Jump to content

ରୁକ୍ସାନା ତବସୁମ

ଉଇକିପିଡ଼ିଆ‌ରୁ
ରୁକ୍ସାନା ତବସୁମ
ଜନ୍ମ (1985-05-13) ୧୩ ମଇ ୧୯୮୫ (ବୟସ ୩୯)
ଶିକ୍ଷାଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ଆସାମ ଭେଲି ସ୍କୁଲ୍

ରୁକ୍ସାନା ତବସୁମ (ଜନ୍ମ: ୧୩ ମଇ ୧୯୮୫) ଜଣେ ଭାରତୀୟ କଥାଚିତ୍ର ନିର୍ମାତା, ଅଭିନେତ୍ରୀ ଓ ପ୍ରଯୋଜିକା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତ ସହିତ ଜଡ଼ିତ । ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ଜଣେ ପୁରାତନ ଛାତ୍ରୀ ।[] ୨୦୧୮ ମସିହାରେ, ସେ ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର କଥାଚିତ୍ର ଦି କେକ୍ ଷ୍ଟୋରୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇଥିଲେ ।[]

ସେ ଆଇଡିପିଏ ଜୁରି ପ୍ୟାନେଲ ୨୦୧୫-୧୬ର ଅନ୍ୟତମ ମନୋନୀତ ସଦସ୍ୟା ଥିଲେ ଏବଂ ଅନ୍ତର୍ଜାତୀୟ ଭିଜିଟର୍ସ ଲିଡରସିପ୍ ପ୍ରୋଗ୍ରାମର ପୂର୍ବତନ ଛାତ୍ରୀ ଥିଲେ । ଫିଚର୍ ଫିଲ୍ମ ବ୍ୟତୀତ ରିଲାଏନ୍ସ, ଗୋଦରେଜ, କେଣ୍ଟ ଆର୍‌ଓ ସିଷ୍ଟମ୍ସ, ଓଡ଼ିଶା ଟୁରିଜିମ୍, ଏସିଆନ୍ ପେଣ୍ଟସ୍ ଓ ନେସ୍ଲେ ଭଳି ଅନେକ ସଂସ୍ଥା ପାଇଁ ବିଜ୍ଞାପନର ନିର୍ଦ୍ଦେଶନା ଦେଇଛନ୍ତି ।[]

ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ମୁମ୍ବାଇର ନାଳନ୍ଦା ନୃତ୍ୟ କଳା ମହାବିଦ୍ୟାଳୟରୁ ଭରତନାଟ୍ୟମ୍ ପରଙ୍ଗତାରେ ଆଡଭାନ୍ସ ଡିପ୍ଲୋମା ହାସଲ କରିଛନ୍ତି । ସେ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ପର୍ଫର୍ମିଂ ଆର୍ଟସ୍ ଆଣ୍ଡ ଭିଜୁଆଲ ଆର୍ଟସ୍ ରୋହତକ ଏବଂ ଏଫ୍‌ଟିଆଇଆଇ ପୁଣେରେ ଅତିଥି ଅଧ୍ୟାପିକା ଭାବରେ ମଧ୍ୟ କାମ କରନ୍ତି ।

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ପୁରସ୍କାର
ବର୍ଣ୍ଣିଂ[][]
୨୦୨୦ ଡମି[] ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍[]
୨୦୧୮ ଦି କେକ୍ ଷ୍ଟୋରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୮ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର
୨୦୧୯ ଆପଲ୍‌ସ୍ ଆଣ୍ଡ୍ ଓରେଞ୍ଜ୍ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ରେ ଶ୍ରେଷ୍ଠ ଶିକ୍ଷାଭିତ୍ତିକ କଥାଚିତ୍ର ପୁରସ୍କାର
ମିସନ୍ ସଣ୍ଡେ
ଆଇ ଡୁ ନଟ୍ ଫିଟ୍
ବବଲ୍‌ସ୍ ଆଣ୍ଡ୍ ଷ୍ଟାର୍‌ସ୍
୨୦୧୯ ବୈଷ୍ଣବ - ବିଙ୍ଗ୍ ହ୍ୟୁମାନ୍
୨୦୨୧ ଦି ସୋସିଆଲ୍ ସଲ୍ୟୁସନ୍
୨୦୨୦ ସନାଟିଓନେ - ନୋଟ୍ ଟୁ ସେଲ୍ଫ୍
ରେଡ୍‌ବକ୍ସ
  1. "Rukshana Tabassum – Indisches Filmfestival" (in ଜର୍ମାନ). Retrieved 2021-10-08.
  2. Anand, Shilpa Nair (2021-03-29). "'Apples and Oranges', awarded the National Award for the Best Educational Film, teaches acceptance despite diversity". The Hindu (in Indian English). ISSN 0971-751X. Retrieved 2021-10-08.
  3. "Rukshana Tabassum About 'Apples And Oranges'". THE STORY MUG (in ବ୍ରିଟିଶ୍‌ ଇଂରାଜୀ). 2021-04-08. Retrieved 2021-10-08.
  4. Kahlon, Sukhpreet. "Burning review: A cumbersome exploration of sisterhood". Cinestaan. Archived from the original on 29 October 2020. Retrieved 2021-10-08.
  5. Rosario, Kennith (2018-12-07). "Death in the ghats of Varanasi". The Hindu (in Indian English). ISSN 0971-751X. Retrieved 2021-10-08.
  6. "Ajayya Kumar gets candid, talks about his incredible journey". The Week (in ଇଂରାଜୀ). Retrieved 2021-10-08.
  7. Anand, Shilpa Nair (2021-07-27). "Short film 'Dammy' premieres at the Indian Film Festival (Stuttgart)". The Hindu (in Indian English). ISSN 0971-751X. Retrieved 2021-10-08.