବେସନ ମିଲେ, ରୁଚି ରୋଟି ପୋଇ ।।
ପ୍ରେମ ସହିତ ପରୁସନ ଲଗି, ହଳଧରକି ମାତା।
– ଭକ୍ତ ସୂରଦାସ ଜୀ
ଆଧାର
[ସମ୍ପାଦନା]- ↑ Verma, Dr Shyam Bahadur (2010-01-01). Prabhat Brihat Hindi Shabdakosh (vol-2): Bestseller Book by Dr Shyam Bahadur Verma: Prabhat Brihat Hindi Shabdakosh (in ହିନ୍ଦୀ). Prabhat Prakashan. ISBN 978-81-7315-770-7.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |