ରିଆ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
(ରିହା ଚକ୍ରବର୍ତ୍ତୀରୁ ଲେଉଟି ଆସିଛି)
ରିହା ଚକ୍ରବର୍ତ୍ତୀ
୨୦୧୬ର ଲ୍ୟାକ୍‌ମି ଫ୍ୟାସନ୍ ଉଇକ୍‌ର ୩ୟ ଦିନରେ ରିହା
Born (1992-07-01) ୧ ଜୁଲାଇ ୧୯୯୨ (ବୟସ ୩୧)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା
Years active୨୦୦୯–ଏବେଯାଏଁ
Height5 ft 7.3 in (1.71 m)[୨]

ରିହା ଚକ୍ରବର୍ତ୍ତୀ (ଜନ୍ମ: ୧ ଜୁଲାଇ ୧୯୯୨)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୩] ସେ ହିନ୍ଦୀ କଥାଚିତ୍ର ସ‌ହ ତେଲୁଗୁ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪][୫] ଏଥି ସ‌ହ ସେ ଏମ୍ ଟିଭି ଇଣ୍ଡିଆର ଜଣେ ଦୂରଦର୍ଶନ ଉପସ୍ଥାପିକା ଭାବରେ କାର୍ଯ୍ୟ ମଧ୍ୟ କରିଛନ୍ତି ।[୬][୧][୭][୮]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରିହା ବାଙ୍ଗାଲୋରରେ ୧ ଜୁଲାଇ ୧୯୯୨ରେ ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୯] ସେ ଅମ୍ବଳାରେ ଆର୍ମି ପବ୍ଲିକ୍ ସ୍କୁଲରୁ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।

ଦୂରଦର୍ଶନ ଉପସ୍ଥାପନା[ସମ୍ପାଦନା]

ସେ ୨୦୦୯ରେ ଏମ୍ ଟିଭି ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ 'ଟିଭିଏସ୍ ସ୍କୁଟି ତିନ୍ ଦିଭା'ରେ ପ୍ରତୀଯୋଗି ଭାବରେ ଅଂଶଗ୍ରହଣ କରିଥିଲେ ।[୧୦] ଏହି କାର୍ଯ୍ୟକ୍ରମରେ ସେ ୨ୟ ସ୍ଥାପନରେ ରହିଥିଲେ । ପରେ ପରେ ସେ ଏମ୍ ଟିଭିରେ ଉପସ୍ଥାପିକା ଭାବାରେ କାର୍ଯ୍ୟକରିଥିଲେ । ପେପ୍‌ସି ଏମ୍‌‌ଟିଭି ୱାସଅପ୍, ଟିକ୍‌ଟକ୍ କଲେଜ୍ ବିଟ୍ ଏବଂ ଏମ୍‌ଟିଭି ଗନ୍ ଇନ ୬୦ ସେକେଣ୍ଡ‌ସ୍ ଭଳି କର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୨୦୧୨ରେ ସେ ତେଲୁଗୁ ଚଳଚ୍ଚିତ୍ର ତୁନୀଗା ତୁନୀଗା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୧] ୨୦୧୩ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମେରେ ଡାଡ୍‌କି ମାରୁତି ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ହିନ୍ଦୀ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ରୋହନ ସିପ୍ପିଙ୍କ ଚଳଚ୍ଚିତ୍ର ସୋନାଲୀ କେବୁଲରେ ରିହା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୨]

୨୦୧୭ରେ ରିହା ହାଫ୍ ଗାର୍ଲ‌ଫ୍ରଣ୍ଡ‌[୧୩], ଦୋବାରା [୧୪] ଅଭିନୟ କରିଥିଲେ । ସେହିବର୍ଷ ସେ ଅଭିନେତା ରିତେଶ ଦେଶମୁଖ ଏବଂ ବିବେକ ଓବରୟଙ୍କ ସ‌ହ ସେ ବ୍ୟାଙ୍କ ଚୋର୍‌ରେ ଅଭିନୟ କରିଥିଲେ ।[୧୫][୧୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୨: ତୁନୀଗା ତୁନୀଗା (ତେଲୁଗୁ)
  • ୨୦୧୩: ମେରେ ଡ୍ୟାଡ୍ କି ମାରୁତି (ହିନ୍ଦୀ)
  • ୨୦୧୪: ସୋନାଲୀ କେବୁଲ୍ (ହିନ୍ଦୀ)
  • ୨୦୧୭: ହାଫ୍ ଗାର୍ଲଫ୍ରେଣ୍ଡ (ହିନ୍ଦୀ)
  • ୨୦୧୭: ଦୋବାରା (ହିନ୍ଦୀ)
  • ୨୦୧୭: ବ୍ୟାଙ୍କ ଚୋର୍ (ହିନ୍ଦୀ)
  • ୨୦୧୮: ଜଲେବି (ହିନ୍ଦୀ)

ଦୂରଦର୍ଶନ[ସମ୍ପାଦନା]

  • ଟିଭିଏସ୍ ସ୍କୁଟି ତିନ୍ ଦିଭା (ପ୍ରତିଯୋଗୀ)
  • ପେପ୍‌ସି ଏମ୍‌‌ଟିଭି ୱାସଅପ୍ (ଉପସ୍ଥାପିକା)
  • ଟିକ୍‌ଟକ୍ କଲେଜ୍ ବିଟ୍ (ଉପସ୍ଥାପିକା)
  • ଏମ୍‌ଟିଭି ଗନ୍ ଇନ ୬୦ ସେକେଣ୍ଡ‌ସ୍ (ଉପସ୍ଥାପିକା)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Rhea Chakraborty - Photos, Filmography, Biography - Oneindia.in". Archived from the original on 2014-07-08. Retrieved 2017-06-11.
  2. "Rhea Chakraborty Measurements". celebritysizes.com. celebritysizes.com. Retrieved 11 June 2017.
  3. Rhea Chakraborty is already making her way into Bollywood - India Today
  4. "Rhea Chakraborty: Working in films is exciting and challenging". Archived from the original on 2013-12-23. Retrieved 2017-06-11.
  5. It's exciting, challenging: Rhea Chakraborty on acting
  6. People wonder if Rhea Chakraborty is a Punjabi
  7. Rhea Chakraborty parties at Thank God It's Thursday
  8. Rhea Chakraborty, Sameera Reddy at Neeta Lulla's store - IndiaToday
  9. "Everyone thinks I am Punjabi: Rhea Chakraborty".
  10. Female VJs giving tough competition to their male counterparts - Entertainment - DNA
  11. "Enjoyed butter chicken with Ram Kapoor on sets: Rhea - Times Of India". Archived from the original on 2013-02-24. Retrieved 2017-06-11.
  12. "Don't have choice to choose directors: Rhea Chakraborty - Times Of India". Archived from the original on 2013-12-14. Retrieved 2017-06-11.
  13. [୧]
  14. [୨]
  15. Reha Chakraborty First Look From Bank Chor Movie
  16. [୩]

ଅଧିକ ତ‌ଥ୍ୟ[ସମ୍ପାଦନା]