Jump to content

ରୀତା ବହୁଗୁଣା ଜୋଶୀ

ଉଇକିପିଡ଼ିଆ‌ରୁ
ରୀତା ବହୁଗୁଣା ଜୋଶୀ
Member of Parliament, Lok Sabha
କାର୍ଯ୍ୟକାଳ
23 May 2019  4 June 2024
ପୂର୍ବ ଅଧିକାରୀShyama Charan Gupta
ପର ଅଧିକାରୀUjjwal Raman Singh
ନିର୍ବାଚନ ମଣ୍ଡଳୀAllahabad
Minister of Women Welfare, Family Welfare, Maternity and Child Welfare and Tourism Government of Uttar Pradesh
କାର୍ଯ୍ୟକାଳ
16 May 2017  23 May 2019
Member of Legislative Assembly, Uttar Pradesh
କାର୍ଯ୍ୟକାଳ
7 March 2012  23 May 2019
ପୂର୍ବ ଅଧିକାରୀSuresh Chandra Tiwari
ପର ଅଧିକାରୀSuresh Chandra Tiwari
ନିର୍ବାଚନ ମଣ୍ଡଳୀLucknow Cantt.
President of Uttar Pradesh Congress Committee
କାର୍ଯ୍ୟକାଳ
12 September 2007  29 August 2012
ପୂର୍ବ ଅଧିକାରୀSalman Khurshid
ପର ଅଧିକାରୀNirmal Khatri
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-07-22) ୨୨ ଜୁଲାଇ ୧୯୪୯ (ବୟସ ୭୬)
Allahabad, United Provinces, India
ରାଜନୀତିକ ଦଳBharatiya Janata Party (2016– )
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Indian National Congress (1992-2016)
ଜୀବନ ସାଥୀPuran Chandra Joshi (m. 1976)
ସମ୍ପର୍କHemwati Nandan Bahuguna (Father)
Kamala Bahuguna (Mother)
Vijay Bahuguna (Brother)
ସନ୍ତାନMayank Joshi
ଘରLucknow
ୱେବସାଇଟritabjoshi.in

ରୀତା ବହୁଗୁଣା ଜୋଶୀୀ (ଜନ୍ମ ୨୨ ଜୁଲାଇ ୧୯୪୯) ଜଣେ ଭାରତୀୟ ରାଜନେତ୍ରୀ ଓ ଉତ୍ତର ପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରିମଣ୍ଡଳ ସଦସ୍ୟା। ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷା ଥିଲେ। ସେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ କନ୍ୟା। ୨୦ ଅକ୍ଟୋବର ୨୦୧୬ରେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। 2019 ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶର ଆଲାହାବାଦ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରୀତା ବହୁଗୁଣା ଜୋଶୀଙ୍କ ପିତା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣା ଥିଲେ। ତାଙ୍କ ମାତା କମଳା ବହୁଗୁଣା ପୂର୍ବତନ ସାଂସଦ ଥିଲେ। ସେ ଇତିହାସ ବିଷୟରେ ଏମ୍‌ଏ ଓ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଲାହାବାଦ ବିଶ୍ଵ ବିଦ୍ୟାଳୟରେ ମଧ୍ୟଯୁଗୀନ ଓ ଆଧୁନିକ ଇତିହାସର ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ସେ ଦକ୍ଷିଣ ଏସିଆର “ସର୍ବାଧିକ ପ୍ରତିଷ୍ଠିତ ମହିଳା ମେୟର” ମଧ୍ୟରୁ ଜଣେ ଭାବେ ସଂଯୁକ୍ତ ଜାତିସଂଘଙ୍କ ଏକ୍ସେଲେନ୍ସ ପୁରସ୍କାର ପ୍ରାପ୍ତ କରିଥିଲେ।[] ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଦୁଇଟି ଇତିହାସ ଗ୍ରନ୍ଥ ରଚନା କରିଥିଲେ।[]

ରାଜନୈତିକ ଜୀବନ

[ସମ୍ପାଦନା]

ରୀତା ବହୁଗୁଣା ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଆଲାହାବାଦର ମେୟର ପଦବୀ ଧାରଣ କରିଥିଲେ। ସେ ନ୍ୟାସନାଲ କାଉନ୍ସିଲ୍ ଅଫ୍ ୱୁମେନର ପୂର୍ବତନ ଉପାଧ୍ୟକ୍ଷା ଥିଲେ। ୨୦୦୩ରୁ ସେ ଅଲ୍ ଇଣ୍ଡିଆ ମହିଳା କଂଗ୍ରେସର ଅଧ୍ୟକ୍ଷା ଓ ସେପ୍ଟେମ୍ବର ୨୦୦୭ ରୁ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ସେ ଦୁଇଥର ଲୋକସଭା ନିର୍ବାଚନରେ ପ୍ରତିଯୋଗୀତା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।

୨୦୧୨ ରାଜ୍ୟ ନିର୍ବାଚନରେ ସେ ଲକ୍ଷ୍ନୌ କାଣ୍ଟୋନମେଣ୍ଟ ଆସନରୁ ବିଧାନସଭା ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ସେ ଲକ୍ଷ୍ନୌ ଆସନରୁ ପ୍ରତିଯୋଗୀତା କରିଥିଲେ କିନ୍ତୁ ପରାଜିତ ହୋଇଥିଲେ।

ସେ ୨୪ ବର୍ଷ କଂଗ୍ରେସରେ ରହିବା ପରେ ୨୦ ଅକ୍ଟୋବର ୨୦୧୬ ରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରୀତା ବହୁଗୁଣା ଜୋଶୀଙ୍କ ବିବାହ ପି. ସି. ଜୋଶୀଙ୍କ ସହିତ ହୋଇଛି, ଯିଏ Patrice Lumumba Universityରୁ ଯାନ୍ତ୍ରିକ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିଥିବା ଜଣେ ଯାନ୍ତ୍ରିକ ଇଞ୍ଜିନିୟର। ତାଙ୍କର ଏକ ପୁଅ ଅଛନ୍ତି, ମୟଙ୍କ ଜୋଶୀ। ତାଙ୍କର ଦୁଇଜଣ ଭାଇ ଅଛନ୍ତି—ବିଜୟ ବହୁଗୁଣା, ଯିଏ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ, ଏବଂ ଶେଖର ବହୁଗୁଣା, ଯିଏ ୨୦୧୨ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଆଲାହାବାଦ ଜିଲ୍ଲାର ଫାଫାମୌ ଆସନରୁ ପ୍ରତିଯୋଗୀତା କରିଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ।

ଶ୍ରୀମତୀ ରୀତା ବହୁଗୁଣା ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଅଲ୍ ଇଣ୍ଡିଆ ମହିଳା କଂଗ୍ରେସର ଅଧ୍ୟକ୍ଷା ଭାବେ ଭାରତୀୟ ମହିଳାମାନଙ୍କ ପକ୍ଷରେ କାମ କରିଥିଲେ। ସେ ତଳସ୍ତରରେ ମହିଳା ଆନ୍ଦୋଳନ ସହିତ ସଂପୃକ୍ତ ଥିଲେ ଏବଂ ମହିଳାମାନଙ୍କ ପାଇଁ ବିଭିନ୍ନ ସେମିନାର, ପ୍ରଦର୍ଶନ ଇତ୍ୟାଦି ଆୟୋଜନ କରିଥିଲେ। 1991–92 ମସିହାରେ ଉତ୍ତର ପ୍ରଦେଶର ସ୍ଥାନୀୟ ସ୍ୱଶାସନ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ପାଇଁ ଆରକ୍ଷଣ ଦାବିରେ ସେ ସକ୍ରିୟ ଭାବେ ଆନ୍ଦୋଳନର ନେତୃତ୍ୱ ଦେଇଥିଲେ।

ମହିଳାମାନଙ୍କ ବିରୋଧରେ ଅନ୍ୟାୟକୁ ପ୍ରତିରୋଧ କରିବାର ଆନ୍ଦୋଳନରେ 2009 ମସିହାରେ ଉତ୍ତର ପ୍ରଦେଶରେ ବୃଦ୍ଧିପାଉଥିବା ଧର୍ଷଣ ଘଟଣାବଳୀ ବିରୋଧରେ ପ୍ରତିବାଦ କରିବା ସମୟରେ ସେ କାରାବାସ ଭୋଗ କରିଥିଲେ। ଉତ୍ତର ପ୍ରଦେଶରେ ମହିଳାମାନଙ୍କ ସ୍ଥିତି ସୁଧାର ପାଇଁ ତାଙ୍କ ଉଦ୍ୟମ ପରିଣାମସ୍ୱରୂପ 2001 ମସିହାରେ ଥାଇଲ୍ୟାଣ୍ଡର ଫିଟସାନୁଲୋକରେ ସଂଯୁକ୍ତ ଜାତିସଂଘଙ୍କ ପକ୍ଷରୁ “ଦକ୍ଷିଣ ଏସିଆର ସର୍ବାଧିକ ପ୍ରତିଷ୍ଠିତ ମହିଳା ମେୟର” ଭାବେ U.N. Award of Excellence ପ୍ରଦାନ କରାଯାଇଥିଲା।

  1. "BJP record win in both seats of Allahabad". The Times of India. 2019-05-23. ISSN 0971-8257. Retrieved 2026-03-02.
  2. "Allahabad, Phulpur's wait for woman MP finally ends". The Times of India. 2019-05-25. ISSN 0971-8257. Retrieved 2026-03-02.
  3. "Uttar Pradesh Congress Committee". www.uttarpradeshcongress.com. Archived from the original on 2022-03-31. Retrieved 2026-03-02.
  4. Anushree. "Rita Bahuguna Joshi: Age, Biography, Education, Husband, Caste, Net Worth & More - Oneindia". www.oneindia.com (in ଇଂରାଜୀ). Retrieved 2026-03-02.